Odisha Elections 2024

ବର୍ଷାରେ ଭାସିଗଲା ପୋଲ, ଗ୍ରାମବାସୀ ଜଳବନ୍ଦୀ

ଫୁଲବାଣୀ ଅଫିସ, ୧୪।୮: ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁ କନ୍ଧମାଳ ଜିଲାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ା ଚକାପାଦ ବ୍ଲକ ରାଇପଦା-ଜୁଇଖୋଲ ଗ୍ରାମକୁ ସଂଯୋଗ କରୁଥିବା ବୃତଙ୍ଗ ନଦୀର କାଠ ପୋଲ ଭାସିଯାଇଛି। ଫଳରେ ଯୋଗାଯୋଗ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି। ଜିଲାର ତଳିଆ ଅଞ୍ଚଳ ଗୁଡ଼ିକ ଅଧିକ ପ୍ରଭାବିତ ହୋଇଛି ା ଅଧିକାଂଶ ସ୍ଥାନରେ ନଦୀ ଉପରେ ପୋଲ ନ ଥିବାରୁ ବର୍ଷା ଜଳ ପ୍ରଭାବରେ ଲୋକେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛନ୍ତି ା
ଚକାପାଦ ବ୍ଲକ ଅଞ୍ଚଳରେ ମୂଷଳ ଧାରାରେ ବର୍ଷା ଯୋଗୁ ବ୍ୟାଙ୍କ ସାହିବାସିନ୍ଦା ଜଳବନ୍ଧୀ ଭାବେ ରହିଛନ୍ତି। ସାହି ଭିତରେ ବର୍ଷା ପାଣି ଲହଡ଼ି ମାରିବା ସହିତ ବହୁ ଲୋକଙ୍କ ଘରେ ମଧ୍ୟ ବର୍ଷା ପାଣି ପଶିଯାଇଛି ା କିଛି କଚ୍ଚା ଘର ବର୍ଷା ପାଣିରେ କ୍ଷତିଗ୍ରସ୍ତ ହୋଇଛି ା ରାଇପଦା-ଜୁଇଖୋଲ ଗ୍ରାମକୁ ସଂଯୋଗ କରୁଥିବା ବୃତଙ୍ଗ ନଦୀରେ କାଠ ପୋଲ ବନ୍ୟ ଜଳରେ ଭାସି ଯିବାରୁ ଜୁଇଖୋଲ ଗ୍ରାମକୁ ଯୋଗାଯୋଗ ବିଛିନ୍ନ ହୋଇଛି ା ଗ୍ରାମବାସୀ ବିପଦସଂକୁଳ ଭାବେ ନଦୀର ବଢ଼ି ପାଣି ଭିତରେ ପଶି ଯାତାୟାତ କରୁଛନ୍ତି ା
ଫିରିଙ୍ଗିଆ ବ୍ଲକ ଡିଣ୍ଡିରାଗାଁ ପଞ୍ଚାୟତ ଗାଟେଣୀ ନାଳ ଉପରେ ଥିବା ପୋଲ ବହୁ ଦିନରୁ ଭାଙ୍ଗିଯାଇଛି ା ନାଳରେ ଅଧିକ ପାଣି ଯୋଗୁ ଟେଲାପାଲି, ଶିକୁଳିପଦର ଗ୍ରାମର ଲୋକେ ବିଚ୍ଛିନ୍ନ ହୋଇ ରହିଛନ୍ତିା ଏହି ଦୁଇଟି ଗ୍ରାମରେ ପ୍ରାୟ ୪୦ରୁ ଊର୍ଦ୍ଧ୍ୱ ପରିବାର ଦୁଇ ଦିନ ହେବ ବହୁ ହଇରାଣ ହେଉଛନ୍ତି ା ସେହିପରି ପାଙ୍ଗାଉପର ସାହି ପଞ୍ଚାୟତର ୫ଟି ଗାଁ ମଧ୍ୟ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇରହିଛି ା ବାଘ ନଦୀରେ ଥିବା କାଠ ପୋଲ ବନ୍ୟା ଜଳରେ ଭାସି ଯାଇଥିବାରୁ ପରିସ୍ଥିତି ଏପରି ହୋଇଛି। କ୍ରାଣ୍ଡିବାଲି ପଞ୍ଚାୟତ ୧୦ ନଂ ୱାର୍ଡ ଡଙ୍ଗିମେଣ୍ଡି ଗ୍ରାମର ପ୍ରାୟ ୩୫ ପରିବାର ମଧ୍ୟ ବିଚ୍ଛିନ୍ନ ହୋଇ ରହିଛନ୍ତି। ବାଘ ନଦୀ ଉପରେ ପୋଲ ନ ଥିବାରୁ ଏବଂ ବନ୍ୟା ଜଳ ଯୋଗୁ ଲୋକେ ନାହିଁ ନ ଥିବା ହଇରାଣ ହେଉଛନ୍ତି ା କୌଣସି ପ୍ରଶାସନିକ ଅଧିକାରୀ ଏ ପର୍ଯ୍ୟନ୍ତ ସେମାନଙ୍କ ପାଖରେ ପହଞ୍ଚତ୍ ପାରିନାହାନ୍ତି ା
ଜିଲା ଜରୁରୀକାଳୀନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ତୁମୁଡିବନ୍ଧ ବ୍ଲକରେ ସର୍ବାଧିକ ୭୦.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ା ବାଲିଗୁଡାରେ ୨୮ ମିମି, ଚକାପାଦରେ ୨୩ ମିମି, ଦାରିଙ୍ଗିବାଡି ୨୫ ମିମି, ଜି.ଉଦୟଗିରିରେ ୨୨.୨ ମିମି, ଖଜୁରୀପଡାରେ ୩୦.୮ ମିମି, କୋଟଗଡ ୫୬ ମିମି, ନୂଆଗାଁରେ ୨୦.୨ ମିମି, ଫିରିଙ୍ଗିଆରେ ୭.୪ ମିମି, ଫୁଲବାଣୀରେ ୩୯.୮ ମିମି, ରାଇକିଆରେ ୨୪.୮ ମିମ. ଟିକାବାଲିରେ ୨୫ ମିଲିମିଟର ବର୍ଷା ହୋଇଛି ା ଜିଲାର କୌଣସି ସ୍ଥାନରେ ସେଭଳି କିଛି କ୍ଷୟକ୍ଷତି ହୋଇ ନ ଥିବା ବିଭାଗ ପକ୍ଷରୁ କୁହାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି-ଭାଜପା କର୍ମୀ ଗଣ୍ଡଗୋଳ: ୪ ଗିରଫ

ରାଉରକେଲା, ୧୯ା୫(ସଙ୍ଗୀତା ଜେନା): ରଘୁନାଥପାଲି ଥାନା ଅନ୍ତର୍ଗତ ଗଙ୍ଗାଧରପାଲି ବସ୍ତି ଅଞ୍ଚଳରେ ହୋଇଥିବା ବିଜେଡି ଓ ଭାଜପା ଗଣ୍ଡଗୋଳ ମାମଲାରେ ରବିବାର ପୋଲିସ ୨ଟି ପୃଥକ...

ଶାଢ଼ି ବାଣ୍ଟି ଧରାପଡ଼ିଲେ ୨ଯୁବକ

ବରଗଡ଼,୧୯।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସୋମବାର ସାଧାରଣ ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ହେବ। ତେବେ ଭୋଟରଙ୍କୁ ନିଜ ସପକ୍ଷକୁ ଟାଣିବା ପାଇଁ ମତଦାନ ପୂର୍ବରୁ...

କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା, ବଜ୍ରପାତରେ…

ଆସିକା,୧୯ା୫(ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଳା କୋଟିନଡା ଥାନା ଅନ୍ତର୍ଗତ ହୁମୁକି ଗ୍ରାମରେ ରବିବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ସହ ବଜ୍ରପାତ ହୋଇଥିଲା।...

ଗରମ ପେଜ ପଡ଼ି ପୋଲିଂ କର୍ମଚାରୀ ଆହତ

ଆସିକା/ଧରାକୋଟ,୧୯ା୫(ସୁରେନ୍ଦ୍ର ନାଥ ସାହୁ/ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ଅଧୀନ ମଛାକୋଟ ପଞ୍ଚାୟତର ମଥୁରା ପଦନାପୁର ଗ୍ରାମର ଏକ ବୁଥରେ ଅଘଟଣ ଘଟିଛି।...

ଗାଁକୁ ଗାଁ ବୁଲି ଭୋଟ ଭିକ୍ଷା କଲେ ସୂର୍ଯ୍ୟବଂଶୀ

ଧାମନଗର,୧୯।୫(ଦେବେନ୍ଦ୍ର ଆନ୍ଦିଆ)-ଧାମନଗର ବିଧାନସଭା ଆସନ ପାଇଁ ଦ୍ୱିତୀୟ ଥର ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଭାଜପା ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଅସୁରାଳି ଜୋନ୍‌ରେ ନିର୍ବାଚନ ପ୍ରଚାରକୁ ଜୋରଦାର...

ବିଜେଡି ନିର୍ବାଚନୀ ସଭାରେ ବିଡିଓଙ୍କ ଉପସ୍ଥିତି : ଅଭିଯୋଗ ଆଣିଲା ବିରୋଧୀ

ହାଟଡିହୀ,୧୯।୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ର ହାଟଡିହୀ ବ୍ଲକ ଛେନାପଦୀଠାରେ ରବିବାର ବିଜେଡି ପକ୍ଷରୁ ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ...

“ଯଦି ସୁଯୋଗ ମିଳେ, ମନା କରିବି ନାହିଁ”: ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନେଇ ଜୁଏଲ ଓରାମଙ୍କ ବୟାନ

ଭୁବନେଶ୍ୱର,୧୯ା୫: ଓଡ଼ିଶାରେ ଭାଜପାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ତାକୁ ନେଇ କଳ୍ପନା ଜଳ୍ପନା ଚାଲିଥିବା ବେଳେ ସୁନ୍ଦରଗଡ଼ ଏମପି ତଥା ଭାଜପାର ଲୋକ ସଭା...

ନିଆଁ ଲାଗି ଜଳିଗଲା ୨ ବଖରା ଘର: ଲିଭାଇବା ବେଳେ ୨ ଆହତ

ବାସୁଦେବପୁର,୧୯।୫(ନାରାୟଣ ପ୍ରସାଦ ବାରିକ୍‌): ଭଦ୍ରକ ଜିଲା ବାସୁଦେବପୁର ପୌରପାଳିକା ସୁରେଶ୍ୱରପୁର ଗ୍ରାମର ୮ ନଂ. ୱାର୍ଡରେ ରବିବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟି ଶାନ୍ତିଲତା ବେହେରାଙ୍କ ୨...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri