ଯୁକ୍ତ ୨ ପରୀକ୍ଷା ଫଳରେ ବିକାଶର ସଫଳତା: ସମର୍ପିତା-ସତ୍ୟସୁନ୍ଦର କଲେଜ ଟପ୍ପର

ବରଗଡ଼,୨୦ା୫(ପ୍ରେମାନନ୍ଦ ଖମାରୀ):ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଭୁବନେଶ୍ୱର, ଓଡ଼ିଶା ଦ୍ୱାରା ଆୟୋଜିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳାଫଳକୁ ନେଇ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବରଗଡ଼ ଶାଖାରେ ଏକ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଯାଇଛି। କ୍ରିଷ୍ଣା ବିକାଶ ଗ୍ରୁପର ଚେୟାରମ୍ୟାନ ଦାଶରୀ ମୂରଲୀ କ୍ରିଷ୍ଣା ଚଳିତବର୍ଷ ଛାତ୍ରୀଛାତ୍ରମାନେ ଉତ୍ତମ ପ୍ରଦର୍ଶନ ସହିତ ବିଦ୍ୟାଳୟକୁ ଗୌରବାନ୍ବିତ କରିଥିବା ଏବଂ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବରଗଡ଼ ପାସ ହାର ୧୦୦ ପ୍ରତିଶତ ରହିଥିବା ସୂଚନା ଦେଇଛନ୍ତି। ପ୍ରଥମ ଶ୍ରେଣୀର ପାସ ହାର ୯୯% ରଖି ବିକାଶକୁ ପଶ୍ଚିମ ଓ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବରେ ପ୍ରତିଷ୍ଠିତ କରିପାରିଛି ବୋଲି ସେ ମତବ୍ୟକ୍ତ କରିଛନ୍ତି। ବାଣିଜ୍ୟରେ ସତ୍ୟସୁନ୍ଦର ପଣ୍ଡା ୫୯୨ ମାର୍କ ରଖିଥିବା ବେଳେ ବିଜ୍ଞାନରେ ସମର୍ପିତା ଦେହେରୀ ୫୯୧ ମାର୍କ ସହ କଲେଜ ଟପ୍ପର ହୋଇଛନ୍ତି। ବିଜ୍ଞାନରେ ସମୁଦାୟ ୫୧ ଜଣ ଏବଂ ବାଣିଜ୍ୟରେ ସମୁଦାୟ ୬ଜଣଙ୍କ ସହିତ ସର୍ବମୋଟ ୫୭ ଜଣ ଛାତ୍ରୀଛାତ୍ର ୯୦%ରୁ ଊର୍ଦ୍ଧ୍ୱ ମାର୍କ ରଖିଛନ୍ତି। ସେମାନଙ୍କ ମଧ୍ୟରୁ ୨୩ ଛାତ୍ରୀଛାତ୍ର ୯୫%ରୁ ଊର୍ଦ୍ଧ୍ୱ ନମ୍ବର ହାସଲ କରିଛନ୍ତି। ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବରଗଡ଼ ଅଧ୍ୟକ୍ଷ ନାରାୟଣ ରଥ ଚଳିତ ବର୍ଷର ପରୀକ୍ଷାଫଳ ପ୍ରଦାନ କରିବା ସହ ସେମାନଙ୍କ ନାମ ଘୋଷଣା କରିଥିଲେ। ବିଜ୍ଞାନରେ ରାସେଶ୍ୱରୀ (୫୮୫ ମାର୍କ), ସୋନାଲି (୫୮୫ ମାର୍କ), ସୌମ୍ୟାଶ୍ରୀ (୫୮୫ ମାର୍କ), ଶୁଚିସ୍ମିତା (୫୮୩), ଦୀପିକା (୫୮୨), ଓମ ପ୍ରକାଶ (୫୮୨), ଋତୁରାଜ (୫୮୨), ଶ୍ରେୟାଂଶ (୫୮୨), ଶୁଭଙ୍କର ପ୍ରଧାନ (୫୮୨), ସରିତା (୫୮୧), ଅଲିଭା (୫୮୦), ଦିବ୍ୟାଂଶୁ (୫୭୯), ରଶ୍ମିରଞ୍ଜନ (୫୭୯), ସ୍ମିତିଲିକା (୫୭୯), ଶୁଭଙ୍କର ସାହୁ (୫୭୬ ), ତପନେଶ୍ୱର (୫୭୬), ଦୁକିତା (୫୭୫), ପ୍ରାଚୀ ପରିମିତା (୫୭୪), ପ୍ରତ୍ୟୁଷା (୫୭୨), ରାମ ଶଙ୍କର (୫୬୯), ଜତିନ (୫୬୬), ଅମନ (୫୬୫), ନିର୍ମଳ (୫୬୩), ସରସ୍ବତୀ (୫୬୧), ସ୍ବୟଂଆଭା (୫୬୧), ସୀମା (୫୫୯), ପ୍ରେମକୁମାର (୫୫୮), ଅସ୍ପ୍ରୁହା (୫୫୭), ପ୍ରାଚୀ ଖମାରୀ (୫୫୬), ଆୟୁଷ ରଣା (୫୫୫), ରୋଶନୀ (୫୫୫), ଜ୍ୟୋତି (୫୫୪), ସୌମ୍ୟରଞ୍ଜନ (୫୫୪), ଆୟୁଷ କମ୍ପ (୫୫୩), ବିନୟ (୫୫୨ ମାର୍କ), ପ୍ରିଂଶ (୫୫୨), ସମୀକ୍ଷା (୫୫୨), ସ୍ବସ୍ତିକ (୫୫୨), ବର୍ଷା (୫୫୧), ଟିକେଶ୍ୱର (୫୫୦), ଓମପ୍ରକାଶ ରଣା (୫୪୯), ତନ୍ମୟ (୫୪୯), ଶ୍ରେୟାଂଶ ଦାସ (୫୪୮), ପ୍ରିୟା ପ୍ରିୟଦର୍ଶନୀ (୫୪୭), ଅଗ୍ରୀମ (୫୪୪), ଶାଶ୍ୱତ (୫୪୪), ଆର୍ୟନ (୫୪୩), ଆୟୁଷ ପଟେଲ (୫୪୩), ପ୍ରିତେଷ (୫୪୧), ପ୍ରେମାନନ୍ଦ (୫୪୦) ଏବଂ ବାଣିଜ୍ୟରେ ଧର୍ମାନନ୍ଦ (୫୭୪), ଆଲୋକ ମେହେର (୫୬୯), ହିମେଶ (୫୬୨), ଆର୍ୟନ (୫୫୬), ରୋହନ (୫୪୬ ମାର୍କ) ରଖି ବିଦ୍ୟାଳୟକୁ ଗୌରବାନ୍ବିତ କରିଛନ୍ତି। କ୍ରିଷ୍ଣା ବିକାଶ ଗ୍ରୁପର ନିର୍ଦ୍ଦେଶକ ଡ.ସମରେନ୍ଦ୍ର ନାଥ ପଣ୍ଡା ବିଭିନ୍ନ ବିଷୟରେ ଛାତ୍ରୀଛାତ୍ରମାନଙ୍କର ଉତ୍କୃଷ୍ଟମାନର ପ୍ରଦର୍ଶନର ବିଶେଷ ସୂଚନା ଦେଇ କହିଥିଲେ, ଚଳିତବର୍ଷ ଫିଜିକ୍ସରେ ୧୭ ଜଣ ୧୦୦ ରୁ ୧୦୦ ନମ୍ବର ରଖିଥିବା ବେଳେ କେମେଷ୍ଟ୍ରିରେ ୧୨ ଜଣ, ଇଂଲିଶରେ ୩ ଜଣ, ଓଡ଼ିଆରେ ୯ ଜଣ, ହିନ୍ଦୀରେ ୧୫, ସଂସ୍କୃତରେ ୬, ଏକାଉଣ୍ଟରେ ୬, ବିଏମଏସ୍‌ରେ ୫ ଜଣ ଏବଂ ଏଫ୍‌ଏମ୍‌ଏରେ ୧ ଜଣ ୧୦୦ରୁ ୧୦୦ ନମ୍ବର ରଖିଛନ୍ତି। ସିନିୟର୍‌ ସେକେଣ୍ଡାରୀ ଶାଖାର ଅଧ୍ୟକ୍ଷ ଚିତରଞ୍ଜନ ପତି ଛାତ୍ରୀଛାତ୍ରମାନଙ୍କ ଏଭଳି ଉତ୍ତମ ଫଳାଫଳ ପାଇଁ ଏଠାରେ ନିଟ ଏବଂ ଜେ.ଇ.ଇ ପ୍ରବେଶିକା ପରୀକ୍ଷା ନିମନ୍ତେ ଏଠାରେ ଦିଆଯାଉଥିବା ଇଣ୍ଟିଗ୍ରେଟେଡ୍‌ ପ୍ରୋଗ୍ରାମର ଦାୟିତ୍ୱ ବହୁ ଗୁରୁତ୍ତ୍ୱପୂର୍ଣ୍ଣ ବୋଲି ପ୍ରଶଂସା କରିଛନ୍ତି।
ବର୍ଷର ଫଳାଫଳକୁ ନେଇ କ୍ରିଷ୍ଣା ବିକାଶ ଗ୍ରୁପର ଟ୍ରଷ୍ଟି ଦାଶରୀ ରାମ ତୁଳସୀ, ପରିଚାଳନା ନିର୍ଦ୍ଦେଶକ ବିବେକ ଦାଶରୀ, ଡାଏରେକ୍ଟର ଟୁ ଚେୟାରମ୍ୟାନ ଲୋକେଶ ଦାଶରୀ, ବିକାଶ ଆବାସିକ ବିଦ୍ୟାଳୟର ଏକଜିକ୍ୟୁଟିଭ ପ୍ରିନ୍ସିପାଲ ଶିଶିର ପ୍ରସାଦ ରାଉଳ, ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଏସ.କାନ୍ତା ରାଓ, କ୍ରିଷ୍ଣା ବିକାଶ ଗ୍ରୁପର ପିପୁଲ ଏଣ୍ଡ କଲଚର ହେଡ ଅଶ୍ୱିନୀ ନାୟକ ଓ ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ, ଶିକ୍ଷକ ସମସ୍ତ କୃତୀ ଛାତ୍ରୀଛାତ୍ରମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ସହିତ ତାଙ୍କର ମଙ୍ଗଳମୟ ତଥା ଉଜ୍ୱଳ ଭବିଷ୍ୟତର କାମନା କରିଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ ଉପରେ ବର୍ଷିଲେ ଧର୍ମେନ୍ଦ୍ର, ତୁଷ୍ଟୀକରଣ ରାଜନୀତିକୁ ନେଇ….

