Posted inଖେଳ

ଏହି କାରଣରୁ ବଡ଼ ଇନିଂସ ଖେଳିପାରୁନାହାନ୍ତି କୋହଲି

ମୋହାଲି,୫।୩: ଶ୍ରୀଲଙ୍କା ବିପକ୍ଷରେ ଭାରତ ଖେଳୁଥିବା ପ୍ରଥମ ଟେଷ୍ଟ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ସ୍ବତନ୍ତ୍ର ଥିଲା। କାରଣ ଏହା ତାଙ୍କ କ୍ୟାରିୟରର ୧୦୦ତମ ଟେଷ୍ଟ ମ୍ୟାଚ୍‌ ଥିଲା । ପ୍ରଶଂସକମାନେ ଖାସ୍‌ ଦିନକୁ ଖାସ୍‌ କରିବାକୁ ଯାଇ କୋହଲି ଶତକ ମାରିବେ ବୋଲି ଆଶା ରଖିଥିଲେ । ହେଲେ ସେ ୪୫ ରନ୍‌ କରି ବୋଲ୍ଡ ହୋଇଯାଇଥିଲେ । ଖେଳାଳି ଭାବେ ଏହା ତାଙ୍କୁ ନିରାଶ କରିଛି ।

ପ୍ରଥମ ଦିନ ଖେଳ ଶେଷ ହେବା ପରେ କୋହଲି କହିଛନ୍ତି, ମୋତେ ଲାଗିଲା ଯେପରି ଏହା ମୋର ପ୍ରଥମ ଟେଷ୍ଟ। ମନ ଅଶାନ୍ତ ଥିଲା । ନର୍ଭସ ମଧ୍ୟ। ପ୍ରଥମେ ବ୍ୟାଟିଂ ଭଲ ଥିଲା । ହେଲେ ଏପରି ଆଉଟ୍‌ ହେବା ଦୁଃଖ ଦେଇଛି । ଖେଳାଳି ଭାବେ ନିରାଶ ହେବା ସ୍ବାଭାବିକ । କାରଣ ଆମ ମନରେ ବଡ଼ ଇନିଂସ ଖେଳି ଦଳର ସ୍ଥିତିକୁ ମଜଭୂତ କରିବାର ଇଚ୍ଛା ରହିଥାଏ । ହେଲେ କରୋନା ସମୟରେ ଖେଳ ଉପରେ ଧ୍ୟାନ ଦେବାକୁ ସମୟ ମିଳିପାରୁନାହିଁ । ତିନୋଟି ଯାକ ଫର୍ମାଟ ସହ ଆଇପିଏଲ୍‌ରେ ଏତେ ସମୟ ଯାଏ ଖେଳିବା କଠିନ ଥିଲା । ତଥାପି ଶରୀରକୁ ସେଭଳି ଅନୁକୂଳ କରିବାକୁ ନେଇ ମୁଁ ଗର୍ବ କରେ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ରେ ଇତିହାସ ରଚିଲା ସନରାଇଜର୍ସ ହାଇଦ୍ରାବାଦ

ନୂଆଦିଲ୍ଲୀ,୧୬।୪; ଆଇପିଏଲ ୨୦୨୪ର ୩୦ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇତିହାସ ରଚିଛି। ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ଆଇପିଏଲର ସର୍ବାଧିକ ସ୍କୋର...

୬ ପରାଜୟ ପରେ ପ୍ଲେ ଅଫ ପାଇଁ ଯୋଗ୍ୟତା ଅର୍ଜନ କରିପାରିବ କି ଆରସିବି: ଜାଣନ୍ତୁ କ’ଣ କହୁଛି ସମୀକରଣ

ନୂଆଦିଲ୍ଲୀ,୧୬।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଫାଫ ଡୁ ପ୍ଲେସିସଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ସନରାଇଜର୍ସ...

ଭୁବନେଶ୍ୱର ‘ଏ’, ଝାରସୁଗୁଡ଼ା, ସୋନପୁର ବିଜୟୀ

ଭୁବନେଶ୍ୱର, ୧୬।୪ (ତପନ ସ୍ବାଇଁ): ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ କଟକର ବିଭିନ୍ନ ଗ୍ରାଉଣ୍ଡରେ ସୋମବାର ଅନୁଷ୍ଠିତ ୧୯ ବର୍ଷରୁ କମ୍‌ ଆନ୍ତଃଜିଲା କ୍ରିକେଟ ଲିଗ୍‌...

ଇଂଲଣ୍ଡର ଶ୍ରେଷ୍ଠ ସ୍ପିନର ଅଣ୍ଡରଉଡ୍‌ଙ୍କ ଦେହାନ୍ତ

ନୂଆଦିଲ୍ଲୀ, ୧୬ା୪ (ପି.ଟି.): ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଇଂଲଣ୍ଡର ଶ୍ରେଷ୍ଠ ସ୍ପିନର ବିବେଚନା କରାଯାଉଥିବା ଡେରିକ୍‌ ଅଣ୍ଡରଉଡ୍‌ଙ୍କର କେଣ୍ଟଠାରେ ପରଲୋକ ହୋଇଯାଇଛି। ତାଙ୍କୁ ୭୮ବର୍ଷ ବୟସ...

ସନରାଇଜର୍ସର ରେକର୍ଡ ସ୍କୋର

ବେଙ୍ଗାଲୁରୁ,୧୬ା୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ)ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ବିପକ୍ଷରେ ଦ୍ରୁତ ଶତକ ହାସଲ କରିଛନ୍ତି ସନରାଇଜର୍ସ ହାଇଦ୍ରାବାଦର ଟ୍ରାଭିସ୍‌ ହେଡ୍‌। ନିର୍ଦ୍ଧାରିତ...

ପୋଲିସ ହେପାଜତରେ ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟର ମାଇକେଲ ସ୍ଲାଟର

ବ୍ରିସ୍‌ବେନ୍‌,୧୫ା୪: ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟର ଓ ଭାଷ୍ୟକାର ମାଇକେଲ ସ୍ଲାଟର ବର୍ତ୍ତମାନ ପୋଲିସ ହେପାଜତରେ ଅଛନ୍ତି। ପୋଲିସ ତାଙ୍କୁ ବିଭିନ୍ନ ଅପରାଧିକ ମାମଲାରେ ଗିରଫ କରି...

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ବର୍ଷିଲେ ଗାଭାସ୍କର

ମୁମ୍ବାଇ,୧୫।୪: ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କର ମୁମ୍ବାଇ ଇଣ୍ଡିଆନ୍ସର ଖରାପ ଫର୍ମକୁ ନେଇ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟାର୍ଗେଟ କରିଛନ୍ତି। ଏହି ସିଜିନ୍‌ରେ ମୁମ୍ବାଇ...

ପଡ଼ିଆ ବାହାରେ ଏମିତି କାମ କଲେ ଧୋନୀ: ସମସ୍ତେ କରୁଛନ୍ତି ବାଃ ବାଃ

ମୁମ୍ବାଇ,୧୫।୪: ଚେନ୍ନାଇ ସୁପର କିଙ୍ଗ୍ସ ନିଜ ଘରୋଇ ୱାଙ୍ଖଡେ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଆଇପିଏଲ ୨୦୨୪ରେ ଚତୁର୍ଥ ବିଜୟ ହାସଲ କରିଛି। ଚେନ୍ନାଇର ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri