ପ୍ରୋଟୋକଲ୍‌ ଉଲ୍ଲଂଘନ

ନିକଟରେ ଝାଡ଼ଖଣ୍ଡରେ ୨୦୦୫ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ କେ. ଶ୍ରୀନିବାସନଙ୍କ ସହ ଜଡ଼ିତ ମାମଲା ବାବୁ ପରିସରର ଧ୍ୟାନଆକର୍ଷଣ କରିଛି। ପ୍ରୋଟୋକଲ୍‌ ଉଲ୍ଲଂଘନ କରି ଦୁଇଥର କ୍ୟାବିନେଟ ନୋଟ୍‌ର ବିଷୟବସ୍ତୁକୁ ଟ୍ୟାମ୍ପରିଂ ବା ଏପାଖସେପାଖ କରିବା ଘଟଣା ପାଇଁ ଶ୍ରୀନିବାସନଙ୍କୁ ରାଜ୍ୟ ସରକାର ୪ଟି କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ସୂତ୍ରରୁ ଜଣାପଡ଼ିଛି, ଉକ୍ତ ଅନୁମୋଦିତ କ୍ୟାବିନେଟ ନୋଟ୍‌ରେ ୬ଟି ଏକଲବ୍ୟ ବିଦ୍ୟାଳୟ ପାଇଁ କାର୍ଯ୍ୟର ସମ୍ପ୍ରସାରଣ ବିଷୟ ଦର୍ଶାଯାଇଥିଲା। ଅବଶ୍ୟ ଶ୍ରୀନିବାସନ ଯଥୋଚିତ ଅନୁମତି ବିନା ନୋଟ୍‌ରେ ଦୁଇଟି ଅତିରିକ୍ତ ବାକ୍ୟ ଯୋଡ଼ିଥିଲେ, ଯାହା ଅର୍ଥ ଯୋଗାଣର ଧାରାକୁ ପ୍ରଭାବିତ କରିବା ସହ ଆର୍ଥିକ ଅପବ୍ୟବହାରର ସନ୍ଦେହ ସୃଷ୍ଟି କରଛି। ଆହୁରି ମଧ୍ୟ ସୂତ୍ରରୁ ପ୍ରକାଶ ଯେ, କାରଣଦର୍ଶାଅ ନୋଟିସର ଜବାବ ନ ଦେବାରୁ ଶ୍ରୀନିବାସନଙ୍କୁ ପଦବୀରୁ ହଟାଇ ଦିଆଯାଇଛି ଏବଂ ବର୍ତ୍ତମାନ ସେ ନିଯୁକ୍ତି ଅପେକ୍ଷାରେ ଅଛନ୍ତି। ବରିଷ୍ଠ ବାବୁମାନଙ୍କ ମତରେ, ସରକାର ନେଉଥିବା ନିଷ୍ପତ୍ତି ନିର୍ଦ୍ଧାରିତ ପ୍ରକ୍ରିୟା ଏବଂ ପ୍ରୋଟୋକଲ୍‌ଗୁଡ଼ିକୁ ପାଳନ କରେ। ଏହି ପରିପ୍ରେକ୍ଷୀରେ ଆବଶ୍ୟକ ଅନୁମୋଦନ ବିନା ଦୁଇଥର ଦୁଇଟି ବାକ୍ୟ ଯୋଗ କରିବା ହେଉଛି ଶାସନ କାର୍ଯ୍ୟର ଏକ ଗୁରୁତର ବିଚ୍ୟୁତି। କ୍ୟାବିନେଟ ନୋଟ୍‌ରେ ଟ୍ୟାମ୍ପରିଂ କରିବା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏବଂ ଯଦିଓ ଏହା ତୁରନ୍ତ ଲକ୍ଷ୍ୟ କରାଯାଇଥିଲା ଏବଂ ଉକ୍ତ ପ୍ରସଙ୍ଗ ବିଭିନ୍ନ ସ୍ତରରେ ଉଠାଯାଇଥିଲା, ଭବିଷ୍ୟତରେ ଏଭଳି ଘଟଣାକୁ ରୋକିବା ସହ ପ୍ରକ୍ରିୟାର ସମୀକ୍ଷା କରିବା ପାଇଁ ଝାଡ଼ଖଣ୍ଡ ସରକାରଙ୍କ ସକାଶେ ଉକ୍ତ ମାମଲା ଏକ ଜାଗ୍ରତ ଆହ୍ବାନ।

