Posted inଫୁରସତ

ଦଉଡି ଉପରେ ଚାଲିପାରନ୍ତି ପୂରା ଗାଁ

ବିଭିନ୍ନ ମେଳା ମହୋତ୍ସବରେ ବହୁ ଉଚ୍ଚତାରେ ବନ୍ଧା ଯାଇଥିବା ଦଉଡି ଉପରେ ଚାଲୁଥିବା କୁନି କୁନି ଝିଅ, ପୁଅ, ମହିଳାଙ୍କୁ ଦେଖିବାର ମଜା ଅଲଗା। ବଡ ଆଶ୍ଚର୍ଯ୍ୟ ଲାଗେ ସନ୍ତୁଳନ ରକ୍ଷା କରି କିଭଳି ସେମାନେ ସରୁ ଦଉଡି ଉପରେ ଚାଲନ୍ତି। ଏଥିରେ ଜୀବନ ପ୍ରତି ବିପଦ ବି ଥାଏ। ତେଣୁ ସମସ୍ତଙ୍କ ପକ୍ଷେ ଏଭଳି କରିବା ସମ୍ଭବ ନୁହେଁ। ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ଋଷୀୟାରେ ଏକ ଗାଁ ଅଛି, ଯେଉଁଠି ପିଲାଠୁ ବୁଢାଯାଏଁ ସମସ୍ତେ ଦଉଡି ଉପରେ ଚାଲିବା କଳାରେ ମାହିର ଅଟନ୍ତି। ଏହି ଗାଁର ନାମ ହେଉଛି ସୋଓ୍ବାକ୍ରା-୧। କେବେଠାରୁ ଏହି ଗାଁରେ ଉକ୍ତ କଳାର ଆରମ୍ଭ ତାହା ସଠିକ୍‌ଭାବେ ଜଣା ନାହିଁ। ତେବେ ବିଶ୍ୱାସ କରାଯାଏ ପ୍ରାୟ ୧୦୦ ବର୍ଷ ହେବ ଏହି ଧାରା ଚାଲି ଆସିଛି। ଏଥିପାଇଁ ଏଠାକାର କିଛି ଲୋକ ସର୍କସରେ କାମ କରିବାର ସୁଯୋଗ ବି ପାଇଛନ୍ତି। ଅନେକେ କହନ୍ତି, ଏହି ଅଞ୍ଚଳ ପାହାଡ ଘେରରେ ରହିଛି। ଏଠାକାର ଅନେକ ରାସ୍ତା ଦୁର୍ଗମ ଅଞ୍ଚଳ ଦେଇ ଯାଇଛି। ତେଣୁ ଦଉଡି ଉପରେ ଯିବା ଏକ ଭଲ ବିକଳ୍ପ। ତାଛଡା ବେଳେବେଳେ ତୋଫାନରେ ଅସ୍ଥାୟୀ ପୋଲ ଓ ରାସ୍ତା ଭାଙ୍ଗିଯାଏ। ନଦୀ ପାର ହେବା କଷ୍ଟକର ହୋଇଯାଏ। ସେତେବେଳେ ଦଉଡି ଉପରେ ଚାଲିଯିବା ଏକମାତ୍ର ପନ୍ଥା ପାଲଟେ। ଏହାବାଦ ଏଠାରେ ଚାଷବାସ ବି ହୁଏନା। ତେଣୁ ଏହି କଳା ଶିଖି ସେମାନେ କିଛିଟା ରୋଜଗାରକ୍ଷମ ହୋଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିନା ଲାଇସେନ୍ସରେ ୯୦୦ରୁ ଅଧିକ ବିମାନ ଉଡ଼ାଣ କରିଛନ୍ତି ଏହି ପାଇଲଟ୍‌, ପୂରା ଘଟଣା ଜାଣିଲେ…

ଅଟାଓ୍ବା,୧୨ା୬: କାନାଡାର ପ୍ରମୁଖ ବିମାନ କମ୍ପାନୀ ଏୟାର କାନାଡା ସହିତ ଜଡ଼ିତ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପୂର୍ବତନ ବିମାନ ପାଇଲଟ୍‌ ଜେଫ୍ରି ଓ୍ବାଲ ପ୍ରାୟ…

Inverter Care: ବାରମ୍ବାର କାର୍ବନ ଜମି ଇନଭର୍ଟର ଖରାପ ହେଉଛି କି? ଜାଣନ୍ତୁ ସଫା କରିବାର ୩ ସହଜ ଉପାୟ…

ନୂଆଦିଲ୍ଲୀ,୧୦।୬: ଇନଭର୍ଟର ଆଜିର ସମୟରେ ପ୍ରତ୍ୟେକ ଘରର ଏକ ଅତି ଜରୁରୀ ଆବଶ୍ୟକତା ପାଲଟିଛି। ବିଶେଷ କରି ଗ୍ରୀଷ୍ମ ଋତୁରେ ଯେତେବେଳେ ବାରମ୍ବାର ବିଦ୍ୟୁତ କାଟ୍ (Power Cut)…

ଅଜଗରକୁ କୋଳରେ ଧରି ରିଲ୍ସ କରୁଥିଲେ ମହିଳା,ଏବେ ଭଡ଼ିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୧୦।୦୬: ସୋସିଆଲ ମିଡିଆରେ ଲୋକମାନେ ଲାଇକ ଏବଂ ଭ୍ୟୁ ପାଇଁ କେତେ ଦୂର ଯାଆନ୍ତି ତାହା ଦେଖାଇ ଆଉ ଏକ ଆଶ୍ଚର୍ଯ୍ୟଜନକ ଉଦାହରଣ ସାମ୍ନାକୁ ଆସିଛି। ବର୍ତ୍ତମାନ…

ଅସରପା ବି ଅଟନ୍ତି ବିୟରପ୍ରେମୀ, କାରଣ ଜାଣିଲେ ତାଜୁବ ହେବେ…

ଆଜିକାଲି ଇଣ୍ଟରନେଟ ଏବଂ ସୋସିଆଲ ମିଡିଆ ଦୁନିଆରେ କକ୍ରୋଚ (ଅସରପା) ନାମଟି ବେଶ୍‌ ଭାଇରାଲ ହେବାରେ ଲାଗିଛି। ସାଧାରଣତଃ ଏହି ଜୀବର ନାମ ଶୁଣିବା ମାତ୍ରେ ଲୋକଙ୍କ…

ଫେକ୍ ରିଭ୍ୟୁରୁ ସାବଧାନ! ଅନଲାଇନ୍ ଶପିଂ ସମୟରେ ଷ୍ଟାର୍ ରେଟିଂ ଦେଖି ଠକିଯାଉଛନ୍ତି କି? ଏମିତି କରନ୍ତୁ ଅସଲି-ନକଲିର ଚିହ୍ନଟ…

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଅନଲାଇନ ଶପିଂ ଆମର ଦୈନନ୍ଦିନ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଗଲାଣି। ଘରେ ବସି ମନପସନ୍ଦର ସାମଗ୍ରୀ ପାଇବା ଯେତିକି ସହଜ, ଏଥିରେ…

ଯଦି ମୁଁ ବିବାହ କରିବି ମୋ’ ବାନ୍ଧବୀଙ୍କୁ, ୨ ଯୁବତୀ ଏମିତି ଜିଦ୍‌ ଧରିବାରୁ ପରିବାର ଲୋକେ…

ଲକ୍ଷ୍ନୌ,୩ା୬: ଉତ୍ତରପ୍ରଦେଶର ମୁଜାଫରନଗର ଜିଲାରୁ ପୁଣି ଥରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଦୁଇଦିନ ହେବ ଖତୌଲି ପୋଲିସ ଷ୍ଟେଶନରେ ଦୁଇ ଯୁବତୀଙ୍କ ସହିତ ଜଡ଼ିତ…

ସତରେ କଣ ଛାତରେ ଚୂନ କିମ୍ବା ଧଳା ରଙ୍ଗ ଲଗାଇଲେ ଗରମ କମିଥାଏ? ଜାଣନ୍ତୁ ଏହା ପଛର…

ସାରା ଦେଶରେ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଗରମ ଯୋଗୁ ଲୋକେ ହାହୁତାଶ ହେଉଛନ୍ତି। ଏଭଳି ସ୍ଥିତିରେ ଘରକୁ ଭିତରୁ ଥଣ୍ଡା ରଖିବା ପାଇଁ ଲୋକେ ବିଭିନ୍ନ…

ମଣିଷ ଶରୀରରେ ଆଜି ବି ଅଛି ତୃତୀୟ ଆଖି! ବୈଜ୍ଞାନିକ କଲେ ଚମକାଇଦେଲା ଭଳି ଖୁଲାସା

ଆପଣ ଭଗବାନ ଶିବଙ୍କର ତୃତୀୟ ନୟନ ବା ତ୍ରିନେତ୍ର ବିଷୟରେ ନିଶ୍ଚୟ ଶୁଣିଥିବେ, କିନ୍ତୁ ଆପଣ କେବେ ମଣିଷର ତୃତୀୟ ଆଖି ବିଷୟରେ ଶୁଣିଛନ୍ତି କି? ଆଜ୍ଞା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri