ଟ୍ରେନ୍‌ରୁ ନିରୁଦ୍ଧିଷ୍ଟ ବୃଦ୍ଧଙ୍କୁ ପୁରୁଣାବନ୍ଧରୁ ଉଦ୍ଧାର କଲେ ସ୍ବେଚ୍ଛାସେବୀ

ଗଞ୍ଜାମ,୧୩।୧୨(ଡି.ଏନ.ଏ.): ବିହାରରୁ ବାଙ୍ଗାଲୋର ଦ୍ରୁତଗାମୀ ଟ୍ରେନ୍‌ରେ ଯାଉଥିବା ବୃଦ୍ଧ ବାଲୁଗାଁ ଷ୍ଟେଶନରୁ ଗତ ନଭେମ୍ବର ୨୬ ତାରିଖରେ ନିରୁଦ୍ଧିଷ୍ଟ ହୋଇଯାଇଥିବା ବେଳେ ତାଙ୍କୁ ମଙ୍ଗଳବାର ଗଞ୍ଜାମ ବ୍ଲକର ପୁରୁଣାବନ୍ଧ ଗ୍ରାମରୁ ଉଦ୍ଧାର କରାଯାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି l ନିରୁଦ୍ଧିଷ୍ଟ ବୃଦ୍ଧ ଜଣଙ୍କ ହେଲେ ବିହାର ରାଜ୍ୟର ଔରଙ୍ଗାବାଦ ଜିଲାର ବୁଧିବନ୍ତ ଗ୍ରାମର କାମେଶର ପାଲ (୬୫) l
ପ୍ରାପ୍ତ ସୂଚନାନୁଯାୟୀ, ବାଲୁଗାଁ ଷ୍ଟେସନରେ ଟ୍ରେନଟି ରହିବା ପରେ ବୃଦ୍ଧ ଜଣଙ୍କ ଓହ୍ଲାଇ ଥିବା ବେଳେ ଟ୍ରେନ୍‌ ଛାଡ଼ିଦେଇଥିଲା l ଫଳରେ ସେ ଷ୍ଟେଶନରେ ରହିଯାଇଥିଲେ l ପରେ ସେ ଜାତୀୟ ରାଜପଥ ଦେଇ ଚାଲିଚାଲି ଗତ ଶୁକ୍ରବାର ପୁରୁଣାବନ୍ଧ ଗ୍ରାମରେ ପହଞ୍ଚିଥିଲେ l ଗ୍ରାମର ଯୁବ ସ୍ବେଚ୍ଛାସେବୀ ପ୍ରସାଦ କୁମାର ବେହେରା, କେ. ଜଗଦୀଶ ରାଓ, ପି. ଦୀନବନ୍ଧୁ ରାଓ, ରମେଶ ବେହେରା ପ୍ରମୁଖ ତାଙ୍କୁ ପଚରାଉଚରା କରିବା ସହ ତାଙ୍କର ଖାଇବା ପିଇବା ବ୍ୟବସ୍ଥା କରିଥିଲେ l ପରେ ପୂର୍ବତନ ସମିତିସଭ୍ୟ ଛାୟାକାନ୍ତ ପ୍ରଧାନ ଓ ଗଞ୍ଜାମ ଥାନା ଅଧିକାରୀଙ୍କୁ ଅବଗତ କରାଇଥିଲେ l ଥାନା ଅଧିକାରୀ ବୃଦ୍ଧଙ୍କ ଠିକଣା ଖୋଜି ସେଠାକାର ପୋଲିସ ସହଯୋଗରେ
ବୃଦ୍ଧଙ୍କ ପରିବାର ବର୍ଗଙ୍କୁ ଜଣାଇଥିଲେ l ମଙ୍ଗଳବାର ଗଞ୍ଜାମ ଥାନାରେ ତାଙ୍କ ପରିବାରବର୍ଗ ପହଞ୍ଚିବା ପରେ ନିରୁଦ୍ଧିଷ୍ଟ ବୃଦ୍ଧଙ୍କୁ ତାଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା l


Enter your email to get our daily news in your inbox.

