ଆଇଟିବିପି ଯବାନଙ୍କୁ ସାଲ୍ୟୁଟ କରୁଥିବା ଶିଶୁର ଭିଡ଼ିଓ ଭାଇରାଲ

ଚୁଶୁଲ୍‌, ୧୨।୧୦: ସୋସିଆଲ୍‌ ମିଡ଼ିଆରେ ଜଣେ ଶିଶୁର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି। ଶିଶୁ ଜଣକ ଲଦାଖର ଚୁଶୁଲ୍‌ଠାରେ ଆଇଟିବିପି ଯବାନଙ୍କୁ ସାଲ୍ୟୁଟ୍‌ କରୁଥିବାର ଦେଖିବାକୁ ମିଳୁଛି। ନାମଗୟାଲ ନାମକ ଏହି ଶିଶୁ ରାସ୍ତାକଡ଼ରେ ଠିଆ ହୋଇଥିବାର ଦୃଶ୍ୟ ଭିଡ଼ିଓରେ ରହିଛି। ଏହି ବାଟ ଦେଇ ଯାଉଥିବା ଆଇଟିବିପି ଯବାନଙ୍କୁ ଶିଶୁଟି ସାଲ୍ୟୁଟ୍‌ କରୁଛି। ୨୧ ସେକେଣ୍ଡର ଏହି ଭିଡ଼ିଓକୁ ଆଇଟିବିପି ଯବାନଙ୍କ ପକ୍ଷରୁ ଅକ୍ଟୋବର ୮ ସକାଳେ ରେକର୍ଡିଂ କରାଯାଇଥିଲା। ପରେ ଏହାକୁ ଟୁଇଟରରେ ଅକ୍ଟୋବର ୧୧ରେ ଆଇଟିବିପି ହ୍ୟାଣ୍ଡେଲରୁ ଅପଲୋଡ୍‌ କରାଯାଇଥିଲା। ଇତିମଧ୍ୟରେ ଏହି ଭିଡ଼ିଓକୁ ୪୪ ହଜାରରୁ ଅଧିକ ଥର ଦେଖା ସରିଥିବାବେଳେ ୭ ହଜାରରୁ ଅଧିକ ଲାଇକ୍‌ ମିଳିଛି। ଲଗାତାର ୟୁଜର ଏହି ଭିଡ଼ିଓକୁ ରିଟୁଇଟ୍‌ କରିବା ଜାରି ରଖିଛନ୍ତି। ନାମଗୟାଲ ସାବଧାନ ପୋଜିଶନ୍‌କୁ ଆସି ସାଲ୍ୟୁଟ କରିବା ସହିତ ପୁଣି ବିଶ୍ରାମ୍‌ ପୋଜିଶନ୍‌କୁ ଯାଉଥିବାରୁ ସୁନ୍ଦର ଦୃଶ୍ୟ ଭିଡ଼ିଓରେ ରହିଛି। ଦେଶର ସୁରକ୍ଷାରେ ନିୟୋଜିତ ରହିଥିବା ଯବାନଙ୍କ ପ୍ରତି ଛୋଟ ପିଲାଟିର ଏଭଳି ସମ୍ମାନ ବହୁ ୟୁଜରଙ୍କୁ ଭାବୁକ କରିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁବାରଠାରୁ ଘରେ ପହଞ୍ଚିବ ମଦ

ମୁମ୍ବାଇ, ୧୩ା୫: ମହାମାରୀ କରୋନା ଭାଇରସ୍‌ ଯୋଗୁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି ରହିଛି। ଏହା ମଧ୍ୟରେ ମହାରାଷ୍ଟ୍ର ସରକାର ମଦ୍ୟପଙ୍କ ଲାଗି ମଦ ହୋମ୍‌ ଡେଲିଭରି...

ବିକଳ୍ପ ଶକ୍ତି ଭବିଷ୍ୟତର ଭରସା

ଜାତିସଂଘ: ବିଶ୍ୱରେ ୧୪ ଡିସେମ୍ବରରେ ବିଶ୍ୱ ଶକ୍ତି ସଂରକ୍ଷଣ ଦିବସ ପାଳନ କରାଯାଉଛି। ଶକ୍ତି କ୍ଷୟ ରୋକିବା ଓ ଏହାର ବିନିଯୋଗ ଉପରେ ଗୁରୁତ୍ୱ ପ୍ରଦାନ...

ଏହି ଅଭିନେତ୍ରୀଙ୍କ ବାପା କରୋନା ପଜିଟିଭ୍‌

ବରେଲି,୬।୮-ବଲିଉଡ ଅଭିନେତ୍ରୀ ଦିଶା ପାଟନୀଙ୍କ ବାପା ଜଗଦୀଶ ପାଟନୀ ଏବଂ ଉତ୍ତରପ୍ରଦେଶ ଶକ୍ତି ବିଭାଗର ଭିଜିଲାନ୍ସ ୟୁନିଟର ଅନ୍ୟ ଦୁଇଜଣ ଅଧିକାରୀ କରୋନା ଆକ୍ରାନ୍ତ ହୋଇଛନ୍ତି।...

ବିଶ୍ୱର ସବୁଠୁ ପ୍ରଦୂଷିତ ୩୦ ସହର ମଧ୍ୟରୁ ଭାରତର ୨୨

ନୂଆଦିଲ୍ଲୀ,୧୬।୩ : ଦେଶର ଲୋକଙ୍କୁ ଚିନ୍ତାରେ ପକାଇଲା ଭଳି ଏକ ତଥ୍ୟ ସାମ୍ନାକୁ ଆସିଛି। ଏକ ରିପୋର୍ଟ ଅନୁଯାୟୀ, ବିଶ୍ୱର ସବୁଠୁ ପ୍ରଦୂଷିତ ୩୦ ସହର...

ଭୋଟ ଦେଇ ପାରିବେ ଏକ ଲକ୍ଷ ଶରଣାର୍ଥୀ

ଜମ୍ମୁ,୫ ।୧୧: ଜମ୍ମୁ-କଶ୍ମୀର ଜିଲା ବିକାଶ ପରିଷଦର ଅଷ୍ଟମ ପର୍ଯ୍ୟାୟ ନିର୍ବାଚନ ପାକିସ୍ତାନୀ ଶରଣାର୍ଥୀଙ୍କ ମୁହଁରେ ହସ ଫୁଟାଇଛି । ୭ ଦଶକୁ ଊର୍ଦ୍ଧ୍ୱ ସମୟ...

କରୋନାର ନୂଆ ଲକ୍ଷଣ

ନୂୂଆଦିଲ୍ଲୀ,୧ ।୫: ଦେଶରେ କରୋନା ଗ୍ରାଫ ପୁଣି ବଢିବାରେ ଲାଗିଲାଣି । ଗତ ଦୁଇ ମାସ ହେବ କରୋନା ସଂକ୍ରମଣ କମ ହୋଇ ଯାଇଥିବା ବେଳେ...

ପୋଷା କୁକୁରର ପଞ୍ଜିକରଣ ନ କଲେ ଦେବାକୁ ପଡ଼ିବ ଜରିମାନା !

ଗାଜିଆବାଦ,୨।୩: ପୋଷା କୁକୁର ପଞ୍ଜିକରଣ ନ କଲେ ଏଣିକି ମାଲିକଙ୍କୁ ଜରିମାନା ଦେବାକୁ ପଡ଼ିବ। ଉତ୍ତରପ୍ରଦେଶର ଗାଜିଆବାଦରେ ପୋଷା କୁକୁର ପଞ୍ଜିକରଣ ମଡ଼େଲ ସଫଳ ରହିଛି।...

ମହିଳାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ କଲେ ରବର୍ଟ

ନୂଆଦିଲ୍ଲୀ,୩।୧୨: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ବାମୀ ରବର୍ଟ ଭଦ୍ରା ଦେଶରେ ମହିଳାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଭାରତରେ ଏବେ...

Advertisement
Archives

Model This Week