Posted inଫୁରସତ

ଜୈବ ବିବିଧତା ରକ୍ଷାରେ ସରୀସୃପଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଜୀବ ଜଗତରେ ବିଭିନ୍ନ ପ୍ରଜାତିର ପ୍ରାଣୀ ବାସକରନ୍ତି। ସେମାନଙ୍କ ମଧ୍ୟରୁ ଲିଜାର୍ଡ ବା ଝିଟିପିଟି ପ୍ରଜାତିର ଅନେକ ସରୀସୃପ ଦେଖାଯାନ୍ତି। ଜୈବ ବିବିଧତା ପାଇଁ ପ୍ରତ୍ୟେକ ଜୀବ ଗୁରୁତ୍ୱ ବହନ କରୁଥିବାବେଳେ ସରୀସୃପଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଗୋଧି, ଏଣ୍ଡୁଅ, ଝିଟିପିଟି ଭଳି ଅନେକ (ଲିଜାର୍ଡ) ସରୀସୃପ ପ୍ରଜାତି ଜୀବ ପରିବେଶ ସହ ଖାପଖୁଆଇ ରହିଥାନ୍ତି। ଶତ୍ରୁଠାରୁ ନିଜକୁ ରକ୍ଷା କରିବା ଲାଗି ନିଜ ରଙ୍ଗ ବଦଳାଇବାର ସ୍ବତନ୍ତ୍ର ଗୁଣ ସେମାନଙ୍କ ପାଖରେ ରହିଛି । ସେହିଭଳି ଝିଟିପିଟିର ଲାଞ୍ଜ ଅଲଗା ହୋଇ ସେଠାରୁ ପୁଣି ଏକ ନୂଆ ଲାଞ୍ଜ ସୃଷ୍ଟି ହୋଇଥାଏ। ନୂଆ ଲାଞ୍ଜ ସୃଷ୍ଟି ଆଧୁନିକ ଚିକିତ୍ସା ବିଜ୍ଞାନୀଙ୍କୁ ଗବେଷଣା ପାଇଁ ପ୍ରୋତ୍ସାହିତ କରିଛି। ଛାତିରେ ଭରାଦେଇ ଏଭଳି ପ୍ରାଣୀ ଚଳପ୍ରଚଳ ହୋଇଥାନ୍ତି। ଏମାନେ ଶୀତଳ ରକ୍ତ(କୋଲ୍ଡ ବ୍ଲଡେଡ୍‌) ପ୍ରଜାତିର। ଅର୍ଥାତ୍‌ ପରିବେଶର ତାପମାତ୍ରା ଅନୁସାରେ ସେମାନଙ୍କ ଶରୀରର ତାପମାତ୍ରାରେ ପରିବର୍ତ୍ତନ ହୋଇଥାଏ। ଲିଜାର୍ଡଙ୍କ ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ଅଗଷ୍ଟ ୧୪ରେ ଓ୍ବାଲର୍‌ଡ ଲିଜାର୍ଡ ଡେ’ପାଳନ କରାଯାଏ।
ପୃଥିବୀରେ ପ୍ରାୟ ୫୬୦୦ ପ୍ରକାର ଲିଜାର୍ଡ ଅଛନ୍ତି। ସେମାନଙ୍କ ମଧ୍ୟରୁ ବହୁ ପ୍ରଜାତି ବିପଦରେ ପଡ଼ିଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ସେମାନଙ୍କ ବଂଶ ଲୋପ ପାଇବାରେ ଲାଗିଛି। ଲିଜାର୍ଡ ଡେ’ ଏହି ବିଶେଷ ପ୍ରକାର ସରୀସୃପଙ୍କ ସଂରକ୍ଷଣ ଓ ସଚେତନତା ସୃଷ୍ଟି କରିବା ଲାଗି ପାଳନ କରାଯାଇଥାଏ।

