Posted inଜାତୀୟ

ହ୍ବାଟ୍ସଆପ୍‌ ଛାଡ଼ୁଛନ୍ତି ୟୁଜର୍ସ

ମୁମ୍ବାଇ, ୧୨ା୧: ନୂଆ ପ୍ରିଭେସି ପଲିସି ୟୁଜର୍ସଙ୍କ ପାଇଁ ବାଧ୍ୟତାମୂଳକ କରାଯିବା ପରେ ଏବେ ବିକଳ୍ପ ବାଛିବାରେ ବ୍ୟସ୍ତ ହ୍ବାଟ୍ସଆପ୍‌୍‌ ବ୍ୟବହାରକାରୀ। ଅପଡେଟ୍‌ ପରେ ମୂଳ କମ୍ପାନୀ ଫେସ୍‌ବୁକ୍‌ ସହ ହ୍ବାଟ୍ସଆପ୍‌ ୟୁଜର୍ସ ସେମାନଙ୍କ ବ୍ୟକ୍ତିଗତ ତଥ୍ୟ ଶେୟାର ହେବା ସର୍ତ୍ତକୁ ମାନିବାକୁ ପ୍ରସ୍ତୁତ ନୁହନ୍ତି। ସେଥିପାଇଁ ଏହି ପ୍ଲାଟଫର୍ମରୁ ଲୋକେ ମୁହଁ ଫେରାଉଛନ୍ତି। ଏହି ମେସେଜିଂ ଓ ଅଡିଓ/ଭିଡିଓ କଲିଂ ପ୍ଲାଟଫର୍ମ ବଦଳରେ ବହୁଳ ସଂଖ୍ୟାରେ ଲୋକେ ‘ସିଗ୍‌ନାଲ’ ଆପ୍ଲିକେଶନକୁ ବାଛୁଥିବା ଦେଖାଯାଇଛି। କିଛିଦିନ ମଧ୍ୟରେ ଆପ୍‌ ଷ୍ଟୋରରୁ ‘ସିଗ୍‌ନାଲ’କୁ ବ୍ୟାପକ ମାତ୍ରାରେ ଡାଉନଲୋଡ୍‌ କରାଯାଇଥିବାରୁ ଏହାକୁ ହ୍ବାଟ୍ସଆପ୍‌ର ପ୍ରତିନ୍ଦ୍ୱନ୍ଦ୍ୱୀ ମଧ୍ୟ କୁହାଯାଉଛି। ଏଥିସହ ଟେଲିଗ୍ରାମ ମଧ୍ୟ ଆଉ ଏକ ବିକଳ୍ପ ହୋଇପାରେ।
ହ୍ବାଟ୍ସଆପ୍‌ ଅପଡେଟ୍‌ରେ ୟୁଜର୍ସ କେତେ ପରିମାଣରେ ଇଣ୍ଟରନେଟ ଡାଟା ବ୍ୟବହାର କରୁଛନ୍ତି, ସେମାନଙ୍କ ଲୋକେଶନ, କଣ୍ଟାକ୍ଟ ଲିଷ୍ଟ୍‌, ଷ୍ଟାଟ୍‌ସ ଅପଡେଟ୍‌, ଟଙ୍କା ନେଣଦେଣ ଡାଟା ଆଦିକୁ ଫେସ୍‌ବୁକ୍‌ ବ୍ୟବହାର କରିପାରିବ। ପ୍ରତ୍ୟେକ ହ୍ବାଟ୍ସଆପ୍‌ ବ୍ୟବହାରକାରୀ ଫେବୃୟାରୀ ୮ ମଧ୍ୟରେ ସମସ୍ତ ସର୍ତ୍ତ ମାନିବାକୁ ବାଧ୍ୟ। ନଚେତ୍‌ ସେମାନଙ୍କୁ ଏହି ପ୍ଲାଟଫର୍ମ ଛାଡ଼ିବାକୁ ପଡିବ। ଅନ୍ୟପକ୍ଷରେ କେବଳ ୟୁରୋପିଆନ ୟୁନିୟନ ଲୋକଙ୍କୁ ଏଥିରୁ ବାଦ୍‌ ଦିଆଯାଇଛି। ଏଭଳି ପଲିସିକୁ ଅଧିକାଂଶ ସମାଲୋଚନା କରିଛନ୍ତି। ଏପରିକି ସ୍ପେସ୍‌ଏକ୍ସର ସିଇଓ ଏଲନ ମସ୍କ ମଧ୍ୟ ହ୍ବାଟ୍‌ସଆପ୍‌ ଛାଡି ସିଗ୍‌ନାଲ, ଟୁଇଟର ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଜରାଟ ନିର୍ବାଚନରେ ପରାଜୟ ପାଇଁ ନିଜକୁ ଦାୟୀ କରି ଇସ୍ତଫା ଦେଲେ କଂଗ୍ରେସ ପ୍ରଭାରୀ ରଘୁ ଶର୍ମା

ଅହମଦାବାଦ,୯ ।୧୨: ଚଳିତ ଥର ଗୁଜରାଟ ବିଧାନସଭା ନିର୍ବାଚନରେ କଂଗ୍ରେସ ଶୋଚନୀୟ ଭାବେ ପରାଜୟ ସ୍ୱୀକାର କରିଛି । ସ୍ୱାଧୀନତା ପରେ କଂଗ୍ରେସ ଏତେବଡ ପରାଜୟର...

ଦୀପିକାଙ୍କୁ ଦରକାର ମୋ ଭଳି ପରାମର୍ଶଦାତା: ବାବା ରାମଦେବ

ମୁମ୍ବାଇ,୧୪।୧: ଦିଲ୍ଲୀର ଜବାହରଲାଲ ନେହେରୁ ୟୁନିଭର୍ସିଟିରେ ହୋଇଥିବା ହିଂସା ପରେ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ସେଠାକୁ ଗସ୍ତ କରିଥିଲେ। ସେଠାରେ ସେ ବିରୋଧ ପ୍ରଦର୍ଶନକାରୀ...

ଜମ୍ମୁ-କଶ୍ମୀରର ଭଦ୍ରୱାହରେ କର୍ଫ୍ୟୁ ପରେ ଇଣ୍ଟରନେଟ ସେବା ବନ୍ଦ

ଶ୍ରୀନଗର,୧୦ ।୬: ଜମ୍ମୁ-କଶ୍ମୀରରେ କିଛିଦିନ ହେବ ଲାଗି ରହିଥିବା ଟାର୍ଗେଟ କିଲିଂକୁ ନେଇ ପରିବେଶ ଗରମ ଥିବା ବେଳେ ଏବେ ସାଂପ୍ରଦାୟିକ ଉତ୍ତେଜନାକୁ ଦେଖି ଜମ୍ମୁ-କଶ୍ମୀର...

ପରମ୍ପରା ଭାଙ୍ଗିଲେ ଉପରାଜ୍ୟପାଳ: ଲୋକଙ୍କ ବିଶ୍ୱାସ ଜିଣିବା ପ୍ରୟାସ…

ଶ୍ରୀନଗର, ୩।୯: ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଲୋକଙ୍କ ବିଶ୍ୱାସ ଜିଣିବା ପାଇଁ ପ୍ରଚଳିତ ପରମ୍ପରାକୁ ଭଙ୍ଗ କରିଛନ୍ତି। ପୁଲଓ୍ବାମା ଗସ୍ତ ସମୟରେ ସେ ହେଲିକପ୍ଟରର...

ଜମ୍ମୁ-କଶ୍ମୀରରେ କାର୍ଯ୍ୟକ୍ଷମ ହେଲା ୨ଜି ମୋବାଇଲ ଇଣ୍ଟରନେଟ ସେବା

ଶ୍ରୀନଗର,୨୫।୧: ଦୀର୍ଘ ୫ ମାସ ପରେ ଜମ୍ମୁ-କଶ୍ମୀରରେ ୨ଜି ମୋବାଇଲ ଇଣ୍ଟରନେଟ ସେବା କାର୍ଯ୍ୟକ୍ଷମ ହୋଇଛି। ଶନିବାରଠାରୁ କଶ୍ମୀର ଭ୍ୟାଲିରେ ଏହି ମୋବାଇଲ ସେବା କାର୍ଯ୍ୟକ୍ଷମ...

ଖୁସି ଖବର: ସ୍କୁଲ ପିଲାଙ୍କୁ ଏବେ ମିଳିବ ବ୍ରେକ୍‌ଫାଷ୍ଟ୍‌

ନୂଆଦିଲ୍ଲୀ, ୩।୮: ସରକାରୀ ସ୍କୁଲର ଛୋଟ ପିଲାଙ୍କ ଖୁସି ଖବର। କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଣୟନ କରାଯାଇଥିବା ନୂଆ ଶିକ୍ଷା ନୀତିରେ ସ୍କୁଲ ପିଲାଙ୍କ ପାଇଁ...

୭ ମାସ ମଧ୍ୟରେ ରିଜର୍ଭ ବ୍ୟାଙ୍କକୁ ଦ୍ୱିତୀୟ ଝଟ୍‌କା: ଡେପୁଟି ଗଭର୍ନର ବିରଳ ଆଚାର୍ଯ୍ୟଙ୍କ ଇସ୍ତଫା

ମୁମ୍ବାଇ,୨୪।୬: ଭାରତୀୟ ରିଜର୍ଭ ବ୍ୟାଙ୍କକୁ ୭ ମାସ ମଧ୍ୟରେ ପୁଣି ଥରେ ଝଟ୍‌କା ଲାଗିଛି। ଏଥର ଡେପୁଟି ଗଭର୍ନର ବିରଳ ଆଚାର୍ଯ୍ୟ ନିଜ କାର୍ଯ୍ୟକାଳ ଶେଷ...

ଖାଲରେ କେନ୍ଦ୍ର ପରିବହନ ମନ୍ତ୍ରୀ

ନୂଆଦିଲ୍ଲୀ,୧୨ା୩: ୧୯୮୦ ଦଶକରେ ସ୍ବିଡେନର ଏକ ରେଡିଓ ପକ୍ଷରୁ ପ୍ରସାରିତ ରିପୋର୍ଟରେ ବୋଫର୍ସ ମାମଲାର ପର୍ଦ୍ଦାଫାଶ ହୋଇଥିଲା। ଭାରତକୁ ବିକ୍ରି କରାଯାଇଥିବା ବୋଫର୍ସ ତୋପରେ ବିପୁଳ...

Advertisement
Archives

Model This Week