ଓସ୍କାର କମିଟିର ସଦସ୍ୟ ହେଲେ ବିଦ୍ୟା-ଏକତା

ମୁମ୍ବାଇ,୨।୭: ନିକଟରେ ଅମାଜନ ପ୍ରାଇମ୍‌ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଶେରନୀ’କୁ ଦର୍ଶକ ବେଶ୍‌ ପସନ୍ଦ କରିଛନ୍ତି। ଏହି ଫିଲ୍ମରେ ବଲିଉଡ୍‌ ଡାର୍ଟି ଗର୍ଲ ବିଦ୍ୟା ବାଲାନଙ୍କ ଚରିତ୍ର ଓ ତାଙ୍କର ଅଭିନୟ ପ୍ରଶଂସକ ମନକୁ ବେଶ୍‌ ଛୁଇଁପାରିଛି। ଇତିମଧ୍ୟରେ ବିଦ୍ୟା ବାଲାନ, ପ୍ରଯୋଜକ ଏକତା କପୁର ଓ ତାଙ୍କ ମା’ ଶୋଭା କପୁରଙ୍କୁ ଓସ୍କାର ପକ୍ଷରୁ ନିମନ୍ତ୍ରଣ ମିଳିଛି। ଏହି ତିନି ଜଣ ଓସ୍କାର ଏକାଡେମୀ ଆଓ୍ବାର୍ଡର କ୍ଲାସ୍‌-୨୦୨୧ର ସଦସ୍ୟରେ ଏବେ ସାମିଲ ହୋଇଛନ୍ତି। ଓସ୍କାରର ଗଭର୍ନିଂ ବଡିର ମୋସନ ପିକଚର୍ସ ଆଣ୍ଡ ସାଇନ୍ସ ଦ୍ୱାରା ସାରା ବିଶ୍ୱରୁ ୩୯୫ଜଣଙ୍କୁ ଚୟନ କରାଯାଇଛି।

ଏହି ଚୟନରେ ବିଦ୍ୟା, ଏକତା ଓ ଶୋଭା କପୁର ସାମିଲ ଅଛନ୍ତି। ତେବେ ଏହି ଚୟନ ହୋଇଥିବା ସମସ୍ତ ସଦସ୍ୟ ଓସ୍କାରରେ ଭୋଟ ଦେଇପାରିବେ ବୋଲି ଜଣାପଡ଼ିଛି। ବିଦ୍ୟାଙ୍କ ଅଭିନୀତ ଫିଲ୍ମ ‘ତୁମହାରୀ ସୁଲୁ’ ଓ ‘କାହାଣୀ’ ପାଇଁ ତାଙ୍କୁ ପରିଚୟ ମିଳିଥିବା ବେଳେ ‘ଡ୍ରିମ୍‌ ଗର୍ଲ’ ଓ ‘ଓ୍ବାନ୍ସ ଅପନ୍‌ ଏ ଟାଇମ୍‌ ଇନ୍‌ ମୁମ୍ବାଇ’ ପାଇଁ ଏକତାଙ୍କୁ ଓ ଶୋଭା କପୁରଙ୍କୁ ‘ଉଡ୍‌ତା ପଞ୍ଜାବ’ ଓ ‘ଡାର୍ଟି ପିକଚର ଲାଗି ଚୟନ କରାଯାଇଥିବା ଜଣାପଡ଼ିଛି। ସାରା ବିଶ୍ୱରୁ ଚୟନ କରାଯାଇଥିବା ୩୯୫ ସଦସ୍ୟଙ୍କ ମଧ୍ୟରେ କଳାକାର, ନିର୍ଦ୍ଦେଶକ, ପ୍ରଯୋଜକ ଓ ଫିଲ୍ମ ସହ ଜଡ଼ିତ ଥିବା ବିଭିନ୍ନ ଟେକ୍ନିସିଆନ ସାମିଲ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଷୟଙ୍କ ସହ ରୋମାଣ୍ଟିକ୍‌ ହେଲେ ଏହି ଅଭିନେତ୍ରୀ

ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ତାଙ୍କର ଆଗାମୀ ଫିଲ୍ମ ‘ପୃଥୀରାଜ’ ରିଲିଜ ନେଇ ବ୍ୟସ୍ତ ଅଛନ୍ତି। ଫିଲ୍ମର ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ଅକ୍ଷୟଙ୍କର ଆଉ...

ଉତ୍ତର ପ୍ରଦେଶରେ ଜିଏସ୍‌ଟି ଫ୍ରି ହେଲା ‘ତାନାଜୀ’

ଲକ୍ଷ୍ନୌ,୧୪।୧: ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ବଲିଉଡ୍‌ ନାୟକ ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ ‘ତାନାଜୀ: ଦ ଅନସଙ୍ଗ ଓ୍ବାରିୟର’କୁ ରାଜ୍ୟରେ ଜିଏସ୍‌ଟି ଫ୍ରି...

ପୁଣି ଥରେ ଆତ୍ମହତ୍ୟା କରିବେ ସୁଶାନ୍ତ

ମୁମ୍ବାଇ, ୩।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଧୀରେଧୀରେ ଅଧିକ ରହସ୍ୟମୟ ହେବାରେ ଲାଗିଛି। ଏବେ ବିହାର ପୋଲିସ ପକ୍ଷରୁ ସୁଶାନ୍ତଙ୍କର ଆତ୍ମହତ୍ୟା...

ବିଛଣାରୁ ଉଠି ପାରୁନାହାନ୍ତି ନୋରା

ମୁମ୍ବାଇ: ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ବଲିଉଡ୍‌ ଫିଲ୍ମ ଇଣ୍ଡଷ୍ଟ୍ରି ଉପରେ ମଧ୍ୟ ଏହାର କୁପ୍ରଭାବ ପଡ଼ିଛି। ଅର୍ଜୁନ କପୁର ଏବଂ...

ପରପାରିରେ ‘ଶୋଲେ’ର କାଲିଆ

ମୁମ୍ବାଇ,୩୦।୯: ‘ଶୋଲେ’ ଫିଲ୍ମରେ କାଲିଆ ଭୂମିକାରେ ଅଭିନୟ କରି ଖ୍ୟାତି ହାସଲ କରିଥିବା ଅଭିନେତା ବିଜୁ ଖୋଟେଙ୍କର ସୋମବାର ୭୮ ବର୍ଷରେ ପରଲୋକ ହୋଇଛି। ଦୀର୍ଘ...

ଟିଭି ସିରିଏଲ୍‌ର ଏହି ଅଭିନେତା କରୋନା ପଜିଟିଭ୍‌: ୩ଦିନ ଯାଏଁ ବନ୍ଦ ରହିଲା ଶୁଟିଂ

ମୁମ୍ବାଇ,୭।୭: କରୋନା ଲକ୍‌ଡାଉନ ଯୋଗୁ ୩ମାସରୁ ସମସ୍ତ ଫିଲ୍ମ ଓ ସିରିୟଲ୍‌ ଶୁଟିଂ ବନ୍ଦ ରହିଛି। କରୋନା ସଙ୍କଟ ମଧ୍ୟରେ ତଥା ଅନ୍‌ଲକ-୨ରେ ମହାରାଷ୍ଟ୍ର ସରକାର...

ଆଲମଙ୍କଠାରୁ ଅଲଗା ହେଲେ ଶ୍ରଦ୍ଧା !

ବମ୍ବେ: ଟେଲି ଅଭିନେତ୍ରୀ ଶ୍ରଦ୍ଧା ଆର଼୍ୟା ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ। ରିଆଲିଟି ଶୋ’ ‘ନଚ ବଲିୟେ’ରେ ପ୍ରେମିକ ଆଲମ ମକ୍କଡ଼ଙ୍କୁ ସମସ୍ତଙ୍କ ସହ...

ଫିସ୍‌ ବଢାଇଲେ କାର୍ତ୍ତିକ

ଆଜିକାଲି ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ ‘ଭୁଲ ଭୁଲେୟା ୨’ ବକ୍ସ ଅଫିସରେ ଧମାଲ୍‌  କରିଛି। ଏହି ଫିଲ୍ମ ୧୦୦ କୋଟି କ୍ଲବ୍‌ରେ ପ୍ରବେଶ...

Advertisement
Archives

Model This Week