ତେଜସ୍ବୀଙ୍କ ଅଧିନାୟିକତ୍ୱରେ ଖେଳିଛନ୍ତି ବିରାଟ କୋହଲି, ଓଡ଼ିଶା ବିପକ୍ଷରେ…ଜାଣନ୍ତୁ

ନୂଆଦିଲ୍ଲୀ,୧୮।୯: ଭାରତୀୟ ରାଜନେତା ତେଜସ୍ବୀ ଯାଦବ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି , ଟିମ ଇଣ୍ଡିଆର ବର୍ତ୍ତମାନର ଭେଟେରାନ ବ୍ୟାଟ୍ସମ୍ୟାନ ବିରାଟ କୋହଲି ତାଙ୍କ ଅଧିନାୟିକତ୍ୱରେ କ୍ରିକେଟ ଖେଳିଛନ୍ତି। ଆରଜେଡି ନେତା ଏକ ସାକ୍ଷାତକାରରେ ଏପରି କହି ନିଜର ମନର ଯନ୍ତ୍ରଣା ପ୍ରକାଶ କରିଛନ୍ତି। ତେବେ ତାଙ୍କ ବୟାନର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

ତେଜସ୍ବୀଙ୍କ କ୍ରିକେଟ ମାନିଆ। ତେଜସ୍ବୀଙ୍କ ବୟାନ ପରେ ଏବେ ଜାତୀୟ ରାଜନୀତି ସହ କ୍ରିକେଟ ଦୁନିଆରେ ମଧ୍ୟ ଚହଳ ପଡିଛି। ତେଜସ୍ବୀ ଏବେ ଜାତୀୟ ରାଜନୀତିର ବଡ଼ ଚେହେରା। ବିହାର ରାଜନୀତି ପରି ଲାଲୁ ଯାଦବଙ୍କ ପୁଅ ତେଜସ୍ବୀଙ୍କ ଜାତୀୟ ରାଜନୀତିରେ ମଧ୍ୟ ଦବ୍‌ଦବା ରହିଛି। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ରାଜନୀତିରେ ଗୋଟି ଚାଳନା କରିବାରେ ଧୁରନ୍ଧର ଏହି ନେତାଙ୍କ କ୍ରିକେଟରେ ପାରଙ୍ଗମ କେମିତି? ତାଙ୍କ ଅଧିନରେ ବିରାଟ କିପରି ମ୍ୟାଚ୍‌ ଖେଳିଛନ୍ତି? ଆସନ୍ତୁ ଜାଣିବା।

ଜାତୀୟ ରାଜନୀତିର ଏହି ଷ୍ଟାର ନେତା ସେତେବେଳେ କ୍ରିକେଟ ଦୁନିଆରେ ଥିଲେ ଷ୍ଟାର ପ୍ଲେୟାର। ଏବେ ବିରାଟଙ୍କୁ ଆପଣ ଯେମିତି ଦେଖୁଛନ୍ତି ସେହି ସମୟରେ ତେଜସ୍ବୀ ମଧ୍ୟ ଦେଖାଉଥିଲେ କ୍ରିକେଟରେ ଜଲଓ୍ବା। କିନ୍ତୁ କ୍ରିକେଟରୁ ସେ ଓହରି ଆସିଥିବାରୁ କରୁଛନ୍ତି ମନଦୁଖ। ତାଙ୍କ କ୍ରିକେଟ କ୍ୟାରିୟର ଅଧା ରହି ଯାଇଥିବାରୁ ସେ ଖୁସି ନାହାନ୍ତି। ସେତେବେଳେ ସେ ଘରୋଇ କ୍ରିକେଟରେ ତାଙ୍କ ଜଲଓ୍ବା ଦେଖାଉଥିଲେ। ସେହି ସମୟ ମଧ୍ୟରେ ଥିବା ଅନେକ ଖେଳାଳି, ତାଙ୍କର ବ୍ୟାଚମେଟ୍‌ ଥିଲେ।

ତେଜସ୍ବୱୀ ଯାଦବ ବିହାରର ପୂର୍ବତନ ସିଏମ ଲାଲୁ ପ୍ରସାଦ ଯାଦବଙ୍କ ପୁଅ। ୩୪ ବର୍ଷୀୟ ରାଜନେତା କହିଛନ୍ତି, ମୁଁ ଜଣେ କ୍ରିକେଟର ଥିଲି ଏବଂ ଆଜିକାଲି କେହି ଏ ବିଷୟରେ ଆଲୋଚନା ମଧ୍ୟ କରନ୍ତି ନାହିଁ। ବିରାଟ କୋହଲି ମୋର ଅଧିନାୟକତ୍ୱରେ ଖେଳିଛନ୍ତି। କିନ୍ତୁ କେହି କେବେ ଏ ବିଷୟରେ କଥାବାର୍ତ୍ତା କରିଛନ୍ତି କି? ଜଣେ ପେସାଦାର କ୍ରିକେଟର ଭାବରେ ମୁଁ ଭଲ କ୍ରିକେଟ ଖେଳିଛି । ଟିମ ଇଣ୍ଡିଆର ଅନେକ ଖେଳାଳି ମୋର ବ୍ୟାଚମେଟ୍‌ ହୋଇଛନ୍ତି।

