ଏହି ଫିଲ୍ମକୁ ୧୦୦ରୁ ଅଧିକ ଥର ଦେଖିଥିଲେ ବିକାଶ ଦୁବେ, ଘଟାଇ ଚାଲିଥିଲେ ଅପରାଧ

ମୁମ୍ବାଇ: କୁଖ୍ୟାତ ଅପରାଧୀ ବିକାଶ ଦୁବେଙ୍କ ଅସଲ ଜୀବନରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ଦିଗ ଫିଲ୍ମ ଷ୍ଟାଇଲ୍‌ରେ ହିଁ ହୋଇଛି। ୧୯୯୯ ମସିହାରେ ରିଲିଜ ହୋଇଥିବା ଏକ ଫିଲ୍ମକୁ ସେ ଥରେ ନୁହେଁ, ୧୦୦ରୁ ଅଧିକ ଥର ଦେଖିଥିଲେ। ଏଥିରେ ଅଭିନୟ କରିଥିବା ଅଭିନେତାଙ୍କ ଚରିତ୍ରକୁ ସେ ବେଶ୍‌ ପସନ୍ଦ କରିଥିଲେ। ଫିଲ୍ମର ଅଭିନେତାଙ୍କ ଅଭିନୟ ତାଙ୍କୁ ଏତେ ପ୍ରଭାବିତ କରିଥିଲା ଯେ, ଏହାକୁ ସେ ବାସ୍ତବ ଜୀବନରେ ମଧ୍ୟ ଲଗାଇଥିଲେ।


ପିଲାଦିନରୁ ବିକାଶ କାନପୁରର ଶାସ୍ତ୍ରୀନଗର, କାକାଦେବ, ଗୀତାନଗର ଏବଂ ଏହାର ଆଖପାଖ ଅଞ୍ଚଳରେ ବଢ଼ିଥିଲେ। ସେ ଫିଲ୍ମ ଦେଖିବାକୁ ବହୁତ ପସନ୍ଦ କରୁଥିଲେ। ୧୯୯୯ ମସିହା ବେଳକୁ ସେ ଅପରାଧ ଜଗତରେ ପାଦ ଦେଇସାରିଥିଲେ। ସେତେବେଳେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଅର୍ଜୁନ ପଣ୍ଡିତ’କୁ ସେ ଦେଖିଥିଲେ। ଏହି ଥ୍ରୀଲର ଫିଲ୍ମର ଅଭିନେତା ସନ୍ନି ଦେଓଲ ଏଥିରେ ଏକ ଦମ୍‌ଦାର ଭୂମିକାରେ ଅଭିନୟ କରିଥିଲେ। ଧୋକ୍କା ଖାଇବା ପରେ ସେ ଗ୍ୟାଙ୍ଗ୍‌ଷ୍ଟର ପାଲଟିଥିଲେ। ଆଉ ଗୋଟିଏ ପରେ ଗୋଟିଏ ଅପରାଧ ଘଟାଇ ଚାଲିଥିଲେ। ଠିକ୍‌ ସେହିପରି ବିକାଶଙ୍କ ଜୀବନର ଆରମ୍ଭ ହୋଇଥିଲା। ସେ ତାଙ୍କ ଜୀବନରେ ମଧ୍ୟ ବହୁବାର ଧୋକ୍କା ଖାଇଥିଲେ।

ଫିଲ୍ମ ଦେଖିବା ପରଠାରୁ ନିଜ ଜୀବନକୁ ସେହି ଫିଲ୍ମର କାହାଣୀ ପରି ଗଢ଼ିଥିଲେ। ପୋଲିସ ପ୍ରଶାସନ ନିକଟରେ ନିଜକୁ ବିକାଶ ପଣ୍ଡିତ ରୂପରେ ପରିଚୟ ଦେଇଥିଲେ। ଏହି ଫିଲ୍ମକୁ ସେ ୧୦୦ରୁ ଅଧିକ ଥର ଦେଖିଥିଲେ। ଏହାକୁ ବହୁବାର ଦେଖିବା ପରେ ବିକାଶ ତାଙ୍କ ଅସଲ ଜୀବନରେ ସେମିତି ଗୋଟିଏ ପରେ ଗୋଟିଏ ଅପରାଧ ଘଟାଇ ଚାଲିଲେ। ଶେଷରେ ଅପରାଧ ସାମ୍ରାଜ୍ୟର ପତ୍ତନ ଘଟିଛି। ଦୁଇଦିନ ତଳେ ପୋଲିସ ଏନ୍‌କାଉଣ୍ଟରରେ ବିକାଶ ଦୁବେଙ୍କ ପ୍ରାଣହାନି ଘଟିଛି। ଫଳରେ ତାଙ୍କ ଅପରାଧ ଦୁର୍ଗ ଭୁଶୁଡ଼ି ପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୁଲାଇ ୨୯ରୁ ବଦଳିଯିବ ଏହି ୫ ରାଶିଙ୍କ ଭାଗ୍ୟ: ହେବ ଧନ ବର୍ଷା, ବ୍ୟାପାର-କ୍ୟାରିୟରରେ…

ଜୁଲାଇ ୨୯ରେ ଧନ, ସୁଖ ଏବଂ ବୈଭବର କାରକ ଗ୍ରହ ଶୁକ୍ର ଏବଂ ସାହସ, ଶକ୍ତି ତଥା କର୍ମର କାରକ ଗ୍ରହ ମଙ୍ଗଳ ପରସ୍ପରଠାରୁ ୯୦ ଡିଗ୍ରୀ…

ଇରାନର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ ପରେ ଟ୍ରମ୍ପଙ୍କ କଡ଼ା ଚେତାବନୀ, ସବୁ ଶେଷ…

ଓ୍ବାଶିଂଟନ,୨୯।୭: ଆମେରିକା ଏବଂ ସାଉଦି ଆରବ ଦ୍ୱାରା ଇରାକ ଉପରେ ହୋଇଥିବା ଆକ୍ରମଣରେ ଛଅ ଜଣ ଇରାନୀ ପରାମର୍ଶଦାତାଙ୍କ ମୃତ୍ୟୁ ହୋଇଥିଲା । ଏହା ପୂର୍ବରୁ, ଇରାନ…

E20 ପେଟ୍ରୋଲକୁ ନେଇ ସରକାରଙ୍କ ବଡ଼ ବୟାନ! ପୁରୁଣା BS-3 ଗାଡ଼ିରେ ବଦଳାଇବାକୁ ପଡ଼ିପାରେ ଏସବୁ ପାର୍ଟସ୍

ନୂଆଦିଲ୍ଲୀ,୨୯।୭: ଯଦି ଆପଣଙ୍କ ପାଖରେ ୨୦୧୬ ମସିହା ପୂର୍ବରୁ ନିର୍ମିତ କୌଣସି BS-3 ମଡେଲର କାର୍ କିମ୍ବା ବାଇକ୍ ରହିଛି, ତେବେ ଏହି ଖବର ଆପଣଙ୍କ ପାଇଁ…

୨ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଦାରିଙ୍ଗବାଡିରୁ ଉଠାଇଲା ମୁମ୍ବାଇ ପୋଲିସ

ଦାରିଙ୍ଗବାଡି,୨୯।୭(ଅରୁଣ ସାହୁ): କନ୍ଧମାଳ ଜିଲାରୁ ଗଞ୍ଜେଇ ଚୋରାଚାଲାଣ ଏବେ ଆଉ କେଵଳ ରାଜ୍ୟ ମଧ୍ୟରେ ସିମିତ ହୋଇ ରହିନାହିଁ । କନ୍ଧମାଳରୁ ବିଭିନ୍ନ ରାଜ୍ୟକୁ ଗଞ୍ଜେଇ ଚାଲାଣ…

କେଉଁ ବୋଲରଙ୍କୁ ଡରନ୍ତି ବୈଭବ ସୂର୍ଯ୍ୟବଂଶୀ? ଜାଡେଜା କରିଦେଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୯।୭: ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ସମ୍ପୂର୍ଣ୍ଣ ଫିଟ୍ ହୋଇ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦିନକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି…

ଯୁବତୀଙ୍କୁ ବିବାହ କରିବା ପରେ ତଳକୁ ଓହ୍ଲାଇବି….ପ୍ରେମ ପାଇଁ ହାଇଡ୍ରାମା, ମନ୍ଦିର ଉପରକୁ ଚଢ଼ି ଦେଲେ ଧମକ

କେନ୍ଦୁଝର,୨୯।୭(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ଜିଲା ହରିଚନ୍ଦନପୁରରେ ଏକ ଅଭାବନୀୟ ଦେଖିବାକୁ ମିଳିଛି । ଜଣେ ୨୧ ବର୍ଷୀୟ ଯୁବକଙ୍କ ହାଇଡ୍ରାମା ବର୍ତ୍ତମାନ ଚର୍ଚ୍ଚାର ବିଷୟ…

କାଲିଠୁ ଶ୍ରାବଣ ଆରମ୍ଭ: ପ୍ରଥମ ଦିନରେ କରନ୍ତୁ ଏହି ୩ ସହଜ କାମ, ମହାଦେବଙ୍କ କୃପାରୁ ଚମକିବ ଭାଗ୍ୟ!

ହିନ୍ଦୁ ଧର୍ମରେ ଶ୍ରାବଣ ମାସକୁ ଦେବଦେବ ମହାଦେବଙ୍କ ଆରାଧନା ପାଇଁ ସବୁଠାରୁ ପବିତ୍ର ଓ ଗୁରୁତ୍ୱପୂର୍ଣ୍ଣ ମାସ ଭାବେ ବିବେଚନା କରାଯାଏ। ଚଳିତ ବର୍ଷ ଜୁଲାଇ ୩୦…

ଆଶ୍ଚର୍ଯ୍ୟ ହେଲେବି ସତ, ଏହି ରାଜ୍ୟରେ ୭ ହଜାର ଛାତ୍ରୀଛାତ୍ର HIV ପଜିଟିଭ୍

ବେଙ୍ଗାଲୁରୁ,୨୯।୭: କର୍ନାଟକରୁ ଏପରି ଏକ ରିପୋର୍ଟ ସାମ୍ନାକୁ ଆସିଛି, ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ୧୮ ରୁ ୨୫ ବର୍ଷ ବୟସର ପ୍ରାୟ ୭ ହଜାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri