Posted inଫୁରସତ

ଦଉଡି ଉପରେ ଚାଲିପାରନ୍ତି ପୂରା ଗାଁ

ବିଭିନ୍ନ ମେଳା ମହୋତ୍ସବରେ ବହୁ ଉଚ୍ଚତାରେ ବନ୍ଧା ଯାଇଥିବା ଦଉଡି ଉପରେ ଚାଲୁଥିବା କୁନି କୁନି ଝିଅ, ପୁଅ, ମହିଳାଙ୍କୁ ଦେଖିବାର ମଜା ଅଲଗା। ବଡ ଆଶ୍ଚର୍ଯ୍ୟ ଲାଗେ ସନ୍ତୁଳନ ରକ୍ଷା କରି କିଭଳି ସେମାନେ ସରୁ ଦଉଡି ଉପରେ ଚାଲନ୍ତି। ଏଥିରେ ଜୀବନ ପ୍ରତି ବିପଦ ବି ଥାଏ। ତେଣୁ ସମସ୍ତଙ୍କ ପକ୍ଷେ ଏଭଳି କରିବା ସମ୍ଭବ ନୁହେଁ। ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ଋଷୀୟାରେ ଏକ ଗାଁ ଅଛି, ଯେଉଁଠି ପିଲାଠୁ ବୁଢାଯାଏଁ ସମସ୍ତେ ଦଉଡି ଉପରେ ଚାଲିବା କଳାରେ ମାହିର ଅଟନ୍ତି। ଏହି ଗାଁର ନାମ ହେଉଛି ସୋଓ୍ବାକ୍ରା-୧। କେବେଠାରୁ ଏହି ଗାଁରେ ଉକ୍ତ କଳାର ଆରମ୍ଭ ତାହା ସଠିକ୍‌ଭାବେ ଜଣା ନାହିଁ। ତେବେ ବିଶ୍ୱାସ କରାଯାଏ ପ୍ରାୟ ୧୦୦ ବର୍ଷ ହେବ ଏହି ଧାରା ଚାଲି ଆସିଛି। ଏଥିପାଇଁ ଏଠାକାର କିଛି ଲୋକ ସର୍କସରେ କାମ କରିବାର ସୁଯୋଗ ବି ପାଇଛନ୍ତି। ଅନେକେ କହନ୍ତି, ଏହି ଅଞ୍ଚଳ ପାହାଡ ଘେରରେ ରହିଛି। ଏଠାକାର ଅନେକ ରାସ୍ତା ଦୁର୍ଗମ ଅଞ୍ଚଳ ଦେଇ ଯାଇଛି। ତେଣୁ ଦଉଡି ଉପରେ ଯିବା ଏକ ଭଲ ବିକଳ୍ପ। ତାଛଡା ବେଳେବେଳେ ତୋଫାନରେ ଅସ୍ଥାୟୀ ପୋଲ ଓ ରାସ୍ତା ଭାଙ୍ଗିଯାଏ। ନଦୀ ପାର ହେବା କଷ୍ଟକର ହୋଇଯାଏ। ସେତେବେଳେ ଦଉଡି ଉପରେ ଚାଲିଯିବା ଏକମାତ୍ର ପନ୍ଥା ପାଲଟେ। ଏହାବାଦ ଏଠାରେ ଚାଷବାସ ବି ହୁଏନା। ତେଣୁ ଏହି କଳା ଶିଖି ସେମାନେ କିଛିଟା ରୋଜଗାରକ୍ଷମ ହୋଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାଧୀନତାର ୭୦ ବର୍ଷ ପରେ ବି ଏଠି ଉଡ଼ି ନ ଥିଲା ଜାତୀୟ ପତାକା

ପ୍ରତିବର୍ଷ ଅଗଷ୍ଟ ୧୫କୁ ଭାରତ ସ୍ବାଧୀନତା ଦିବସ ଭାବେ ପାଳନ କରିଥାଏ। କାରଣ ଭାରତୀୟଙ୍କ ପାଇଁ ଏହି ଦିନର ମହତ୍ତ୍ୱ ଖୁବ୍‌ ଅଧିକ। ହେଲେ ଭାରତରେ...

୧୦ମ ଫେଲ୍‌ ୩ ଯୁବକ ୨୦ ଦେଶର ୧ ହଜାର ପିଏଚ୍‌.ଡି. ଛାତ୍ରଙ୍କଠାରୁ ଠକିନେଲେ ୨ କୋଟି

ଗାଜିଆବାଦ,୭।୨: ପାଠଘର ଶୂନ କିନ୍ତୁ କାରନାମା ଅନେକ। ୧୦ମ ଫେଲ୍‌ ୩ ଯୁବକ ପିଏଚ୍‌.ଡି. ଛାତ୍ରମାନଙ୍କୁ ପାଣି ପିଆଇ ଦେଇଛନ୍ତି। କେବଳ ଦେଶରେ ନୁହେଁ, ବିଦେଶ...

ଗଛକୁ ଭଲ ପାଇଲେ, ବାହା ହେଲେ

ଭଲ ପାଇବା କେବେ କାହା ସହ ହେବ କେହି ଜାଣି ନ ଥାଆନ୍ତି। ଯେମିତିକି ଇଂଲଣ୍ଡର ଜଣେ ମହିଳା ମଣିଷଙ୍କୁ ଛାଡି ଭଲ ପାଇଛନ୍ତି ଏକ...

ଘରକୁ ଘର ଯାଇ ଗରିବ ପିଲାଙ୍କୁ ପଢ଼ାଉଛନ୍ତି ଏହି ଦିବ୍ୟାଙ୍ଗ ଶିକ୍ଷକ, ବିଭିନ୍ନ ମହଲରୁ ଛୁଟୁଛି ପ୍ରଶଂସାର ସୁଅ

କରୋନା ମହାମାରୀ ସମୟରେ ବିଶେଷକରି ପିଲାମାନଙ୍କ ପାଠପଢ଼ା ବ୍ୟାହତ ହୋଇଛି। ଏହି ଦୁଃସ୍ଥିତି ସମୟରେ ଏମିତି କେତେକ ଶିକ୍ଷକ ଅଛନ୍ତି, ଯେଉଁମାନେ ପିଲାମାନଙ୍କୁ ଉଚିତ୍‌ ଶିକ୍ଷା...

ବ୍ରେନ୍‌ ସର୍ଜରି ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ମାଲିକ: ଗେଟ୍‌ ବାହାରେ ଗୋଟିଏ ସପ୍ତାହ ଅପେକ୍ଷା କଲା କୁକୁର

କୁକୁର ସବୁଠାରୁ ବିଶ୍ୱସ୍ତ ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ତୁର୍କୀର ଇସ୍ତାନବୁଲରେ। ଜଣେ ବ୍ୟକ୍ତିଙ୍କ ପୋଷା କୁକୁର ତାଙ୍କୁ ହସ୍ପିଟାଲ ବାହାରେ ଏକ...

ସ୍ବାମୀଙ୍କୁ ‘କୁକୁର’ ବେଶରେ ସଜାଇ ବୁଲାଇଲେ ମହିଳା: କାରଣ ଜାଣିଲେ…

ବ୍ରାଜିଲର ଏକ ରେଳ ଷ୍ଟେଶନରେ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଜଣେ ମହିଳା ତାଙ୍କ ସ୍ବାମୀଙ୍କୁ ‘କୁକୁର’ ବେଶରେ ସଜାଇ ଷ୍ଟେଶନ ବୁଲାଇଛନ୍ତି। ମହିଳାଙ୍କ ସ୍ବାମୀ କୁକୁରର...

ସୌନ୍ଦର୍ଯ୍ୟର ଗନ୍ତାଘର ସାପୁତାରା ଶୈଳନିବାସ

ସାପୁତାରା ହିଲ୍‌ ଷ୍ଟେଶନଟି ଗୁଜରାଟର ଏକମାତ୍ର ଶୈଳନିବାସ। ଏହା ଗୁଜରାଟ ଓ ମହାରାଷ୍ଟ୍ର ସୀମା ମଧ୍ୟସ୍ଥ ପଶ୍ଚିମଘାଟ ପର୍ବତମାଳାର ସୈୟାଦ୍ରୀ ପାହାଡ଼ ଶୃଙ୍ଖଳା ଅନ୍ତର୍ଭୁକ୍ତ ଅତ୍ୟନ୍ତ...

ପର୍ଯ୍ୟଟନସ୍ଥଳୀ ‘ଯୋଗ ଜଳପ୍ରପାତ’: କେବେ ଯିବେ, କେମିତି ଯିବେ, କ’ଣ ଦେଖିବେ

କର୍ନାଟକସ୍ଥିତ ଯୋଗ ଜଳପ୍ରପାତ ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ଭାବେ ବେଶ୍‌ ଲୋକପ୍ରିୟ। ସ୍ଥାନୀୟ ଭାଷାରେ ଏହା ଗେରୁସୋପ୍ପେ ଜଳପ୍ରପାତ ନାଁରେ ପରିଚିତ। ପ୍ରାୟ ୨୫୩ ମିଟର...

Advertisement
Archives

Model This Week