ଛାତ୍ରୀଛାତ୍ରମାନଙ୍କୁ ସାମାଜିକ ମୂଲ୍ୟବୋଧ ଆପଣାଇବା ପାଇଁ ବିଡିଓଙ୍କ ଆହ୍ବାନ

ଥୁଆମୂଳ ରାମପୁର, ୧୨।୧୨-(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ଓଡ଼ିଶା ସରକାର ଦ୍ବାରା ପରିଚାଳିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୋପାଳପୁର (ଡାକକୋଟା) ଠାରେ ବାର୍ଷିକ ଉତ୍ସବ ୨୦୨୪-୨୫ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭରତ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଡ଼ିଓ ଧ୍ରୁବ ଚରଣ ମୁଦୁଲି ଯୋଗଦେଇଥିବାବେଳେ ମୁଖ୍ୟବକ୍ତା ଭାବରେ ପିଏଆଇଟିଡିଏ (ସ୍ପେଶିଆଲ ଅଧିକାରୀ) ନନ୍ଦୀ କିଶୋର ତାଣ୍ଡି ଯୋଗଦେଇ ଥିଲେ। ସମ୍ମାନିତ ଅତିଥି ଭାବରେ
ଅତିରିକ୍ତ ଜିଲା ମଙ୍ଗଳ ଅଧିକାରୀ କଳାହାଣ୍ଡି ଜାନକୀ ବଲ୍ଲଭ ସାମନ୍ତରାୟ, ମଧୁପୁର ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବେଦବ୍ୟାସ ପ୍ରଧାନ, ତହସିଲଦାର ନୀରୋଜ କୁମାର ଭତ୍ରା, ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଶୁଭଜିତ୍‌ ରଞ୍ଜନ ସ୍ବାଇଁ, ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ଜୟକୃଷ୍ଣ ମେହେର, ଗ୍ରାମ ଶିକ୍ଷା କମିଟି ସଭାପତି ଟଙ୍କଧର ଜାନୀଙ୍କ ସହ ଅନୁଷ୍ଠାନର ଅଧ୍ୟକ୍ଷ ମହେନ୍ଦ୍ର ବିଶାଳ ପ୍ରମୁଖ ମଞ୍ଚାସୀନ ଥିଲେ।
ଅତିଥମାନଙ୍କ ଦ୍ବାରା ପ୍ରଥମେ ଦ୍ବିପ ପ୍ରଜ୍ବଳନ ପରେ ଛାତ୍ରୀମାନଙ୍କ ଦ୍ବାରା ସ୍ବାଗତ ସଙ୍ଗୀତ ଗାନ କରାଯାଇଥିଲା। ପ୍ରଧାନ ଶିକ୍ଷକ ଭରତ ନାୟକ ସ୍ବାଗତ ଭାଷଣ ସହ ବାର୍ଷିକ ବିବରଣୀ ପାଠ କରିଥିଲେ। ମୁଖ୍ୟ ଅତିଥି ବିଡ଼ିଓ ଛାତ୍ରଛାତ୍ରୀମାନଙ୍କୁ ସାମାଜିକ ମୂଲ୍ୟବୋଧକୁ ଆପଣାଇବା ପାଇଁ ଆହ୍ବାନ ଦେବା ସହ ପାଠପଢା ପ୍ରତି ପ୍ରୟାସ ଓ ସାଧନ ରଖି ଉଚ୍ଚ ଶିକ୍ଷିତ ହେବାକୁ କହିଥିଲେ ଏବଂ ଗନ୍ଥବ୍ୟ ପଥକୁ ଯିବାକୁ ହେଲେ ନିଷ୍ଠାର ସହ ପାଠ ପଢିବାକୁ ପଡ଼ିବ ବୋଲି ଛାତ୍ରୀଛାତ୍ରମାନଙ୍କୁ ପରାମର୍ଶ ଦେଇଥିଲେ। ଯେଉଁ ଦେଶ ଯେଉଁ ଜାତି ଯେତେ ଶିକ୍ଷିତ ସେହି ଦେଶ ସେତେ ବିକଶିତ ବୋଲି କହିଥିଲେ। ନିଜ ମାତୃ ଭାଷା,ଜାତି, ସଂସ୍କୃତି ଓ ସାହିତ୍ୟକୁ ବଞ୍ଚାଇ ରଖୁବା ପାଇଁ ଛାତ୍ରୀଛାତ୍ରମାନଙ୍କୁ କହିଥିଲେ। ଅନ୍ୟାନ୍ୟ ଅତିଥିମାନେ ଛାତ୍ରୀଛାତ୍ରମାନଙ୍କୁ ଭଲ ପାଠ ପଢି ଶ୍ରେଷ୍ଠ ନାଗରିକ ହେବା ସହ ନିଜ ଅଞ୍ଚଳର ନାମ ରଖିବାକୁ କହିଥିଲେ।
ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ କ୍ରୀଡା ପ୍ରତିଯୋଗିତାରେ କୃତି ଛାତ୍ରୀଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା। ବେଳେ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଜଗଦୀଶ ଶବର ଏବଂ ଯୁକ୍ତ ଦୁଇର ବିଜ୍ଞାନ ଛାତ୍ରୀ ହରିପ୍ରୀୟା ମାଝୀ ଓ ମାଧବୀ ମାଝୀ ସୁନ୍ଦର ଭାବରେ ମଞ୍ଚ ପରିଚାଳନା କରିଥିଲେ l

ବିଦ୍ୟାଳୟର ସହଶିକ୍ଷକ ଜୟଶଙ୍କର ମାହାର, ଟଙ୍କଧର ଧଙ୍ଗଡା ମାଝୀ, ମିତ୍ରଭାନୁ ନାଏକ, ହିମାଞ୍ଚଲ ପୁଝାରୀ, ପୂର୍ଣ୍ଣଚନ୍ଦ୍ର ବେହେରା, ଚାଞ୍ଚଲ୍ୟ କୁମାର ବାଗ, କାଶୀନାଥ ଭୋଇ, ଚୌଧୁରୀ ମାରଆ, ସଞ୍ଜୀବ ଖୁରା, ହିମାଂଶୁ ନାୟକ ଏବଂ ବିଦ୍ୟାଳୟ କ୍ଳର୍କ ମୌସୁମୀ ଦାସଙ୍କ ସମେତ ସମସ୍ତ ସହ ଶିକ୍ଷୟତ୍ରୀ ଶିକ୍ଷକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଛାତ୍ରୀମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥଲା।

 

 


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?