Posted inଫୁରସତ

ଶାକାହାରୀ କୁମ୍ଭୀର

କୁମ୍ଭୀର ଏକ ମାଂସାହାରୀ ପ୍ରାଣୀ ବୋଲି ସମସ୍ତେ ଜାଣନ୍ତି। ତା’ର ତୀକ୍ଷ୍ଣ ଧାରୁଆ ଦାନ୍ତରୁ କେହି ବର୍ତ୍ତି ପାରନ୍ତି ନାହିଁ। ଏମିତିରେ ଆମେ ଯଦି କହିବୁ ଯେ, ଏମିତି ଏକ କୁମ୍ଭୀର ଅଛି ଯେକି ସମ୍ପୂର୍ଣ୍ଣଭାବେ ଶାକାହାରୀ। ତେବେ କେହି ବିଶ୍ୱାସ କରିବେ ନାହିଁ। କିନ୍ତୁ ପ୍ରକୃତରେ ଏମିତି ଏକ କୁମ୍ଭୀର କେରଳ କାସରଗୋଡ ଜିଲାରେ ଥିବା ଅନନ୍ତପୁର ମନ୍ଦିର ଅଛି, ଯାହାର ନାମ ହେଉଛି ‘ବବିୟା’। ଉକ୍ତ ମନ୍ଦିର ଏକ ହ୍ରଦର ମଝିରେ ଅଛି। ଆଉ ଏହି ହ୍ରଦରେ ରହେ ବବିୟା। ଦେଖିବାକୁ ଭୟଙ୍କର, ହେଲେ ସେ ଆଜିପର୍ଯ୍ୟନ୍ତ କାହାକୁ କ୍ଷତି ପହଞ୍ଚାଇ ନାହିଁ। ମନ୍ଦିରର ଜଗୁଆଳୀ ଭାବେ ଦୀର୍ଘ ୬୦ ବର୍ଷ ଧରି ବବିୟା ଏହି ହ୍ରଦରେ ଅଛି। ହ୍ରଦରେ ଅନେକ ମାଛ ଅଛନ୍ତି, ଆଶ୍ଚର୍ଯ୍ୟର କଥା ସେମାନଙ୍କର ବି କୌଣସି କ୍ଷତି କରି ନ ଥାଏ ବବିୟା। ସେ କେବଳ ମନ୍ଦିରରେ ଭୋଗ ଲଗାଯାଉଥିବା ଚାଉଳ ଓ ଗୁଡର ପ୍ରସାଦ ଖାଇଥାଏ। ମନ୍ଦିରର ପୂଜାରୀ ତାକୁ ନିଜ ହାତରେ ଖୁଆଇ ଥାନ୍ତି। କାରଣ ବବିୟା ତଳେ ରଖାଯାଇଥିବା ପ୍ରସାଦ ଖାଇ ନ ଥାଏ। ଏହି ଦୃଶ୍ୟ ଦେଖି ଲୋକଙ୍କର ଆଶ୍ଚର୍ଯ୍ୟର ସୀମା ରହି ନ ଥାଏ। ମନ୍ଦିରର କର୍ମଚାରୀ କୁହନ୍ତି, ପୂଜକଙ୍କ ସହିତ କୁମ୍ଭିର ବବିୟାର ନିବିଡ ସମ୍ପର୍କ ରହିଛି। ପୂଜକ ଡାକିବା ମାତ୍ରେ ବବିୟା ଚାଲିଆସେ। ଏଠାରେ ମାନ୍ୟତା ରହିଛି ଯେ, ଯେଉଁ ଭକ୍ତ ଏହି କୁମ୍ଭୀରର ଦର୍ଶନ ପାଆନ୍ତି ସେମାନେ ବହୁତ ଭାଗ୍ୟଶାଳୀ। ଆଉ ପୂଜାରୀ କହନ୍ତି, ଏହି ହ୍ରଦରେ ଥରକରେ ଗୋଟିଏ କୁମ୍ଭୀର ରହିଥାଏ। ସେହି କୁମ୍ଭୀରର ମୃତ୍ୟୁପରେ ରହସ୍ୟମୟଭାବେ ଆପେ ଆଉ ଏକ କୁମ୍ଭୀର ଆସିଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଲିଗପ ଇତିହାସକୁ ବଦଳାଇପାରେ ନାହିଁ

କୋଣାର୍କଠାରେ ସୂର୍ଯ୍ୟଙ୍କ ଉପାସନାର ସବିଶେଷ ଆଲୋଚନା ଅନେକଙ୍କ ମନରେ ପ୍ରଶ୍ନ ଉଠାଇପାରେ। ଇତିହାସ ବା ଐତିହ୍ୟ ପ୍ରସଙ୍ଗରେ ଉପାସନା ଧାରାକୁ ଏତେ ଗୁରୁତ୍ୱ ଦେବାର କାରଣ କ’ଣ!…

ହର୍ନ ବଜାଇ ଶୋଇଥିବା ଧଳା ଭାଲୁକୁ ଉଠାଇବାରୁ ଗଣିଲେ ମୋଟା ଅଙ୍କର ଜରିମାନା, ଅଭିଯୁକ୍ତ ଦୋଷ ସ୍ବୀକାର କରିବା ସହ…

ଓସ୍‌ଲୋ,୧୭ା୮: ଉତ୍ତର ମେରୁ ଠାରୁ ପ୍ରାୟ ୬୨୦ ମାଇଲ (୧,୦୦୦ କିଲୋମିଟର) ଦୂରରେ ଅବସ୍ଥିତ ନରୱେର ସୁଦୂର ଦ୍ୱୀପପୁଞ୍ଜ ‘ସ୍ବାଲବାର୍ଡ’ ଉପକୂଳରେ ଜାହାଜର ବିକଟାଳ ଫଗ୍‌ହର୍ନ ବଜାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri