ଜଙ୍ଗଲ ଭିତରେ ଯାତନା

ପରଜଙ୍ଗ,୨୨।୭(ନିଗମାନନ୍ଦ ଦଳବେହେରା): ଜଙ୍ଗଲିଆ ରାସ୍ତାରେ ହାତୀ ଉପଦ୍ରବ। ବନ୍ୟଜନ୍ତୁଙ୍କ ଆକ୍ରମଣ ଭୟ। ହେଲେ ଏଭଳି ବିପଦ ମୁଣ୍ଡେଇ ବହିବସ୍ତାନି ଧରି ସ୍କୁଲ ମୁହାଁ ହେଉଛନ୍ତି କୋମଳମତି ପିଲା। କୌଣସି ଆଗପଛ ବିଚାର ନ କରି ସ୍କୁଲ ମିଶ୍ରଣ କରି ଦିଆଯିବା ପରେ ଶିକ୍ଷାକୁ ନେଇ ଏମିତି ସଂଘର୍ଷ କରୁଛନ୍ତି ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ବାରିହାପୁର ପଞ୍ଚାୟତ ଅଧୀନ ଚକ୍ରଧରପୁର ସାହିର ଛାତ୍ରୀଛାତ୍ର। ବ୍ଲକ କାର୍ଯ୍ୟାଳୟଠାରୁ ମାତ୍ର ୭ କି.ମି. ଦୂରରେ ଥିବା ଏହି ଅଞ୍ଚଳରେ ବିକାଶର ପ୍ରଦୀପ ଜଳାଇବା ପାଇଁ ଜନପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀଙ୍କ ନିକଟରେ ସମୟ ନ ଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।
ପରଜଙ୍ଗ ବ୍ଲକର ଅନ୍ୟତମ ହାତୀ ଉପଦ୍ରୁତ ଅଞ୍ଚଳ ଚକ୍ରଧରପୁର, ଜଗନ୍ନାଥପୁର। ମାତ୍ର ଗୋଟିଏ କିଲୋମିଟର ବ୍ୟବଧାନରେ ଥିବା ଦୁଇ ସାହିରେ ବାସ କରନ୍ତି ପ୍ରାୟ ୭୦୦ ପରିବାର। ହେଲେ ଅଦ୍ୟାବଧି ଉକ୍ତ ଦୁଇ ସାହିକୁ ପକ୍କା ସଡ଼କ ହୋଇପାରିନାହିଁ। ବର୍ଷା ହେଲେ ପାହାଡ଼ ପାଣି ମାଟି ରାସ୍ତାରେ ମାଡୁଛି। ଯାତାୟାତ ଠପ୍‌ ହୋଇଯାଉଛି। ବିଶୁଦ୍ଧ ପାଣି ସାତସପନ ହୋଇଥିବାବେଳେ ନଳକୂପରୁ ବାହାରୁଥିବା ଆଇରନ୍‌ ଯୁକ୍ତ ଜଳ ସ୍ବାସ୍ଥ୍ୟହାନିର କାରଣ ସାଜୁଛି। ସ୍ବାଧୀନତାର ଦୀର୍ଘ ୭ ଦଶନ୍ଧି ପରେ ବି ଅଞ୍ଚଳବାସୀ ମୌଳିକ ସୁବିଧାରୁ ବଞ୍ଚତ୍ତ ହୋଇ ରହିଛନ୍ତି। କେବଳ ଏତିକି ନୁହେଁ, ଶିକ୍ଷା ବିଭାଗର ବିଚିତ୍ର ନୀତି ପାଇଁ କୋମଳପତି ପିଲାମାନେ ପାଠ ପଢ଼ିବା ଲାଗି ସଂଘର୍ଷ କରୁଛନ୍ତି। ପୂର୍ବରୁ ଦୁଇ ସାହିରେ ଦୁଇଟି ପ୍ରାଥମିକ ବିଦ୍ୟାଳୟ ରହିଥିଲା। ତେବେ ଉପସ୍ଥାନ କମ୍‌ ଥିବା ଦର୍ଶାଇ ଚକ୍ରଧରପୁର ସ୍କୁଲକୁ ବନ୍ଦ କରିଦିଆଯାଇଛି। ଜଗନ୍ନାଥପୁର ବିଦ୍ୟାଳୟ ଯିବାକୁ ହେଲେ ହାତୀ ଚଳପ୍ରଚଳ କରୁଥିବା ଘଞ୍ଚ ଜଙ୍ଗଲ ଅତିକ୍ରମ କରିବାକୁ ପଡ଼ିବ। ଜୀବନ ପ୍ରତି ବିପଦ ଥିବାରୁ ଚକ୍ରଧରପୁର ସାହିର ପିଲାମାନେ ବାଧ୍ୟ ହୋଇ ୩ କି.ମି. ଜଙ୍ଗଲ ରାସ୍ତା ଅତିକ୍ରମ କରି ବରିହାପୁରକୁ ଆସୁଛନ୍ତି। ତଥାପି ସେମାନଙ୍କ ସମସ୍ୟା ସରୁନାହିଁ। ଲଗାଣବର୍ଷା ହେଲେ ବଣରୁ ଖସୁଥିବା ପାଣିରେ ରାସ୍ତା ବୁଡ଼ିଯାଉଛି। ପାଣି କମିବା ଯାଏ ସେମାନଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଛି। କେବଳ ଏତିକି ନୁହେଁ, ରାତିରେ ଜରୁରୀ ସ୍ବାସ୍ଥ୍ୟସେବା ଆବଶ୍ୟକ ହେଲେ ଲୋକଙ୍କ ଚିନ୍ତା ବଢ଼ିଯାଉଛି। ବର୍ଷ ବର୍ଷ ଧରି ଏଭଳି ସମସ୍ୟାରେ ଛନ୍ଦି ହୋଇପଡ଼ିଥିବା ଗ୍ରାମବାସୀ ଏଥିପାଇଁ ପ୍ରଶାସନିକ ଅବହେଳା ଏବଂ ନିର୍ବାଚିତ ପ୍ରତିନିଧିଙ୍କ ଅପାରଗତାକୁ ଦାୟୀ କରିଛନ୍ତି। ତେଣୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ, ବସୁଧା ଯୋଜନାରେ ପାନୀୟ ଜଳ ପ୍ରକଳ୍ପ, ବନ୍ଦ ଥିବା ସ୍କୁଲ ପୁନର୍ବାର ଆରମ୍ଭ କରିବା ଦିଗରେ ଜିଲାପାଳ ପଦକ୍ଷେପ ନେବା ପାଇଁ ସେମାନେ ଦାବି କରିଛନ୍ତି। ସମସ୍ୟା ସମାଧାନ ପ୍ରତି ଦୃଷ୍ଟି ଦିଆ ନ ଗଲେ ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯିବା ସହ ଭୋଟ ବର୍ଜନ କରିବେ ବୋଲି ହିମାଂଶୁ ବାରିକ, ସୁଦାମ ସାମଲ, ହେମନ୍ତ ସାହୁ, ଅଜୟ ସାମଲ, ଟୁକୁନା ସାମଲ, ସାଧୁ ମାଝି, ସିପୁନ ସାମଲ, ସୁରଥ ସାମଲ ପ୍ରମୁଖ ଚେତାବନୀ ଦେଇଛନ୍ତି।
ଏ ସଂକ୍ରାନ୍ତରେ ବିଡିଓ ସଂଗ୍ରାମ କେଶରୀ ଭୋଳ କୁହନ୍ତି, ବିଭାଗୀୟ ଯନ୍ତ୍ରୀଙ୍କ ସହ ଆଲୋଚନା କରି ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯିବ। ପକ୍କା ରାସ୍ତା କିପରି ହୋଇପାରିବ, ସେ ଦିଗରେ ଦୃଷ୍ଟି ଦିଆଯିବ। ଶିକ୍ଷା ସମସ୍ୟାର ସମାଧାନ ଲାଗି ବିଇଓଙ୍କ ସହ ଆଲୋଚନା କରାଯିବ। ବିଇଓ ହରିହର ଦେହୁରୀ କୁହନ୍ତି, ପିଲା ସଂଖ୍ୟା କମ୍‌ ଥିବାରୁ ଚକ୍ରଧରପୁର ସ୍କୁଲ ବନ୍ଦ କରାଯାଇଥିଲା। ଏବେ ଛାତ୍ରୀଛାତ୍ର ସଂଖ୍ୟା ବଢ଼ିଛି। ଏ ନେଇ ସରକାରଙ୍କୁ ଦସ୍ତଖତ ସମ୍ବଳିତ ଦାବିପତ୍ର ପଠାଯାଇଛି। ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ ଆସିଲେ ସ୍କୁଲ ଖୋଲାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଶନିଙ୍କ ରାଶିରେ ରାହୁ ଗୋଚର, ୩ ରାଶିଙ୍କୁ ଲାଭ ହିଁ ଲାଭ; ହୁ ହୁ ହୋଇ ବଢିବ ଧନ!

ଜ୍ୟୋତିଷ ଶାସ୍ତ୍ରରେ, ରାହୁକୁ ଏକ ରହସ୍ୟମୟ ଏବଂ ଛାୟାମୟ ଗ୍ରହ ଭାବରେ ବିବେଚନା କରାଯାଏ । ଏହାଛଡା ରାହୁଙ୍କ ଗତି ପ୍ରାୟତଃ ହଠାତ୍ ପରିବର୍ତ୍ତନ, ମହତ୍ତ୍ୱାକାଂକ୍ଷା, ନୂତନ…

8th Pay Commission ପୂର୍ବରୁ ସରକାରଙ୍କ ବଡ଼ ଉପହାର! ୫% ବଢିଲା DA

ନୂଆଦିଲ୍‌ଲୀ,୨।୧୦: ଯଦି ଆପଣ ଜଣେ ସରକାରୀ କର୍ମଚାରୀ କିମ୍ୱା ପେନସନଭୋଗୀ (Pensioner), ତେବେ ଆପଣଙ୍କ ପାଇଁ ଏକ ବହୁତ ଖୁସି ଖବର ରହିଛି। ଗୋଟିଏ ପଟେ ସାରା…

ଆବର୍ଜନା ସଫା କଲେ ଉପବାଚସ୍ପତି, ସମସ୍ତଙ୍କୁ ପରାମର୍ଶ ଦେଇ କହିଲେ…

ବଡ଼ଗାଁ,୨ା୧୦(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁଠାରେ ଶୁକ୍ରବାର ପୂର୍ବାହ୍ନରେ ଭାଜପା ପକ୍ଷରୁ ‘ସେବା ପକ୍ଷ’ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଧାନସଭା ଉପବାଚସ୍ପତି ଭବାନୀ ଶଙ୍କର ଭୋଇ,…

Video: କାପଟେନ ସ୍ମିତ୍‌ଙ୍କ ନୂଆ ଭିଡ଼ିଓ ଦେଖିଲେ ଛାତି ଥରି ଉଠିବ, ଏବେ କହିଲେ ‘ହନୁମାନ’ ମୋତେ ବଞ୍ଚାଇଦେଲେ

ନୂଆଦିଲ୍ଲୀ,୨।୧୦: ଫ୍ଲାଏ-ଦୁବାଇ (Flydubai) ବିମାନ ଘଟଣା ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ପାଇଲଟ କ୍ୟାପଟେନ ସ୍ମିତ୍‌ ମଚ୍ଛାରଙ୍କ ସହ ଫୋନରେ କଥା ହୋଇଥିଲେ। ଶୁକ୍ରବାର (ଅକ୍ଟୋବର…

ଶୁକ୍ରଙ୍କ ବକ୍ରୀ ଚଳନ: ଫାଇଦାରେ ରହିବେ ୫ ରାଶି, ମାସେ ଭିତରେ ହେବେ ଧନୀ!

ଶରତ ପୂର୍ଣ୍ଣିମା ଅବସରରେ ଅକ୍ଟୋବର ୨୫ ତାରିଖରେ ଶୁକ୍ର ଗ୍ରହଙ୍କ ସ୍ଥିତିରେ ପରିବର୍ତ୍ତନ ଘଟିବ। ବକ୍ରୀ ଶୁକ୍ର ଚିତ୍ରା ନକ୍ଷତ୍ରରେ ପ୍ରବେଶ କରିବେ। ଶୁକ୍ର ଏକ ମାସ…

ସ୍ବଚ୍ଛତା ହିଁ ସେବା: ସୁସ୍ଥ ପରିବେଶ ଗଠନ ଲକ୍ଷ୍ୟ

ଭଞ୍ଜନଗର, ୨।୧୦ (ବାବୁଲା ପ୍ରଧାନ): ଗାନ୍ଧୀ ଜୟନ୍ତୀ ଅବସରରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ହସ୍ପିଟାଲ ପରିସରରେ ‘ସ୍ବଚ୍ଛତା ହିଁ ସେବା’ ଅଭିଯାନ ପାଳିତ ହୋଇଯାଇଛି। ମେଡିକାଲ…

ବିରାଟ କୋହଲିଙ୍କ ୧୦ ବର୍ଷ ପୁରୁଣା ଟି-୨୦ ରେକର୍ଡ ଭାଙ୍ଗିଲେ ଏହି ଖେଳାଳି, ସବୁଠି ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୨।୧୦: ଇଶାନ କିଶନ ପୁଣିଥରେ ନିଜ ବ୍ୟାଟିଂ ଯାଦୁ ଦେଖାଇଛନ୍ତି ଏବଂ ଏଥର ତାଙ୍କ ଇନିଂସ ବିରାଟ କୋହଲିଙ୍କ ଏକ ଦୀର୍ଘଦିନର ରେକର୍ଡକୁ ଅତିକ୍ରମ କରିଛି। ଶ୍ରୀଲଙ୍କା…

2 October No UPI Day: ଆଜି ଚାଲିବନି UPI ପେମେଣ୍ଟ, ପାଖରେ ରଖନ୍ତୁ କ୍ୟାଶ୍‌!

ନୂଆଦିଲ୍‌ଲୀ,୨।୧୦: ଯଦି ଆପଣ ଗାନ୍ଧୀ ଜୟନ୍ତୀ ଛୁଟିରେ ସପିଂ କରିବାକୁ କିମ୍ୱା ସାଙ୍ଗମାନଙ୍କ ସହ ବାହାରକୁ ବୁଲିବାକୁ ଯୋଜନା କରୁଛନ୍ତି, ତେବେ ଟିକେ ଅଟକି ଯାଆନ୍ତୁ। ଅନଲାଇନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?