All Right Reserved By Dharitri.Com

ପୁରୁଷୋତ୍ତମପୁରରେ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ, ଚର୍ଚ୍ଚାରେ କଂଗ୍ରେସର ଗୋଷ୍ଠୀକନ୍ଦଳ

ପୁରୁଷୋତ୍ତମପୁର,୮।୧୦(ସବିତା ମିଶ୍ର): ଓଡ଼ିଶା ବନ୍ଦର ପ୍ରଭାବ ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଦେଖିବାକୁ ମିଳିଛି । କାଳୀମନ୍ଦିର ଛକରେ କଂଗ୍ରେସ ଓ ସିପିଆଇ କର୍ମୀମାନେ ପିକେଟିଂ କରି ଗାଡ଼ିମୋଟର…

ଟ୍ରେନ୍‌ ଟ୍ରାକ୍‌ରୁ ମିଳିଲା ଯୁବକଙ୍କ ମୃତଦେହ, ଦେଓଗାଁରେ ବାଇକ୍‌ ରଖି…

ବଲାଙ୍ଗୀର,୮ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ରାଏପାଲି ଗ୍ରାମ ନିକଟ ଟ୍ରେନ୍‌ ଟ୍ରାକ୍‌ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ…

ଦିଗପହଣ୍ଡିରେ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ସହ ଅନେକ ଦାବି ନେଇ ବନ୍ଦ ପାଳନ

ଦିଗପହଣ୍ଡି,୮ା୧୦(ଅଶେଷ ନାଥ ମିଶ୍ର): ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି, ସିପିଆଇ,ସିପିଆଇ(ଏମ) ଏବଂ ଇଣ୍ଡି ମେଣ୍ଟର ଅନ୍ୟାନ୍ୟ ସମସ୍ତ ଦଳ ପକ୍ଷରୁ ଗୁରୁବାର ବନ୍ଦ ଡାକରା ଦିଆଯାଇଥିବା ଓଡ଼ିଶା…

ଶୋଇଥିବାବେଳେ ସ୍ବାମୀଙ୍କ ତଣ୍ଟି ଉପରେ ଚଢ଼ି ଜୀବନ ନେଇଗଲେ ସ୍ତ୍ରୀ, ଘର ବାହାରେ…

ଆଳି,୮ା୧୦(ବନମାଳୀ ସେନାପତି): ସ୍ବାମୀଙ୍କ ତଣ୍ଟି ଉପରେ ଛିଡ଼ା ହୋଇ ହତ୍ୟା କରିଛନ୍ତି ସ୍ତ୍ରୀ। ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ…

ଆନ୍ଦୋଳନରେ ବସିଛନ୍ତି ଟାଟା ପାୱାର ଠିକା କର୍ମଚାରୀ: ଅନ୍ଧାରରେ ଉପଭୋକ୍ତା

ଭଞ୍ଜନଗର, ୮।୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଟା ପାୱାର ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ଦାବି ନେଇ ଠିକା ବିଦ୍ୟୁତ କର୍ମଚାରୀଙ୍କ ଧାରଣା ଆଜି…

ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି: ରମ୍ଭାରେ ଇଣ୍ଡିଆ ବ୍ଲକର ଓଡ଼ିଶା ବନ୍ଦ ପ୍ରଭାବ

ରମ୍ଭା, ୮।୧୦ (ବିଦ୍ୟାଧର ସାହୁ): ବିଭିନ୍ନ ଦାବି ନେଇ ଇଣ୍ଡିଆ ବ୍ଲକ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାର ପ୍ରଭାବ ଗଞ୍ଜାମ ଜିଲାର ରମ୍ଭା ଅଞ୍ଚଳରେ ଦେଖିବାକୁ…

ଗଛ ମୂଳରେ ପଡ଼ିଛି ଚପଲ, ଉପରେ ଝୁଲୁଛି ଅଜଣା ଯୁବକଙ୍କ ମୃତଦେହ

ବଲାଙ୍ଗୀର,୮ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ କୁସମେଲପଞ୍ଚାୟତର ଜାମୁଟିଆ ଗାଁ ନିକଟ ଏକ ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଗୁରୁବାର ଜବତ ହୋଇଛି।…

ଇଣ୍ଡି ମେଣ୍ଟର ବନ୍ଦ ଡାକରା: ଗାଡ଼ିମୋଟର ଫେରାଇଦେଲେ ବିକ୍ଷୋଭକାରୀ

ପାଟଣା,୮ା୧୦(ବୀର କିଶୋର ଦାଶ): ଇଣ୍ଡିମେଣ୍ଟର ଭାରତ ବନ୍ଦ ଡାକରାକୁ ସମର୍ଥନ କରି ପାଟଣା ଓ ସାହାର ପଡ଼ା ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ କଂଗ୍ରେସ ପକ୍ଷରୁ ପିକେଟିଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?