Posted inଖେଳ

ରାହୁଲଙ୍କ ଶରୀରରେ ମାତା ଆସିଗଲେ

ଆଇପିଏଲ୍‌ ୨୦୨୦ରେ ଏବେ ରାଜସ୍ଥାନ ରୟାଲ୍ସ ବ୍ୟାଟ୍ସମ୍ୟାନ୍‌ ରାହୁଲ ଟୟୋଟିଆଙ୍କ ଚର୍ଚ୍ଚା ଚାଲିଛି।ଶାରଜା କ୍ରିକେଟ ଷ୍ଟାଡିୟମରେ କିଙ୍ଗ୍ସ ଏକାଦଶ ପଞ୍ଜାବ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ରବିବାର ଏକ ମ୍ୟାଚ୍‌ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ପ୍ରବଳ ରନ୍‌ ବର୍ଷିଥିଲା। ପଞ୍ଜାବ ପ୍ରଥମେ ଖେଳି ଦୁଇ ଉଇକେଟ୍‌ ହରାଇ ୨୨୩ ରନ୍‌ ସଂଗ୍ରହ କରିଥିଲା। ୨୨୪ ରନ୍‌କୁ ପିଛା କରି ରାଜସ୍ଥାନ ମଧ୍ୟ ଛକା, ଚୌକା ବର୍ଷା କରିଥିଲା। ଦଳକୁ ଶେଷ ୩ ଓଭରରେ ୫୧ ରନ୍‌ ଆବଶ୍ୟକ ଥିବାବେଳେ ୨୭ ବର୍ଷୀୟ ରାହୁଲ ଟୟୋଟିଆ ୧୮ତମ ଓଭରରେ ୫ଟି ଛକା ମାରି ମ୍ୟାଚ୍‌ର ପୂରା ସମୀକରଣ ବଦଳାଇ ଦେଇଥିଲେ। ସେ ପ୍ରଥମ ୪ଟି ବଲ୍‌ରେ ଛକା ଲଗାଇଥିବାବେଳେ ପଞ୍ଚମ ବଲ୍‌ରେ ଛକା ମାରିପାରି ନ ଥିଲେ। ପୁଣି ଶେଷ ବଲ୍‌ରେ ଛକା ମାରି ଦଳକୁ ବିଜୟ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାଙ୍କ ବ୍ୟାଟିଂ ଦେଖି ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବୀରେନ୍ଦ୍ର ସେହ୍ବାଗ ଖୁସି ବ୍ୟକ୍ତି କରିଛନ୍ତି। ସେ ନିଜ ଚିରପରିଚିତ ଷ୍ଟାଇଲରେ ରାହୁଲଙ୍କ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ରାହୁଲ ବ୍ୟାଟିଂ କରୁଥିବା ସମୟରେ ତାଙ୍କ ଶରୀରରେ ମାତା ଆସିଯାଇଥିଲେ। ସୋସିଆଲ ମିଡିଆରେ ସେହ୍ବାଗ ରାହୁଲଙ୍କ ପ୍ରଶଂସା କରି କହିଛନ୍ତି, ହିରୋ କେବେ ଜନ୍ମ ନିଅନ୍ତି ନାହିଁ, ହିରୋ ହେବାକୁ ପଡେ। ଟୟୋଟିଆଙ୍କ ଶରୀରରେ ମାତା ଆସିଯାଇଥିଲେ। ଏହାକୁ କହନ୍ତି କ୍ରିକେଟ୍‌, ଏହା ହିଁ ଜୀବନ। ଗୋଟିଏ ମିନିଟ୍‌ରେ ସବୁକିଛି ବଦଳିଯାଏ। କେବଳ ନିଜକୁ ହାରିବାକୁ ଦିଅ ନାହିଁ। ଯଦି ତୁମ ସଫଳତା ଉପରେ ବିଶ୍ୱାସ କରାଯିବ ତେବେ ତୁମକୁ ଆଙ୍ଗୁଠି ଉଠାଉଥିବା ଲୋକେ ତାଳି ମାରିବେ ବୋଲି ତଓ୍ବେତିଆଙ୍କ ଉପଦେଶ ଦେଇଛନ୍ତି ସେହ୍ବାଗ।


Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍‌ ଅନ୍ତର୍ଜାତୀୟ କ୍ରିକେଟକୁ ବାଏ ବାଏ କହିଲେ ଏହି ମହାନ କ୍ରିକେଟର୍‌: ଭାବପ୍ରବଣ ହୋଇ ନେଲେ ବିଦାୟ

ନୂଆଦିଲ୍ଲୀ,୩୦।୭: ଭାରତୀୟ କ୍ରିକେଟର ଜଣେ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ତଥା ଟେଷ୍ଟ ବିଶେଷଜ୍ଞ ଭାବରେ ବିବେଚିତ ଅଜିଙ୍କେ ରାହାଣେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ରାହାଣେ ଗତ…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ସୂଚନା: ଆସନ୍ତା ୩ ଦିନ ଯାଏ ରାଜ୍ୟରେ…

ଭୁବନେଶ୍ୱର, ୩୦।୭: ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବାର ନାହିଁ। ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ।…

ଖୋର୍ଦ୍ଧାରେ ସ୍କୁଲ ଛୁଟି ଘୋଷଣା: ଆସିବେନି ପିଲା, ରହିବେ ଶିକ୍ଷକ

ଖୋର୍ଦ୍ଧା,୩୦ା୭: ଖୋର୍ଦ୍ଧା ଜିଲାରେ ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି। ୩୧ ତାରିଖରେ ସ୍କୁଲ ଛୁଟି ରହିବ। ଏନେଇ ଜିଲାର ସମସ୍ତ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଜିଲାପାଳ…

ହଠାତ୍‌ ମୋଦି ସରକାରଙ୍କୁ ପ୍ରଶଂସା କଲେ ୱାଙ୍ଗଚୁକ, କହିଦେଲେ ଏମିତି…

ନୂଆଦିଲ୍ଲୀ, ୩୦।୭: ବିଖ୍ୟାତ ଶିକ୍ଷାବିତ୍‌ ଏବଂ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ଏକ ଭିଡିଓ ଶେୟାର କରି ଭାରତୀୟ ରେଲୱେର ପ୍ରଶଂସା କରିଛନ୍ତି। ଏଥିସହ ସେ ଏହା…

୧୦ ପଞ୍ଚାୟତର ଦୁଃଖ ବଉଦପାଟ, ବନ୍ୟା ହେଲେ ଜଳ ନିଷ୍କାସନରେ ବାଧକ ସାଜିଛି ୫୩ ନମ୍ବର ଜାତୀୟ ରାଜପଥ ବାଧକ

ମହାକାଳପଡ଼ା,୩୦ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ୧୦ପଞ୍ଚାୟତ ଚାଷକ୍ଷେତରେ ବର୍ଷା ଓ ବନ୍ୟା ଜଳ ନିଷ୍କାସନରେ ୫୩ ନଂ. ଜାତୀୟ ରାଜପଥ ବାଧକ ସାଜିଛି।…

ଯୌତୁକ ପାଇଁ ସ୍ତ୍ରୀଙ୍କୁ ନିର୍ଯାତନା ଅଭିଯୋଗ; ଘରୁ ସ୍ବାମୀଙ୍କୁ ଉଠାଇନେଇ ପୋଲିସ…

ଦିଗପହଣ୍ଡି,୩୦।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ କାଣ୍ଡସର ଗ୍ରାମର କେ.କୁରେଶୁୁ ରେଡ୍ଡୀଙ୍କ ଝିଅ କେ. ଭାରତୀ ରେଡ୍ଡୀ ସାନଖେମୁଣ୍ଡି ବ୍ଲକ…

ଏହି ବୋଲରକୁ ଡରନ୍ତି ବୈଭବ ସୂର୍ଯ୍ୟବଂଶୀ! ନିଜେ କହିଦେଲେ ସବୁ ସତ

ନୂଆଦିଲ୍ଲୀ, ୩୦।୭: ଭାରତୀୟ କ୍ରିକେଟ ଜଗତରେ ଏବେ ଛାଇ ଯାଇଥିବା ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ ନିକଟରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଛନ୍ତି। ସେ ଭାରତ ପାଇଁ…

ଘରୁ ବୃଦ୍ଧାଙ୍କ ପଚାସଢା ମୃତଦେହ ଉଦ୍ଧାର ଘଟଣା: ବେସାହାରା ହୋଇପଡିଛନ୍ତି ମାନସିକ ବିକାରଗ୍ରସ୍ତ ୨ ପୁଅ, ପ୍ରଶାସନର ଦେଖାନାହିଁ…

ପୁରୁଷୋତ୍ତମପୁର,୩୦/୭ (ସବିତା ମିଶ୍ର) ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ରଥସାହିରେ ଏକ ଅଭାବନୀୟ ଘଟଣା ଚର୍ଚ୍ଚିତ ବିଷୟ ପାଲଟିଥିଲା। ସବୁଥାଇ ମଧ୍ୟ ପରିବାର ଓ ସମ୍ପର୍କିୟମାନେ ମୁହଁ ଫେରାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri