ବାଙ୍କୀରେ ୧୬୩ ଧାରା ଉଲ୍ଲଂଘନ: ଭାଜପା-ବିଜେଡି ମୁହାଁମୁହିଁ, ୭ ଦିନିଆ ଚେତାବନୀ: ପ୍ରଶାସନିକ କାର୍ଯ୍ୟାନୁଷ୍ଠାନକୁ ନେଇ

ବାଙ୍କୀ, ୧୧।୮(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଉପଖଣ୍ଡ ଡମପଡ଼ା ବ୍ଲକ ଏବଂ ଉପଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ବିଏନ୍‌ଏସ୍‌ର ୧୬୩ ଧାରା ଜାରି ହୋଇଥିବା ସତ୍ତ୍ବେ ଦୁଇ ପ୍ରମୁଖ ରାଜନୈତିକ ଦଳ (ଭାଜପା ଓ ବିଜେଡି) ମୁହାଁମୁହିଁ ହୋଇଛନ୍ତି। ପ୍ରଶାସନ ପକ୍ଷରୁ ୩ ପ୍ଲାଟୁନ୍ ପୋଲିସ ଫୋର୍ସ ଏବଂ ବରିଷ୍ଠ ଅଧିକାରୀମାନେ ମୁତୟନ ରହିଥିବାବେଳେ ବ୍ଲକ ମୁଖ୍ୟ ରାସ୍ତା ଉପରେ କିଛି ସମୟ ପାଇଁ ଉତ୍ତେଜନା ଓ ଅଶାନ୍ତ ପରିବେଶ ସୃଷ୍ଟି ହୋଇଥିଲା।

ଡମପଡ଼ା ବ୍ଲକରେ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ଠିକ୍‌ ଭାବେ କାର୍ଯ୍ୟକାରୀ ନ କରାଯିବା, ଆବାସ ଯୋଜନାରେ ପାତରଅନ୍ତର ନୀତି, ଭତ୍ତା ପ୍ରଦାନରେ ଅବହେଳା ଏବଂ ଯନ୍ତ୍ରୀମାନଙ୍କ ଦ୍ବାରା ସରକାରୀ ପାଣ୍ଠି ଆତ୍ମସାତ୍‌ ନେଇ ଗତ ଶୁକ୍ରବାର ଭାଜପା ପକ୍ଷରୁ ବିଡ଼ିଓଙ୍କ ଅନୁପସ୍ଥିତିରେ ଧାରଣା ଦିଆଯାଇଥିଲା। ଏହି ଘଟଣାକୁ କେନ୍ଦ୍ର କରି ପ୍ରଶାସନ ପକ୍ଷରୁ ୧୬୩ ଧାରା ଜାରି କରାଯାଇ କେବଳ ୮ରୁ ୧୦ ଜଣିଆ ପ୍ରତିନିଧି ମଣ୍ଡଳଙ୍କୁ ଆଲୋଚନା ପାଇଁ ଅନୁମତି ଦିଆଯାଇଥିଲା।

ନିୟମକୁ ଉଲ୍ଲଂଘନ କରି ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ ନିର୍ଦ୍ଦେଶକ୍ରମେ ଡମପଡ଼ା ବ୍ଲକ ଅଧ୍ୟକ୍ଷ ପ୍ରଣବ କିଶୋର ପଟେଲଙ୍କ ଅଧ୍ୟକ୍ଷତାରେ ବିଜେଡି ପକ୍ଷରୁ ଗୋରୁହାଟ ପଡ଼ିଆରୁ ଶତାଧିକ କର୍ମୀ ଏକ ଶୋଭାଯାତ୍ରାରେ ବ୍ଲକ ଅଫିସ ଆଡ଼କୁ ଆସିଥିଲେ। ଅନ୍ୟପଟେ ଭାଜପାର ଶତାଧିକ କର୍ମୀ ମଧ୍ୟ ସେଠାରେ ପହଞ୍ଚିବାରୁ ଉଭୟ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ ପୋଲିସ ପ୍ରଶାସନ ତତ୍ପରତା ପ୍ରକାଶ କରି ଉଭୟ ପକ୍ଷକୁ ଅଟକାଇବାରୁ ଏକ ବଡ଼ଧରଣର ସଂଘର୍ଷ ଏଡ଼ାଯାଇପାରିଛି। ଘଟଣାସ୍ଥଳରେ କଟକ ଅତିରିକ୍ତ ଏସ୍‌.ପି. ପ୍ରଦୀପ କୁମାର ସାହୁ, ଏସ୍‌.ଡି.ପି.ଓ. ବାଳକୃଷ୍ଣ କହଁର ପ୍ରମୁଖ ଉପସ୍ଥିତ ରହି ସ୍ଥିତି ନିୟନ୍ତ୍ରଣ କରିଥିଲେ।

