ଟ୍ରେନ୍‌ରୁ ନିରୁଦ୍ଧିଷ୍ଟ ବୃଦ୍ଧଙ୍କୁ ପୁରୁଣାବନ୍ଧରୁ ଉଦ୍ଧାର କଲେ ସ୍ବେଚ୍ଛାସେବୀ

ଗଞ୍ଜାମ,୧୩।୧୨(ଡି.ଏନ.ଏ.): ବିହାରରୁ ବାଙ୍ଗାଲୋର ଦ୍ରୁତଗାମୀ ଟ୍ରେନ୍‌ରେ ଯାଉଥିବା ବୃଦ୍ଧ ବାଲୁଗାଁ ଷ୍ଟେଶନରୁ ଗତ ନଭେମ୍ବର ୨୬ ତାରିଖରେ ନିରୁଦ୍ଧିଷ୍ଟ ହୋଇଯାଇଥିବା ବେଳେ ତାଙ୍କୁ ମଙ୍ଗଳବାର ଗଞ୍ଜାମ ବ୍ଲକର ପୁରୁଣାବନ୍ଧ ଗ୍ରାମରୁ ଉଦ୍ଧାର କରାଯାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି l ନିରୁଦ୍ଧିଷ୍ଟ ବୃଦ୍ଧ ଜଣଙ୍କ ହେଲେ ବିହାର ରାଜ୍ୟର ଔରଙ୍ଗାବାଦ ଜିଲାର ବୁଧିବନ୍ତ ଗ୍ରାମର କାମେଶର ପାଲ (୬୫) l
ପ୍ରାପ୍ତ ସୂଚନାନୁଯାୟୀ, ବାଲୁଗାଁ ଷ୍ଟେସନରେ ଟ୍ରେନଟି ରହିବା ପରେ ବୃଦ୍ଧ ଜଣଙ୍କ ଓହ୍ଲାଇ ଥିବା ବେଳେ ଟ୍ରେନ୍‌ ଛାଡ଼ିଦେଇଥିଲା l ଫଳରେ ସେ ଷ୍ଟେଶନରେ ରହିଯାଇଥିଲେ l ପରେ ସେ ଜାତୀୟ ରାଜପଥ ଦେଇ ଚାଲିଚାଲି ଗତ ଶୁକ୍ରବାର ପୁରୁଣାବନ୍ଧ ଗ୍ରାମରେ ପହଞ୍ଚିଥିଲେ l ଗ୍ରାମର ଯୁବ ସ୍ବେଚ୍ଛାସେବୀ ପ୍ରସାଦ କୁମାର ବେହେରା, କେ. ଜଗଦୀଶ ରାଓ, ପି. ଦୀନବନ୍ଧୁ ରାଓ, ରମେଶ ବେହେରା ପ୍ରମୁଖ ତାଙ୍କୁ ପଚରାଉଚରା କରିବା ସହ ତାଙ୍କର ଖାଇବା ପିଇବା ବ୍ୟବସ୍ଥା କରିଥିଲେ l ପରେ ପୂର୍ବତନ ସମିତିସଭ୍ୟ ଛାୟାକାନ୍ତ ପ୍ରଧାନ ଓ ଗଞ୍ଜାମ ଥାନା ଅଧିକାରୀଙ୍କୁ ଅବଗତ କରାଇଥିଲେ l ଥାନା ଅଧିକାରୀ ବୃଦ୍ଧଙ୍କ ଠିକଣା ଖୋଜି ସେଠାକାର ପୋଲିସ ସହଯୋଗରେ
ବୃଦ୍ଧଙ୍କ ପରିବାର ବର୍ଗଙ୍କୁ ଜଣାଇଥିଲେ l ମଙ୍ଗଳବାର ଗଞ୍ଜାମ ଥାନାରେ ତାଙ୍କ ପରିବାରବର୍ଗ ପହଞ୍ଚିବା ପରେ ନିରୁଦ୍ଧିଷ୍ଟ ବୃଦ୍ଧଙ୍କୁ ତାଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା l


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ: ହେଲା ବଜ୍ରପାତ

ଧରାକୋଟ,୨୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ କାଠଗଡା ଗ୍ରାମର ଜଣେ ବୃଦ୍ଧା ବଜ୍ରପାତରେ ଆହତ ହୋଇଛନ୍ତି। ସେ ହେଲେ ଘନ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri