ବାଣ ଫୁଟାଇବାକୁ କେନ୍ଦ୍ରକରି ବୃଦ୍ଧଙ୍କ ହାତ ଭାଙ୍ଗିଥିଲେ, ୨ ଭାଇ ଗିରଫ, ସବ୍‌ଜେଲ୍‌ ଗଲେ…

ଦିଗପହଣ୍ଡି, ୧୦।୧୧ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଚୁଡୁଙ୍ଗପୁର ଗ୍ରାମର ଏ. ଡାଳି ପାତ୍ର (୬୭) ନାମକ ଜଣେ ବୃଦ୍ଧଙ୍କୁ ହତ୍ୟା ଉଦ୍ୟମ କରିବା ଘଟଣାରେ ପୋଲିସ ଦୁଇ ଅଭିଯୁକ୍ତ ଭାଇଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତ ଦ୍ୱୟ ହେଲେ ଏ. କାଳିଆ ପାତ୍ର (୩୪) ଓ ଏ. ବଳିଆ ପାତ୍ର (୩୨)। ଥାନା ମାମଲା ନଂ ୪୬୯/୨୬ ଅନୁଯାୟୀ କୋର୍ଟରେ ଜାମିନ୍ ଆବେଦନ ଖାରଜ ହେବାରୁ ଉଭୟଙ୍କୁ ଦିଗପହଣ୍ଡି ସବ୍‌ଜେଲ୍ ହାଜତକୁ ପଠାଇ ଦିଆଯାଇଛି।

ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ତଦନ୍ତକାରୀ ଅଧିକାରୀ ଏସ୍.ଆଇ ମହାପ୍ରସାଦ ମହାନ୍ତି ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟଚାଲାଣ କରିଥିଲେ।

ଘଟଣାରୁ ପ୍ରକାଶ ଯେ, ଗତ ରବିବାର ଦୀପାବଳି ଅମାବାସ୍ୟା ସନ୍ଧ୍ୟାରେ ବାଣ ଫୁଟାଇବାକୁ କେନ୍ଦ୍ରକରି ଅଭିଯୁକ୍ତ ଦୁଇ ଭାଇଙ୍କ ସହ ଡାଳି ପାତ୍ରଙ୍କ ବଚସା ହୋଇଥିଲା। ଏହାର ପରଦିନ ଅର୍ଥାତ୍ ସୋମବାର ରାତି ପ୍ରାୟ ୮ଟାରେ ବୃଦ୍ଧ ଜଣକ ନିଜ ଘର ବାରଣ୍ଡାରେ ବସିଥିବା ବେଳେ ଉଭୟ ଭାଇ ସେଠାରେ ପହଞ୍ଚି ଗାଳିଗୁଲଜ କରିଥିଲେ। ଡାଳି ପାତ୍ର ଏହାର ପ୍ରତିବାଦ କରିବାରୁ ଅଭିଯୁକ୍ତମାନେ ତାଙ୍କ ବେକରେ ଗାମୁଛା ପକାଇ ରାସ୍ତା ଉପରକୁ ଟାଣି ଆଣି ତଳେ ପକାଇ ଲାଠି, ଲାତ ଓ ଗୋଇଠା ମାରିଥିଲେ।

ସାହି ପଡ଼ୋଶୀ ରୁଣ୍ଡ ହୋଇଯିବାରୁ ଉଭୟେ ପ୍ରଥମେ ଖସି ପଳାଇଥିଲେ ବି ପରେ ଠେଙ୍ଗା ଓ କାତି ଧରି ପୁଣି ଘଟଣାସ୍ଥଳକୁ ଫେରିଥିଲେ। ଗ୍ରାମବାସୀଙ୍କ ଉପସ୍ଥିତିରେ ବଳିଆ ପାତ୍ର ବୃଦ୍ଧଙ୍କ ଡାହାଣ ହାତକୁ ଠେଙ୍ଗାରେ ସଂଘାତିକ ଆକ୍ରମଣ କରିବାରୁ ତାଙ୍କ ହାତ ଭାଙ୍ଗି ଯାଇଥିଲା। ଗ୍ରାମବାସୀ ବୃଦ୍ଧଙ୍କୁ ଉଦ୍ଧାର କରିବା ପରେ ଅଭିଯୁକ୍ତମାନେ ଜୀବନରେ ମାରିଦେବାକୁ ଧମକ ଦେଇ ଚାଲିଯାଇଥିଲେ।

ଆହାତ ଡାଳି ପାତ୍ରଙ୍କୁ ପରିବାର ଲୋକେ ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରୁ ପ୍ରାଥମିକ ଚିକିତ୍ସା ପରେ ସେ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ। ଏତଲାକୁ ଆଧାର କରି ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୪ ମାସ ତଳେ ବାପା ଆଖି ବୁଜିଥିଲେ, ଏବେ ଦୁର୍ଘଟଣାରେ ଚାଲିଗଲା ୨୨ ବର୍ଷୀୟ ପୁଅଙ୍କ ଜୀବନ: ଗ୍ରାମରେ ଶୋକାକୁଳ ପରିବେଶ…

ଦିଗପହଣ୍ଡି, ୧୦।୧୧ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ ଡେଙ୍ଗାଓସ୍ତା ଗ୍ରାମରୁ ପଳାସପୁର ଯାଉଥିବା ରାସ୍ତାର ହରିଣା-ଗୁଣ୍ଡୁରିଗୁଡ଼ା ଛକ ନିକଟରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ…

ଗହୀରମଥା ବିଶ୍ୱରେ କଇଁଛଙ୍କ ଉତ୍କୃଷ୍ଟ ଅନ୍ତୁଡ଼ିଶାଳ: ମହାକାଳପଡ଼ାରେ ଧୁମ୍‌ଧାମ୍‌ରେ ପାଳିତ ହେଲା ଗହୀରମଥା ମହୋତ୍ସବ

ମହାକାଳପଡ଼ା, ୧୦।୧୧ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅନ୍ତର୍ଗତ ଜଗରୀଜୋର ହାଟ କାଳୀ ପଡ଼ିଆଠାରେ ମଙ୍ଗଳବାର ସନ୍ଧ୍ୟାରେ ୫ମ ବାର୍ଷିକ ଗହୀରମଥା ମହୋତ୍ସବ…

ପୂର୍ବତନ ସଚିବଙ୍କ ବୟାନ ପରେ ଭଞ୍ଜନଗର ଜଳସମ୍ପଦ ବିଭାଗରେ ହଟଚମଟ: ଖୋଜା ଚାଲିଛି ପୁରୁଣା ଫାଇଲ୍, ଚାଷ କାର୍ଯ୍ୟ ପାଇଁ…

ଭଞ୍ଜନଗର, ୧୦/୧୧ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ଗତ ୨୯ ତାରିଖରେ ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ପ୍ରବଳ ବର୍ଷା ଯୋଗୁ ଭୟାବହ ବନ୍ୟା ସୃଷ୍ଟି ହୋଇଥିଲା। ଏଥିରେ…

ବାତ୍ୟା ପ୍ରଭାବିତଙ୍କ ପାଇଁ ସେବା ପ୍ରୟାସ: କନ୍ୟାସାହି ଗାଁରେ ଛାତ୍ରଛାତ୍ରୀଙ୍କ ରିଲିଫ-ରନ୍ଧନ ଖାଦ୍ୟ ବଣ୍ଟନ

ଦିଗପହଣ୍ଡି, ୧୦।୧୧ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ସ୍ଥିତ ରାମଜୀ ଡିଗ୍ରୀ କଲେଜର ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌) ଓ ଭାରତ…

ବନ୍ୟା ପ୍ରଭାବିତଙ୍କୁ ରନ୍ଧନ ଖାଦ୍ୟ ବଣ୍ଟନ କଲେ ଛାତ୍ରୀଛାତ୍ର

ଦିଗପହଣ୍ଡି,୧୦।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଡିଗ୍ରୀ କଲେଜ ଜାତୀୟ ସେବା ଯୋଜନା(ଏନ୍‌ଏସ୍‌ଏସ୍‌) ଓ ଭାରତ ସ୍କାଉଟ ଆଣ୍ଡ…

ସାକ୍ଷୀଙ୍କୁ ଜେଲରୁ ଧମକ ମାମଲା ତୃତୀୟଥର ଥାନାରେ ହାଜର ହେଲେ ବିକ୍ରମ

ବ୍ରହ୍ମପୁର,୧୦ା୧୧(ସୁବାସ ଚନ୍ଦ୍ର ପାଢ଼ୀ ): ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଜେଲ ଭିତରୁ ଧମକ ଘଟଣାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା…

ଦିବ୍ୟାଙ୍ଗ ଶିଶୁଙ୍କୁ ସହାୟତାର ହାତ, ୨୬୦ଙ୍କ ସ୍ୱାସ୍ଥ୍ୟ ପରୀକ୍ଷାରୁ ୧୧୨ ଚିହ୍ନଟ

ଦାରିଙ୍ଗବାଡ଼ି, ୧୦।୧୧ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍‌ ଅନ୍ତର୍ଗତ ରାପଡ଼ାବାଡ଼ି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ମଙ୍ଗଳବାର ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା…

ବନ୍ୟା ବିପନ୍ନଙ୍କୁ ସମ୍ପୂର୍ଣ୍ଣ କ୍ଷତିପୂରଣ ଦାବିରେ ୧୩ରେ ଗଣଧାରଣା: ଡିସେମ୍ବର ୩ରେ…

ଛତ୍ରପୁର, ୧୦/୧୧ (ଦିଲ୍ଲୀପି ସାମଲ): ଗଞ୍ଜାମ ଜିଲ୍ଲାର ବନ୍ୟା ବିପନ୍ନ, କ୍ଷତିଗ୍ରସ୍ତ ଚାଷୀ ଓ ସାଧାରଣ ଜନତାଙ୍କୁ ସମ୍ପୂର୍ଣ୍ଣ କ୍ଷତିପୂରଣ ଓ ଉପଯୁକ୍ତ ସହାୟତା ଦାବିରେ ଆସନ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?