ବ୍ଲକ କାର୍ଯ୍ୟାଳୟ ଭିତରେ ଭାଜପା ବିଧାୟକ ପ୍ରାର୍ଥୀ ତୁଷାର କାନ୍ତ ଚକ୍ରବର୍ତ୍ତୀ, MP ପ୍ରତିନିଧି ସରୋଜ କୁମାର ମତ୍ତଗଜ ସିଂ, ଜୟନ୍ତ କୁମାର ବେଉରା, ଅନିତା ମିଶ୍ର, ଜଗନ୍ନାଥ ପରିଡ଼ା ଓ ଅନ୍ତର୍ଯ୍ୟାମୀ ମହାପାତ୍ର ପ୍ରମୁଖ ବିଡ଼ିଓଙ୍କ ସହ ଆଲୋଚନା କରିଥିଲେ। ତେବେ ଆଲୋଚନାରେ କୌଣସି ସନ୍ତୋଷଜନକ ସମାଧାନ ମିଳି ନ ଥିବାବେଳେ ସମସ୍ତ ତଥ୍ୟ ଦେବା ପାଇଁ ବିଡ଼ିଓ ୭ ଦିନ ସମୟ ମାଗିଛନ୍ତି। ଆଗାମୀ ୭ ଦିନ ମଧ୍ୟରେ ସରକାରୀ ଯୋଜନାଗୁଡ଼ିକର ସଠିକ୍ ରୂପାୟନ ନ ହେଲେ ଏବଂ ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନିଆଗଲେ ବ୍ଲକ ଘେରାଉ କରାଯିବ ବୋଲି ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି।

ଏନେଇ ଡମପଡ଼ା ବ୍ଲକ ବିଡ଼ିଓ ଅଂଶୁମାନ ଦାସ କହିଛନ୍ତି ଯେ, ବ୍ଲକରେ ସେଭଳି କୌଣସି ଅପ୍ରୀତିକର ପରିସ୍ଥିତି ଘଟିନାହିଁ। ଭାଜପା ପକ୍ଷରୁ ଆଜି ଏକ ଲିଖିତ ଅଭିଯୋଗ ପ୍ରଦାନ କରାଯାଇଛି, ଯାହାକୁ ତଦନ୍ତ କରି ନିୟମ ଅନୁସାରେ ରିପୋର୍ଟ ଦିଆଯିବ ଏବଂ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ କରାଯିବ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୪ ମାସ ତଳେ ବାପା ଆଖି ବୁଜିଥିଲେ, ଏବେ ଦୁର୍ଘଟଣାରେ ଚାଲିଗଲା ୨୨ ବର୍ଷୀୟ ପୁଅଙ୍କ ଜୀବନ: ଗ୍ରାମରେ ଶୋକାକୁଳ ପରିବେଶ…

ଦିଗପହଣ୍ଡି, ୧୦।୧୧ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ ଡେଙ୍ଗାଓସ୍ତା ଗ୍ରାମରୁ ପଳାସପୁର ଯାଉଥିବା ରାସ୍ତାର ହରିଣା-ଗୁଣ୍ଡୁରିଗୁଡ଼ା ଛକ ନିକଟରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ…

ବାଣ ଫୁଟାଇବାକୁ କେନ୍ଦ୍ରକରି ବୃଦ୍ଧଙ୍କ ହାତ ଭାଙ୍ଗିଥିଲେ, ୨ ଭାଇ ଗିରଫ, ସବ୍‌ଜେଲ୍‌ ଗଲେ…

ଦିଗପହଣ୍ଡି, ୧୦।୧୧ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଚୁଡୁଙ୍ଗପୁର ଗ୍ରାମର ଏ. ଡାଳି ପାତ୍ର (୬୭) ନାମକ ଜଣେ ବୃଦ୍ଧଙ୍କୁ ହତ୍ୟା ଉଦ୍ୟମ…

ଗହୀରମଥା ବିଶ୍ୱରେ କଇଁଛଙ୍କ ଉତ୍କୃଷ୍ଟ ଅନ୍ତୁଡ଼ିଶାଳ: ମହାକାଳପଡ଼ାରେ ଧୁମ୍‌ଧାମ୍‌ରେ ପାଳିତ ହେଲା ଗହୀରମଥା ମହୋତ୍ସବ

ମହାକାଳପଡ଼ା, ୧୦।୧୧ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅନ୍ତର୍ଗତ ଜଗରୀଜୋର ହାଟ କାଳୀ ପଡ଼ିଆଠାରେ ମଙ୍ଗଳବାର ସନ୍ଧ୍ୟାରେ ୫ମ ବାର୍ଷିକ ଗହୀରମଥା ମହୋତ୍ସବ…

ପୂର୍ବତନ ସଚିବଙ୍କ ବୟାନ ପରେ ଭଞ୍ଜନଗର ଜଳସମ୍ପଦ ବିଭାଗରେ ହଟଚମଟ: ଖୋଜା ଚାଲିଛି ପୁରୁଣା ଫାଇଲ୍, ଚାଷ କାର୍ଯ୍ୟ ପାଇଁ…

ଭଞ୍ଜନଗର, ୧୦/୧୧ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ଗତ ୨୯ ତାରିଖରେ ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ପ୍ରବଳ ବର୍ଷା ଯୋଗୁ ଭୟାବହ ବନ୍ୟା ସୃଷ୍ଟି ହୋଇଥିଲା। ଏଥିରେ…

ବାତ୍ୟା ପ୍ରଭାବିତଙ୍କ ପାଇଁ ସେବା ପ୍ରୟାସ: କନ୍ୟାସାହି ଗାଁରେ ଛାତ୍ରଛାତ୍ରୀଙ୍କ ରିଲିଫ-ରନ୍ଧନ ଖାଦ୍ୟ ବଣ୍ଟନ

ଦିଗପହଣ୍ଡି, ୧୦।୧୧ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ସ୍ଥିତ ରାମଜୀ ଡିଗ୍ରୀ କଲେଜର ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌) ଓ ଭାରତ…

ବନ୍ୟା ପ୍ରଭାବିତଙ୍କୁ ରନ୍ଧନ ଖାଦ୍ୟ ବଣ୍ଟନ କଲେ ଛାତ୍ରୀଛାତ୍ର

ଦିଗପହଣ୍ଡି,୧୦।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଡିଗ୍ରୀ କଲେଜ ଜାତୀୟ ସେବା ଯୋଜନା(ଏନ୍‌ଏସ୍‌ଏସ୍‌) ଓ ଭାରତ ସ୍କାଉଟ ଆଣ୍ଡ…

ସାକ୍ଷୀଙ୍କୁ ଜେଲରୁ ଧମକ ମାମଲା ତୃତୀୟଥର ଥାନାରେ ହାଜର ହେଲେ ବିକ୍ରମ

ବ୍ରହ୍ମପୁର,୧୦ା୧୧(ସୁବାସ ଚନ୍ଦ୍ର ପାଢ଼ୀ ): ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଜେଲ ଭିତରୁ ଧମକ ଘଟଣାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା…

ଦିବ୍ୟାଙ୍ଗ ଶିଶୁଙ୍କୁ ସହାୟତାର ହାତ, ୨୬୦ଙ୍କ ସ୍ୱାସ୍ଥ୍ୟ ପରୀକ୍ଷାରୁ ୧୧୨ ଚିହ୍ନଟ

ଦାରିଙ୍ଗବାଡ଼ି, ୧୦।୧୧ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍‌ ଅନ୍ତର୍ଗତ ରାପଡ଼ାବାଡ଼ି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ମଙ୍ଗଳବାର ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?