ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡ଼ାଇବା ଘଟଣା: ୟୁଟ୍ୟୁବ୍‌ର ଅନିମେଷ ପଶ୍ଚିମବଙ୍ଗରୁ ଗିରଫ

ପୁରୀ ଅଫିସ, ୧୯ା୧: ଶ୍ରୀମନ୍ଦିର ନୋ ଫ୍ଲାଇଂ ଜୋନ୍‌ରେ ଡ୍ରୋନ୍‌ ଉଡ଼ାଇ ଭିତରବେଢ଼ାର ଭିଡିଓ ଭାଇରାଲ କରିବା ସହ ଟଙ୍କା ମାଗିବା ଘଟଣାରେ ଅଭିଯୁକ୍ତ ବଙ୍ଗୀୟ ୟୁଟ୍ୟୁବ୍‌ର ଅନିମେଷ ଚକ୍ରବର୍ତ୍ତୀଙ୍କୁ ବୁଧବାର ପୁରୀ ପୋଲିସ ଗିରଫ କରିଛି। ପୁରୀ ସିଟି ଡିଏସ୍‌ପି କେ. କେ. ହରିପ୍ରସାଦଙ୍କ ନେତୃତ୍ୱରେ ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ କୋଲକାତା ଯାଇ ସେଠାରେ ୫ଦିନ ରହି ଅନିମେଷଙ୍କ ଗତିବିଧି ଉପରେ ନଜର ରଖିଥିଲେ। ବୁଧବାର ପଶ୍ଚିମବଙ୍ଗର ବାରାକପୁର ଜିଲାରୁ ଅନିମେଷଙ୍କୁ ଗିରଫ କରାଯାଇଥିବା ପୁରୀ ଏସ୍‌ପି କନଓ୍ବର ବିଶାଲ୍‌ ସିଂହ ଟୁଇଟ୍‌ କରି ସୂଚନା ଦେଇଛନ୍ତି।

ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳ ତଥା ନୋ ଫ୍ଲାଇଂ ଜୋନ୍‌ରେ ପଶ୍ଚିମବଙ୍ଗ ନର୍ଥ ଚବିଶପ୍ରଗଣା ଗୁମା ଆମଡଙ୍ଗା ଅଞ୍ଚଳର ଅନିମେଷ ଡ୍ରୋନ ଉଡାଇ ଭିଡିଓ ଭାଇରାଲ କରିଥିବା ଘଟଣା ଗତବର୍ଷ ନଭେମ୍ବର ୧୯ରେ ସାମ୍ନାକୁ ଆସିଥିଲା। ସେ ପତିତପାବନ ବାନା ପରିବର୍ତ୍ତନ ଓ ଶ୍ରୀମନ୍ଦିର ଭିତରବେଢାର ଦୃଶ୍ୟକୁ କଏଦ୍‌ କରି ୟୁନିଫାଏଡ୍‌ ନାମକ ୟୁଟ୍ୟୁବ୍‌ ଚ୍ୟାନେଲରେ ଅପ୍‌ଲୋଡ୍‌ କରିଥିଲେ, ଯାହାକୁ ସାରା ବିଶ୍ୱବାସୀ ଦେଖିଥିଲେ। ଉକ୍ତ ଚ୍ୟାନେଲରେ ଦିଆଯାଇଥିବା ଯୋଗାଯୋଗ ନମ୍ବରରେ ସମ୍ପର୍କ କରିବାରୁ ସେ ପ୍ରତି ଆଙ୍ଗେଲ୍‌ ପିଛା ଫୁଟେଜ୍‌ ନେବାପାଇଁ ୨୦ ହଜାର ଟଙ୍କା ଦାବି କରୁଥିବା ଜଣାପଡ଼ିିଥିଲା। ଭିଡିଓର ପ୍ରାରମ୍ଭରେ ଓଡ଼ିଶା ପୋଲିସକୁ ସ୍ବତନ୍ତ୍ର ଧନ୍ୟବାଦ ଦିଆଯାଇଥିବା ଏହି ୟୁଟ୍ୟୁବ୍‌ ଚ୍ୟାନେଲରେ ଦେଖିବାକୁ ମିଳିଥିଲା। ତେଣୁ ପୋଲିସ ପ୍ରତି ଅଙ୍ଗୁଳି ଉଠିବା ସହ ଏପରି ଭିଡିଓ କରିବା ପାଇଁ ତାଙ୍କୁ କିଏ ଅନୁମତି ଦେଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଥିଲା। ସିଟି ଡିଏସ୍‌ପି ହରିପ୍ରସାଦଙ୍କ ନେତୃତ୍ୱରେ ଏକ ୩ଜଣିଆ ଟିମ୍‌ ଗଠନ କରାଯାଇ ଉକ୍ତ ଭିଡିଓକୁ ଯାଞ୍ଚ କରାଯାଇଥିଲା। ସିଟି ଡିଏସ୍‌ପି ତାଙ୍କ ରିପୋର୍ଟ ଦେବା ପରେ ଡିସେମ୍ବର ୪ରେ ସିଂହଦ୍ୱାର ଥାନାରେ ପୋଲିସ ପକ୍ଷରୁ ଅନିମେଷଙ୍କ ବିରୋଧରେ ଏକ ମାମଲା (ନଂ. ୧୫୦/୨୨) ରୁଜୁ କରାଯାଇଥିଲା। ଅନିମେଷଙ୍କୁ ସିଂହଦ୍ୱାର ଥାନାରେ ହାଜର ହୋଇ ଜବାବ ରଖିବା ସହ ଅଧିକ ଅନୁସନ୍ଧାନ ପାଇଁ ୧୬୦ ସିଆର୍‌ପିସିରେ ନୋଟିସ ପଠାଯାଇଥିଲା। ତେବେ ଅନିମେଷ ଥାନାରେ ହାଜର ହେବା ପରିବର୍ତ୍ତେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ତାଙ୍କର ଆଗୁଆ ଜାମିନ ଆବେଦନ ଖାରଜ କରିଦେଇଥିଲେ। ଏହାପରେ ପୁରୀ ପୋଲିସ ତାଙ୍କୁ ଗିରଫ କରିବାକୁ କୋଲକାତା ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରକୁ ଜ୍ୱାଇଁ ଛୁରି ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

ଫୁଲଚାଷ ପ୍ରତି ବଢୁଛି ଆଗ୍ରହ

ସମ୍ବଲପୁର,୨୯ା୩ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲାରେ ଧାନଫସଲରେ ପୂର୍ବଭଳି ଲାଭ ହେଉ ନ ଥିବାବେଳେ ଚାଷୀମାନେ ପନିପରିବା ଓ ଅନ୍ୟ ଅର୍ଥକରୀ ଫସଲ ଚାଷ...

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

କେନ୍ଦୁଝର ବଳଦେବଜୀଉ ମନ୍ଦିର ହୁଣ୍ଡି ଟେକିନେଲେ ଦୁର୍ବୃତ୍ତ

କେନ୍ଦୁଝର,୨୯ା୩: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ହୁଣ୍ଡିରୁ ଚୋରି ଅଭିଯୋଗ ଆସିଛି। ଗୁରୁବାର ମଧ୍ୟରାତ୍ରରେ ହୁଣ୍ଡି ଭାଙ୍ଗି ସେଥିରେ ଥିବା ଟଙ୍କା ଏବଂ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ଇସ୍ତଫା ଦେଲେ ଜିଲା ସଭାପତି ପ୍ରକାଶ ବେହେରା

କଟକ,୨୯।୩: ସାଧାରଣ ନିର୍ବାଚନ ଆଗରୁ କଟକ ରାଜନୀତିରେ ଜାରି ରହିଛି ଦଳ ବଦଳ ପର୍ବ। ଅରିନ୍ଦମ ରାୟଙ୍କ ପଛେ ପଛେ ଏମପି ଭର୍ତ୍ତୃହରି ମହତାବ ଗୁରୁବାର...

ବିଧାନସଭା ନିର୍ବାଚନକୁ ଫେରିପାରନ୍ତି ମହେଶ

ଅନୁଗୋଳ,୨୯ା୩ (ଅମିତ କୁମାର ସାମଲ): ଢେଙ୍କାନାଳ ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ଡା. ଅବିନାଶ ସାମଲଙ୍କ ନାମ ଘୋଷଣା କରିବା ପରେ ଅନୁଗୋଳ ଜିଲାର ପୁରୁଖା...

ପ୍ରାର୍ଥୀ ଘୋଷଣା ନେଇ ବିଜେଡିରେ ହୋଇପାରୁନି ନିଷ୍ପତ୍ତି

ଢେଙ୍କାନାଳ,୨୯ା୩(ରତନ ନାୟାର): ଢେଙ୍କାନାଳ ଲୋକ ସଭା କ୍ଷେତ୍ର ଅଧୀନରେ ଆସୁଥିବା ଢେଙ୍କାନାଳ ଓ ଅନୁଗୋଳ ଜିଲାର ୭ ବିଧାନସଭା ନିର୍ବାଚନମଣ୍ଡଳୀରୁ ଢେଙ୍କାନାଳ ଜିଲାରେ ରହିଛି ୪ଟି...

ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୯ା୩ (କାର୍ତ୍ତିକ ସାହୁ):ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ବିଧାୟକ ଜେନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri