Posted inଫୁରସତ

ଜଙ୍ଗଲରେ ନିଆଁ ଲଗାଇ ଯୁବତୀ କରୁଥିଲେ ଟିକ୍‌ଟକ୍‌, ଆଉ ତା’ ପରେ…

ଚଳିତ ଗ୍ରୀଷ୍ମ ଋତୁରେ ପ୍ରବଳ ଗରମ ପଡ଼ିଛି। ଭାରତର କିଛି ସ୍ଥାନରେ ତାପମାତ୍ରା ୫୦ ଡିଗ୍ରୀ ଛୁଇଁଛି। ତେବେ ପଡ଼ୋଶୀ ଦେଶ ପାକିସ୍ତାନରେ ମଧ୍ୟ ସମାନ ଅବସ୍ଥା । ଏଭଳି ଗରମ ସମୟରେ ଯଦି କେହି ଜଙ୍ଗଲରେ ନିଆଁ ଲଗାନ୍ତି ତେବେ ଭାବିଲେ ଅବସ୍ଥା କ’ଣ ହେବ। ଏକ ଭିଡିଓ ଶୁଟିଂ କରିବା ପାଇଁ ପାକିସ୍ତାନୀ ଟିକ୍‌ଟକର ହୁମାୟିରା ଅସଗର ପ୍ରବଳ ଉତ୍ତାପରେ ଜଙ୍ଗଲରେ ନିଆଁ ଲଗାଇ ଦେଇଛନ୍ତି। ବର୍ତ୍ତମାନ ଲୋକମାନେ ତାଙ୍କୁ ପ୍ରଶଂସା କରିବା ପରିବର୍ତ୍ତେ ଟ୍ରୋଲ କରୁଛନ୍ତି।

ହୁମାୟିରାଙ୍କ ମିଲିୟନ ଫଲୋଅର୍ସ ରହିଛନ୍ତି। ଏତେ ଫଲୋଅର୍ସ ଥାଇ ମଧ୍ୟ ତାଙ୍କର ସତେ ଯେମିତି ଦୁନିଆ ସହ ସମ୍ପର୍କ ନାହିଁ। ଜଳବାୟୁ ପରିବର୍ତ୍ତନ, ଗ୍ଲୋବାଲ ଓ୍ବାର୍ମିଂ ପ୍ରତି ତାଙ୍କର ଧ୍ୟାନ ହିଁ ନାହିଁ।

ଏହି ଭିଡିଓ ଟିକ୍‌ଟକ୍‌ରେ ଭାଇରାଲ ହେଉଛି। କିଛି ସେକେଣ୍ଡର ଭିଡିଓରେ ହୁମାୟିରାଙ୍କ ପଛରେ ଜଙ୍ଗଲରେ ନିଆଁ ଲାଗିଥିବା ଦେଖିବାକୁ ମିଳୁଛି। ସେ ଏକ ସିଲ୍‌ଭର ରଙ୍ଗର ଗାଉନ ପିନ୍ଧିଛନ୍ତି ଏବଂ ବ୍ୟାକ୍‌ଗ୍ରାଉଣ୍ଡରେ ‘ପସୁରୀ’ ଗୀତର ଲିରିକ୍ସ ବାଜୁଛି। ଭିଡିଓ ଶେୟାର କରି ସେ କ୍ୟାପଶନ ଲେଖିଛନ୍ତି, ମୁଁ ଯେଉଁଠାରେ ଅଛି, ସେଠାରେ ନିଆଁ ଲାଗିଛି।

ହୁମାୟିରାଙ୍କ ଉପରେ ପ୍ରତିବନ୍ଧକ ଦାବି କରିଛନ୍ତି ୟୁଜର। ଏହି ଭିଡିଓ ବର୍ତ୍ତମାନ ଟୁଇଟରରେ ବି ଭାଇରାଲ ହେବାରେ ଲାଗିଲାଣି। ଯାହା ଡିସ୍‌କଭର ପାକିସ୍ତାନ ଦ୍ୱାରା ଶେୟାର କରାଯାଇଛି। ୧୫ ସେକେଣ୍ଡର ଭିଡିଓ ଯୋଗୁ ପାକିସ୍ତାନ ଟିକ୍‌ଟକ୍‌ ଉପରେ ପ୍ରତିବନ୍ଧକ ଲଗାଯିବା ଉଚିତ ବୋଲି ସରକାରଙ୍କୁ ନିବେଦନ କରାଯାଇଛି। ଏକ ଛୋଟ ଭିଡିଓ ପାଇଁ ସେ ଜଙ୍ଗଲରେ ନିଆଁ ଲଗାଇ ଦେଇଥିଲେ। ଟୁଇଟରେ ଏହା ମଧ୍ୟ ଦାବି କରାଯାଇଛି ଯେ, ବ୍ରାଣ୍ଡ ସହିତ ହୁମାୟିରାଙ୍କୁ ମଧ୍ୟ ଦଣ୍ଡ ଦିଆଯିବା ଆବଶ୍ୟକ। ଯାହାଦ୍ୱାରା ସେ ପ୍ରକୃତି ସହିତ ଖେଳିବା ବନ୍ଦ କରିବେ।

ଏହା ପୂର୍ବରୁ ଜଙ୍ଗଲରେ ନିଆଁ ଲଗାଇ ଭିଡିଓ କରିଥିବା ଜଣେ ପାକିସ୍ତାନ ୟ୍ୟୁଟୁବରଙ୍କୁ ଗିରଫ କରାଯାଇଛି। ଏବେ ୟୁମାୟିରାଙ୍କ ପାଳି ବୋଲି ୟୁଜରମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାତରେ ଟର୍ଚ୍ଚ ଧରି ଏଭରେଷ୍ଟ ଶୃଙ୍ଗ ଚଢୁଛନ୍ତି ପର୍ବତାରୋହୀ

କାଠମାଣ୍ଡୁ,୧୨।୩: ଏବେ ଗିରି ଶୃଙ୍ଗ ଏଭରେଷ୍ଟ ଚଢିବା ପାଇଁ ପର୍ବତାରୋହୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗିରିଶୃଙ୍ଗ ଆରୋହଣ କରିବାର ନିଶାରେ ମସଗୁଲ୍‌ ପର୍ବତାରୋହୀ ହାତରେ ଟର୍ଚ୍ଚ...

ଡାକ୍ତରଙ୍କୁ ଭୁଲ ପ୍ରମାଣିତ କଲେ ୫ ବର୍ଷର ପୁଅ

ଆମେରିକାର ଜର୍ଜିଆରେ ରହୁଥିବା ଜଣେ ୫ ବର୍ଷର ପୁଅ ଡାକ୍ତରଙ୍କୁ ଭୁଲ ବୋଲି ପ୍ରମାଣିତ କରିଛନ୍ତି। ସେ ହେଲେ କାମଡେନ ବ୍ରୋକ୍‌ ହେନସନ। କାମଡେନ ସେରେବେଲାର...

ଡେକାନ୍‌ କୁଇନ୍‌ ୯୧ ବର୍ଷରେ ପାଦ ଦେଲା

ପୁଣେ,୧।୬: ମହାରାଷ୍ଟ୍ରର ପୁଣେଠାରୁ ମୁମ୍ବାଇ ଯାଉଥିବା ଡେକାନ୍‌ କୁଇନ୍‌ ରେଳଗାଡ଼ି ସୋମବାର ୯୧ ବର୍ଷରେ ପାଦଦେଇଛି। ୧୯୩୦ ଜୁନ୍‌ ୧ରେ ଏହା ଯାତ୍ରା ଆରମ୍ଭ କରିଥିଲା।...

୭ ମାସ ହେବ ବ୍ୟକ୍ତିଙ୍କ ପେଟରେ ବାଜୁଥିଲା ଘଣ୍ଟି: ଅଲ୍‌ଟ୍ରାସାଉଣ୍ଡ ପରେ ଡାକ୍ତର ଯାହା ଦେଖିଲେ ହୋଇଗଲେ ଆଶ୍ଚର୍ଯ୍ୟ

ଦୁନିଆରେ ଅନେକ ପ୍ରକାରର ଲୋକ ରହିଛନ୍ତି। ତେବେ ଅଧିକାଂଶ ଲୋକ ନିଜର ଶଉକ ପୂରଣ କରିବା ପାଇଁ ହେଉ ଅବା ଚର୍ଚ୍ଚାକୁ ଆସିବା ପାଇଁ ସେମାନେ...

ଆଫଗାନିସ୍ତାନ ତାଲିବାନ କବ୍‌ଜାକୁ ଯିବା ପରେ ଏହି ସୁପରମଡେଲ ପିନ୍ଧିଲେ ବୁର୍ଖା, ୟୁଜର୍ସ କହିଲେ…

କାବୁଲ,୧୯ା୮: ଆଫଗାନିସ୍ତାନ ତାଲିବାନ କବ୍‌ଜାକୁ ଚାଲିଯିବା ପରେ ସେଠାରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ସୋସିଆଲ ମିଡିଆରେ ଲକ୍ଷଲକ୍ଷ ଲୋକ ଏହି ଘଟଣାକୁ ନେଇ ପ୍ରତିକ୍ରିୟା...

କରୋନା ଟିକା ଲଗାଇବା ପରେ ଖୁସିରେ ନାଚିଲେ ଏହି ପଞ୍ଜାବୀ ବ୍ୟକ୍ତି, ଭିଡିଓ ଭାଇରାଲ ପରେ…

କରୋନା ସଂକ୍ରମଣରୁ ରକ୍ଷା ପାଇବାକୁ ନେଇ ବିଶ୍ୱରେ ଟିକାକରଣ ପ୍ରକିୟା ଜାରି ରହିଛି। ପ୍ରଥମେ ଟିକାକୁ ନେଇ ଲୋକଙ୍କ ମନରେ ଡର ଥିଲା। ହେଲେ ଏହା...

ଜାଣନ୍ତୁ ସ୍କୁଲ ବସ୍‌ ରଙ୍ଗ କାହିଁକି ହୋଇଥାଏ ହଳଦିଆ

ପ୍ରାୟ ଅଧିକାଂଶ ସ୍କୁଲ ବସ୍‌ର ରଙ୍ଗ ହଳଦିଆ । ତେବେ ଏହାକୁ ଦେଖୁଥିଲେ ମଧ୍ୟ କେତେକ ଲୋକ ଏଭଳି ହେବା ପଛର କାରଣ ସମ୍ପର୍କରେ ଜାଣି...

ଦରମା ଟଙ୍କାରେ ଠାକୁରାଣୀଙ୍କ ପାଖରେ ଭୋଗ କରିଥିଲି: ଅଜିତ୍‌ ଶତପଥୀ

ମୋର ଜନ୍ମ ବ୍ରହ୍ମପୁରରେ। ମହାରାଜା ବାଳକ ଉଚ୍ଚବିଦ୍ୟାଳୟରୁ ଦଶମ ପାସ୍‌ କରିବା ପରେ ଖଲିକୋଟ କଲେଜରେ ଆଇ.ଏସ୍‌ସି., ଓୟୁଏଟିରେ ଥିବା କଲେଜ ଅଫ୍‌ ଏଗ୍ରିକଲ୍‌ଚର୍‌ରେ ବି.ଏସ୍‌ସି.ଏଗ୍ରିକଲ୍‌ଚର୍‌...

Advertisement
Archives

Model This Week