ପୂର୍ବତନ ସଚିବଙ୍କ ବୟାନ ପରେ ଭଞ୍ଜନଗର ଜଳସମ୍ପଦ ବିଭାଗରେ ହଟଚମଟ: ଖୋଜା ଚାଲିଛି ପୁରୁଣା ଫାଇଲ୍, ଚାଷ କାର୍ଯ୍ୟ ପାଇଁ…

ଭଞ୍ଜନଗର, ୧୦/୧୧ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ଗତ ୨୯ ତାରିଖରେ ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ପ୍ରବଳ ବର୍ଷା ଯୋଗୁ ଭୟାବହ ବନ୍ୟା ସୃଷ୍ଟି ହୋଇଥିଲା। ଏଥିରେ ବ୍ୟାପକ ଧନଜୀବନ କ୍ଷୟକ୍ଷତି ହେବା ସହ ଅନେକ ଅଞ୍ଚଳ ଜଳମଗ୍ନ ହୋଇଥିଲା। ହଜାର ହଜାର କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ବେଳେ ଅନେକ ପରିବାର ସର୍ବସ୍ୱାନ୍ତ ହୋଇପଡ଼ିଛନ୍ତି। କରୋନା, ବାରମ୍ବାର ବାତ୍ୟା, ବନ୍ୟା ଓ ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟ ଗଞ୍ଜାମ ଜିଲାବାସୀଙ୍କ ପିଛା ଛାଡ଼ୁନାହିଁ। ଏଭଳି ସ୍ଥିତିରେ ସଦ୍ୟ ବନ୍ୟାକୁ ନେଇ ରାଜନୈତିକ ଓ ପ୍ରଶାସନିକ ବିବାଦ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି।

ପ୍ରଶାସନ ପକ୍ଷରୁ ବନ୍ୟା ପରିଚାଳନା ଏବଂ ଜଳଭଣ୍ଡାରରୁ ଜଳ ନିଷ୍କାସନ ନିୟମ ଅନୁଯାୟୀ କରାଯାଇଥିବା କୁହାଯାଉଛି। ଅନ୍ୟପକ୍ଷରେ ସୋରଡ଼ା ଜଳଭଣ୍ଡାରର ଉପରମୁଣ୍ଡରେ ୫୦୦ ମିଲିମିଟରରୁ ଅଧିକ ବର୍ଷା ହେବା ଯୋଗୁ ସୋରଡ଼ା, ଆସିକା ଓ ସଂଲଗ୍ନ ଅଞ୍ଚଳରେ ବନ୍ୟା ହୋଇଥିଲା। ସେହିପରି ଭଞ୍ଜନଗର ଓ ଡହ ଜଳଭଣ୍ଡାରର ଉପରମୁଣ୍ଡରେ ୩୦୦ ମିଲିମିଟରରୁ ଅଧିକ ବର୍ଷା ହେବା ଫଳରେ ଏହି ଅଞ୍ଚଳରେ ବନ୍ୟା ସ୍ଥିତି ଉପୁଜିଥିଲା। ପ୍ରାକୃତିକ ଦୁର୍ବିପାକ ଯୋଗୁ ଏତେ ବଡ଼ କ୍ଷୟକ୍ଷତି ହୋଇଥିବା ଜଣେ ଯନ୍ତ୍ରୀ କହିଛନ୍ତି।

ତେବେ ବିରୋଧୀ ଦଳଗୁଡ଼ିକ ଜଳଭଣ୍ଡାର ପରିଚାଳନାରେ ମନୁଷ୍ୟକୃତ ତ୍ରୁଟି ଯୋଗୁଁ ଗଞ୍ଜାମରେ ଏଭଳି ଭୟାବହ ବନ୍ୟା ହୋଇଥିବା ଅଭିଯୋଗ କରୁଛନ୍ତି। ଗଞ୍ଜାମ ଜିଲ୍ଲା ରେଡ୍‌ ଜୋନ୍‌ରେ ଥିବା ସମୟରେ ଗତ ୨୮ ତାରିଖ ବିଳମ୍ବିତ ସନ୍ଧ୍ୟାରେ ଭଞ୍ଜନଗର ଉପଖଣ୍ଡର ସମସ୍ତ ଜଳଭଣ୍ଡାରରୁ ଜଳ ନିଷ୍କାସନ ବନ୍ଦ କରାଯାଇଥିଲା। ସେତେବେଳେ ସୋରଡ଼ା ଜଳଭଣ୍ଡାରରେ ୯୨ ପ୍ରତିଶତ, ଭଞ୍ଜନଗର ଜଳଭଣ୍ଡାରରେ ୭୮ ପ୍ରତିଶତ, ଡହରେ ୭୫ ପ୍ରତିଶତ ଏବଂ ବାଘୁଆରେ ୭୨ ପ୍ରତିଶତ ଜଳ ମହଜୁଦ ଥିଲା। ୨୮ ତାରିଖ ରାତିରେ ଜଳଭଣ୍ଡାରଗୁଡ଼ିକର ଉପରମୁଣ୍ଡରେ ପ୍ରବଳ ବର୍ଷା ହେବାରୁ ଅଳ୍ପ ସମୟ ମଧ୍ୟରେ ଜଳସ୍ତର ବିପଦ ସଙ୍କେତ ଅତିକ୍ରମ କରିଥିଲା। ଫଳରେ ରାତି ଅଧିଆ ଡହ ଓ ସୋରଡ଼ା ଜଳଭଣ୍ଡାରରୁ ପାଣି ଛଡ଼ାଯାଇଥିଲା। ଲୋକେ ସକାଳୁ ଉଠିବା ବେଳକୁ କେତେକ ଗ୍ରାମର ଅଗଣାରେ ବନ୍ୟାଜଳ ପ୍ରବେଶ କରିସାରିଥିଲା ବୋଲି ବିରୋଧୀ ଅଭିଯୋଗ କରିଛନ୍ତି।

ସେହିପରି ୨୯ ତାରିଖରେ ଭଞ୍ଜନଗର ଜଳଭଣ୍ଡାରରୁ ପାଣି ଛଡ଼ାଯିବା ପରେ ଡହ, ଲୋହରାଖଣ୍ଡି ନଦୀ ଓ ଭଞ୍ଜନଗର ଅଞ୍ଚଳରୁ ଆସିଥିବା ବନ୍ୟାଜଳ ଲାଲସିଂ ନିକଟରେ ମିଶିଥିଲା। ଏହାର ପ୍ରଭାବରେ ଭଞ୍ଜନଗର, ବାଉଁଶଲୁଣ୍ଡି, ଢୁଢୁଆ, ଅଗଝୋଳ, ଗାମୁଣ୍ଡି ଓ ଭାଲିଆଖାଇ ପ୍ରମୁଖ ଗ୍ରାମରେ ବନ୍ୟାଜଳ ପଶି ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ସୋରଡ଼ା ଓ ଆସିକା ଅଞ୍ଚଳରେ ମଧ୍ୟ ସମାନ ସ୍ଥିତି ଉପୁଜିଥିବା ବିରୋଧୀ ଅଭିଯୋଗ କରିଛନ୍ତି। ଏଥିସହ ବିରୋଧି ଅଭିଯୋଗ କରିଛନ୍ତି ଯେ ବର୍ଷ ବର୍ଷ ଧରି ନଦୀରେ କାଶତଣ୍ଡୀ ଫୁଲ ରହିବା ଯୋଗୁ ୪୦ ପ୍ରତିଶତ ନଦୀ ପୋତି ହୋଇଯାଇଛି। ନଦୀ ତଟବର୍ତ୍ତୀ ଲୋକେ ବେନିୟମ ଭାବେ ମନଇଚ୍ଛା କୋଠା ନିର୍ମାଣ କରିଥିଲେ। ବର୍ଷା ସମୟରେ ବନ୍ୟା ଜଳ ଠିକ୍ ଭାବେ ନିଷ୍କାସନ ହୋଇପାରିଲା ନାହିଁ। ବାଲି ମାଫିଆ ମାନେ ମଧ୍ୟ ନଦୀକୁ ଖୋଳି ନଷ୍ଟ କରିଦେଇଛନ୍ତି। ନଦୀ ଆଡ଼ିବନ୍ଧ ଦୁର୍ବଳ ଯୋଗୁ ମଧ୍ୟ ବିପଦ ବଢ଼ିଥିଲା। ନଦୀ ଏବଂ କେନାଲକୁ ସଂଯୋଗ କରୁଥିବା ସ୍ଥାନରେ ଥିବା ଚାବି ଗୁଡ଼ିକ ନଦୀର ଜଳସ୍ତର ବୃଦ୍ଧି ସମୟରେ ବନ୍ଦ କରାଗଲା ନାହିଁ। ଅନେକ କେନାଲରେ ଚାବି ମୁକୁଳା ପଡିଛି। ଏହିଭଳି ଅନେକ କାରଣ ଯୋଗୁ ବନ୍ୟା ହୋଇଥିଲା ବୋଲି ବିରୋଧି ଅଭିଯୋଗ କରିଛନ୍ତି।

ଏହି ବିବାଦ ମଧ୍ୟରେ ପୂର୍ବତନ ଜଳସମ୍ପଦ ବିଭାଗ ସଚିବ ତଥା ଅବସରପ୍ରାପ୍ତ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଗଞ୍ଜାମ ବନ୍ୟାକୁ ନେଇ ସୋସିଆଲ ମିଡିଆରେ ଦେଇଥିବା ବୟାନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ବନ୍ୟା ପରିଚାଳନା ଓ ଜଳ ନିଷ୍କାସନକୁ ନେଇ ତାଙ୍କ ମତ ନୂଆ ବିବାଦ ସୃଷ୍ଟି କରିଛି। ସୁରେଶ ମହାପାତ୍ର ଦାୟିତ୍ୱରେ ଥିବା ସମୟରେ ମଧ୍ୟ ଅନେକ ବନ୍ୟା ଆସିଥିଲେ ହେଁ ତାହାର ସଫଳ ମୁକାବିଲା କରାଯାଇଥିବା ତାଙ୍କ ମତରୁ ଜଣାପଡ଼ିଛି।

ତେବେ ତାଙ୍କ ବୟାନ ପରେ ଭଞ୍ଜନଗର ଜଳସମ୍ପଦ ବିଭାଗରେ ପୁରୁଣା ରେକର୍ଡ ଓ ଫାଇଲ ଖୋଜାଖୋଜି ଆରମ୍ଭ ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଛି। ପୂର୍ବ ବନ୍ୟା ସମୟରେ ଜଳଭଣ୍ଡାରଗୁଡ଼ିକରେ କେତେ ପ୍ରତିଶତ ଜଳ ମହଜୁଦ ରହୁଥିଲା, ସେ ସମ୍ପର୍କିତ ପୁରୁଣା ଫାଇଲ ଓ ରେକର୍ଡ ଯାଞ୍ଚ କରାଯାଉଛି। ବିଭାଗର ଜଣେ ଯନ୍ତ୍ରୀ ପରୋକ୍ଷରେ ପୂର୍ବତନ ସଚିବଙ୍କ ବୟାନକୁ ଭୁଲ ବୋଲି ଦର୍ଶାଇଛନ୍ତି। ବନ୍ୟା ଆଶଙ୍କା ଥିବା ସମୟରେ ଜଳଭଣ୍ଡାରରେ ୫୦ ପ୍ରତିଶତରୁ କମ୍ ଜଳ ରଖାଯାଇଥିବା ନଜିର ନାହିଁ ବୋଲି ସେ କହିଛନ୍ତି। ତଥାପି ପୂର୍ବତନ ସଚିବଙ୍କ ବୟାନ ପରେ ପୁରୁଣା ଫାଇଲ ଖୋଜା ଚାଲିଛି। ଖୁବଶୀଘ୍ର ପ୍ରକୃତ ତଥ୍ୟ ଲୋକଲୋଚନକୁ ଆସିବ ବୋଲି ସେ ସୂଚନା ଦେଇଛନ୍ତି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ଅନୁସାରେ ଜଳଭଣ୍ଡାର ଜଳ ନିଷ୍କାସନ ହୋଇଛି। ବିଭାଗର ନିଷ୍ପତ୍ତି ଠିକ୍ ଥିଲା। କିନ୍ତୁ ଆଶାଠାରୁ ଅଧିକ ବର୍ଷା ଯୋଗୁ ଏହି ସମସ୍ୟା ହୋଇଥିଲା।

ଅନ୍ୟପକ୍ଷରେ ବନ୍ୟା ପରିସ୍ଥିତି ସୁଧୁରି ଜନଜୀବନ ଧିରେ ଧିରେ ସ୍ୱାଭାବିକ ହେବାକୁ ଲାଗିଥିବା ବେଳେ ଚାଷ କାର୍ଯ୍ୟ ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ଆଜି ବିଭିନ୍ନ କେନାଲରେ ପାଣି ଛଡ଼ାଯାଇଛି। ଗାଲେରୀ, ନୂଆଗାଁ, ମାଧବରିଡ଼ା ଓ ମହାନଦୀ ପ୍ରମୁଖ କେନାଲ ମାଧ୍ୟମରେ ଜଳ ଯୋଗାଣ ଆରମ୍ଭ ହୋଇଛି। କେତେକ ଚାଷୀଙ୍କ ଅନୁରୋଧକୁ ଦୃଷ୍ଟିରେ ରଖି ଚାଷ କାର୍ଯ୍ୟ ପାଇଁ ପାଣି ଛଡ଼ାଯାଇଥିବା ଜଣେ ଯନ୍ତ୍ରୀ ସୂଚନା ଦେଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମାନବିକତାର ଅନନ୍ୟ ଦୃଷ୍ଟାନ୍ତ: ଥାନା ଗାଡ଼ିରେ ମୃତଦେହ ବୋହିଲେ IIC, ପ୍ରଶଂସା କଲେ…

ଆନନ୍ଦପୁର,୧୧।୧୧(ଶୁଭକାନ୍ତ ନାୟକ): ପୋଲିସ କେବଳ ଲାଠି ଓ ଆଇନର ଭୟ ଦେଖାଏ ନାହିଁ, ବରଂ ପୋଲିସ ଭିତରେ ବି ମଣିଷପଣିଆ ଓ ମାନବିକତା ଅଛି— ଏହାର ଏକ…

ସ୍ୱଚ୍ଛତାରେ ଓଡ଼ିଶାକୁ ଜାତୀୟ ସମ୍ମାନ! ସ୍ୱଚ୍ଛ ଉପକୂଳ ସହର ବର୍ଗରେ…

ଭୁବନେଶ୍ୱର,୧୧ା୧୧: ସହରାଞ୍ଚଳର ପରିମଳ ବ୍ୟବସ୍ଥା, ସ୍ୱଚ୍ଛତା ଓ ସ୍ଥାୟୀ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରୟାସ ପାଇଁ ଜାତୀୟ ସ୍ତରରେ ସ୍ୱୀକୃତି ହାସଲ କରିଛି ଓଡ଼ିଶା ।…

ଅଦାଲତଙ୍କ କଡ଼ା ଆଭିମୁଖ୍ୟ: ପୋଲିସ ଉପରେ ଆକ୍ରମଣକାରୀଙ୍କୁ ୩ ବର୍ଷ ଓ ନାବାଳିକା ନିର୍ଯାତନା ଦୋଷୀଙ୍କୁ ୧୦ ବର୍ଷ ଜେଲ୍‌

ଭଞ୍ଜନଗର,୧୧।୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏବଂ ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳର ଦୁଇଟି ପୃଥକ୍ ମାମଲାରେ ଅଦାଲତ ଦୁଇ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି କଠୋର ଜେଲ୍…

ଦିଗପହଣ୍ଡି ପୋଲିସକୁ ବଡ଼ ସଫଳତା: ମୋଷ୍ଟ ୱାଣ୍ଟେଡ୍ ରାଜୀବ ଗିରଫ: ଫେରାର ହେବାର ୧ ବର୍ଷ ପରେ ଗଲେ…

ଦିଗପହଣ୍ଡି,୧୧।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ଦୀର୍ଘ ୧ ବର୍ଷ ହେବ ଫେରାର ଥିବା ଦିଗପହଣ୍ଡି ଥାନାର ମୋଷ୍ଟ…

ଦାରିଙ୍ଗବାଡ଼ିରେ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ: ୧୩ ଏକର ଜମିରୁ ଗଞ୍ଜେଇ ଗଛ କାଟି ନିଆଁ ଲଗାଇ ନଷ୍ଟ କଲା

ଦାରିଙ୍ଗବାଡ଼ି,୧୧।୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଚାଲିଥିବା ବେଆଇନ ଗଞ୍ଜେଇ ଚାଷ ଉପରେ ପୋଲିସ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଦାରିଙ୍ଗବାଡ଼ି ଥାନା…

ମୋହନାରେ ଶିକ୍ଷା ବିଭାଗର ବିକଳ ଚିତ୍ର: ୬ ମାସ ହେଲା ନାହାନ୍ତି ସ୍ଥାୟୀ BEO, ଦୁଇ ବ୍ଲକ ଦାୟିତ୍ୱରେ…

ମୋହନା,୧୧।୧୧(ମନ୍ମଥ ମିଶ୍ର): ଶିକ୍ଷା ବ୍ୟବସ୍ଥାର ସୁଧାର ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ଗଜପତି ଜିଲାର ଦ୍ୱିତୀୟ…

ଖଣ୍ଡା ଚୋଟରେ ସ୍ୱାମୀ ଗୁରୁତର, ୩ ଦିନ ପରେ ବି ପୋଲିସ ହାତ ଖାଲି: ନ୍ୟାୟ ପାଇଁ ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ପତ୍ନୀ

ଛତ୍ରପୁର,୧୧।୧୧(ଦିଲ୍ଲୀପ ସାମଲ): ରାସ୍ତା ମଝିରେ ସଂଘାତିକ ଆକ୍ରମଣ। ଖଣ୍ଡା ଚୋଟରେ ସ୍ୱାମୀ ଗୁରୁତର ହୋଇ ଡାକ୍ତରଖାନାରେ ଜୀବନ ସହ ସଂଗ୍ରାମ କରୁଥିବା ବେଳେ ଘଟଣାର ୩ ଦିନ…

ବାଲି ମାଫିଆଙ୍କ ନିଦ ହଜାଇଲା ‘ଅପରେସନ୍ ବୈତରଣୀ’: ହାଟଡିହୀରେ ରାତିଅଧିଆ ଚଢ଼ାଉ, ୧୦ ବାଲି ବୋଝେଇ ହାଇୱା…

ହାଟଡିହୀ,୧୧।୧୧(ଶୁଭକାନ୍ତ ନାୟକ): ମୁଖ୍ୟମନ୍ତ୍ରୀଙ୍କ ଗୃହ ଜିଲା କେନ୍ଦୁଝରରେ ବେଆଇନ ବାଲି ମାଫିଆଙ୍କ ବିରୋଧରେ ଶକ୍ତ ଆକ୍ସନ୍‌। କେନ୍ଦୁଝର ଏସପି ନୀତିନ କୁଶଲକର ଦାଗୁଡ଼ୁଙ୍କ ନିର୍ଦ୍ଦେଶରେ ଆରମ୍ଭ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?