Posted inଖେଳ

ଫ୍ୟାନ୍ସଙ୍କୁ ଆଶ୍ୱସ୍ତି ଦେଲେ କୋହଲି

ଡର୍ହାମ,୨୧।୭: ଭାରତୀୟ ଅଧିନାୟକ ବିରାଟ କୋହଲି ପିଠି ଜନିତ ସମସ୍ୟା ଲାଗି ଏଠାରେ ଚାଲିଥିବା କାଉଣ୍ଟି ସିଲେକ୍ଟ ଏକାଦଶ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ରେ ଖେଳୁ ନାହାନ୍ତି। କୋହଲି ଓ ଉପ ଅଧିନାୟକ ଅଜିଙ୍କ୍ୟ ରାହାନେଙ୍କ ଅନୁପସ୍ଥିତିରେ ଅଭ୍ୟାସ ମ୍ୟାଚ୍‌ରେ ରୋହିତ ଶର୍ମା ଭାରତୀୟ ଦଳର ନେତୃତ୍ୱ ନେଉଛନ୍ତି। ତେବେ ଭାରତୀୟ ଦଳର ଫ୍ୟାନ୍ସଙ୍କ ଲାଗି ଆଶ୍ୱସ୍ତିଜନକ ଖବର ହେଲା ବୁଧବାର ନେଟ୍ସରେ ଫୁଲଦମ୍‌ରେ କୋହଲିଙ୍କୁ ବ୍ୟାଟିଂ କରୁଥିବା ଦେଖିବାକୁ ମିଳିଛି।

ଚଳିତ ୩ ଦିନିଆ ଅଭ୍ୟାସ ମ୍ୟାଚ୍‌ର ଦ୍ୱିତୀୟ ଦିନର ଲଞ୍ଚ ବ୍ରେକରେ କୋହଲି ଦୀର୍ଘ ସମୟ ଧରି ନେଟ୍ସରେ ବ୍ୟାଟିଂ କରିଥିଲେ। ନେଟ୍ସରେ କୋହଲିଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଥିଲା ଉଭୟ ଡିଫେନ୍ସିଭ ଓ ଆଟାକିଂ ଶଟ୍‌। ଟୁଇଟରରେ ଏହାର ଭିଡିଓ ଶେୟାର କରିଛି ବିସିସିଆଇ। ଯୁବ ପେସର ଅଭେଶ ଖାଁଙ୍କୁ ଚଳିତ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ସୁଯୋଗ ନ ମିଳିପାରେ। ଚଳିତ ଅଭ୍ୟାସ ମ୍ୟାଚ୍‌ରେ ପ୍ରତିପକ୍ଷ ସିଲେକ୍ଟ କାଉଣ୍ଟି ଏକାଦଶ ପକ୍ଷରୁ ଖେଳୁଥିବା ବେଳେ ତାଙ୍କ ବାମହାତ ବୁଢ଼ା ଆଙ୍ଗୁଠି ଫ୍ରାକ୍‌ଚର ହୋଇଯାଇଛି। ଏଣୁ ଓ୍ବାର୍ମ ଅପ୍‌ ମ୍ୟାଚ୍‌ର ଦ୍ୱିତୀୟ ଓ ୩ୟ ଦିନର ସେ ଖେଳିବେ ନାହିଁ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି। ତେବେ ଉପଅଧିନାୟକଙ୍କ ଫିଟ୍‌ନେସ ଉପରେ ବିସିସିଆଇ ପକ୍ଷରୁ କୌଣସି ଅପଡେଟ୍‌ ଆସି ନାହିଁ। ତାଙ୍କ ବାମ ଗୋଡ଼ ମାଂସପେଶୀ ଫୁଲି ଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆହତ ମିଚେଲ ଆଇପିଏଲରୁ ଓହରିଲେ, ଜାସନ ହୋଲ୍ଡର ବଦଳ ଖେଳାଳି

ଦୁବାଇ, ୨୪।୯(ପି.ଟି.)- ଅଷ୍ଟ୍ରେଲିଆନ ଅଲରାଉଣ୍ଡର ମିଚେଲ ମାର୍ଶ ଗୋଟିଏ ମ୍ୟାଚ ଖେଳି ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ରୁ ଓହରି ଯାଇଛନ୍ତି। ସନ୍‌ରାଇଜର୍ସ ପକ୍ଷରୁ ପ୍ରତିନିଧିତ୍ୱ କରିଥିବା...

ଆଇପିଏଲ୍‌ରୁ ଓହରିଲେ ଅମ୍ପାୟର ମେନନ

ନୂଆଦିଲ୍ଲୀ, ୩୦ା୪ (ପି.ଟି.)- ଭାରତର ଟପ୍‌ ଅମ୍ପାୟର ନୀତୀନ ମେନନ ଚଳିତ ଆଇପିଏଲ୍‌ରୁ ଓହରିଯାଇଛନ୍ତି। ତାଙ୍କ ପରିବାରର ୨ ସଦସ୍ୟ କୋଭିଡ୍‌ ସଂକ୍ରମଣରେ ଥିବା ଜଣାପଡ଼ିବା...

ଧୋନୀଙ୍କୁ ନେଇ ଭୋଗ୍‌ଲେଙ୍କ ଭିନ୍ନ ମତ

ମୁମ୍ବାଇ, ୨୯।୩- ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ ନେଇ ଅନିଶ୍ଚିତତା ଧିରେ ଧିରେ ବଢ଼ିବାରେ ଲାଗିଛି।...

ଆଇପିଏଲ୍‌କୁ ନେଇ ଗାଙ୍ଗୁଲିଙ୍କ ବଡ଼ ଖୁଲାସା: ଲକ୍‌ଡାଉନ୍‌ ହେଲେ..

ନୂଆଦିଲ୍ଲୀ,୫।୪: ଆଇପିଏଲ୍‌ର ୧୪ତମ ସିଜିନ୍‌ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି। ଦେଶରେ କରୋନା ମାମଲାରେ ବୃଦ୍ଧି ହେତୁ ଟି -୨୦ ଲିଗ ସ୍ଥାନ ପରିବର୍ତ୍ତନକୁ ନେଇ...

ବାବରଙ୍କ ଠାରୁ କୋହଲି ଟେକ୍‌ନିକ ଶିଖିବା ଦରକାର କହିଲେ ପ୍ରାକ୍ତନ ଖେଳାଳି

ଲାହୋର, ୧୧ା୪- ପାକିସ୍ତାନ ଅଧିନାୟକ ବାବର ଆଜାମଙ୍କ ଠାରୁ ଭାରତୀୟ ଅଧିନାୟକ ବିରାଟ କୋହଲି ଟେକ୍‌ନିକ ଶିକ୍ଷା କରିବା ଦରକାର। ଏଭଳି ମତ ଦେଇଛନ୍ତି ପାକିସ୍ତାନର...

ବୁମ୍‌ରାଙ୍କୁ ‘ବେବି ବୋଲର୍‌’ କହିଲେ ଏହି ପାକିସ୍ତାନୀ କ୍ରିକେଟର: ରାଗିଲେ ପ୍ରଶଂସକ

ନୂଆଦିଲ୍ଲୀ,୧୭।୧: ଭାରତୀୟ ଦଳର ଦ୍ରୁତ ବୋଲର ଜସପ୍ରିତ ବୁମ୍‌ରାଙ୍କ ବଲ୍‌କୁ ଖେଳିବାକୁ ବିଶ୍ୱର ଦିଗ୍ଗଜ ବ୍ୟାଟ୍ସମ୍ୟାନ୍‌ ଡରିଥାନ୍ତି। ଖୁବ୍‌ କମ୍‌ ଦିନର ଅନ୍ତରାଷ୍ଟ୍ରୀୟ କ୍ୟାରିୟରରେ ସେ...

ଖୁବ୍‌ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ଏହି ଷ୍ଟାର ଖେଳାଳି

ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ଜ୍ୱାଲା ଗୁଟ୍ଟା ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି। ନିକଟରେ ତାଙ୍କର ଭାବି ସ୍ବାମୀ ତଥା ତାମିଲ ଷ୍ଟାର ବିଷ୍ଣୁ ବିଶାଲ...

କୋଭିଡ-୧୯ ଲଢେଇରେ ସାମିଲ ହେଲେ ମାରାଡୋନା

ବ୍ୟୁନସ୍‌ ଆୟର୍ସ,୯।୫ (ଏଏଫ୍‌ପି): କୋଭିଡ-୧୯ ମାହମାରୀ ବିରୋଧରେ ଚାଲିଥିବା ଲଢେଇରେ ସାମିଲ ହୋଇଛନ୍ତି ଆର୍ଜେଣ୍ଟିନା କିମ୍ବଦନ୍ତୀ ଫୁଟବଲର ଡିଏଗୋ ମାରାଡୋନା। ବ୍ୟୁନସ ଆୟର୍ସର ଗରିବ ଲୋକଙ୍କ...

Ten Cric Info
Advertisement


Archives

Model This Week

Why Dharitri