Posted inଜାତୀୟ

ଯୋଗୀଙ୍କ ଜନସଂଖ୍ୟା ନୀତି ପରେ ଆପତ୍ତି ଉଠାଇଲା ଭିଏଚ୍‌ପି

ଲକ୍ଷ୍ନୌ,୧୨।୭: ଉତ୍ତରପ୍ରଦେଶ ସରକାରଙ୍କ ଦ୍ୱାରା ଅଣାଯାଇଥିବା ନୂଆ ଜନସଂଖ୍ୟା ନୀତି ଉପରେ ବିଶ୍ୱ ହିନ୍ଦୁ ପରିଷଦ(ଭିଏଚ୍‌ପି) ପ୍ରଶ୍ନ ଉଠାଇଛି। ବିଶ୍ୱ ହିନ୍ଦୁ ପରିଷଦର କାର୍ଯ୍ୟକାରୀ ଅଧ୍ୟକ୍ଷ ଆଲୋକ କୁମାର ଏହି ପ୍ରସଙ୍ଗକୁ ନେଇ ୟୁପି ଲ’ କମିଶନଙ୍କୁ ଏକ ଚିଠି ଲେଖିଛନ୍ତି। ବିଲ୍‌ରେ ଏକ ଛୋଟ ପିଲାଙ୍କ ନୀତି ସାମିଲ ଉପରେ ଭିଏଚ୍‌ପି ଆପତ୍ତି ଉଠାଇଛି। ସରକାରୀ କର୍ମଚାରୀ କିମ୍ବା ଅନ୍ୟମାନଙ୍କୁ ଗୋଟିଏ ସନ୍ତାନ ପାଇଁ ପ୍ରୋତ୍ସାହନ ଦିଆଯିବା ନେଇ ଘୋଷଣା କରାଯାଇଛି। ତେବେ ଉତ୍ତରପ୍ରଦେଶ ସରକାର ଏହି ନିୟମ ବରିବର୍ତ୍ତନ କରିବା ଉଚିତ୍‌ ବୋଲି ଭିଏଚ୍‌ପି କହିଛି। ସେହିପରି ୨ଶିଶୁଙ୍କ ନୀତି ଜନସଂଖ୍ୟା ନିୟନ୍ତ୍ରଣ ଆଡ଼କୁ ନେଇଥାଏ। କିନ୍ତୁ ୨ରୁ କମ୍‌ ପିଲାଙ୍କ ନୀତି ଆଗାମୀ ସମୟରେ ଅନେକ ନକାରାତ୍ମକ ପ୍ରଭାବ ପକାଇବ। ଯଦି ଏକ ଶିଶୁ ନୀତି ଅଣାଯାଏ ତେବେ ଏହା ସମାଜରେ ଜନସଂଖ୍ୟାରେ ଅସନ୍ତୁଳନ ସୃଷ୍ଟି କରିବ। ଏଭଳି ପରିସ୍ଥିତିରେ ସରକାର ପୁନର୍ବାର ଏ ବିଷୟରେ ଚିନ୍ତା କରିବା ଉଚିତ ନଚେତ ଏହା ନକାରାତ୍ମକ ଅଭିବୃଦ୍ଧି ଉପରେ ପ୍ରଭାବ ପକାଇବ ବୋଲି ଭିଏଚ୍‌ପି ଉକ୍ତ ଚିଠିରେ ଉଲ୍ଲେଖ କରିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ସହ ସମ୍ପର୍କକୁ ନେଇ କହୁ କହୁ ଏମିତି କହିଲେ ମେଲୋନି: ସାରା ବିଶ୍ୱରେ ହେଉଛି ଚର୍ଚ୍ଚା

ଓ୍ବାଶିଂଟନ୍‌,୧୭।୬: ବିଶ୍ୱ ନେତାମାନେ ଜି-୭ ଶିଖର ସମ୍ମିଳନୀରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିବା ପାଇଁ ଫରାସୀ ସହର ଏଭିଆନରେ ଏକାଠି ହୋଇଥିଲେ। ଏହି କାର୍ଯ୍ୟକ୍ରମ ସମୟରେ,…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

ଲେବାନନ୍‌ରୁ ଇସ୍ରାଏଲ୍‌ ଓହରିବା ଆବଶ୍ୟକ: ଇରାନ

ଦୁବାଇ,୧୭ା୬: ପଶ୍ଚିମ ଏସିଆରେ ଯୁଦ୍ଧ ବନ୍ଦ ଲାଗି ଆମେରିକା ଓ ଇରାନ ସହମତିରେ ପହଞ୍ଚତ୍ଥିବା ଏବଂ ଆସନ୍ତା ୧୯ର ଉଭୟ ପକ୍ଷ ଆନୁଷ୍ଠାନିକ ଭାବେ ଚୁକ୍ତିନାମା ସ୍ବାକ୍ଷର…

ଟ୍ରମ୍ପ୍‌ଙ୍କୁ ଭେଟିଲେ ମୋଦି, ଆଜି ଦ୍ବିପାକ୍ଷିକ ଆଲୋଚନା

ଏଭିଆନ୍‌-ଲେସ୍‌-ବାଏନ୍ସ,୧୭ା୬: ଫ୍ରାନ୍ସର ଏଭିଆନ୍‌-ଲେସ୍‌-ବାଏନ୍ସରେ ଜି-୭ ଶିଖର ସମ୍ମିଳନୀ ପାଇଁ ବିଶ୍ୱନେତା ଏକାଠି ହୋଇଥିବାବେଳେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଭେଟି କରମର୍ଦ୍ଦନ…

ଶୁଭାରମ୍ଭ ବେଳେ ଫୁଲତୋଡ଼ା, ନିଲମ୍ବନ ପରେ ଏତଲା: ଫିଟୁଛି ବକ୍ସ କଣ୍ଡୁଇଟ୍‌ ନିର୍ମାଣ ଅନିୟମିତତା ଗୁମର

ବରଗଡ଼,୧୭।୬(ପ୍ରେମାନନ୍ଦ ଖମାରୀ):ବରଗଡ଼-ଭେଡ଼େନ କେନାଲରେ ବକ୍ସ କଣ୍ଡୁଇଟ୍‌ ନିର୍ମାଣରେ ହୋଇଥିବା ଅନିୟମିତତାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉ ନାହିଁ। ଏହି ଅନିୟମିତତା ଧରାପଡ଼ିବା ପରେ ଗତ ୮ତାରିଖ…

ପ୍ରବଳ ଝଡ଼ବର୍ଷା ସମ୍ଭାବନା: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ

ଭୁବନେଶ୍ୱର, ୧୭ା୬(ବନ୍ଦନା ସେଠୀ):ଓଡ଼ିଶାରେ ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇଛି। ମଙ୍ଗଳବାର ଆଉ କିଛି ଅଞ୍ଚଳକୁ ପ୍ରବେଶ କରିଛି। ମୌସୁମୀ ବାୟୁର ଉତ୍ତର ସୀମା ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri