ଦିଗପହଣ୍ଡି,୧୦।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଡିଗ୍ରୀ କଲେଜ ଜାତୀୟ ସେବା ଯୋଜନା(ଏନ୍ଏସ୍ଏସ୍) ଓ ଭାରତ ସ୍କାଉଟ ଆଣ୍ଡ ଗାଇଡ୍ସ ୟୁନିଟ ଛାତ୍ରୀଛାତ୍ରଙ୍କ ପକ୍ଷରୁ ବାତ୍ୟା ଅର୍ଣ୍ଣବ ପ୍ରଭାବିତ ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଜନଜାତି ବହୁଳ କନ୍ୟାସାହି ଗ୍ରାମବାସୀଙ୍କୁ ମଙ୍ଗଳବାର ରିଲିଫ ସାମଗ୍ରୀ ବଣ୍ଟନ କରିବା ସହ ରୋଷେଇ ଖାଦ୍ୟ ଦିଆଯାଇଛି।
ଭାରତ ସ୍କାଉଟ ଓ ଗାଇଡ୍ସ ୟୁନିଟ ପ୍ରଶିକ୍ଷକ ତଥା ଅଧ୍ୟାପକ ପ୍ରଶାନ୍ତ କୁମାର ପଣ୍ଡା, ପ୍ରଶିକ୍ଷିକା ତଥା ଅଧ୍ୟାପିକା କୁମାରୀ ପ୍ରିୟଦର୍ଶନୀ ପ୍ରଧାନ, ଏନ୍ଏସ୍ଏସ୍ ୟୁନିଟ ଅଧିକାରୀ ତଥା ଅଧ୍ୟାପିକା ଇତିପ୍ରଭା, ରଶ୍ମିତା କୁମାରୀ ମେକାପ, ଅଧ୍ୟାପକ ରଞ୍ଜନ ଗୌଡ଼, ଟୁନା ବେହେରା ଏବଂ କର୍ମଚାରୀ ବୃନ୍ଦ ଛାତ୍ରୀଛାତ୍ରମାନଙ୍କ ସହାୟତାରେ ପ୍ରଥମେ ଗ୍ରାମରେ ସମୂହ ସଫେଇ କରିବା ସହ ଗ୍ରାମବାସୀଙ୍କୁ ଅନ୍ଧବିଶ୍ୱାସର ଦୂରୀକରଣ, ପରିବେଶ ସୁରକ୍ଷା, ନିଶା ନିବାରଣ ସମ୍ପର୍କରେ ସଚେତନ କରିଥିଲେ। ପରେ ସମସ୍ତ ଗ୍ରାମବାସୀଙ୍କୁ ରନ୍ଧନ ଖାଦ୍ୟ ବଣ୍ଟନ କରାଯାଇଥିଲା।

