Posted inଜାତୀୟ

ଆଶିଷଙ୍କ ଜାମିନକୁ ବିରୋଧ କଲେ ଉତ୍ତରପ୍ରଦେଶ ସରକାର, ସମାଜକୁ ଯିବ ଭୁଲ ବାର୍ତ୍ତା …

ନୂଆଦିଲ୍ଲୀ,୧୯।୧ : ଲଖିମପୁର ଖେରୀ ହିଂସା ମାମଲାରେ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କ ଜାମିନ ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ଆରମ୍ଭ ହୋଇଛି। ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ଜେ.କେ ମାହେଶ୍ୱରୀଙ୍କ ବେଞ୍ଚରେ ଶୁଣାଣି ଚାଲିଛି। ଉତ୍ତରପ୍ରଦେଶ ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ଅଭିଯୁକ୍ତ ଆଶିଷ ମିଶ୍ରଙ୍କ ଜାମିନ ଆବେଦନକୁ ରାଜ୍ୟ ସରୀକାର ବିରୋଧ କରୁଛନ୍ତି।

ଏହା ଦ୍ୱାରା ସମାଜକୁ ଭୁଲ ବାର୍ତ୍ତା ଯିବ। ଏହାସହ କୋର୍ଟ କହିଛନ୍ତି ଯେ ଘଟଣାର ପ୍ରତ୍ୟକ୍ଷଦର୍ଶୀ ଅଭିଯୁକ୍ତ ମିଶ୍ର ଘଟଣାସ୍ଥଳରୁ ଦୌଡ଼ି ପଳାଇଥିବାର ଦେଖିଛନ୍ତି ଏବଂ ଚାର୍ଜଶିଟରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି। ଏହା ଏକ ଗୁରୁତର ଅପରାଧ।

ଶେଷ ଶୁଣାଣିରେ ଏହି ମାମଲାର ଶୁଣାଣି ଶେଷ କରିବାକୁ ଅତି କମରେ ପାଞ୍ଚ ବର୍ଷ ଲାଗିବ ବୋଲି ଟ୍ରାଏଲ ଜଜ ରିପୋର୍ଟରେ କହିଥିଲେ।

ଆଶିଷ ମିଶ୍ରଙ୍କ ତରଫରୁ ମୁକୁଲ ରୋହତଗୀ କହିଛନ୍ତି ଯେ ସେ ଏକ ବର୍ଷ ଜେଲରେ ଅଛନ୍ତି। ଥରେ ଜାମିନ ପାଇଛନ୍ତି କିନ୍ତୁ ସୁପ୍ରିମକୋର୍ଟ ଏହାକୁ ଖାରଜ କରିଛନ୍ତି। ଏହାର ଟ୍ରାଏଲ ପାଞ୍ଚ ବର୍ଷରୁ ଅଧିକ ସମୟ ନେବ। ତାଙ୍କୁ ଜାମିନ ଦିଆଯିବା ଉଚିତ। ରୋହତଗୀ କହିଛନ୍ତି ଯେ ଟ୍ରାଏଲ କୋର୍ଟ ନିଜେ କହିଛନ୍ତି ଯେ ଏହି ଶୁଣାଣି ୫ ବର୍ଷ ପର୍ଯ୍ୟନ୍ତ ଚାଲିବ। ମାମଲାରେ ୨୧୮ ସାକ୍ଷୀ, ୨୭ଏଫଏସଏଲ ରିପୋର୍ଟ ଏବଂ ଅଧିକ ମାମଲା ଅଛି। ମୋଟ ଉପରେ, ଟ୍ରାଏଲରେ ୭ ରୁ ୮ ବର୍ଷ ଲାଗିପାରେ।

ଅଭିଯୁକ୍ତ ଘଟଣାସ୍ଥଳରେ ନ ଥିଲେ, ବରଂ ରାଜ୍ୟର ବରିଷ୍ଠ ମନ୍ତ୍ରୀମାନେ ପହଞ୍ଚିବାକୁ ଯାଉଥିବା ଏକ କୁସ୍ତି ପଡ଼ିଆରେ ଉପସ୍ଥିତ ଥିଲେ। କୁସ୍ତି ସ୍ଥଳରେ ତାଙ୍କର ଚିତ୍ର ଅଛି। ସେହି ସମୟରେ ତାଙ୍କର ମୋବାଇଲ ଫୋନର ଅବସ୍ଥାନ ମଧ୍ୟ ସମାନ ଅଟେ। ସେ ଡ୍ରାଇଭିଂ ସିଟରେ ନ ଥିଲେ ଏବଂ ଅନ୍ୟ ଜଣେ ସହ-ଅଭିଯୁକ୍ତ ଗାଡିରୁ ବାହାରକୁ ଆସୁଥିବା ଦେଖିବାକୁ ମିଳିଥିଲା ବୋଲି ସେ ଯୁକ୍ତି ଦର୍ଶାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଦୀପାବଳି ପୂର୍ବରୁ କର୍ମଚାରୀ, ପେନସନଭୋଗୀଙ୍କୁ ବଡ଼ ଉପହାର ଦେଲେ ସରକାର: ବଢିଲା…

ନୂଆଦିଲ୍ଲୀ,୧।୧୦: କେନ୍ଦ୍ରୀୟ କର୍ମଚାରୀମାନେ ଅଷ୍ଟମ ବେତନ କମିଶନର ସୁପାରିସକୁ ବେଶ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଏହାରି ମଧ୍ୟରେ ଦୀପାବଳି ପୂର୍ବରୁ ବିଭିନ୍ନ ରାଜ୍ୟ ସରକାର ନିଜ…

ଆରାଧନାଙ୍କୁ ମିଳିପାରେ ଗୁରୁ ଦାୟିତ୍ୱ; ଅଜୟ ରାୟଙ୍କୁ ମିଳିପାରେ ଛୁଟି

ନୂଆଦିଲ୍ଲୀ,୧।୧୦: ମିଳିଥିବା ସୂତ୍ର ଅନୁଯାୟୀ, ଆରାଧନା ମିଶ୍ର ୟୁପି (ଉତ୍ତର ପ୍ରଦେଶ) କଂଗ୍ରେସର ରାଜ୍ୟ ସଭାପତି ହୋଇପାରନ୍ତି। ଉତ୍ତର ପ୍ରଦେଶରେ ଆଗାମୀ ବର୍ଷ ହେବାକୁ ଥିବା ବିଧାନସଭା…

ରୁଷିଆ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ MEA ପକ୍ଷରୁ ଆଡଭାଇଜରୀ ଜାରି; କୁହାଯାଇଛି ଯେ, ‘ରିପୋର୍ଟରୁ ଜଣାପଡ଼ୁଛି ଯେ…’

ନୂଆଦିଲ୍ଲୀ,୧।୧୦: ଭାରତ ସରକାର ରୁଷିଆ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ଗୁରୁବାର ‘ଏକ୍ସ’ (X) ରେ ଏକ ପୋଷ୍ଟ ମାଧ୍ୟମରେ ବୈଦେଶିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?