ବର୍ଷାରେ ଭାସିଗଲା ପୋଲ, ଗ୍ରାମବାସୀ ଜଳବନ୍ଦୀ

ଫୁଲବାଣୀ ଅଫିସ, ୧୪।୮: ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁ କନ୍ଧମାଳ ଜିଲାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ା ଚକାପାଦ ବ୍ଲକ ରାଇପଦା-ଜୁଇଖୋଲ ଗ୍ରାମକୁ ସଂଯୋଗ କରୁଥିବା ବୃତଙ୍ଗ ନଦୀର କାଠ ପୋଲ ଭାସିଯାଇଛି। ଫଳରେ ଯୋଗାଯୋଗ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି। ଜିଲାର ତଳିଆ ଅଞ୍ଚଳ ଗୁଡ଼ିକ ଅଧିକ ପ୍ରଭାବିତ ହୋଇଛି ା ଅଧିକାଂଶ ସ୍ଥାନରେ ନଦୀ ଉପରେ ପୋଲ ନ ଥିବାରୁ ବର୍ଷା ଜଳ ପ୍ରଭାବରେ ଲୋକେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛନ୍ତି ା
ଚକାପାଦ ବ୍ଲକ ଅଞ୍ଚଳରେ ମୂଷଳ ଧାରାରେ ବର୍ଷା ଯୋଗୁ ବ୍ୟାଙ୍କ ସାହିବାସିନ୍ଦା ଜଳବନ୍ଧୀ ଭାବେ ରହିଛନ୍ତି। ସାହି ଭିତରେ ବର୍ଷା ପାଣି ଲହଡ଼ି ମାରିବା ସହିତ ବହୁ ଲୋକଙ୍କ ଘରେ ମଧ୍ୟ ବର୍ଷା ପାଣି ପଶିଯାଇଛି ା କିଛି କଚ୍ଚା ଘର ବର୍ଷା ପାଣିରେ କ୍ଷତିଗ୍ରସ୍ତ ହୋଇଛି ା ରାଇପଦା-ଜୁଇଖୋଲ ଗ୍ରାମକୁ ସଂଯୋଗ କରୁଥିବା ବୃତଙ୍ଗ ନଦୀରେ କାଠ ପୋଲ ବନ୍ୟ ଜଳରେ ଭାସି ଯିବାରୁ ଜୁଇଖୋଲ ଗ୍ରାମକୁ ଯୋଗାଯୋଗ ବିଛିନ୍ନ ହୋଇଛି ା ଗ୍ରାମବାସୀ ବିପଦସଂକୁଳ ଭାବେ ନଦୀର ବଢ଼ି ପାଣି ଭିତରେ ପଶି ଯାତାୟାତ କରୁଛନ୍ତି ା
ଫିରିଙ୍ଗିଆ ବ୍ଲକ ଡିଣ୍ଡିରାଗାଁ ପଞ୍ଚାୟତ ଗାଟେଣୀ ନାଳ ଉପରେ ଥିବା ପୋଲ ବହୁ ଦିନରୁ ଭାଙ୍ଗିଯାଇଛି ା ନାଳରେ ଅଧିକ ପାଣି ଯୋଗୁ ଟେଲାପାଲି, ଶିକୁଳିପଦର ଗ୍ରାମର ଲୋକେ ବିଚ୍ଛିନ୍ନ ହୋଇ ରହିଛନ୍ତିା ଏହି ଦୁଇଟି ଗ୍ରାମରେ ପ୍ରାୟ ୪୦ରୁ ଊର୍ଦ୍ଧ୍ୱ ପରିବାର ଦୁଇ ଦିନ ହେବ ବହୁ ହଇରାଣ ହେଉଛନ୍ତି ା ସେହିପରି ପାଙ୍ଗାଉପର ସାହି ପଞ୍ଚାୟତର ୫ଟି ଗାଁ ମଧ୍ୟ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇରହିଛି ା ବାଘ ନଦୀରେ ଥିବା କାଠ ପୋଲ ବନ୍ୟା ଜଳରେ ଭାସି ଯାଇଥିବାରୁ ପରିସ୍ଥିତି ଏପରି ହୋଇଛି। କ୍ରାଣ୍ଡିବାଲି ପଞ୍ଚାୟତ ୧୦ ନଂ ୱାର୍ଡ ଡଙ୍ଗିମେଣ୍ଡି ଗ୍ରାମର ପ୍ରାୟ ୩୫ ପରିବାର ମଧ୍ୟ ବିଚ୍ଛିନ୍ନ ହୋଇ ରହିଛନ୍ତି। ବାଘ ନଦୀ ଉପରେ ପୋଲ ନ ଥିବାରୁ ଏବଂ ବନ୍ୟା ଜଳ ଯୋଗୁ ଲୋକେ ନାହିଁ ନ ଥିବା ହଇରାଣ ହେଉଛନ୍ତି ା କୌଣସି ପ୍ରଶାସନିକ ଅଧିକାରୀ ଏ ପର୍ଯ୍ୟନ୍ତ ସେମାନଙ୍କ ପାଖରେ ପହଞ୍ଚତ୍ ପାରିନାହାନ୍ତି ା
ଜିଲା ଜରୁରୀକାଳୀନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ତୁମୁଡିବନ୍ଧ ବ୍ଲକରେ ସର୍ବାଧିକ ୭୦.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ା ବାଲିଗୁଡାରେ ୨୮ ମିମି, ଚକାପାଦରେ ୨୩ ମିମି, ଦାରିଙ୍ଗିବାଡି ୨୫ ମିମି, ଜି.ଉଦୟଗିରିରେ ୨୨.୨ ମିମି, ଖଜୁରୀପଡାରେ ୩୦.୮ ମିମି, କୋଟଗଡ ୫୬ ମିମି, ନୂଆଗାଁରେ ୨୦.୨ ମିମି, ଫିରିଙ୍ଗିଆରେ ୭.୪ ମିମି, ଫୁଲବାଣୀରେ ୩୯.୮ ମିମି, ରାଇକିଆରେ ୨୪.୮ ମିମ. ଟିକାବାଲିରେ ୨୫ ମିଲିମିଟର ବର୍ଷା ହୋଇଛି ା ଜିଲାର କୌଣସି ସ୍ଥାନରେ ସେଭଳି କିଛି କ୍ଷୟକ୍ଷତି ହୋଇ ନ ଥିବା ବିଭାଗ ପକ୍ଷରୁ କୁହାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଲାଗୁ ହେବ ‘ୱାନ୍‌ ନେଶନ ୱାନ୍‌ ହେଲ୍‌ଥ’ ଯୋଜନା

ଭୁବନେଶ୍ୱର,୨୪ା୮(ବନ୍ଦନା ସେଠୀ): ଦେଶରେ ଖୁବ୍‌ଶୀଘ୍ର ଲାଗୁ ହେବ ‘ୱାନ୍‌ ନେଶନ ୱାନ୍‌ ହେଲ୍‌ଥ’ ବା ଏକ ଦେଶ, ଏକ ସ୍ବାସ୍ଥ୍ୟ ଯୋଜନା। ଏଥିସହ ଡାକ୍ତରମାନେ କିଭଳି ଡିଜିଟାଲ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଏଣିକି ପ୍ରତିବର୍ଷ ଯୋଗାଇ ଦିଆଯିବ ୩ଟି ମାଗଣା ଗ୍ୟାସ ସିଲିଣ୍ଡର

ଚେନ୍ନାଇ,୨୪।୮: ବିଧାନସଭାରେ ଏକ ବଡ଼ ଘୋଷଣା କରି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଯୋଶେଫ ବିଜୟ କହିଛନ୍ତି ଯେ ‘ଅନ୍ନପୂର୍ଣ୍ଣି ସୁପର ସିକ୍ସ’ ଯୋଜନା ଅଧୀନରେ ପ୍ରତିବର୍ଷ ତିନୋଟି ମାଗଣା…

ଗୁପଚୁପ ଖାଇବା ପରେ ଆସିଲା ନିଦ; ବାକ୍ସ ଉପରେ ଶୋଇପଡ଼ିଲା ହନୁ ମାଙ୍କଡ଼, ଭାଇରାଲ ହେଉଛି Video

ପାଟଣା,୨୪।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଷ୍ଟେଟବ୍ୟାଙ୍କ ସମ୍ମୁଖରେ ରବିବାର ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ବଜାର ଅଞ୍ଚଳର ବିଭିନ୍ନ ଦୋକାନରୁ ଖାଦ୍ୟ ମାଗି…

ହୀରାକୁଦ ଡ୍ୟାମର ଖୋଲିଲା ଆଉ ୩ ଗେଟ୍‌, ୮ ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ

​ସମ୍ବଲପୁର,୨୪।୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ବର୍ଷା ପରିମାଣ ବୃଦ୍ଧି ଯୋଗୁଁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ବନ୍ୟା ଜଳ ପ୍ରବେଶ ବୃଦ୍ଧି ପାଇଛି । ଫଳରେ…

ବିନା ଲାଇସେନ୍ସରେ ବିଭିନ୍ନ ବ୍ରାଣ୍ଡ୍‌ର ମଦ ବିକ୍ରି, ୩ ବ୍ୟବସାୟୀଙ୍କୁ ଗିରଫ କରି…

ଦିଗପହଣ୍ଡି,୨୪ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଚାନ୍ଦପୁର ଗ୍ରାମ ବଜାରରେ ଚିକିଟି ଏସ୍‌ଡିପିଓ ବିଶ୍ୱାମିତ୍ର ହରପାଲ, ଚିକିଟି ଫାଣ୍ଡି ଅଧିକାରୀ ଏସ୍‌ଆଇ…

ପରଘର ବାରଣ୍ଡାରେ ଚାଲିଛି ପାଠପଢ଼ା: ଅନ୍ଧକାରରେ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ

ଜୁନାଗଡ଼,୨୪ା୮(ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ୍‌ର ଅନେକ ପ୍ରାଥମିକ ବିଦ୍ୟାଳୟର ଭିତ୍ତିଭୂମି ଦୟନୀୟ ଅବସ୍ଥାରେ ରହିଛି। ଫଳରେ ସେଠାକାର ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧକାର ମଧ୍ୟକୁ…

ପାରାଦୀପ ଜାହାଜ ବୁଡ଼ି ଘଟଣା: ଏବେ ବି ୨୨ ନାବିକଙ୍କର ମିଳିନି ପତ୍ତା, ଚାଲିଛି ଖୋଜା

ପାରାଦୀପ/ଭୁବନେଶ୍ୱର,୨୪।୮(ଶରତ ରାଉତ/ପି.ଟି.): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଅଭିମୁଖେ ଯାଉଥିବା ପାନାମା-ପତାକାବାହୀ ଜାହାଜ ‘ଏମ୍‌ଭି ଓସେନ ୱିନର୍‌’ ବଙ୍ଗୋପସାଗରରେ ବୁଡ଼ିଯାଇଛି। ପାରାଦୀପ ଉପକୂଳରୁ ପ୍ରାୟ…

ଅସ୍ଥିର ହେଲାଣି ବଙ୍ଗୋପସାଗର, ଅନେକ ରାଜ୍ୟରେ ହେବ ପ୍ରବଳ ବର୍ଷା IMD ଜାରି କଲା ସତର୍କତା

ନୂଆଦିଲ୍ଲୀ,୨୪।୮: ବିଶ୍ୱବ୍ୟାପୀ ପାଣିପାଗ ବିଜ୍ଞାନୀମାନେ ବର୍ତ୍ତମାନ ଏଲ ନିନୋର ସକ୍ରିୟତା ବିଷୟରେ ଆଲୋଚନା କରୁଛନ୍ତି; କିନ୍ତୁ ଏପର୍ଯ୍ୟନ୍ତ ଭାରତରେ କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପରିଲକ୍ଷିତ ହୋଇନାହିଁ। ମୌସୁମୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri