ଭୋଟ୍‌ ଦେବାକୁ ଆସି ଫେରିଗଲେ ଭୋଟର

ନିରାକାରପୁର,୨୫ା୫(ମାନସ ଚନ୍ଦ୍ର ପଟ୍ଟନାୟକ): ଶନିବାର ରାଜ୍ୟରେ ତୃତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏହିକ୍ରମରେ ଖୋର୍ଦ୍ଧା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ବୁଥ୍‌ରେ ଶାନ୍ତିଶୃଙ୍ଖଳାର ସହ ମତଦାନ ଅନୁଷ୍ଠିତ ହୋଇଥିଲା।
ନିର୍ବାଚନ ନିୟମ ଅନୁଯାୟୀ, ସକାଳ ୭ଟାରୁ ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ହୋଇଥିବା ସମସ୍ତ ମତଦାନ କେନ୍ଦ୍ରରେ ଭୋଟ୍‌ ଦେବା କାର୍ଯ୍ୟ ଆରମ୍ଭ ହୋଇଥିଲା। ତେବେ ମତଦାନ ଦେବା ଆରମ୍ଭରୁ ନିରାକାରପୁର ପଞ୍ଚାୟତରେ ଥିବା କ୍ଷେତ୍ରବାସୀ ସରକାରୀ ହାଇସ୍କୁଲରେ ମତଦାନ କେନ୍ଦ୍ର ୧୫୪ ଓ ୧୫୨ ପୋଲିଂ ହଲ୍‌ରେ ଯଥାକ୍ରମେ ୪୫ମିନିଟ୍‌ ଓ ୨୦ ମିନିଟ୍‌ ସମୟ ଧରି ଇଭିଏମ୍‌ରେ ଯାନ୍ତ୍ରିକ ତ୍ରୁଟି ଦେଖା ଯାଇଥିଲା। ପରେ ଆସିଥିବା ବିଭାଗୀୟ ଟେକ୍ନିସିଆନଙ୍କର ହସ୍ତକ୍ଷେପ ପରେ ପୁଣି ପାଞ୍ଚଟି ମେଶିନ ସଚଳ ହୋଇଥିଲା। ତେବେ ଏନେଇ ଦାୟିତ୍ୱରେ ଥିବା ସେକ୍ଟର ଅଧିକାରୀ କୈଳାସ ଦଳେଇଙ୍କୁ ପଚାରିବାରୁ ଗୋଟିଏ ୪୫ ମିନିଟ୍‌ ଆଉ ଗୋଟେ ୨୦ ମିନିଟ୍‌ ଖରାପ ହୋଇଥିବା ନେଇ ମୁଁ ରିପୋର୍ଟ ଦେଇଛି ବୋଲି ସେ ସୂଚନା ଦେଇଛନ୍ତି। ଏଥିଯୋଗୁ କିଛି ମତଦାତା ବାଧ୍ୟରେ ନିରାଶ ହୋଇ ଫେରି ଯାଇଥିବା ବେଳେ ଆଉ କେତେକ ବୟସ୍କ ମତଦାତା ହଟହଟା ହୋଇଥିବା ଦେଖିବାକୁ ମିଳିଥିଲା। ସବୁଠାରୁ ଦୁଃଖର ବିଷୟ ମତଦାନ କେନ୍ଦ୍ରରେ ଯେପରି ମତଦାତାମାନେ ସୁବିଧାରେ ମତଦାନ କରି ପାରିବେ ସେଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ଟେଣ୍ଟ ଓ ପିଇବା ପାଣିର ବ୍ୟବସ୍ଥା ଆଦି କରାଯିବାର ନିୟମ ଥିବା ବେଳେ ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ହୋଇଥିବା ବୁଥ୍‌ଗୁଡ଼ିକରେ ପିଇବା ପାଣିର ଆବଶ୍ୟକ ବନ୍ଦୋବସ୍ତ ନ ହେବାରୁ ବସସ୍କ ବୃଦ୍ଧାବୃଦ୍ଧମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ଅଭିଯୋଗ ହୋଇଥିଲା। ଶାନ୍ତିଶୃଙ୍ଖଳା ଦୃଷ୍ଟିରୁ ନିରାକାରପୁର ଥାନା ଅଧିକାରୀ ବିଶ୍ୱଜିତ୍‌ ରାଉତରାୟଙ୍କ ନେତୃତ୍ୱରେ ସ୍ବତନ୍ତ୍ର ପୋଲିସ ଫୋର୍ସ ମୁତୟନ କରାଯାଇ ଶାନ୍ତିଶୃଙ୍ଖଳା ରକ୍ଷା କରାଯାଇଥିବା ରାଉତରାୟ ସୂଚନା ଦେଇଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ବିମାନ କ୍ରାସ: ମୃତକଙ୍କ ହେବ ଡିଏନ୍‌ଏ ପରୀକ୍ଷା

ଅହମଦାବାଦ,୧୨ା୬: ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିଚୟ ନିଶ୍ଚିତ କରାଇବା ପାଇଁ ସେମାନଙ୍କ ଡିଏନ୍‌ଏ ପରୀକ୍ଷା କରାଯିବ ବୋଲି ଗୁଜରାଟର ଜଣେ...

ମେହିଦି ହାସନ ବାଂଲାଦେଶ ଦିନିକିଆ ଅଧିନାୟକ

ଢାକା,୧୨ା୬: ବାଂଲାଦେଶ କ୍ରିକେଟ ବୋର୍ଡ(ବିସିବି) ଗୁରୁବାର ମେହିଦି ହାସନ ମିରାଜଙ୍କୁ ଦିନିକିଆ ଦଳର ଅଧିନାୟକ ଭାବେ ନିଯୁକ୍ତ କରିଛି। ତାଙ୍କ ଆଗାମୀ ୧୨ ମାସ ପାଇଁ...

ସାଧୁ ବେଶରେ ଆସି ଝାମ୍ପିନେଲେ ଟଙ୍କା

ସାକ୍ଷୀଗୋପାଳ,୧୨।୬(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପାଖେଇ ଆସୁଛି ରଥଯାତ୍ରା। ପ୍ରତିବର୍ଷ ଭଳି ରଥଯାତ୍ରାରେ ସାଧୁସନ୍ଥଙ୍କ ସମାଗମ ଲାଗିବ। ମାତ୍ର ଏହି ଧର୍ମୀୟ ଭାବନାରେ କଳାଦାଗ ଲଗାଇ...

ଖୁଣ୍ଟ ଅଛି ଲାଇଟ ନାହିଁ

ବ୍ରାହ୍ମଣୀଗାଁ, ୧୨/୬ (ମନୋରଞ୍ଜନ ରଣା): ଅନ୍ଧାରରେ ବ୍ରାହ୍ମଣୀଗାଁ ମୁଖ୍ୟ ବଜାର । ଲଗାଯାଉ ନାହିଁ ଷ୍ଟିଟ ଲାଇଟ। ଆଜିକୁ ପ୍ରାୟ ବର୍ଷେ ହେଲେ ରାସ୍ତା ମଝିରେ...

ଦୁର୍ଘଟଣା ପୂର୍ବରୁ ଯାନ୍ତ୍ରୀକ ତ୍ରୁଟି ବିଷୟରେ ସୂଚନା ଦେଇଥିଲେ ଏହି ଯୁବକ, ଭିଡ଼ିଓ ଶେୟାର କରି କହିଥିଲେ, ହେଲେ…

ଅହମଦାବାଦ,୧୨।୬: ଅହମଦାବାଦ ବିମାନବନ୍ଦରରୁ ଉଡ଼ାଣ ଭରିବାର କିଛି ମିନିଟ ପରେ ମେଘନଗରରେ ଏୟାର ଇଣ୍ଡିଆର ବିମାନ AI 171 ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଘଟଣାରେ ଅନେକ...

ଦୁର୍ଘଟଣାରେ ମାମୁ, ୨ ଭାଣିଜୀଙ୍କ ମୃତ୍ୟୁ ଘଟଣା: ବନ୍ଧା ହେଲେ ଟ୍ୟାଙ୍କର ଚାଳକ

ଦିଗପହଣ୍ଡି,୧୨ା୬(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ପୋଲିସ ଗୁରୁବାର କଟକ ଜିଲା କାନପୁର ଥାନା ବାଲିଝରି ଗ୍ରାମର ଗାଡ଼ି ଚାଳକ ସୁଶାନ୍ତ ରାଉତଙ୍କୁ କେଶ୍‌ ନଂ.୧୯୭/୨୫ ଅନୁଯାୟୀ...

ବିମାନ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ଏତେ କୋଟି ଟଙ୍କା ସହାୟତା ରାଶି ଘୋଷଣା କଲା ଟାଟା ଗ୍ରୁପ

ନୂଆଦିଲ୍ଲୀ,୧୨।୬: ଗୁରୁବାର ଗୁଜୁରାଟରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। ବିମାନରେ ୨୪୨ ଜଣ ଯାତ୍ରୀ ଥିଲେ। ଦୁର୍ଘଟଣାସ୍ଥଳକୁ ବିଏସଏଫ ଏବଂ ଏନଡିଆରଏଫ ଦଳ ପଠାଯାଇଛି।...

ଧୁମ୍‌ଧାମ୍‌ରେ ପାଳନ ହେବ ପ୍ରସିଦ୍ଧ କୁଲାଡ ରଥଯାତ୍ରା

ଭଞ୍ଜନଗର,୧୨।୬(ବାବୁଲା ପ୍ରଧାନ)- ଘୁମୁସରର ରାଜା ଭଞ୍ଜ ରାଜବଂଶ ପକ୍ଷରୁ ଗଞ୍ଜାମ ଜିଲା କୁଲାଡରେ ରାଜଧାନୀ ପ୍ରତିଷ୍ଠା ହୋଇଥିଲା। ସେହି ସମୟରେ ଭଞ୍ଜ ରାଜବଂଶ ପକ୍ଷରୁ କୁଲାଡରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri