Posted inଫୁରସତ

ଅଙ୍ଗଦ ମିଛ କହିଲେ !

ଗତ ଥରଗୁଡ଼ିକରେ ହନୁମାନ କିଭଳି ମିଛ କହିଥିଲେ ଏବଂ ତାହା କେତେ ସତ, କେତେ ମିଛ, ସେ ବାବଦରେ ଆଲୋଚନା କରିଥିଲେ l ରାମଚରିତ ମାନସରେ ହନୁମାନଙ୍କ ପରି ଆଉ ଜଣେ ଚରିତ୍ର ହେଉଛନ୍ତି ବୀର ଅଙ୍ଗଦ l ସେ ମଧ୍ୟ ଗୋଟିଏ ସ୍ଥାନରେ ମିଛ କଥାଟିଏ କହିଛନ୍ତି l ସେ କହିଥିବା ମିଛ କଥାର ରହସ୍ୟ ଉନ୍ମୋଚନ କରିବା ହେଉଛି ଆଜିର ଆଲୋଚନାର ବିଷୟ l ଲଙ୍କା ଆକ୍ରମଣ କରିବା ପୂର୍ବରୁ ରଘୁନାଥ ରାମ ରାବଣକୁ ଆଉ ଥରେ ଶେଷ ସତର୍କ ସୂଚନା ଦେବା ପାଇଁ ମନଃସ୍ଥ କରିବାରୁ ବାଳି ପୁତ୍ର ଅଙ୍ଗଦକୁ ଦୂତ ଭାବରେ ପଠା ଯିବାକୁ ନିଷ୍ପତ୍ତି ହେଲା l ଯଦି ହନୁମାନଙ୍କୁ ପୁନଶ୍ଚ ଏହି କାମ କରିବା ପାଇଁ ପଠା ଯାଇଥାନ୍ତା, ତେବେ ରାବଣ ଭାବିଥାନ୍ତl ଯେ ଶତ୍ରୁ ଶିବିରରେ ବୋଧେ କେବଳ ହନୁମାନଙ୍କ ଛଡ଼ା ଆଉ ଦ୍ୱିତୀୟ ବୀର କେହି ନାହାନ୍ତି l

ଅଙ୍ଗଦ ଥିଲେ ଜଣେ ବୀର ଆଉ ଚତୁର l ଜଣେ ଦୂତର ଚାତୁର୍ଯ୍ୟପୂର୍ଣ୍ଣ ବାକ୍‌ପଟୁତା ଗୁଣଟିଏ ରହିବା ନିତାନ୍ତ ଜରୁରୀ, ଯାହା ଅଙ୍ଗଦ ମଧ୍ୟ ନିଜ କାର୍ଯ୍ୟରେ ପ୍ରମାଣିତ କରି ଦେଖାଇଛନ୍ତି l ଲଙ୍କାରେ ପହଞ୍ଚି ଅଙ୍ଗଦ ପ୍ରଥମେ ବୋମା ଫୁଟାଇବା ପରି ଏକ କାର୍ଯ୍ୟ କରି ସମସ୍ତ ରାକ୍ଷସଙ୍କୁ ଭୟଭୀତ କରାଇଦେଲେ l ଅଙ୍ଗଦଙ୍କୁ କପି ବୋଲି ମନେକରି ରାବଣର ପୁତ୍ର ନାତଟିଏ ମାରିବାରୁ ଅଙ୍ଗଦ ତାକୁ ଦୁଇ ହାତରେ ବୁଲାଇ ବୁଲାଇ ଦୂରକୁ ଏଡ଼େ ଜୋରରେ ଫିଙ୍ଗି ଦେଲେ ଯେ ସେ ସେଇଠି ରକ୍ତବାନ୍ତି କରି ଶେଷ l ଚାରିଆଡ଼େ ଚହଳ ପଡ଼ିଗଲା ଯେ ଯେଉଁ ମାଙ୍କଡ଼ଟି ପୂର୍ବରୁ ଲଙ୍କା ପୋଡ଼ି ଦେଇଯାଇଥିଲା, ସେ ପୁଣି ଲେଉଟି ଆସିଛି l ଏହାର ଫଳ ସ୍ବରୂପ ଅଙ୍ଗଦଙ୍କୁ ରାବଣର ରାଜସଭାକୁ ଯିବା ପାଇଁ ବାଟ ବାବଦରେ କାହାକୁ ପଚାରିବାକୁ ପଡ଼ିନି l ରାକ୍ଷସ ପ୍ରହରୀମାନେ ଭୟରେ ଅଙ୍ଗଦଙ୍କୁ ସସମ୍ମାନେ ନେଇ ରାବଣ ଦରବାରରେ ହାଜର କରାଇ ଦେଲେ l

ରାବଣ ଜାଣିଲା ଯେ ଅଙ୍ଗଦ ହେଉଛି କିସ୍କିନ୍ଦାର ରାଜା ବାଳିର ପୁତ୍ର। ସେ ଏଇଠି ‘ଭେଦ ନୀତି’ ଆପଣାଇ ଅଙ୍ଗଦକୁ ବିବଶ କରିବା ପାଇଁ ଚେଷ୍ଟା କଲା। ରାବଣ କହିଲା – ହଇରେ ! ଯିଏ ତୋ ବାପାକୁ ମାରିଲା, ଏବେ ତୁ ତା’ର ଗୋଲାମ କରୁଛୁ। ଏବେ ସମୟ ଅଛି। ମୋ ପାଖକୁ ପଳେଇ ଆ। ଆମେ ସାଙ୍ଗ ରାମ ସଙ୍ଗେ ଯୁଦ୍ଧ କରିବା। ପ୍ରଭୁଙ୍କୁ ଅତି ନିକଟରୁ ଜାଣିଥିବା ଅଙ୍ଗଦ କି ଏଥିରେ ଭଳନ୍ତି। ଏଥିରେ ସଫଳ ନ ହେବାରୁ ରାବଣ ତା’ର ଦ୍ୱିତୀୟ ଚାଲ୍‌ ଚଳେଇଲା l

ରାମଙ୍କ ସେନା ବାହିନୀ ଉପରେ ଶାବଦିକ ଆକ୍ରମଣ କରି କହିଲା – ମୋ ସହିତ ଯୁଦ୍ଧ କରିବା ପାଇଁ ରାମ ସାଙ୍ଗରେ କିଏ ଅଛି କହିଲୁ? ସ୍ତ୍ରୀ କଥା ଚିନ୍ତା କରି ରାମ ଏବେ ଦୁର୍ବଳ, ପତଳା ହୋଇ ଗଲାଣି l ଲକ୍ଷ୍ମଣ ତ ଭୟଭୀତ ଅବସ୍ଥାରେ l ଜାମ୍ବବାନଟା ବୁଢ଼ା l ନଳ ନୀଳ ତ ମିସ୍ତ୍ରି ପୁଅ l ସୁଗ୍ରୀବ ହେଉଛି ନଦୀ କୂଳର ଗଛ l ଏଠୁ ତଡ଼ା ଖାଇ ଯାଇଥିବା ମୋ ଭାଇ ବିଭୀଷଣକୁ ମୁଁ ଠିକ୍‌ ମାପିଛି l ସେଇଟା ଡରୁଆଟା l ତୁମମାନଙ୍କ ଭିତରେ କେବଳ ଜଣେ ବଳୁଆ ମାଙ୍କଡ ଅଛି ଯେ ଲଙ୍କା ପୋଡ଼ି ଦେଇଯାଇଛି l ସେଇ ହନୁମାନ ହିଁ ମୋ ସମକକ୍ଷ ଯୋଦ୍ଧା ହୋଇପାରେ l

ରାବଣର ଏ କଥା ଶୁଣି ଅଙ୍ଗଦ ହସି କହିଲେ –
ଜୋ ଅତି ସୁଭଟ ସରାହେହୁ ରାୱନ
ସୋ ସୁଗ୍ରୀୱ କେର ଲଘୁ ଧାୱନ ll
ଚଲଇ ବହୁତ ସୋ ବୀର ନ ହୋଇ
ପଠୱା ଖବରି ଲେନ ହମ ସୋଇ ll

ହେ ରାବଣ ! ତୁମେ ଯେଉଁ ହନୁମାନଙ୍କୁ ବୀର ବୋଲି ମନେକରୁଛ ସେ ଆମ ସେନାର ଜଣେ ସାମାନ୍ୟ ଡାକ ପିଅନ l ବୀର ନୁହେଁ l ସେ ଖୁବ୍‌ଶୀଘ୍ର ଚାଲି ପାରେ ବୋଲି ଆମେ ତାକୁ ଖବର ସଂଗ୍ରହ ନିମନ୍ତେ ଲଙ୍କାକୁ ପଠାଇ ଥିଲୁ l ତାକୁ ତୁ ଭାବୁଚୁ ସେ ତୋ ସମକକ୍ଷ ଯୋଦ୍ଧା ବୋଲି ! ଭଲ କଥା l ଗୋଟିଏ ଖବରି ବା ଦୂତକୁ ଯଦି ତୁ ଏପରି ଭାବି ପାରୁଚୁ ତେବେ ଅନୁମାନ ଲଗା ଆମ ସେନାରେ କେମିତିଆ ବୀରମାନେ ଅଛନ୍ତି l

ଆଚ୍ଛା ରାବଣ ! ସତରେ କ’ଣ ଜଣେ ବାନର ଆସି ତୋ ଲଙ୍କାକୁ ଜଳାଇ ଦେଇ ଯାଇଥିଲା? ଯଦି ବାନରଟିଏ ଏପରି କାମ କରିପାରିଲା ତେବେ ତୋ ଲଙ୍କାଟା ନଗର ନୁହେଁ, ଗୋଟିଏ ଝୁମ୍ପୁଡ଼ି ଘର ହୋଇଥିବ l ଯଦି ଲଙ୍କା ପୋଡ଼ିଛି, ତେବେ ପୋଡ଼ିବା ଲୋକଟି କେବେ ବାନର ହୋଇ ନ ପାରେ l ତୋ ରାଇଜ ସାରା ରାକ୍ଷସମାନେ ଜାଣି ପାରିଲେ ଯେ ବାନର ରୂପରେ କେହି ଜଣେ ଦେବତା ଆସି ସେ କାମ କରିଦେଇ ଗଲା ଅଥଚ ତୁ ମହା ପଣ୍ଡିତ ହୋଇ ମହାମୂର୍ଖଙ୍କ ପରି କହୁଚୁ କ’ଣ ନା ସେ ଗୋଟିଏ ବାନର ଥିଲା l

ଏବେ ଆଉ ଗୋଟିଏ କଥା ଶୁଣୁରେ ଧନ !-
ସତ୍ୟନଗର କପି ଜାରେଉ ବିନୁ ପ୍ରଭୁ ଆୟସୁ ପାଇ
ଫିରି ନ ଗୟଉ ସୁଗ୍ରୀୱ ପହିଁ ତେହିଁ ଭୟ ରହା ଲୁକାଇ ll

ସତରେ ଯଦି ସେ କପି ପ୍ରଭୁଙ୍କ ବିନା ଆଜ୍ଞାରେ ଲଙ୍କା ଦହନ କରିଛି, ସେ ପରା ସେଇଦିନଠୁ ଭୟରେ ସୁଗ୍ରୀବ ପାଖକୁ ନ ଯାଇ କେଉଁଠି ଲୁଚିକି ରହିଛି l ପାଠକେ ! ଏହା ଅଙ୍ଗଦର ସତ ନା ଡାହା ମିଛ କଥା? ପ୍ରଥମ ବାକ୍ୟଟି ଠିକ ଅଛି l ଲଙ୍କା ପୋଡ଼ିବାକୁ ଶ୍ରୀରାମଙ୍କ ନା ପ୍ରତ୍ୟକ୍ଷ ଆଦେଶ ଥିଲା ନା ହନୁମାନ ସଂକଳ୍ପ କରିଯାଇଥିଲେ l କିନ୍ତୁ ଦ୍ୱିିତୀୟ ବାକ୍ୟ ‘ଫିରି ନ ଗୟଉ…’ ତ ସମ୍ପୂର୍ଣ ମିଛ l ତେବେ ଅଙ୍ଗଦ ଏପରି ମିଛ କାହିଁକି କହିଲେ?

ଅଙ୍ଗଦଙ୍କ ଏ କଥାକୁ ସ୍ଥୂଳ ଦୃଷ୍ଟିରେ ଚିନ୍ତା କଲେ ତାହା ମିଛ ପରି ପ୍ରତୀୟମାନ ହେଉଛି କିନ୍ତୁ ସୂକ୍ଷ୍ମ ଭାବରେ ଭାବିଲେ ବା ଭାବ ଦୃଷ୍ଟିରେ ଦେଖିଲେ ତାହା ମିଛ ନୁହେଁ, ନିରାଟ ସତ୍ୟ କଥା l ଲଙ୍କାକୁ ଯେଉଁ ହନୁମାନ ଦହନ କରିଥିଲେ ସେ ହନୁମାନ ରାମ ବା ସୁଗ୍ରୀବ ପାଖକୁ ଫେରି ନାହାନ୍ତି l ଯିଏ ଫେରିଛନ୍ତି ସେ ଏକ ଅହଂ ଆଉ କର୍ତ୍ତୃତ୍ୱ ଶୂନ୍ୟ ହନୁମାନ l ମାନସରେ ବର୍ଣ୍ଣନା ଅଛି ରାମଙ୍କ ପାଖକୁ ଯାଉଥିବା ବାନରଙ୍କ ଶୋଭାଯାତ୍ରାର କୋଉ ଏକ କୋଣରେ ଥିଲେ ହନୁମାନ l ଲଙ୍କାରେ ଯାହା ଯାହା ଘଟିଲା ନା ସେ ବିଷୟରେ ବଡ଼େଇ ଦେଖାଇବାକୁ ଯାଇ ହନୁମାନଙ୍କର କାହା ସହ ଚର୍ଚ୍ଚା କରିବାର ଦେଖାଯାଇଥିଲା ନା ଆନନ୍ଦରେ ଡେଇଁବାର ଥିଲା l ପ୍ରଭୁ ଅନ୍ତର୍ଯ୍ୟାମୀ l ସେ ସବୁ କରାଉଛନ୍ତି l ଏହା ଭାବି ହନୁମାନ ନିଜକୁ କ୍ଷୁଦ୍ରାତି କ୍ଷୁଦ୍ର ମନେ କରୁଥିଲେ ଯାହା l

ହନୁମାନଙ୍କ କ୍ଷେତ୍ରରେ ଆମେ କେହି ଥିଲେ, କେହି ନ ପଚାରୁଣୁ ଉପରେ ପଡ଼ି ବର୍ଣ୍ଣନା କରିଥାନ୍ତୁ l ବେକରେ ଫୁଲ ହାର ଗଳାଇ ଖୋଲା ଗାଡ଼ିରେ ଆଗରେ ଯାଇଥାନ୍ତୁ। ବାଜା ବାଣର ବ୍ୟବସ୍ଥା କରିଥାନ୍ତୁ l ଆଗେ କେମିତି ଏ ଖବରଟା ଟିଭି, ରେଡିଓ, ଖବରକାଗଜରେ ପ୍ରକାଶିତ ହେବ ସେ ବିଷୟରେ ଚିନ୍ତା କରିଥାନ୍ତୁ l କିଛି ନ ହେଲେ ବି ଆଗେ ଫେସବୁକ୍‌ ବା ହ୍ବାଟ୍ସଆପରେ ଛାଡ଼ି ଦେଇଥାନ୍ତୁ l କୌଣସି କାମରେ ସଫଳତା ପାଇଗଲେ ବା ନ ହେବା କାମଟିଏ ତୁମ ଦ୍ୱାରା ହୋଇଗଲେ ତୁମେ ସେତେବେଳେ କେମିତି ହୁଅ ବା ଅନ୍ୟମାନେ କେମିତି ହୁଅନ୍ତି ଟିକେ ଭାବି ଦେଖନ୍ତୁ l କିନ୍ତୁ ସୀତା ମାତାଙ୍କ ସନ୍ଧାନଠାରୁ ଲଙ୍କା ପୋଡ଼ି ପର୍ଯ୍ୟନ୍ତ, ଏତେ ବଡ଼ କାର୍ଯ୍ୟ କରିସାରିବା ପରେ ବି ହନୁମାନ ଥିଲେ ସମ୍ପୂର୍ଣ୍ଣ ନୀରବ l ନା ମନରେ ଅଭିମାନ ଥିଲା ନା ଦେଖାଇ ହେବାର ପ୍ରବୃତ୍ତି ଥିଲା l ଏପରି କି ରାମଙ୍କ ପାଖରେ ପହଞ୍ଚିବା ପରେ ମଧ୍ୟ ସେ ନିଜ ମୁଖରେ କିଛି ବାହାଦୁରି ଗପି ନାହାନ୍ତି l ପ୍ରଥମେ ଜାମ୍ବବାନ ହିଁ ସବୁ କଥା ପ୍ରଭୁଙ୍କୁ ଶୁଣାଇଛନ୍ତି l ହନୁମାନଙ୍କର ଏହି ଗୁଣଟି ଜୀବନରେ ପ୍ରୟୋଗ କରାଯାଉ ନା। ଦେଖିବେ, କେତେ ଆନନ୍ଦ ଲାଗିବ l ପ୍ରଭୁ କୃପା ଝରିବ l

-ଦିବ୍ୟାଲୋକ ସନ୍ଧାନେ, ରାମନଗର, ତେଲେଙ୍ଗା ପେଣ୍ଠ, କଟକ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?