Posted inଖେଳ

ପଦାର୍ପଣ ଧାଡ଼ିରେ ଆଉ ୩ ଖେଳାଳି

କଲମ୍ବୋ,୨୪।୭: ଚଳିତ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍‌ରେ ଭାରତୀୟ ଦଳ ପାଇଁ ୬ ଜଣ ଖେଳାଳି ପଦାର୍ପଣ କରିଥିଲେ। ହେଲେ ମିଷ୍ଟ୍ରି ସ୍ପିନର ବରୁଣ ଚକ୍ରବର୍ତ୍ତୀ, ଓପନର ରୁତୁରାଜ ଗାଏକ୍ୱାଡ ଓ ଦେବଦତ୍ତ ପାଡିକଲଙ୍କୁ ମିଳି ନ ଥିଲା ସୁଯୋଗ। ଏମାନଙ୍କୁ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ସୁଯୋଗ ମିଳିପାରେ।

ଦିନିକିଆ ସିରିଜ୍‌ର ଅନ୍ତିମ ମ୍ୟାଚ୍‌ରେ ପରାଜୟ ବରଣ କରିବା ପରେ ଟି୨୦ ସିରିଜ୍‌ ଆରମ୍ଭରୁ ଟିମ୍‌ ଇଣ୍ଡିଆ ପ୍ରତ୍ୟେକ ବିଭାଗରେ ପରିବର୍ତ୍ତନ କରିପାରେ। ତେବେ କୋଚ୍‌ ରାହୁଲ ଡ୍ରାଭିଡ୍‌ ମଧ୍ୟ ଚକ୍ରବର୍ତ୍ତୀଙ୍କୁ ଚେକ୍‌ କରିପାରନ୍ତି। କାରଣ ଏହି ଅଫ୍‌ସ୍ପିନରଙ୍କ ପାଖରେ କ୍ୟାରମ ବଲ ସାଙ୍ଗକୁ ଦୁସରା ଭଳି ଭେରାଇଟି ଅଛି। ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ରେ ସେ ନିଜକୁ ପ୍ରମାଣ କରିସାରିଛନ୍ତି। ସେହି ପ୍ରଦର୍ଶନ ବଳରେ ତାଙ୍କୁ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ବିପକ୍ଷ ସିରିଜ୍‌ ଲାଗି ଟିମ୍‌ ଇଣ୍ଡିଆରେ ସାମିଲ କରାଯାଇଥିଲା। କିନ୍ତୁ ଖରାପ ଫିଟ୍‌ନେସ ଓ ପରେ ଆହତ ସମସ୍ୟା କାରଣରୁ ତାଙ୍କୁ ଏପର୍ଯ୍ୟନ୍ତ ପଦାର୍ପଣ ସୁଯୋଗ ମିଳିନାହିଁ।

ଅନ୍ୟପକ୍ଷରେ ପୃଥ୍ବୀ ଶ’ ଓ ସୂର୍ଯ୍ୟକୁମାର ଯାଦବଙ୍କୁ ଇଂଲଣ୍ଡ ଗସ୍ତ ପାଇଁ ଡାକରା ଆସି ସାରିଛି। ଏଣୁ ଦୁଇ ଖେଳାଳିଙ୍କୁ ଟି୨୦ ସିରିଜ୍‌ରେ ଖେଳାଇଲା ଭଳି ରିସ୍କ ନେବାକୁ ଚାହିଁବନି ଟିମ୍‌ ମ୍ୟାନେଜମେଣ୍ଟ। ଏଣୁ ପାଡିକଲ ଓ ରୁତୁରାଜଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିପାରେ। ଆଶା କରାଯାଉଛି, ଇଶାନ କିଷନ ଓ ସଞ୍ଜୁ ସାମସନଙ୍କୁ ଦଳୀୟ ଏକାଦଶରେ ସ୍ଥାନ ମିଳିବ। କିନ୍ତୁ ମନୀଷ ପାଣ୍ଡେଙ୍କୁ ବାଦ୍‌ ଦିଆଯାଇପାରେ। ଏହି ଫର୍ମାଟରେ ପାଣ୍ଡ୍ୟା ବ୍ରଦର୍ସଙ୍କ ଖେଳିବା ପ୍ରାୟ ନିଶ୍ଚିତ। ଅନ୍ତିମ ଦିନିକିଆରେ ବିଶ୍ରାମ ଦିଆଯାଇଥିବା ଭୁବନେଶ୍ୱର କୁମାର, ଦୀପକ ଚହର ଓ ୟୁଜବେନ୍ଦ୍ର ଚହଲ ବୋଲିଂ ବିଭାଗ ସମ୍ଭାଳିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି-୨୦ରେ ଏହି ଭାରତୀୟ ବୋଲରଙ୍କ ନାଁରେ ଲଜ୍ଜାଜନକ ରେକର୍ଡ ରହିଛି

କ୍ରିକେଟରେ ତ ଅନେକ ରେକର୍ଡ ସୃଷ୍ଟି ହୁଏ ଏବଂ ଅନେକ ରେକର୍ଡ ଭାଙ୍ଗେ, ହେଲେ ଏମିତି କଛି ରେକର୍ଡ ଅଛି ଯାହାକୁ କୌଣସି ଖେଳାଳି କିମ୍ବା...

ବିଶ୍ୱକପ୍‌ ପରେ ଆଫଗାନିସ୍ତାନ କୋଚ୍‌ ପଦ ଛାଡ଼ିବେ ସିମନ୍ସ

ନୂଆଦିଲ୍ଲୀ,୨୦।୫(ପି.ଟି.)-ପୂର୍ବତନ ଓ୍ବେଷ୍ଟଇଣ୍ଡିଜ ଅଲରାଉଣ୍ଡର ଫିଲ ସିମନ୍ସ ଆଗାମୀ ବିଶ୍ୱକପ୍‌ ପରେ ଆଫଗାନିସ୍ତାନ କୋଚ୍‌ ପଦ ତ୍ୟାଗ କରିବେ। ୨୦୧୭ ଡିସେମ୍ବରରେ ସେ ଦାୟିତ୍ୱ ଗ୍ରହଣ କରିଥିଲେ।...

ଆଜି କ୍ରିକେଟକୁ ଅଲ୍‌ବିଦା କରିଥିଲେ ସଚିନ

ନୂଆଦିଲ୍ଲୀ,୧୬।୧୧- କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଅନ୍ତର୍ଜାତୀୟ କ୍ରିକେଟର କ୍ୟାରିୟରର ଅନ୍ତିମ ଦିନର ବ୍ୟାଟିଂ ଦେଖିବା ପାଇଁ ୨୦୧୩, ନଭେମ୍ବର ୧୬ ତାରିଖ ତଥା ଆଜିର...

ଏକାଧିକ ରେକର୍ଡ ନିଜ ନାମରେ କଲେ ହିଟ୍‌ମ୍ୟାନ୍‌; ପ୍ରଥମ ବ୍ୟାଟ୍ସମ୍ୟାନ୍‌ ଭାବେ ରଚିଲେ କୀର୍ତ୍ତିମାନ

ଓଭାଲ,୫।୯: ଟିମ୍‌ ଇଣ୍ଡିଆର ଓପନର ରୋହିତ ଶର୍ମା ଶନିବାର ଓଭାଲ ଟେଷ୍ଟର ଦ୍ୱିତୀୟ ଇନିଂସରେ ଶତକ ହାସଲ କରି ଏକାଧିକ ରେକର୍ଡ କରିଛନ୍ତି। ରୋହିତଙ୍କ କ୍ୟାରିୟରର...

ଲର୍ଡସ ଟେଷ୍ଟ ପରେ ଆଣ୍ଡରସନଙ୍କ ପୁରୁଣା ଭିଡିଓ ଭାଇରାଲ: ଖଣ୍ଡ ଖଣ୍ଡ କରୁଛନ୍ତି ଏହି ଭାରତୀୟ କ୍ରିକେଟରଙ୍କ ଫଟୋ

ଲଣ୍ଡନ,୨୦।୮: ଲୋକଙ୍କ ମୁହଁରେ କହିବାକୁ ନେଇ ବେଶ ଜଣାଶୁଣା ଜେମ୍ସ ଆଣ୍ଡରସନ। ସେ କ୍ରିକେଟ ପଡ଼ିଆରେ ବୋଲିଂ ସହ ବିରୋଧୀ ଟିମ୍‌ର ଖେଳାଳିମାନଙ୍କ ସହ ବଚସାକୁ...

କ୍ରିକେଟରଙ୍କ ବିବାହ ଉତ୍ସବରେ ମୋବାଇଲ ଚୋରି

ବାଂଲାଦେଶ ଅଲରାଉଣ୍ଡର ସୌମ୍ୟ ସରକାର ଜୀବନରେ ନୂଆ ଇନିଂସ ଆରମ୍ଭ କରିଛନ୍ତି। ସେ ଦେବନାଥ ପୂଜାଙ୍କ ସହ ବିବାହ କରିଛନ୍ତି। ଏହି ବିବାହ ଉତ୍ସବ ଖୁଲନାଠାରେ...

ଚୋରି ହୁଏ ରୋହିତ, କୋହଲିଙ୍କ ବ୍ୟାଟ୍‌

ନୂଆଦିଲ୍ଲୀ,୧୧।୧- ସମସ୍ତ କ୍ରିକେଟ ପାଗଳ ଦେଶରେ ଭାରତୀୟ କ୍ରିକେଟ ଦଳର ପ୍ରଶଂସକ ସଂଖ୍ୟା ଖୁବ ଅଧିକ। ଦଳର ଖେଳାଳିଙ୍କ ନିକଟକୁ ଯିବା ପ୍ରଶଂସକଙ୍କ ପାଇଁ ଅତ୍ୟନ୍ତ...

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଥରଙ୍ଗା

କଲମ୍ବୋ, ୨୪।୨(ପି.ଟି.)-ଶ୍ରୀଲଙ୍କାର ଭେଟେରାନ ଓପନର ଉପୁଲ ଥରଙ୍ଗା ମଙ୍ଗଳବାର ଅନ୍ତର୍ଜାତୀୟ କ୍ରିକେଟରୁ ତାଙ୍କର ଅବସର ଘୋଷଣା କରିଛନ୍ତି। ସେ ତାଙ୍କ ୧୫ବର୍ଷ କ୍ୟାରିୟରରେ କିଛି ସମୟ...

Advertisement
Archives

Model This Week