![](https://www.dharitri.com/wp-content/uploads/2021/07/uttar-pradesh-population-policy-vhp-questions-one-child-policy.jpg1_.jpg)
ଲକ୍ଷ୍ନୌ,୧୨।୭: ଉତ୍ତରପ୍ରଦେଶ ସରକାରଙ୍କ ଦ୍ୱାରା ଅଣାଯାଇଥିବା ନୂଆ ଜନସଂଖ୍ୟା ନୀତି ଉପରେ ବିଶ୍ୱ ହିନ୍ଦୁ ପରିଷଦ(ଭିଏଚ୍ପି) ପ୍ରଶ୍ନ ଉଠାଇଛି। ବିଶ୍ୱ ହିନ୍ଦୁ ପରିଷଦର କାର୍ଯ୍ୟକାରୀ ଅଧ୍ୟକ୍ଷ ଆଲୋକ କୁମାର ଏହି ପ୍ରସଙ୍ଗକୁ ନେଇ ୟୁପି ଲ’ କମିଶନଙ୍କୁ ଏକ ଚିଠି ଲେଖିଛନ୍ତି। ବିଲ୍ରେ ଏକ ଛୋଟ ପିଲାଙ୍କ ନୀତି ସାମିଲ ଉପରେ ଭିଏଚ୍ପି ଆପତ୍ତି ଉଠାଇଛି। ସରକାରୀ କର୍ମଚାରୀ କିମ୍ବା ଅନ୍ୟମାନଙ୍କୁ ଗୋଟିଏ ସନ୍ତାନ ପାଇଁ ପ୍ରୋତ୍ସାହନ ଦିଆଯିବା ନେଇ ଘୋଷଣା କରାଯାଇଛି। ତେବେ ଉତ୍ତରପ୍ରଦେଶ ସରକାର ଏହି ନିୟମ ବରିବର୍ତ୍ତନ କରିବା ଉଚିତ୍ ବୋଲି ଭିଏଚ୍ପି କହିଛି। ସେହିପରି ୨ଶିଶୁଙ୍କ ନୀତି ଜନସଂଖ୍ୟା ନିୟନ୍ତ୍ରଣ ଆଡ଼କୁ ନେଇଥାଏ। କିନ୍ତୁ ୨ରୁ କମ୍ ପିଲାଙ୍କ ନୀତି ଆଗାମୀ ସମୟରେ ଅନେକ ନକାରାତ୍ମକ ପ୍ରଭାବ ପକାଇବ। ଯଦି ଏକ ଶିଶୁ ନୀତି ଅଣାଯାଏ ତେବେ ଏହା ସମାଜରେ ଜନସଂଖ୍ୟାରେ ଅସନ୍ତୁଳନ ସୃଷ୍ଟି କରିବ। ଏଭଳି ପରିସ୍ଥିତିରେ ସରକାର ପୁନର୍ବାର ଏ ବିଷୟରେ ଚିନ୍ତା କରିବା ଉଚିତ ନଚେତ ଏହା ନକାରାତ୍ମକ ଅଭିବୃଦ୍ଧି ଉପରେ ପ୍ରଭାବ ପକାଇବ ବୋଲି ଭିଏଚ୍ପି ଉକ୍ତ ଚିଠିରେ ଉଲ୍ଲେଖ କରିଛି।