Posted inଫୁରସତ

ଭାଇରସ୍‌ ଲାଇବ୍ରେରି

ଲଣ୍ଡନ: ଲାଇବ୍ରେରି। ଏହି ଶବ୍ଦ ଉଚ୍ଚାରଣା ହେବା ମାତ୍ରକେ ମନରେ ଆପଣାଛାଏଁ ପ୍ରତିବିମ୍ବିତ ହୁଏ ଗଦା ଗଦା ବହିର ପ୍ରତିଛବି। ଏକ ବିରାଟ ହଲ୍‌। ଆଉ ନିଃଶବ୍ଦରେ ପୁସ୍ତକ ଭିତରେ ମଜ୍ଜିଯାଇଥିବା ଅନେକ ମୁହଁ। ହେଲେ ବ୍ରିଟେନରେ ଥିବା ୧୦୫ ବର୍ଷ ପୁରୁଣା ଏକ ଲାଇବ୍ରେରି ଅନ୍ୟ ଗ୍ରନ୍ଥାଗାରଠାରୁ ଭିନ୍ନ। କାରଣ ଏହି ଲାଇବ୍ରେରି ବହି ପାଇଁ ନୁହେଁ, ବରଂ ଭାଇରସ୍‌ ପାଇଁ ପରିଚିତ। ପୃଥିବୀର ସବୁଠାରୁ ବିପଜ୍ଜନକ ଭାଇରସ୍‌, ଜୀବାଣୁ, ବ୍ୟାକ୍ଟେରିଆ ସଂଗ୍ରହାଳୟ ଭାବେ ପରିଚିତ ଏହି ଲାଇବ୍ରେରି ହେଉଛି ‘ନ୍ୟାଶନାଲ କଲେକ୍ସନ ଫର୍‌ ଟାଇପ୍‌ କଲଚର’।
୧୯୧୫ ମସିହାରେ ଫ୍ରାନ୍ସରେ ଅନୁଭୂତ ହେଉଥାଏ ପ୍ରଚଣ୍ଡ ଶୀତ। ଏହି ସମୟରେ ସେଠାକାର ଏକ ହସ୍ପିଟାଲରୁ ଏକ ଟେଲିଗ୍ରାମ ଆସିଲା। ଏଥିରେ ଉଲ୍ଲେଖ ଥିଲା, କୌଣସି କାରଣରୁ ବ୍ରିଟିଶ ସୈନିକଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଛି। ସେତେବେଳକୁ ଆରମ୍ଭ ହୋଇସାରିଥିଲା ପ୍ରଥମ ବିଶ୍ୱଯୁଦ୍ଧ। ବିକଳ୍ପ ନ ଥିବାରୁ ସୈନିକମାନେ ରୋଗଣା ଅବସ୍ଥାରେ ଲଢ଼ିବାକୁ ବାଧ୍ୟ ହେଉଥାନ୍ତି। ତେବେ ବିଶେଷଜ୍ଞ ଦଳର ଯାଞ୍ଚରୁ ଏଭଳି ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା ପଛରେ ଏକ ପ୍ରକାର ମାରାତ୍ମକ ବ୍ୟାକ୍ଟେରିଆ ରହିଥିବା ସ୍ପଷ୍ଟ ହୋଇଥିଲା। ଉକ୍ତ ବ୍ୟାକ୍ଟେରିଆର ନାମ ଦିଆଯାଇଥିଲା ସିଗେଲା ଫ୍ଲେକ୍ସେନାରି। ସେନାର ଅଫିସର ଏବଂ ବ୍ୟାକ୍ଟେରିଆ ବିଶେଷଜ୍ଞ ଲ୍ୟୁଟ୍‌ନାଣ୍ଟ ଓ୍ବିଲିୟମ ବ୍ରଗ୍‌ଟନ୍‌ ଆଲ୍‌କକ୍‌ ଏହି ବ୍ୟାକ୍ଟେରିଆକୁ ଚିହ୍ନଟ କରିଥିଲେ। ଏହାକୁ ସ୍ବତନ୍ତ୍ର ପଦ୍ଧତିରେ ଏକ କାଚ ଜାରରେ ସଂରକ୍ଷିତ କରି ସିଲ୍‌ କରି ଦିଆଯାଇଥିଲା। ‘ନ୍ୟାଶନାଲ କଲେକ୍ସନ ଫର୍‌ ଟାଇପ୍‌ କଲଚର’ର ଏହା ଥିଲା ପ୍ରଥମ ନମୁନା। ପୃଥିବୀର ବିଭିନ୍ନ ସ୍ଥାନରୁ ଠାବ କରାଯାଇଥିବା ୬୦୦୦ରୁ ଊର୍ଦ୍ଧ୍ୱ ବ୍ୟାକ୍ଟେରିଆ ସାମ୍ପଲକୁ ଏଠାରେ ସଂରକ୍ଷିତ କରି ରଖାଯାଇଛି।
‘ନ୍ୟାଶନାଲ କଲେକ୍ସନ୍‌ ଫର୍‌ ଟାଇପ୍‌ କଲଚର’ରେ ସଂରକ୍ଷିତ ବ୍ୟାକ୍ଟେରିଆ ଏତେ ଘାତକ ଯେ, ଏମାନଙ୍କ ସଂସ୍ପର୍ଶରେ ଆସିଲେ ଜଣେ ସୁସ୍ଥସବଳ ମଣିଷ ମାତ୍ର କେଇ ସେକେଣ୍ଡ ଭିତରେ ମୃତ୍ୟୁ ମୁଖକୁ ଟାଣିହୋଇଯାଏ। ଲାଇବ୍ରେରିରେ ୬୦୦୦ରୁ ଊର୍ଦ୍ଧ୍ୱ ପ୍ରଜାତିର ବ୍ୟାକ୍ଟେରିଆ ରହିଥିବାବେଳେ ସେମାନଙ୍କ ଏକାଧିକ ଜେନେଟିକ୍‌ କଲଚର କରାଯାଇଛି। ଯଦିଓ ଏଠାରେ ଜୀବାଣୁ, ଭୂତାଣୁ, କବକ ପ୍ରଜାତିର ଅନେକ ସାମ୍ପଲ ରଖାଯାଇଛି, ତଥାପି ବ୍ୟାକ୍ଟେରିଆ ଉପରେ ଅଧିକ ଗବେଷଣା କରାଯାଉଛି।
ପୃଥିବୀର ପ୍ରତିବର୍ଷ ଯେତେ ଲୋକଙ୍କ ଜୀବନ ଭୂତାଣୁ ସଂକ୍ରମଣରେ ଯାଉଛି, ତା’ଠାରୁ ଅଧିକ ମରୁଛନ୍ତି ବ୍ୟାକ୍ଟେରିଆ କାରଣରୁ । ବ୍ୟାକ୍ଟେରିଆ ସଂକ୍ରମଣ ରୋକିବାକୁ ଅନେକ ପ୍ରତିଷେଧକ ଦିଆଯାଏ। ତେବେ ଧୀରେ ଧୀରେ ବ୍ୟାକ୍ଟେରିଆ ଏହାର ସହନଶକ୍ତି ହାସଲ କରିଥାଏ। ଫଳରେ ପ୍ରତିଷେଧକ ନିଷ୍କ୍ରିୟ ହୋଇଯାଏ। ତେଣୁ ବ୍ୟାକ୍ଟେରିଆଙ୍କୁ ଚିହ୍ନଟ କରିବା, ସେମାନଙ୍କ ବିଷୟରେ ଜ୍ଞାନ ଆହରଣ କରିବା, ନୂତନ ପ୍ରତିଷେଧକ ଲାଗି ଗବେଷଣା କରିବାକୁ ଏହି ଲାଇବ୍ରେରି ସ୍ଥାପନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆଁଖାଇ ତିହାର୍‌: ନୂଆ ଆହ୍ବାନ ‘ସାମାଜିକ ଦୂରତାରୁ ସାମାଜିକ ନିବିଡ଼ତା’

ନୂଆଁଖାଇ ତିହାର୍‌ର ମୂଳ ଆବେଦନ ସାମାଜିକ ନିବିଡତା। ଏଥିରେ ସାମାଜିକ ଦୂରତାର ସ୍ଥାନ ନାହିଁ। କେଉଁ ଆବହମାନ କାଳରୁ ପଶ୍ଚିମ ଓଡିଶା ବା କୋଶଳାଞ୍ଚଳର ଭୌଗୋଳିକ...

ପାଚେରି ଭିତରେ ଘୋଡ଼ାକୁ ଏମିିତି ଗେଲ କରୁଛି କୁକୁର

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ଆଜି ବିଶ୍ୱ ରେଡିଓ ଦିବସ

ଶବ୍ଦ, ସ୍ବର, ସଙ୍ଗୀତ, ସୃଜନଶୀଳତାର ସାବଲୀଳ ସଙ୍ଗମ ହେଉଛି ରେଡିଓ। ଶ୍ରୋତାଙ୍କ ହୃଦୟରେ ଶତାବ୍ଦୀରୁ ଅଧିକ ସମୟ ଧରି ଘର କରି ରହିଥିବା ଏହି ଲୋକପ୍ରିୟ...

୩୦ ବର୍ଷ ଧରି ଖୋଲୁ ନ ଥିଲା ଏହି ମହିଳାଙ୍କ ମୁହଁ, ସଫଳ ଅପରେଶନ କଲେ ଡାକ୍ତର

ଦିଲ୍ଲୀର ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରେ ସିନିୟର ମ୍ୟାନେଜର ଭାବରେ କାର୍ଯ୍ୟ କରୁଥିବା ଜଣେ ମହିଳାଙ୍କ ଏକ ନିଆରା ଅପରେଶନ ହୋଇଛି। ଏହି ମହିଳାଙ୍କ ପାଟି ଦୀର୍ଘ...

ଜୀବିକା ଦେଇଛି କାଠକଣ୍ଢେଇ

ଓଡ଼ିଶାର ବିଭିନ୍ନ ପାରମ୍ପରିକ ହସ୍ତଶିଳ୍ପ ଓ କଳାକାରିଗରି ପାଇଁ ଦେଶବିଦେଶରେ ସ୍ବତନ୍ତ୍ର ପରିଚୟ ରହିଛି। ଏପରି କି ହସ୍ତଶିଳ୍ପ କଳାରେ ନିୟୋଜିତ କାରିଗରମାନଙ୍କୁ ରୋଜଗାର ପନ୍ଥା...

ବିଶ୍ୱର ସବୁଠୁ ବ୍ୟୟବହୁଳ ଘୋଡ଼ା ଦୌଡ଼ ପ୍ରତିଯୋଗିତା: ପ୍ରଥମ ମହିଳା ଭାବେ ଭାଗ ନେବେ ନିକୋଲା

ରିୟାଦ: ସାଉଦି ଆରବରେ ୨୯ ଫେବୃୟାରୀରେ ବିଶ୍ୱର ସବୁଠୁ ବ୍ୟୟବହୁଳ ଘୋଡ଼ା ଦୌଡ଼ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ମୋଟ ପୁରସ୍କାର ରାଶି ରହିଛି ୧୪୩...

୫ ବର୍ଷ ପରେ ପାକିସ୍ତାନ ଜେଲରୁ ମୁକୁଳିବେ ସ୍ବାମୀ; ଖୁସି ବଦଳରେ ଦ୍ୱନ୍ଦ୍ୱରେ ସ୍ତ୍ରୀ

ଭୋପାଳ, ୧୬।୯: ଦୀର୍ଘ ୫ ବର୍ଷ ଧରି ନିଖୋଜ ଥିବା ମଧ୍ୟପ୍ରଦେଶ ରଓ୍ବେ ଜିଲାର ଅନିଲ ପାକିସ୍ତାନ ଜେଲରୁ ମୁକ୍ତି ହେଉଛନ୍ତି। ଏହି ଖବର ଅନିଲଙ୍କ...

ଏହି ମୁସଲମାନ ଦେଶରେ ଭଗବାନ ରାମଙ୍କୁ ପୂଜା କରାଯାଏ

ଇଣ୍ଡୋନେସିଆର ଜନସଂଖ୍ୟା ପାଖାପାଖି ୨୩ କୋଟି। ଏହା ବିଶ୍ୱର ଚତୁର୍ଥ ବୃହତ୍ତମ ଜନସଂଖ୍ୟା ବିଶିଷ୍ଟ ଦେଶ କୁହାଯାଉଥିବା ବେଳେ ଏହି ଦେଶ ମୁସଲମାନ ବହୁଳ। ତେବେ...

Advertisement
Archives

Model This Week