ସାକ୍ଷୀଙ୍କୁ ଜେଲରୁ ଧମକ ମାମଲା ତୃତୀୟଥର ଥାନାରେ ହାଜର ହେଲେ ବିକ୍ରମ

ବ୍ରହ୍ମପୁର,୧୦ା୧୧(ସୁବାସ ଚନ୍ଦ୍ର ପାଢ଼ୀ ): ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଜେଲ ଭିତରୁ ଧମକ ଘଟଣାରେ
ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା ମଙ୍ଗଳବାର ପୁଣି ଗୋଷାଣିନୂଆଗାଁ ଥାନାରେ ହାଜର ହୋଇଛନ୍ତି। ପୀତବାସ ହତ୍ୟା ମାମଲାରେ ଜାମିନରେ ଥିବା ବିକ୍ରମ ଜେଲରୁ ସାକ୍ଷୀଙ୍କୁ ଧମକ ଦେଇଥିବା ଅଭିଯୋଗ ହେବାପରେ ପୂର୍ବରୁ ଦୁଇଥର ଜେଲରେ ହାଜର ହୋଇଥିଲେ। ମଙ୍ଗଳବାର ପୂର୍ବାହ୍ନ ସାଢେ ୧୧ଟାରେ ବିକ୍ରମ ଓ ତତ୍କାଳୀନ ବ୍ରହ୍ମପୁର ଜେଲ ଡାକ୍ତର ସୁଶାନ୍ତ ପାଣିଗ୍ରାହୀଙ୍କୁ ପୁଣିଥରେ ଥାନାରେ ହାଜର ହେବାକୁ ପୋଲିସ ନୋଟିସ ଦେଇଥିଲା। ଏହିକ୍ରମରେ ବିକ୍ରମ ତାଙ୍କ ଓକିଲଙ୍କ ସହ ଥାନାକୁ ଆସିଥିବା ବେଳେ ଡା. ପାଣିଗ୍ରାହୀ ମଧ୍ୟ ସେଠାରେ ପହଞ୍ଚିଥିଲେ। ବ୍ରହ୍ମପୁର ଟାଉନ ଏସ୍‌ଡିପିଓ, ଥାନାଧିକାରୀ ଉଭୟଙ୍କୁ ମୁହଁାମୁହିଁ ଜେରା କରିଥିଲେ। କୋର୍ଟ ନିର୍ଦ୍ଦେଶରେ ଉଭୟଙ୍କ ଫୋନରେ କଥାବାର୍ତ୍ତାର ଭଏସ୍‌ ରେକର୍ଡିଂ ହୋଇଥିବା ବେଳେ ସେହି ଭଏସ ସ୍ପଷ୍ଟ କରିବାକୁ ସ୍ପେକ୍ଟ୍ରୋଗ୍ରାଫି ପାଇଁ ନମୁନା ସଂଗ୍ରହ ନିମନ୍ତେ ଦିନ ଧାର୍ଯ୍ୟ ହୋଇଥିଲା। ତେବେ ବିକ୍ରମଙ୍କ ହାତ ଆଙ୍ଗୁଠି ଭାଙ୍ଗିଥିବା ଦର୍ଶାଇ ସେ ଉକ୍ତ ନମୁନା ଦେଇପାରିବେ ନାହିଁ ବୋଲି କହିଛନ୍ତି। ଏ ନେଇ କୋର୍ଟକୁ ଜଣାଇ ଦିଆଯିବ ବୋଲି ପୋଲିସ କହିଛି। ବିକ୍ରମଙ୍କୁ ପୋଲିସ ୨ ଘଣ୍ଟା ଧରି ଜେରା କରିଥିଲା। ଅନ୍ୟପଟେ ଡା. ପାଣିଗ୍ରାହୀ ସ୍ପେକ୍ଟ୍ରୋଗ୍ରାଫି ନମୁନା ଦେବାକୁ ରାଜି ହୋଇଥିଲେ। ବିକ୍ରମ ଆସନ୍ତା ୧୬ ତାରିଖରେ ପୁଣି ଥାନାରେ ହାଜର ହେବେ ବୋଲି ଜଣାପଡିଛି। ପୋଲିସ ପୂରା ଘଟଣାର ଭିଡ଼ିଓ ରେକର୍ଡ କରିଛି।
ଜେଲରୁ ଭିତରୁ ପୀତବାସ ହତ୍ୟା ମାମଲାର ସାକ୍ଷୀ ତଥା ଆଇନଜୀବୀ ଲଳିତ ମୋହନ ମଙ୍ଗରାଜଙ୍କୁ ଗତ ଅଗଷ୍ଟ ୨୮ରେ ଧମକ ଦିଆଯାଇଥିଲା। ଏ ନେଇ ଲଳିତମୋହନ ଗୋଷାଣିନୂଆଗାଁ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ନଂ.୩୫୫/୨୬ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୂର୍ବରୁ ତତ୍କାଳୀନ ଜେଲ ଡାକ୍ତର ପାଣିଗ୍ରାହୀଙ୍କୁ ଥାନାରେ ହାଜର ପାଇଁ ନୋଟିସ କରିଥିଲା। ତାଙ୍କୁ ଜେରା ବେଳେ ଜେଲ ଭିତରେ ତାଙ୍କ ମୋବାଇଲ ଫୋନକୁ ବିକ୍ରମ ଓ ଅନ୍ୟ ଅଭିଯୁକ୍ତ ମଦନ ଦଳାଇ ବ୍ୟବହାର କରିଥିବା ସେ ପୋଲିସ ନିକଟରେ ସ୍ବୀକାର କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟାଙ୍ଗ ଶିଶୁଙ୍କୁ ସହାୟତାର ହାତ, ୨୬୦ଙ୍କ ସ୍ୱାସ୍ଥ୍ୟ ପରୀକ୍ଷାରୁ ୧୧୨ ଚିହ୍ନଟ

ଦାରିଙ୍ଗବାଡ଼ି, ୧୦।୧୧ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍‌ ଅନ୍ତର୍ଗତ ରାପଡ଼ାବାଡ଼ି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ମଙ୍ଗଳବାର ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା…

୨-୦ରେ ସିରିଜରେ ଆଗରେ ଅଛି ଟିମ ଇଣ୍ଡିଆ…, ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଚତୁର୍ଥ ଦିନିକିଆ ମ୍ୟାଚ କେବେ ଖେଳାଯିବ? ଦୂର ହେଲା ସିରିଜ ହାରିଯିବାର ଭୟ

ନୂଆଦିଲ୍ଲୀ,୧୦।୧୧: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ତୃତୀୟ ମ୍ୟାଚ ହାମିଲଟନରେ ଖେଳାଯିବାର ଥିଲା,…

UPI ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର: ନଭେମ୍ୱର ଶେଷ ବଳକୁ ବଦଳିବ ପେମେଣ୍ଟ ନିୟମ? ଲାଗିବ ଏକ୍ସଟ୍ରା ଚାର୍ଜ!

ନୂଆଦିଲ୍ଲୀ,୧୦।୧୧: ପର୍ୱପର୍ୱାଣୀ ଶେଷ ହେବା ପରେ ୟୁପିଆଇ (UPI) ପେମେଣ୍ଟ ଉପରେ ଏମଡିଆର (MDR) ଚାର୍ଜକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ୨,୦୦୦ ଟଙ୍କାରୁ ଅଧିକ ଟ୍ରାଞ୍ଜାକ୍ସନ…

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଆସିଲା ବଡ଼ ଖୁସି ଖବର, ଫିଟ ହେଲେ ଏହି ଖେଳାଳି!

ନୂଆଦିଲ୍ଲୀ,୧୦।୧୧: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପୂର୍ବରୁ, ଷ୍ଟାର୍‌ ୱିକେଟକିପର-ବ୍ୟାଟର ଋଷଭ ପନ୍ତ ବିସିସିଆଇ (BCCI) ର ‘ସେଣ୍ଟର ଅଫ ଏକ୍ସଲେନ୍ସ’ (COE)…

ବନ୍ୟା ବିପନ୍ନଙ୍କୁ ସମ୍ପୂର୍ଣ୍ଣ କ୍ଷତିପୂରଣ ଦାବିରେ ୧୩ରେ ଗଣଧାରଣା: ଡିସେମ୍ବର ୩ରେ…

ଛତ୍ରପୁର, ୧୦/୧୧ (ଦିଲ୍ଲୀପି ସାମଲ): ଗଞ୍ଜାମ ଜିଲ୍ଲାର ବନ୍ୟା ବିପନ୍ନ, କ୍ଷତିଗ୍ରସ୍ତ ଚାଷୀ ଓ ସାଧାରଣ ଜନତାଙ୍କୁ ସମ୍ପୂର୍ଣ୍ଣ କ୍ଷତିପୂରଣ ଓ ଉପଯୁକ୍ତ ସହାୟତା ଦାବିରେ ଆସନ୍ତା…

EPFOକୁ ନେଇ ଆସିଲା ବଡ଼ ଅପଡେଟ୍‌: ୩ ଗୁଣ ବଢିଯିବ ପ୍ରାଇଭେଟ୍‌ କର୍ମଚାରୀଙ୍କ…

ନୂଆଦିଲ୍ଲୀ,୧୦।୧୧: ଘରୋଇ କ୍ଷେତ୍ରରେ କାମ କରୁଥିବା କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ମିଳିପାରେ ବଡ଼ ଉପହାର। ଏମ୍ପ୍ଲଏଜ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ (EPFO) ଆସନ୍ତା ନଭେମ୍ବର ୧୯ ତାରିଖରେ…

ରାମପ୍ରସାଦଙ୍କୁ ମିଳିଲା ଯୁବ ବୈଜ୍ଞାନିକ ପୁରସ୍କାର, ମନ୍ତ୍ରୀ କଲେ ସମ୍ବର୍ଦ୍ଧିତ

ଦିଗପହଣ୍ଡି,୧୦।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମର ଡ଼. ରାମପ୍ରସାଦ ପାଢ଼ୀ ଯାନ୍ତ୍ରିକ ଓ ପ୍ରଯୁକ୍ତି ବିଦ୍ୟାରେ ଗବେଷଣା କରି ସମଗ୍ର ଦେଶ…

୩୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ମାମଲା: ଜେଲ୍ ଗଲେ ଦମ୍ପତି

ଦିଗପହଣ୍ଡି, ୧୦।୧୧ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ କଉଡ଼ିଆ ଗ୍ରାମର ଶମ୍ଭୁ ପ୍ରଧାନ ଓରଫ ମୁନା ଏବଂ ତାଙ୍କ ସ୍ତ୍ରୀ କଳ୍ପନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?