Posted inଫୁରସତ

ଶାକାହାରୀ କୁମ୍ଭୀର

କୁମ୍ଭୀର ଏକ ମାଂସାହାରୀ ପ୍ରାଣୀ ବୋଲି ସମସ୍ତେ ଜାଣନ୍ତି। ତା’ର ତୀକ୍ଷ୍ଣ ଧାରୁଆ ଦାନ୍ତରୁ କେହି ବର୍ତ୍ତି ପାରନ୍ତି ନାହିଁ। ଏମିତିରେ ଆମେ ଯଦି କହିବୁ ଯେ, ଏମିତି ଏକ କୁମ୍ଭୀର ଅଛି ଯେକି ସମ୍ପୂର୍ଣ୍ଣଭାବେ ଶାକାହାରୀ। ତେବେ କେହି ବିଶ୍ୱାସ କରିବେ ନାହିଁ। କିନ୍ତୁ ପ୍ରକୃତରେ ଏମିତି ଏକ କୁମ୍ଭୀର କେରଳ କାସରଗୋଡ ଜିଲାରେ ଥିବା ଅନନ୍ତପୁର ମନ୍ଦିର ଅଛି, ଯାହାର ନାମ ହେଉଛି ‘ବବିୟା’। ଉକ୍ତ ମନ୍ଦିର ଏକ ହ୍ରଦର ମଝିରେ ଅଛି। ଆଉ ଏହି ହ୍ରଦରେ ରହେ ବବିୟା। ଦେଖିବାକୁ ଭୟଙ୍କର, ହେଲେ ସେ ଆଜିପର୍ଯ୍ୟନ୍ତ କାହାକୁ କ୍ଷତି ପହଞ୍ଚାଇ ନାହିଁ। ମନ୍ଦିରର ଜଗୁଆଳୀ ଭାବେ ଦୀର୍ଘ ୬୦ ବର୍ଷ ଧରି ବବିୟା ଏହି ହ୍ରଦରେ ଅଛି। ହ୍ରଦରେ ଅନେକ ମାଛ ଅଛନ୍ତି, ଆଶ୍ଚର୍ଯ୍ୟର କଥା ସେମାନଙ୍କର ବି କୌଣସି କ୍ଷତି କରି ନ ଥାଏ ବବିୟା। ସେ କେବଳ ମନ୍ଦିରରେ ଭୋଗ ଲଗାଯାଉଥିବା ଚାଉଳ ଓ ଗୁଡର ପ୍ରସାଦ ଖାଇଥାଏ। ମନ୍ଦିରର ପୂଜାରୀ ତାକୁ ନିଜ ହାତରେ ଖୁଆଇ ଥାନ୍ତି। କାରଣ ବବିୟା ତଳେ ରଖାଯାଇଥିବା ପ୍ରସାଦ ଖାଇ ନ ଥାଏ। ଏହି ଦୃଶ୍ୟ ଦେଖି ଲୋକଙ୍କର ଆଶ୍ଚର୍ଯ୍ୟର ସୀମା ରହି ନ ଥାଏ। ମନ୍ଦିରର କର୍ମଚାରୀ କୁହନ୍ତି, ପୂଜକଙ୍କ ସହିତ କୁମ୍ଭିର ବବିୟାର ନିବିଡ ସମ୍ପର୍କ ରହିଛି। ପୂଜକ ଡାକିବା ମାତ୍ରେ ବବିୟା ଚାଲିଆସେ। ଏଠାରେ ମାନ୍ୟତା ରହିଛି ଯେ, ଯେଉଁ ଭକ୍ତ ଏହି କୁମ୍ଭୀରର ଦର୍ଶନ ପାଆନ୍ତି ସେମାନେ ବହୁତ ଭାଗ୍ୟଶାଳୀ। ଆଉ ପୂଜାରୀ କହନ୍ତି, ଏହି ହ୍ରଦରେ ଥରକରେ ଗୋଟିଏ କୁମ୍ଭୀର ରହିଥାଏ। ସେହି କୁମ୍ଭୀରର ମୃତ୍ୟୁପରେ ରହସ୍ୟମୟଭାବେ ଆପେ ଆଉ ଏକ କୁମ୍ଭୀର ଆସିଯାଏ।


Enter your email to get our daily news in your inbox.

All Right Reserved By Dharitri.Com

୨୦ ବର୍ଷ ଧରି ପ୍ରକୃତ ପିତାଙ୍କୁ ଖୋଜୁ ଖୋଜୁ ପୂରା ପରିବାର ପାଇଗଲେ ମହିଳା, ସମ୍ପୂର୍ଣ୍ଣ ଘଟଣା ଜାଣିଲେ…

ଦୁନିଆ ଭିଡ଼ ଭିତରେ କେହି ହଜିଗଲେ ଖୋଜି ପାଇବା କଷ୍ଟକର। ମାତ୍ର ୨୦ ବର୍ଷ ଧରି ଜଣେ ମହିଳା ତାଙ୍କ ପିତାଙ୍କୁ ଖୋଜି ଚାଲିଥିଲେ। ଏବେ...

ଧର୍ମର କି ପରିଭାଷା ତୁମେ ଜାଣିଛ ଭୀଷ୍ମ

ଉତ୍ତର ଦିଅ l ଯଥାଶୀଘ୍ର ମୋ ପ୍ରଶ୍ନର ଉତ୍ତର ଦିଅ ମହାମହିମ- ମହାଭାରତ ଯୁଦ୍ଧର ନବମ ଦିନରେ କ୍ରୁଦ୍ଧ କୃଷ୍ଣ ନିଜ ହାତରେ ରଥ ଚକଟିଏ...

ବ୍ରେକ୍‌ଫାଷ୍ଟ କରୁ ନ ଥିବା ପିଲା କମ୍‌ ମାର୍କ ରଖନ୍ତି

ଲଣ୍ଡନ:ପିତାମାତାମାନେ ଏବେଠାରୁ ସାବଧାନ ହୋଇଯାନ୍ତୁ। ବ୍ରେକଫାଷ୍ଟ କରୁ ନ ଥିବା ପିଲା କମ୍‌ ମାର୍କ ରଖନ୍ତି ବୋଲି ଏକ ସର୍ବେକ୍ଷଣରୁ ଜଣାପଡ଼ିଛି। ପିଲାମାନେ ଖାଲିପେଟରେ ରହି...

ଯେଉଁଠି ଚାଲେ ଭୂତଙ୍କ କୋର୍ଟ

ଦୁନିଆରେ ଅନେକ ପ୍ରକାରର କୋର୍ଟ ଦେଖିଥିବେ। ଯେଉଁଠାରେ ମଣିଷଙ୍କ ଉପରେ ମାମଲା ଚାଲେ ଏବଂ ଦଣ୍ଡବିଧାନ କରାଯାଏ। ଏଠାରେ କିନ୍ତୁ ଯେଉଁ କୋର୍ଟ ବିଷୟରେ ଆଲୋଚନା...

ଟେବୁଲ୍‌ରେ ବଦଳିଯିବ ସ୍କୁଲ ବ୍ୟାଗ୍‌, ସଠିକ୍‌ ଭାବେ ବସି ପଢ଼ିପାରିବେ ପିଲା

୬ରୁ ୧୪ ବର୍ଷ ପର୍ଯ୍ୟନ୍ତ ଭାରତରେ ୪ କୋଟି ଛାତ୍ରୀଛାତ୍ର ପାଠ ପଢ଼ୁଛନ୍ତି। ସ୍କୁଲରେ ବେଞ୍ଚ ଡେସ୍କରେ ବସିବା ପାଇଁ ଛାତ୍ରୀଛାତ୍ରୀ ବହୁ ଅସୁବିଧାର ସମ୍ମୁଖୀନ...

କଳା ମୁଗୁନିପଥର ଆଣିବା ଦାୟିତ୍ୱରେ ଥିଲେ ଖେମୁଣ୍ଡି ରାଜା

ପୁରୁଷୋତ୍ତମ କ୍ଷେତ୍ର ପୁରୀରୁ କୋଣାଦିତ୍ୟ (କୋଣାର୍କ) କ୍ଷେତ୍ରକୁ ଯିବାଆସିବା କରିବା ଶ୍ରୀପଦ୍ମକେଶର ମନ୍ଦିର ନିର୍ମାଣ ସମୟରେ ଆଜିପରି ସହଜ ନ ଥିଲା। ପୂର୍ବରୁ ଆମେ ଜାଣିଛେ...

ମାଟିରୁ ସୃଜନର ଓଁକାର

ଜୀବନ୍ତ ପୃଥିବୀରେ ଜୀବନସତ୍ତାକୁ ସୁରକ୍ଷିତ ରଖିବାରେ ମାଟି ବା ମୃତ୍ତିକାର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି। ମାଟିରୁ ହିଁ ସୃଜନର ଓଁକାର ସମ୍ଭବ ହୋଇପାରିଥାଏ। ତେବେ ମୃତ୍ତିକା...

ଝିଅର ପ୍ରେମ ବିବାହକୁ ବନ୍ଦ କରିବା ପାଇଁ କରୋନାକୁ ଅସ୍ତ୍ର କଲେ ମା-ବାପା

ଭୋପାଳ, ୨୩।୭: କରୋନା ମହାମାରୀ ସମୟରେ ମଧ୍ୟପ୍ରଦେଶର ଭୋପାଳରୁ ଏକ ନିଆରା ପ୍ରେମ କାହାଣୀ ସାମ୍ନାକୁ ଆସିଛି। ଝିଅର ପ୍ରେମ ବିବାହକୁ ବିରୋଧ କରିବାକୁ ଯାଇ...

Advertisement
Archives

Model This Week