ବଦଳାଇବାଠାରୁ ଆରମ୍ଭ କରି ଶରୀରରୁ ଲାଞ୍ଜକୁ ଅଲଗା କରିବା ଭଳି ଭିନ୍ନ ଭିନ୍ନ କୌତୂହଳପୂର୍ଣ୍ଣ ତଥ୍ୟ ରହିଛି। ଊନବିଂଶ ଶତାବ୍ଦୀରେ ଲିଜାର୍ଡ ପ୍ରଜାତିର ଜୀବଙ୍କୁ ଆମ୍ଫିବିଆନ ଅର୍ଥାତ୍‌ ଉଭୟଚର ପ୍ରାଣୀଙ୍କଠାରୁ ପୃଥକ୍‌ କରାଯାଇଥିଲା। ଲିଜାର୍ଡଙ୍କ ସଂଖ୍ୟା କମିବା ଏକ ଉଦ୍‌ବେଗଜନକ ସ୍ଥିତି। ଏହା ପଛର ମୁଖ୍ୟ କାରଣ ହେଉଛି ଜଙ୍ଗଲ ନଷ୍ଟ, ସରୀସୃପଙ୍କ ପ୍ରତି ଗୁରୁତ୍ୱର ଅଭାବ ଏବଂ ଚର୍ମ ବ୍ୟବସାୟ ଇତ୍ୟାଦି। ଚର୍ମ ବ୍ୟବସାୟର ଚୋରା କାରବାର ଏକବିଂଶ ଶତାବ୍ଦୀରୁ ବୃଦ୍ଧି ପାଇବାରେ ଲାଗିଛି। ସମସ୍ତ ସରୀସୃପ ହେଉଛନ୍ତିି ବାୟୁରୁ ନିଃଶ୍ୱାସ ନେଉଥିବା ମେରୁଦଣ୍ଡୀ ପ୍ରଜାତି। ସେମାନଙ୍କ ଶରୀର କାତିରେ ଆବୃତ।
ପ୍ରଜାତି ମଧ୍ୟରେ ସାପ, କଇଁଛ, କୁମ୍ଭୀର, ଏଣ୍ଡୁଅ, ଝିଟିପିଟି, ଗୋଧି ପ୍ରମୁଖ ସ୍ଥାନ ଗ୍ରହଣ କରିଥାନ୍ତି। ସେଥିମଧ୍ୟରେ ଜନବସତି ବୃଦ୍ଧି, ରୋଗ ସଂକ୍ରମଣ, ଜଳବାୟୁ ପରିବର୍ତ୍ତନ ଯୋଗୁ ସେମାନଙ୍କର ପ୍ରାକୃତିକ ବାସସ୍ଥାନ ନଷ୍ଟ ହେବାରେ ଲାଗିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚର୍ମ ବ୍ୟବସାୟ ପାଇଁ ସେମାନଙ୍କ ଶିକାରରେ ବୃଦ୍ଧି ଘଟିଛି।

ପୃଥିବୀର ଜୈବବିବିଧତା ପାଇଁ ସରୀସୃପ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ସେମାନେ ବିଭିନ୍ନ କୀଟପତଙ୍ଗଙ୍କୁ ଖାଦ୍ୟ ଭାବେଗ୍ରହଣ କରି ସନ୍ତୁଳନ ରକ୍ଷା କରିବାରେ ସାହାଯ୍ୟ କରିଥାନ୍ତି। ସରୀସୃପ ପ୍ରାୟତଃ ଘାସ ଏବଂ ପତ୍ରଯୁକ୍ତ ଉଦ୍ଭିଦ, ପୋକଯୋକ ଏବଂ ଛୋଟ କୀଟପତଙ୍ଗ ଖାଇଥାନ୍ତି। ଚିରସ୍ଥାୟୀ ଆବାସିକ ଅଞ୍ଚଳଠାରୁ ଆରମ୍ଭ କରି ଆମାଜନର ରେନ୍‌ ଫରେଷ୍ଟରେ ନାନା ପ୍ରଜାତିର ସରୀସୃପ ଦେଖାଯାନ୍ତି। ଆଣ୍ଟାର୍କଟିକାର ପ୍ରବଳ ଥଣ୍ଡାରେ ଜୀବନଧାରଣ କରିବାକୁ ସକ୍ଷମ ହେଉ ନ ଥିବାରୁ ଏହି ଅଞ୍ଚଳରେ ଏହା ଦୃଷ୍ଟିଗୋଚର ହୋଇ ନ ଥାନ୍ତି।

ପ୍ରଜାତିର ସରୀସୃପ ସେମାନଙ୍କ ଖାଦ୍ୟରୁ ଜଳ ଗ୍ରହଣ କରନ୍ତି। ବିଶେଷ ଭାବେ ସେମାନେ ସକାଳର ସୂର୍ଯ୍ୟ କିରଣରେ ରହିବାକୁ ଭଲ ପାଆନ୍ତି। ଏହାଦ୍ୱାରା ସେମାନଙ୍କ ଶରୀରର ଆଭ୍ୟନ୍ତରୀଣ ତାପମାତ୍ରା ବଢ଼ିବା ସହିତ ମାଂସପେଶୀ, ଅଙ୍ଗପ୍ରତ୍ୟଙ୍ଗ ସୁଦୃଢ଼ ହୋଇଥାଏ। ସରୀସୃପଙ୍କ ଆକାର ୨ ଇଞ୍ଚରୁ ଆରମ୍ଭ କରି ୧୧ ଫୁଟ ବା ଏହାଠାରୁ ଅଧିକ ହୋଇଥାଏ। ସେହିପରି ଓଜନ ମଧ୍ୟ ୩୦୦ ପାଉଣ୍ଡ ପର୍ଯ୍ୟନ୍ତ ହୋଇଥାଏ। ପୃଥିବୀର କେତେକ ଅଞ୍ଚଳରେ ଲୋକେ ସରୀସୃପଙ୍କୁ ଘରେ ପୋଷା ଭାବେ ପାଳିଥାନ୍ତି। ଆମେରିକାରେ ୯ ନିୟୁତରୁ ଅଧିକ ଲୋକ ଘରେ ସରୀସୃପ ପାଳିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସେବାର ଅନ୍ୟନାମ ‘ରେଡ୍‌କ୍ରସ’

ପ୍ରତିବର୍ଷ ମେ’୮ରେ ବିଶ୍ୱ ରେଡକ୍ରସ ଦିବସ ପାଳନ କରାଯାଏ। ଅନ୍ତର୍ଜାତୀୟ ରେଡକ୍ରସ ଏବଂ ରେଡ କ୍ରିସେଣ୍ଟ ଆନ୍ଦୋଳନର ନୀତି ମନେରଖିବା ପାଇଁ ଏହା ପାଳନ କରାଯାଏ।...

”ଜନସଚେତନତା ବିପଦ ଏଡ଼ାଇବ“

ପ୍ରତିବର୍ଷ ମେ’ ୮ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ଥାଲାସିମିଆ ଦିବସ’। ଚଳିତ ବର୍ଷର ଏହି ଦିବସ ଉପଲକ୍ଷେ ପ୍ରସାରିତ ବାର୍ତ୍ତାଟିରେ କୌଣସି ଅସ୍ପଷ୍ଟତା ନାହିଁ।...

ଗୋଡ଼ରେ ଭୋଟ ଦେଲେ

ଅହମଦାବାଦ: ମଙ୍ଗଳବାର ଭାରତର ତୃତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଗଣତନ୍ତ୍ରର ଏହି ମହାପର୍ବରେ ଗୁଜରାଟର ଏକ ପୋଲିଂ ବୁଥ୍‌ରେ ଅଙ୍କିତ ସୋନି...

ବାପାଙ୍କ ଦୋକାନ ବନ୍ଦ ହେବନି

ନୂଆଦିଲ୍ଲୀ: ରୋଲ୍‌ ପ୍ରସ୍ତୁତ କରୁଥିବା ଏକ ୧୦ ବର୍ଷୀୟ ବାଳକର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯଶ୍‌ପ୍ରୀତ ନାମକ ଏହି ବାଳକଙ୍କ ମାତ୍ର...

ଗୋଟିଏ ଭୋଟର ମୂଲ୍ୟ ତୁମେ କ’ଣ ବୁଝିବ ବାବୁ! ଭୋଟ ଦେବାକୁ କାଲିଫର୍ନିଆରୁ ବିହାର ପହଞ୍ଚିଲେ ଦମ୍ପତି

ବୈଶାଳି,୬।୫: ଏକ ଶକ୍ତିଶାଳୀ ଗଣତନ୍ତ୍ର ପାଇଁ ଭୋଟର ମହତ୍ତ୍ୱ କ’ଣ। ଯଦି ଆପଣ ଏହି ପ୍ରଶ୍ନର ଉତ୍ତର ଜାଣିବାକୁ ଚାହାଁନ୍ତି ତେବେ ଆପଣଙ୍କୁ ବିହାରର ଏକ...

ପେଟ୍ରୋଲ ମହଙ୍ଗା, ମାତ୍ର ବିମାନରେ ବ୍ୟବହୃତ ଇନ୍ଧନ ଶସ୍ତା,ଜାଣନ୍ତୁ କାହିଁକି…

ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି, ଯାହା ସାଧାରଣ ଲୋକଙ୍କୁ ଅସୁବିଧାରେ ପକାଇଥାଏ। କିନ୍ତୁ ଏହି ସମୟରେ ସୋସିଆଲ ମିଡିଆରେ ଏକ...

ବିଶ୍ୱ ରେଡ୍‌କ୍ରସ ଦିବସ

ପ୍ରତିବର୍ଷ ମେ’ ୮ରେ ବିଶ୍ୱ ରେଡ୍‌କ୍ରସ ଦିବସ ପାଳନ କରାଯାଏ। ଅନ୍ତର୍ଜାତୀୟ ରେଡ୍‌କ୍ରସ ଏବଂ ରେଡ୍‌ କ୍ରିସେଣ୍ଟ ଆନ୍ଦୋଳନର ନୀତି ମନେ ରଖିବା ପାଇଁ ଏହା...

ଭବିଷ୍ୟତରେ କେଉଁ ସୁନା ଅଧିକ ଟଙ୍କା ଦେବ ୨୨ କ୍ୟାରେଟ୍‌ ନା ୨୪ କ୍ୟାରେଟ୍‌, ଜାଣି ରଖନ୍ତୁ…

ସୁନା କେବଳ ମହିଳାଙ୍କ ପସନ୍ଦ ନୁହେଁ, ଏହା ନିବେଶକଙ୍କ ପସନ୍ଦ ମଧ୍ୟ ଅଟେ। ଏହା କେବଳ ପସନ୍ଦ ବିଷୟ ନୁହେଁ, ସୁନା ଏହାର ଦୀର୍ଘକାଳୀନ ମୂଲ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri