ଗହୀରମଥା ବିଶ୍ୱରେ କଇଁଛଙ୍କ ଉତ୍କୃଷ୍ଟ ଅନ୍ତୁଡ଼ିଶାଳ: ମହାକାଳପଡ଼ାରେ ଧୁମ୍‌ଧାମ୍‌ରେ ପାଳିତ ହେଲା ଗହୀରମଥା ମହୋତ୍ସବ

ମହାକାଳପଡ଼ା, ୧୦।୧୧ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅନ୍ତର୍ଗତ ଜଗରୀଜୋର ହାଟ କାଳୀ ପଡ଼ିଆଠାରେ ମଙ୍ଗଳବାର ସନ୍ଧ୍ୟାରେ ୫ମ ବାର୍ଷିକ ଗହୀରମଥା ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ପ୍ରଥମେ ମା’ ଶ୍ୟାମା କାଳୀଙ୍କ ଆଳତୀ ଦର୍ଶନ ଓ ଆଶୀର୍ବାଦ ଭିକ୍ଷା ପରେ ବିଧାୟକ ଡକ୍ଟର ଦୁର୍ଗା ପ୍ରସନ୍ନ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ମହୋତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ।

ଗହୀରମଥାର ସାମୁଦ୍ରିକ ନରମ ଓ ଉଷ୍ମ ବାଲୁକା ଶଯ୍ୟା ବିରଳ ଅଲିଭ୍‌ ରିଡ୍‌ଲେ କଇଁଛମାନଙ୍କର ଏକ ପ୍ରମୁଖ ତଥା ଉତ୍କୃଷ୍ଟ ଅନ୍ତୁଡ଼ିଶାଳ। ସୁଦୂର ପ୍ରଶାନ୍ତ ମହାସାଗରରୁ ହଜାର ହଜାର ମାଇଲ୍‌ ବାଟ ଅତିକ୍ରମ କରି ଅଲିଭ୍‌ ରିଡ୍‌ଲେ କଇଁଛମାନେ ଏଠାକୁ ଅଣ୍ଡାଦାନ ପାଇଁ ଆସିଥାନ୍ତି। ଅଣ୍ଡାଦାନ ଶେଷ କରି ସେମାନେ ଫେବୃଆରୀ-ମାର୍ଚ୍ଚ ମାସ ସୁଦ୍ଧା ନିଜ ଗନ୍ତବ୍ୟ ସ୍ଥଳକୁ ଫେରିଯାନ୍ତି। ଦିନର ସୂର୍ଯ୍ୟ ଆଲୋକ ଓ ଉତ୍ତାପରେ ଫୁଟୁଥିବା ଅଣ୍ଡାରୁ ମାଈ ଶାବକ ଏବଂ ଶୀତଳ ରାତିରେ ଫୁଟୁଥିବା ଅଣ୍ଡାରୁ ଅଧିକାଂଶ ପୁରୁଷ ଶାବକ ଜନ୍ମ ନିଅନ୍ତି ବୋଲି ପରିବେଶବିତ୍‌ମାନେ ମତ ପ୍ରକାଶ କରିଛନ୍ତି। ବିଶ୍ୱ ଐତିହ୍ୟରେ ଗହୀରମଥା ଓଡ଼ିଆ ଅସ୍ମିତାର ପ୍ରତୀକ, ଗର୍ବ ଓ ଗୌରବ ବୋଲି ସଭାରେ ଉପସ୍ଥିତ ଅତିଥିମାନେ କହିଥିଲେ। ମହୋତ୍ସବ କମିଟି ସଭାପତି ସମରେନ୍ଦ୍ର ମାହାଳିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ସମ୍ପାଦକ ସୁବାସ ସ୍ୱାଇଁ ଗହୀରମଥାର ଐତିହାସିକ ଗାରିମା ସମ୍ପର୍କରେ ବିବରଣୀ ପାଠ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ତନ୍ତିଆପାଳ ସାମୁଦ୍ରିକ ଥାନା ଅଧିକାରୀ ନରେଶ ଚନ୍ଦ୍ର ସାହୁ, ସ୍ଥାନୀୟ ଚିକିତ୍ସକ ରଶ୍ମିତା ମିଶ୍ର, ସରପଞ୍ଚ ଭଗବତୀ ମଣ୍ଡଳ, ଖବରଦାତା ପରେଶ ଦାସ, ସରୋଜ କାନ୍ତ ସାହୁ, ପବିତ୍ର ଚୌଧୁରୀ, ଗଗନ ବିହାରୀ ପ୍ରଧାନ ଓ ମନୋଜ ପାତ୍ର ପ୍ରମୁଖ ଯୋଗଦେଇ ଗହୀରମଥାର ଗାଥା ଉପରେ ଆଲୋକପାତ କରିଥିଲେ। ବିରଞ୍ଚି ନାରାୟଣ ଦାସ ଓ ଅଶୋକ ସ୍ୱାଇଁ ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ଶିଶୁମାନଙ୍କ ଦ୍ୱାରା ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିବା ବେଳେ କେତେକ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ସଚିବଙ୍କ ବୟାନ ପରେ ଭଞ୍ଜନଗର ଜଳସମ୍ପଦ ବିଭାଗରେ ହଟଚମଟ: ଖୋଜା ଚାଲିଛି ପୁରୁଣା ଫାଇଲ୍, ଚାଷ କାର୍ଯ୍ୟ ପାଇଁ…