ଇଡି ଅଧ୍ୟାୟ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନିର୍ଦ୍ଦେଶକ ସଞ୍ଜୟ ମିଶ୍ରଙ୍କ ତୃତୀୟ ସମ୍ପ୍ରସାରଣକୁ ବେଆଇନ ବୋଲି କହିବା ଏବଂ ତାଙ୍କ କାର୍ଯ୍ୟକାଳକୁ ଚଳିତ ମାସର ଶେଷ ଦିନ ପର୍ଯ୍ୟନ୍ତ ସ୍ଥିର କରିବା ସୁପ୍ରିମକୋର୍ଟଙ୍କ ପାଇଁ ଏକ କଷ୍ଟସାଧ୍ୟ ନିଷ୍ପତ୍ତି ଥିଲା। ମିଶ୍ରଙ୍କର ତୃତୀୟ ସମ୍ପ୍ରସାରଣ ପରେ ଇଡି ମୁଖ୍ୟ ଭାବରେ ସେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ)ର କାର୍ଯ୍ୟକ୍ରମକୁ ଅତିକ୍ରମ କରି ଇଡିର ପ୍ରଭାବକୁ ବଢ଼ାଇ ଦେଇଛନ୍ତି ଏବଂ ସରକାରଙ୍କ କ୍ଷମତା ବୃଦ୍ଧି କରିବାରେ ଏହାକୁ ଏକ ରଣନୀତିକ ଶକ୍ତି ବା ସଂସ୍ଥା ଭାବରେ ସ୍ଥାନିତ କରିଛନ୍ତି। ବର୍ତ୍ତମାନ ଆଗକୁ ଦେଖିଲେ ତାଙ୍କ ଭବିଷ୍ୟତ ଅନିଶ୍ଚିତତା ମଧ୍ୟରେ ରହିଛି। ସୂତ୍ରରୁ ପ୍ରକାଶ,ଉତ୍ତର-ପୂର୍ବ କିମ୍ବା ଦକ୍ଷିଣରେ କୌଣସି ରାଜ୍ୟର ରାଜ୍ୟପାଳ ହେବା, ବ୍ରିଟେନରେ ଭାରତର ହାଇକମିଶନର କିମ୍ବା କେନ୍ଦ୍ରମନ୍ତ୍ରୀ ଭାବରେ ନିଯୁକ୍ତ ହେବା ନେଇ ଆଲୋଚନା ଚାଲିଛି । ଏହା ବ୍ୟତୀତ ମିଶ୍ରଙ୍କ ଉତ୍ତରାଧିକାରୀଙ୍କ ପାଇଁ ଅନେକ ନାମ ବି ବିଚାରକୁ ନିଆଯାଉଛି। ନିକଟରେ ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ଡାଇରେକ୍ଟ ଟ୍ୟାକ୍ସ (ସିବିଡିଟି) ସଦସ୍ୟ ଭାବେ ନିଯୁକ୍ତ ପ୍ରବୀଣ କୁମାର ଏହି ପଦବୀ ପାଇଁ ଜଣେ ଆଗଧାଡ଼ିର ପ୍ରାର୍ଥୀ ହୋଇଥିବା କୁହାଯାଉଛି। ଫାଇନାନ୍ସିଆଲ ଇଣ୍ଟେଲିଜେନ୍ସ ୟୁନିଟ୍‌ର ପୂର୍ବତନ ନିର୍ଦ୍ଦେଶକ ତଥା ଜଣେ ସଚିବସ୍ତରୀୟ ଅଧିକାରୀ ପଙ୍କଜ କୁମାର ମିଶ୍ର ପ୍ରତିଦ୍ୱନ୍ଦ୍ୱୀ ହୋଇଥିବାବେଳେ ଇଡିରେ ପୂର୍ବତନ ମୁଖ୍ୟ ନିର୍ଦ୍ଦେଶକ ସୀମାଞ୍ଚଳ ଦାଶ ମଧ୍ୟ ସମ୍ଭାବ୍ୟ ପ୍ରାର୍ଥୀ ଭାବରେ ଉଭା ହୋଇଛନ୍ତି। ଏହି ଦୌଡ଼ରେ ଏସ୍‌ଏସ୍‌ବିର ଅନ୍ୟ ଜଣେ ଅତ୍ୟନ୍ତ ବିଶ୍ୱସ୍ତ ମହିଳା ଅଧିକାରୀ ବି ଅଛନ୍ତି। ପରବର୍ତ୍ତୀ ଇଡି ମୁଖ୍ୟ ଭାବରେ ଜଣେ ଆଇଏଏସ୍‌ ଅଧିକାରୀ ନିଯୁକ୍ତ ହୋଇପାରନ୍ତି। ମିଶ୍ରଙ୍କ ଉତ୍ତରାଧିକାରୀ ଯିଏ ହୁଅନ୍ତୁନା କାହିଁକି, ବରିଷ୍ଠ ବାବୁମାନେ ଏକମତ ଯେ ତାଙ୍କ ଭଳି ଦାୟିତ୍ୱ ତୁଲାଇବା କଷ୍ଟକର ହେବ।
ସତର୍କ ଘଣ୍ଟି
ଅବସରପ୍ରାପ୍ତ ବାବୁମାନଙ୍କୁ ଗୋପନୀୟ ତଥ୍ୟ ପ୍ରକାଶ ନ କରିବା ପାଇଁ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (ଡିଓପିଟି) କଠୋର ପଦକ୍ଷେପ ଗ୍ରହଣ କରିଛି। ବାବୁମାନଙ୍କ ଏଭଳି କାର୍ଯ୍ୟ ଜାତୀୟ ସୁରକ୍ଷା ଓ ଗଣତାନ୍ତ୍ରିକ ସିଦ୍ଧାନ୍ତଗୁଡ଼ିକ ମଧ୍ୟରେ ଥିବା ସମନ୍ବୟ ଉପରେ ପ୍ରଶ୍ନ ଉଠାଇଛି। ଅବସରପ୍ରାପ୍ତ ଆଇଏଏସ୍‌, ଆଇପିଏସ୍‌ ଏବଂ ଆଇଏଫ୍‌ଏସ୍‌ ଅଧିକାରୀମାନେ ସେମାନଙ୍କ ପୁସ୍ତକରେ ଗୁପ୍ତ ତଥା ସମ୍ବେଦନଶୀଳ ତଥ୍ୟ ପ୍ରକାଶ କରୁଛନ୍ତି। ଏହିସବୁ ତଥ୍ୟର ରହସ୍ୟ ଥିବା କାରଣରୁ କିମ୍ବା କୁଶାସନ ବା ତ୍ରୁଟି ପ୍ରକାଶ କରି ସରକାରଙ୍କୁ ଲଜ୍ଜିତ କରିବାକୁ ଏହା ପ୍ରକାଶ କରାଯାଉଛି। କ୍ଷମତାରେ ଥିବା ବ୍ୟକ୍ତିଙ୍କ ପାଇଁ ଏହି ଅଭ୍ୟାସକୁ ରୋକିବାର ଆବଶ୍ୟକତା ରହିଛି। ତେବେ ଅଲ୍‌ ଇଣ୍ଡିଆ ସର୍ଭିସେସ (ମୃତ୍ୟୁ-ସହ-ଅବସର-ଲାଭ) ସଂଶୋଧିତ ଆଇନ, ୨୦୨୩ ସରକାରଙ୍କ ଉଦ୍ଦେଶ୍ୟକୁ ନେଇ ଗମ୍ଭୀର ଚିନ୍ତା ଉଦ୍ରେକ କରିଛି। ସଂଶୋଧିତ ନିୟମଗୁଡ଼ିକ ଗୁରୁତର ଅପରାଧରେ ଦଣ୍ଡିତ ହେବା କିମ୍ବା ଅବସର ପରେ ଅସଦାଚରଣରେ ଦୋଷୀ ସାବ୍ୟସ୍ତ ହୋଇଥିବା ପେନ୍‌ସନଭୋଗୀଙ୍କ ପେନ୍‌ସନ ସ୍ଥଗିତ ରଖିବା ପାଇଁ କେନ୍ଦ୍ର ସରକାରଙ୍କୁ କ୍ଷମତା ପ୍ରଦାନ କରିଥାଏ। ଏଥିସହ ଅବସରପ୍ରାପ୍ତ ଅଧିକାରୀମାନେ ଯେଉଁମାନେ ଗୁପ୍ତଚର ବିଭାଗରେ କାର୍ଯ୍ୟ କରିଛନ୍ତି ସେମାନେ ବର୍ତ୍ତମାନ କୌଣସି ସୂଚନା ପ୍ରକାଶ କରିବା ପୂର୍ବରୁ ଅନୁମତି ନେବାକୁ ପଡ଼ିବ। ପ୍ର୍‌ଶ୍ନ ହେଉଛି, ସରକାର କିପରି ଅପରାଧର ଗମ୍ଭୀରତା ନିର୍ଣ୍ଣୟ କରିବାକୁ ପ୍ରସ୍ତାବ ଦେଇଛନ୍ତି, ତାହା ସ୍ପଷ୍ଟ ହେଉନାହିଁ। ତେବେ ଏହି ନୂଆ ନିୟମଗୁଡ଼ିକର ବହି ଲେଖି ସରକାରଙ୍କୁ ସମାଲୋଚନା କରୁଥିବା ବାବୁମାନଙ୍କ ପାଇଁ ଏକ ସତର୍କ ଘଣ୍ଟି। ସେମାନଙ୍କୁ ନିୟମ ଅନୁସାରେ କାମ କରିବାକୁ ହେବ, ନଚେତ ସେମାନଙ୍କ ଅସନ୍ତୋଷ ପାଇଁ ମୂଲ୍ୟ ଦେବାକୁ ପଡ଼ିବ।

  • ଦିଲୀପ ଚେରିଏନ୍‌
    Email: dilipcherian@gmail.com

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?