ଆରଜେଡି ନେତା ଆହୁରି କହିଛନ୍ତି ଯେ, ମୋର ଉଭୟ ଲିଗାମେଣ୍ଟ ଭାଙ୍ଗି ଯାଇଥିବାରୁ ମୋତେ ଖେଳ ଛାଡିବାକୁ ପଡିଥିଲା।
ତେଜସ୍ବୀଙ୍କ ଏହି ବାର୍ତ୍ତାଳପ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଯାହାକୁ ନେଇ କ୍ରିକେଟ ପ୍ରେମୀମାନେ ତୀବ୍ର ପ୍ରତିକ୍ରିୟା ଦେଉଛନ୍ତି।

କହିରଖୁଛୁ କି, ତେଜସ୍ବୀ ଯାଦବ ୧ ଫାଷ୍ଟ କ୍ଲାସ, ୨ ଲିଷ୍ଟ ‘ଏ’ ଏବଂ ୪ଟି ଟି-୨୦ ମ୍ୟାଚ ଖେଳିଛନ୍ତି। ଏହା ବ୍ୟତୀତ ସେ ଝାଡଖଣ୍ଡ ଦଳର ଅଧିନାୟକ ମଧ୍ୟ ରହିଛନ୍ତି। ସେ ନଭେମ୍ବର ୨୦୦୯ରେ ବିଦର୍ଭଙ୍କ ବିପକ୍ଷରେ ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିଥିଲେ। ତେଜସ୍ବୀ ଫେବୃଆରୀ ୨୦୧୦ରେ ତ୍ରିପୁରା ଏବଂ ଓଡ଼ିଶା ବିପକ୍ଷରେ ୨ ଲିଷ୍ଟ ଏ ମ୍ୟାଚ ଖେଳିବାରେ ସଫଳ ହୋଇଥିଲେ। ଏହା ବ୍ୟତୀତ ଧାନବାଦରେ ଓଡ଼ିଶା, ଆସାମ, ବଙ୍ଗଳା ଏବଂ ତ୍ରିପୁରା ବିପକ୍ଷରେ ୪ଟି ଟି-୨୦ ମ୍ୟାଚରେ ଭାଗ ନେଇଥିଲେ। ଖୁବ କମ ଲୋକ ଜାଣନ୍ତି ଯେ ଭାରତୀୟ ପ୍ରିମିୟର ଲିଗ ୨୦୦୮ ପାଇଁ ତେଜସ୍ବୀ ଯାଦବଙ୍କୁ ଦିଲ୍ଲୀ ଡେୟାରଡେଭିଲ୍ସ (ଦିଲ୍ଲୀ କ୍ୟାପିଟାଲ) ଦଳରେ ଅନ୍ତର୍ଭୁକ୍ତ କରାଯାଇଥିଲା। ତାଙ୍କୁ ୨୦୦୮ରୁ ୨୦୧୨ପର୍ଯ୍ୟନ୍ତ ଏହି ଗ୍ରୁପ୍‌ରେ ଅନ୍ତର୍ଭୁକ୍ତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

ମହାସଂଯୋଗ! ଅକ୍ଟୋବର ଆରମ୍ଭରୁ ଚମକିବ ୫ଟି ରାଶିର ଭାଗ୍ୟ! ବୁଧ-ଅରୁଣଙ୍କ କୃପାରୁ ହେବେ ମାଲାମାଲ୍ !

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଓ ବିଶେଷ ସଂଯୋଗର ଏକ ବଡ଼ ଗୁରୁତ୍ୱ ରହିଛି । ୩୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୬ ମିନିଟ୍‌ରେ ବୁଧ…

ବିଜୟଙ୍କ ବଡ଼ ବୟାନ: ରାଜା ହେବାକୁ ନୁହେଁ, ରାଜନୀତିକୁ ଆସିଛି….

ଚେନ୍ନାଇ,୩୦।୯: ତାମିଲନାଡୁର ଧାରାପୁରମରେ ଏକ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ନିଜ ଦଳ TVKର ରାଜନୈତିକ ଆଭିମୁଖ୍ୟ ନେଇ ବଡ଼ ବୟାନ ଦେଇଛନ୍ତି। ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?