ଭଞ୍ଜନଗର, ୧୦/୧୧ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ଗତ ୨୯ ତାରିଖରେ ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ପ୍ରବଳ ବର୍ଷା ଯୋଗୁ ଭୟାବହ ବନ୍ୟା ସୃଷ୍ଟି ହୋଇଥିଲା। ଏଥିରେ…

ବାତ୍ୟା ପ୍ରଭାବିତଙ୍କ ପାଇଁ ସେବା ପ୍ରୟାସ: କନ୍ୟାସାହି ଗାଁରେ ଛାତ୍ରଛାତ୍ରୀଙ୍କ ରିଲିଫ-ରନ୍ଧନ ଖାଦ୍ୟ ବଣ୍ଟନ

ଦିଗପହଣ୍ଡି, ୧୦।୧୧ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ସ୍ଥିତ ରାମଜୀ ଡିଗ୍ରୀ କଲେଜର ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌) ଓ ଭାରତ…

ବନ୍ୟା ପ୍ରଭାବିତଙ୍କୁ ରନ୍ଧନ ଖାଦ୍ୟ ବଣ୍ଟନ କଲେ ଛାତ୍ରୀଛାତ୍ର

ଦିଗପହଣ୍ଡି,୧୦।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଡିଗ୍ରୀ କଲେଜ ଜାତୀୟ ସେବା ଯୋଜନା(ଏନ୍‌ଏସ୍‌ଏସ୍‌) ଓ ଭାରତ ସ୍କାଉଟ ଆଣ୍ଡ…

ସାକ୍ଷୀଙ୍କୁ ଜେଲରୁ ଧମକ ମାମଲା ତୃତୀୟଥର ଥାନାରେ ହାଜର ହେଲେ ବିକ୍ରମ

ବ୍ରହ୍ମପୁର,୧୦ା୧୧(ସୁବାସ ଚନ୍ଦ୍ର ପାଢ଼ୀ ): ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଜେଲ ଭିତରୁ ଧମକ ଘଟଣାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା…

ଦିବ୍ୟାଙ୍ଗ ଶିଶୁଙ୍କୁ ସହାୟତାର ହାତ, ୨୬୦ଙ୍କ ସ୍ୱାସ୍ଥ୍ୟ ପରୀକ୍ଷାରୁ ୧୧୨ ଚିହ୍ନଟ

ଦାରିଙ୍ଗବାଡ଼ି, ୧୦।୧୧ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍‌ ଅନ୍ତର୍ଗତ ରାପଡ଼ାବାଡ଼ି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ମଙ୍ଗଳବାର ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା…

ବନ୍ୟା ବିପନ୍ନଙ୍କୁ ସମ୍ପୂର୍ଣ୍ଣ କ୍ଷତିପୂରଣ ଦାବିରେ ୧୩ରେ ଗଣଧାରଣା: ଡିସେମ୍ବର ୩ରେ…

ଛତ୍ରପୁର, ୧୦/୧୧ (ଦିଲ୍ଲୀପି ସାମଲ): ଗଞ୍ଜାମ ଜିଲ୍ଲାର ବନ୍ୟା ବିପନ୍ନ, କ୍ଷତିଗ୍ରସ୍ତ ଚାଷୀ ଓ ସାଧାରଣ ଜନତାଙ୍କୁ ସମ୍ପୂର୍ଣ୍ଣ କ୍ଷତିପୂରଣ ଓ ଉପଯୁକ୍ତ ସହାୟତା ଦାବିରେ ଆସନ୍ତା…

ରାମପ୍ରସାଦଙ୍କୁ ମିଳିଲା ଯୁବ ବୈଜ୍ଞାନିକ ପୁରସ୍କାର, ମନ୍ତ୍ରୀ କଲେ ସମ୍ବର୍ଦ୍ଧିତ

ଦିଗପହଣ୍ଡି,୧୦।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମର ଡ଼. ରାମପ୍ରସାଦ ପାଢ଼ୀ ଯାନ୍ତ୍ରିକ ଓ ପ୍ରଯୁକ୍ତି ବିଦ୍ୟାରେ ଗବେଷଣା କରି ସମଗ୍ର ଦେଶ…

୩୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ମାମଲା: ଜେଲ୍ ଗଲେ ଦମ୍ପତି

ଦିଗପହଣ୍ଡି, ୧୦।୧୧ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ କଉଡ଼ିଆ ଗ୍ରାମର ଶମ୍ଭୁ ପ୍ରଧାନ ଓରଫ ମୁନା ଏବଂ ତାଙ୍କ ସ୍ତ୍ରୀ କଳ୍ପନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?