ସଲମାନଙ୍କ ଏହି ନାୟିକାଙ୍କୁ ଏବେ ଖୋଜୁଛନ୍ତି ଦର୍ଶକ

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲ୍‌ମାନ ଖାନ୍‌୍‌ଙ୍କ ସହ ଫିଲ୍ମ ‘ସନମ ବଓ୍ବେଫା’ରେ ନାୟିକା ଭାବେ କାମ କରିଥିବା ଚାନ୍ଦିନୀ ତଥା ନବୋଦିତା ଶର୍ମା ସେତେବେଳେ ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟରେ ରାଜ୍‌ କରୁଥିଲେ। ଦର୍ଶକେ ତାଙ୍କର ସୌନ୍ଦର୍ଯ୍ୟ ଏବଂ ଅଭିନୟ ଦ୍ୱାରା ଖୁବ୍‌ ପ୍ରଭାବିତ ହୋଇଥିଲେ। ମାତ୍ର ଦୁଃଖର ବିଷୟ ହେଉଛି ଏହି ଅଭିନେତ୍ରୀ ଦର୍ଶକଙ୍କୁ ସେତେ ଅଧିକ ଫିଲ୍ମ ଦେଇ ନ ଥିଲେ। ଏବେ ବି ତାଙ୍କ ସୌନ୍ଦର୍ଯ୍ୟ କମିନି। ମାତ୍ର ସେ ଫିଲ୍ମଠାରୁ ଦୂରେଇ ଯାଇଛନ୍ତି। ତାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଦର୍ଶକଙ୍କ ସ୍ମୃତି ପୁଣି ଉଜ୍ଜୀବିତ ହୋଇଉଠିଛି।

ନବୋଦିତା ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ନିଜ ଝିଅର କିଛି ଫଟୋ ଶେୟାର କରିଛନ୍ତି। ଏଥିରେ ତାଙ୍କ ଝିଅ ଖୁବ୍‌ ସୁନ୍ଦର ଦେଖାଯାଉଛନ୍ତି। ପ୍ରଥମ ଫଟୋରେ ସ୍ନାତକୋତ୍ତର ପୋଷାକରେ ଝିଅଙ୍କୁ ଦେଖିବାକୁ ମିଳିଛି। ସେହିପରି ଦ୍ୱିତୀୟ ଫଟୋରେ ସେ ତାଙ୍କ ମା’ ନବୋଦିତାଙ୍କ ସହିତ ନଜର ଆସିଛନ୍ତି। ତୃତୀୟ ଫଟୋରେ ଝିଅକୁ କଳା ପୋଷାକ ଏବଂ ମୁଣ୍ଡରେ ସୁସଜ୍ଜିତ ମୁକୁଟ ସହିତ ଦେଖିବାକୁ ମିଳିଛି। ତିନୋଟିଯାକ ଫଟୋରେ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି।

ଫଟୋ ଭାଇରାଲ ହେବାରେ ୟୁଜରମାନେ ଭିନ୍ନ ଭିନ୍ନ କମେଣ୍ଟ ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି, ସଲମାନଙ୍କ ସହ ମା’ କାମ କରିଛନ୍ତି। ସଲମାନ ବର୍ତ୍ତମାନ ଏବେ ୟାଙ୍କର ହିରୋ ହୁଅନ୍ତୁ। ନବୋଦିତା ବିବାହ ପରେ ସ୍ବାମୀ ସତୀଶ ଶର୍ମାଙ୍କ ସହ ଆମେରିକାର ଅର୍ନାଲଡୋରେ ରହୁଛନ୍ତି। ସେ ଫିଲ୍ମଠାରୁ ଦୂରେଇ ଯାଇ ନିଜେ ଗୋଟେ ଡ୍ୟାନ୍ସ ଇନ୍‌ଷ୍ଟିଚ୍ୟୁଟ୍‌ କରିଛନ୍ତି। ସେଠାରେ ସେ ଲୋକଙ୍କୁ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ଶିକ୍ଷା ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାସିରୁଦ୍ଦିନ ଶାହା ଗୁରୁତର; ଡାକ୍ତରଖାନାରେ ହେଲେ ଭର୍ତ୍ତି

ବମ୍ବେ: ବୁଧବାର ବଲିଉଡ୍‌ ପାଇଁ ଏକ କଳାଦିନ କହିଲେ ଭୁଲ ହେବ ନାହିଁ। କାରଣ ଗୋଟିଏ ପରେ ଗୋଟିଏ ଖରାପ ଖବର ଶୁଣିବାକୁ ମିଳୁଛି। ପ୍ରଥମେ...

ଯୁବରାଜଙ୍କ ସହ ସମ୍ପର୍କକୁ ନେଇ ଥିଲେ ଚର୍ଚ୍ଚାରେ, ବିବାହର ୧୩ ବର୍ଷ ପରେ ହୋଇଥିଲେ ମା’; କିଛି ଏଭଳି…

ନୂଆଦିଲ୍ଲୀ,୧୫।୪: ଲୋକପ୍ରିୟ ଅଭିନେତ୍ରୀ ମନ୍ଦିରା ବେଦୀଙ୍କ ଆଜି ଅର୍ଥାତ ଏପ୍ରିଲ ୧୫ ହେଉଛି ଜନ୍ମଦିନ। ୧୯୭୨ ମସିହାରେ କୋଲକାତାରେ ଜନ୍ମଗ୍ରହଣ କରିଥିଲେ ସେ। ପ୍ରଥମେ ଟେଲିଭିଜନରୁ...

‘ଭୁଲ ଭୁଲେୟା’ର ସିକ୍ୟୁଏଲରେ ନଜର ଆସିବେ ନାହିଁ ଅକ୍ଷୟ

ମୁମ୍ବାଇ: ବଲିଉଡ୍‌ ନିର୍ଦ୍ଦେଶକ ଅନିସ ବଜମୀଙ୍କ ଫିଲ୍ମ ‘ଭୁଲ ଭୁଲେୟା’ର ସିକ୍ୟୁଏଲ ନିର୍ମାଣ ହେବାକୁ ଯାଉଛି। ଏହାର ପ୍ରଥମ ଭାଗ ମୁମ୍ବାଇରେ ଶୁଟିଂ ଆରମ୍ଭ କରାଯାଇଥିବା...

ମୁମ୍ବାଇ ପୋଲିସ କାର୍ଯ୍ୟାଳୟରେ ପହଞ୍ଚିଲା ସିବିଆଇ ଟିମ୍‌

ମୁମ୍ବାଇ,୨୧।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାରେ ସୁପ୍ରିମକୋର୍ଟ ପକ୍ଷରୁ ଗ୍ରୀନ୍‌ ସିଗ୍‌ନାଲ ମିଳିବା ପରେ ସିବିଆଇ ପକ୍ଷରୁ ଯାଞ୍ଚ ଆରମ୍ଭ ହୋଇଛି। ଗୁରୁବାର...

ରାଜଙ୍କୁ ମିଳିଲାନି ଜାମିନ

ମୁମ୍ବାଇ,୨୮।୭: ବଲିଉଡ୍‌ ଅଭିନେତ୍ରୀ ଶିଳ୍ବା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି। ଅଶ୍ଲୀଳ ଭିଡିଓ ମାମଲାରେ ଗିରଫ ହୋଇଥିବା କୁନ୍ଦ୍ରାଙ୍କ...

ଜାନୁୟାରୀରେ ରିଲିଜ୍‌ ହେବ ମଲାଲାଙ୍କ ବାୟୋପିକ୍‌

ମୁମ୍ବାଇ,୨୯।୧୨: ନୋବେଲ ବିଜେତା ମଲାଲା ୟୁଶୁଫଜାଇଙ୍କ ବାୟୋପିକ୍‌ ‘ଗୁଲ୍‌ ମକାଇ’କୁ ଏବେ ମିଳିଛି ଏହାର ରିଲିଜ୍‌ ଡେଟ୍‌। ଆସନ୍ତା ବର୍ଷ ଜାନୁୟାରୀ ୩୧ରେ ଏହା ରିଲିଜ୍‌...

ପରଦାକୁ ଫେରିପାରେ ‘ପ୍ରେମ୍‌’

ମୁମ୍ବାଇ: ବଲିଉଡ୍‌ ଦବଙ୍ଗ ଭାଇଜାନ ସଲ୍‌ମାନ ଖାନଙ୍କ ଫ୍ୟାନ୍‌ମାନଙ୍କ ପାଇଁ ଏକ ଖୁସି ଖବର। ପରଦାକୁ ପୁଣି ଫେରିପାରନ୍ତି ପ୍ରେମ୍‌। ଯଦି ଆପଣ ମଧ୍ୟ ସଲ୍‌ମାନଙ୍କ...

ବଲିଉଡ୍‌ ଫିଲ୍ମରେ ହୋଲିର ଝଲକ୍‌

ମୁମ୍ବାଇ: ବିଗତ ଦିନରେ ବଲିଉଡର କିଛି ଫିଲ୍ମରେ ହୋଲିର ଝଲକ ଦେଖିବାକୁ ମିଳିଥିଲା। ହୋଲି ଗୀତ ସହିତ ଅଭିନେତ୍ରୀ, ଅଭିନେତାଙ୍କ ଡ୍ୟାନ୍ସ ଦର୍ଶକଙ୍କ ଦୃଶ୍ୟପଟରେ ଆଜି...

Advertisement
Archives

Model This Week