Posted inଫୁରସତ

ଜଙ୍ଗଲରେ ନିଆଁ ଲଗାଇ ଯୁବତୀ କରୁଥିଲେ ଟିକ୍‌ଟକ୍‌, ଆଉ ତା’ ପରେ…

ଚଳିତ ଗ୍ରୀଷ୍ମ ଋତୁରେ ପ୍ରବଳ ଗରମ ପଡ଼ିଛି। ଭାରତର କିଛି ସ୍ଥାନରେ ତାପମାତ୍ରା ୫୦ ଡିଗ୍ରୀ ଛୁଇଁଛି। ତେବେ ପଡ଼ୋଶୀ ଦେଶ ପାକିସ୍ତାନରେ ମଧ୍ୟ ସମାନ ଅବସ୍ଥା । ଏଭଳି ଗରମ ସମୟରେ ଯଦି କେହି ଜଙ୍ଗଲରେ ନିଆଁ ଲଗାନ୍ତି ତେବେ ଭାବିଲେ ଅବସ୍ଥା କ’ଣ ହେବ। ଏକ ଭିଡିଓ ଶୁଟିଂ କରିବା ପାଇଁ ପାକିସ୍ତାନୀ ଟିକ୍‌ଟକର ହୁମାୟିରା ଅସଗର ପ୍ରବଳ ଉତ୍ତାପରେ ଜଙ୍ଗଲରେ ନିଆଁ ଲଗାଇ ଦେଇଛନ୍ତି। ବର୍ତ୍ତମାନ ଲୋକମାନେ ତାଙ୍କୁ ପ୍ରଶଂସା କରିବା ପରିବର୍ତ୍ତେ ଟ୍ରୋଲ କରୁଛନ୍ତି।

ହୁମାୟିରାଙ୍କ ମିଲିୟନ ଫଲୋଅର୍ସ ରହିଛନ୍ତି। ଏତେ ଫଲୋଅର୍ସ ଥାଇ ମଧ୍ୟ ତାଙ୍କର ସତେ ଯେମିତି ଦୁନିଆ ସହ ସମ୍ପର୍କ ନାହିଁ। ଜଳବାୟୁ ପରିବର୍ତ୍ତନ, ଗ୍ଲୋବାଲ ଓ୍ବାର୍ମିଂ ପ୍ରତି ତାଙ୍କର ଧ୍ୟାନ ହିଁ ନାହିଁ।

ଏହି ଭିଡିଓ ଟିକ୍‌ଟକ୍‌ରେ ଭାଇରାଲ ହେଉଛି। କିଛି ସେକେଣ୍ଡର ଭିଡିଓରେ ହୁମାୟିରାଙ୍କ ପଛରେ ଜଙ୍ଗଲରେ ନିଆଁ ଲାଗିଥିବା ଦେଖିବାକୁ ମିଳୁଛି। ସେ ଏକ ସିଲ୍‌ଭର ରଙ୍ଗର ଗାଉନ ପିନ୍ଧିଛନ୍ତି ଏବଂ ବ୍ୟାକ୍‌ଗ୍ରାଉଣ୍ଡରେ ‘ପସୁରୀ’ ଗୀତର ଲିରିକ୍ସ ବାଜୁଛି। ଭିଡିଓ ଶେୟାର କରି ସେ କ୍ୟାପଶନ ଲେଖିଛନ୍ତି, ମୁଁ ଯେଉଁଠାରେ ଅଛି, ସେଠାରେ ନିଆଁ ଲାଗିଛି।

ହୁମାୟିରାଙ୍କ ଉପରେ ପ୍ରତିବନ୍ଧକ ଦାବି କରିଛନ୍ତି ୟୁଜର। ଏହି ଭିଡିଓ ବର୍ତ୍ତମାନ ଟୁଇଟରରେ ବି ଭାଇରାଲ ହେବାରେ ଲାଗିଲାଣି। ଯାହା ଡିସ୍‌କଭର ପାକିସ୍ତାନ ଦ୍ୱାରା ଶେୟାର କରାଯାଇଛି। ୧୫ ସେକେଣ୍ଡର ଭିଡିଓ ଯୋଗୁ ପାକିସ୍ତାନ ଟିକ୍‌ଟକ୍‌ ଉପରେ ପ୍ରତିବନ୍ଧକ ଲଗାଯିବା ଉଚିତ ବୋଲି ସରକାରଙ୍କୁ ନିବେଦନ କରାଯାଇଛି। ଏକ ଛୋଟ ଭିଡିଓ ପାଇଁ ସେ ଜଙ୍ଗଲରେ ନିଆଁ ଲଗାଇ ଦେଇଥିଲେ। ଟୁଇଟରେ ଏହା ମଧ୍ୟ ଦାବି କରାଯାଇଛି ଯେ, ବ୍ରାଣ୍ଡ ସହିତ ହୁମାୟିରାଙ୍କୁ ମଧ୍ୟ ଦଣ୍ଡ ଦିଆଯିବା ଆବଶ୍ୟକ। ଯାହାଦ୍ୱାରା ସେ ପ୍ରକୃତି ସହିତ ଖେଳିବା ବନ୍ଦ କରିବେ।

ଏହା ପୂର୍ବରୁ ଜଙ୍ଗଲରେ ନିଆଁ ଲଗାଇ ଭିଡିଓ କରିଥିବା ଜଣେ ପାକିସ୍ତାନ ୟ୍ୟୁଟୁବରଙ୍କୁ ଗିରଫ କରାଯାଇଛି। ଏବେ ୟୁମାୟିରାଙ୍କ ପାଳି ବୋଲି ୟୁଜରମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

ଏହିଦିନ ଭାରତ-ପାକିସ୍ତାନ ସେମିଫାଇନାଲ ମୁକାବିଲା: କେବେ, କେଉଁଠି ଦେଖିବେ ମ୍ୟାଚ ଜାଣନ୍ତୁ…

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସରେ ଏବେ ଭାରତ ଓ ପାକିସ୍ତାନର ହକି ଟିମ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଉଭୟ ଦଳ ମଧ୍ୟରେ ଏହି ମୁକାବିଲା ସିଧାସଳଖ ଫାଇନାଲ ଟିକେଟ…

ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ୩ ମାସ ମଧ୍ୟରେ…

ନୂଆଦିଲ୍ଲୀ,୨୮।୯: ସୁପ୍ରିମକୋର୍ଟ ସୋମବାର ନିର୍ବାଚନ କମିଶନଙ୍କୁ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ତୃଣମୂଳ କଂଗ୍ରେସ (TMC)ର ଦୁଇ ବିରୋଧୀ ଗୋଷ୍ଠୀ ମଧ୍ୟରେ ‘ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ’…

ରାଜ୍ୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ କୁନି ସେଠୀ ଚାମ୍ପିୟନ: ଛୁଟୁଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୨୮।୯(ଅଶେଷ ନାଥ ମିଶ୍ର): ରାୟଗଡ଼ାଠାରେ ଚାଲିଥିବା ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ ୧୭ ବର୍ଷରୁ କମ ବାଳିକା ବିଭାଗରେ ଦିଗପହଣ୍ଡିର କୁନି ସେଠୀ ଚାମ୍ପିୟନ ହୋଇଛନ୍ତି। ଦିଗପହଣ୍ଡିର ନରେଶ…

ହୀରାକୁଦର ୩୦ ଗେଟ୍‌ ଖୋଲିଲା

ସମ୍ବଲପୁର,୨୮ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହଠାତ୍‌ ୬ ଲକ୍ଷ ଘନଫୁଟ୍‌ରୁ ଊର୍ଦ୍ଧ୍ୱରେ ପହଞ୍ଚିବା ପରେ ସୋମବାର ପୁଣି ୨ଟି ସ୍ଲୁଇସ୍‌ ଗେଟ୍‌କୁ ଖୋଲି…

ବଢୁଛି କଂସ କଳାକାରଙ୍କ ଅଡ଼ୁଆ: ପରିବର୍ତ୍ତନ ଦାବିରେ ଚାଲିଲା ଦସ୍ତଖତ ଅଭିଯାନ

ବରଗଡ଼,୨୯।୯(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ସାଢ଼େ ୩ ମାସ ବାକି ରହିଲା। ୨୦୨୭ ଜାନୁଆରୀ ୧୨ରୁ ୨୨ ତାରିଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?