ନୂଆଦିଲ୍ଲୀ,୨୦ା୮: କଂଗ୍ରେସ ମୁଖ୍ୟାଳୟରେ ୮୦ତମ ସ୍ୱାଧୀନତା ଦିବସ ଅବସରରେ ‘ବନ୍ଦେ ମାତରମ୍’ ଗାନକୁ ନେଇ ଦେଖାଦେଇଥିବା ବିବାଦ ଏବେ ତୀବ୍ର ହୋଇଛି । ଏହାକୁ ନେଇ କଂଗ୍ରେସକୁ…

ଗୋଟିଏ ମାସରେ ୪ ଲଘୁଚାପ, ପୁଣି ଦାନା ବାନ୍ଧିଲାଣି, କାଲିଠୁ ପ୍ରବଳ ବର୍ଷା !

ଭୁବନେଶ୍ୱର,୨୦।୮: ପାଣିପାଗକୁ ନେଇ ବଡ଼ ଖବର । ଅଗଷ୍ଟ ମାସରେ ଗଲାଣି ତିନି ତିନିଟି ଲଘୁଚାପ । ତେବେ ପୁଣି ଆସୁଛି ଲଘୁଚାପ । ଏ ନେଇ…

ସାତକୋଶିଆ ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା; ଅଟୋକୁ ଧକ୍କା ଦେଲା ଥାର୍, ୧୦…

ଆନନ୍ଦପୁର,୨୦।୮((ସୁଶାନ୍ତ କୁମାର ସାହୁ ): ଆନନ୍ଦପୁର ସାତକୋଶିଆ ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଥାର୍ ଗାଡିର ଜୋରଦାର ଧକ୍କାରେ ଅଟୋ ଚୁରମାର ହୋଇଯାଇଛି। ଘଟଣାରେ…

ରାଜ୍ୟ ସରକାର ବଢାଇଲେ ପେନଶନ ଲିମିଟ୍‌, ଜାଣନ୍ତୁ କାହାକୁ ମିଳିବ ଲାଭ…

ନୂଆଦିଲ୍ଲୀ,୨୦ା୮: ସରକାରୀ କର୍ମଚାରୀମାନଙ୍କୁ ଅବସର ପରେ ପେନ୍‌ସନ୍ ସୁବିଧା ମିଳିଥାଏ। ପ୍ରତ୍ୟେକ ରାଜ୍ୟ ସରକାର ନିଜ ରାଜ୍ୟର ପେନ୍‌ସନ୍‌ଭୋଗୀଙ୍କ ପେନ୍‌ସନ୍‌ରେ ସମୟ ସମୟରେ ବୃଦ୍ଧି କିମ୍ବା ସଂଶୋଧନ…

‘ଯୁବବର୍ଗ ୧୮ ବର୍ଷରେ ଭୋଟ୍‌ ଦେବା ଅଧିକାର ହେଉଛି ରାଜୀବଙ୍କ ଅବଦାନ’

କେନ୍ଦୁଝର,୨୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଧୁନିକ ଭାରତର ନିର୍ମାତା, ଯୁବ ମାନସର ପ୍ରତୀକ, ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କର ୮୦ ତମ ଜନ୍ମଜୟନ୍ତୀ ସ୍ଥାନୀୟ…

ପୋଖରୀରେ ଗାଧୋଉଥିଲେ ଯୁବକ, ୨ ରାଉଣ୍ଡ ଗୁଳି ଚଳାଇ ଲୁଟିନେଲେ ବାଇକ

ନୟାଗଡ, ୨୦।୮(ଲୋକନାଥ ମିଶ୍ର): ନୟାଗଡ ଜିଲା ଚାନ୍ଦପୁର ଥାନା କୁସୂପଲାରେ ୨ରାଉଣ୍ଡ ଗୁଳି ଚାଳନା ହୋଇଛି । ପୋଖରୀରେ ଗାଧୋଉ ଥିବା ବେଳେ ଗୁରୁବାର ଅପରାହ୍ନ ପ୍ରାୟ…

କେସିଙ୍ଗାରେ ବିଜେଡି ଯୁବ ରାଜ୍ୟ ସଭାପତି, କହିଲେ ଆଗାମୀ ପଞ୍ଚାୟତ ନିର୍ବାଚନରେ…

କେସିଙ୍ଗା,୨୦ା୮(ତୁମେଶ୍ୱର ସାହୁ): ରାଜ୍ୟ ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଚିନ୍ମୟ କୁମାର ସାହୁ ନବରଙ୍ଗପୁରରେ ହେବାକୁ ଥିବା ଛାତ୍ର ସମାବେଶରେ ଯୋଗ ଦେବାପାଇଁ ଗୁରୁବାର…

ପୋଖରୀରେ ମୃତଦେହ-ଘରେ ମିଳିଲା କଟାମୁଣ୍ଡ, ବଲାଙ୍ଗୀରରେ ହଇଚଇ

ବଲାଙ୍ଗୀର, ୨୦।୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ଏକ ପୋଖରୀରୁ ମୁଣ୍ଡ ବିହୀନ ମୃତଦେହ ମିଳିବା ଘଟଣାରେ ବଡ଼ ଖୁଲାସା ହୋଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri