Posted inଜାତୀୟ

ହ୍ବାଟ୍ସଆପ୍‌ ଛାଡ଼ୁଛନ୍ତି ୟୁଜର୍ସ

ମୁମ୍ବାଇ, ୧୨ା୧: ନୂଆ ପ୍ରିଭେସି ପଲିସି ୟୁଜର୍ସଙ୍କ ପାଇଁ ବାଧ୍ୟତାମୂଳକ କରାଯିବା ପରେ ଏବେ ବିକଳ୍ପ ବାଛିବାରେ ବ୍ୟସ୍ତ ହ୍ବାଟ୍ସଆପ୍‌୍‌ ବ୍ୟବହାରକାରୀ। ଅପଡେଟ୍‌ ପରେ ମୂଳ କମ୍ପାନୀ ଫେସ୍‌ବୁକ୍‌ ସହ ହ୍ବାଟ୍ସଆପ୍‌ ୟୁଜର୍ସ ସେମାନଙ୍କ ବ୍ୟକ୍ତିଗତ ତଥ୍ୟ ଶେୟାର ହେବା ସର୍ତ୍ତକୁ ମାନିବାକୁ ପ୍ରସ୍ତୁତ ନୁହନ୍ତି। ସେଥିପାଇଁ ଏହି ପ୍ଲାଟଫର୍ମରୁ ଲୋକେ ମୁହଁ ଫେରାଉଛନ୍ତି। ଏହି ମେସେଜିଂ ଓ ଅଡିଓ/ଭିଡିଓ କଲିଂ ପ୍ଲାଟଫର୍ମ ବଦଳରେ ବହୁଳ ସଂଖ୍ୟାରେ ଲୋକେ ‘ସିଗ୍‌ନାଲ’ ଆପ୍ଲିକେଶନକୁ ବାଛୁଥିବା ଦେଖାଯାଇଛି। କିଛିଦିନ ମଧ୍ୟରେ ଆପ୍‌ ଷ୍ଟୋରରୁ ‘ସିଗ୍‌ନାଲ’କୁ ବ୍ୟାପକ ମାତ୍ରାରେ ଡାଉନଲୋଡ୍‌ କରାଯାଇଥିବାରୁ ଏହାକୁ ହ୍ବାଟ୍ସଆପ୍‌ର ପ୍ରତିନ୍ଦ୍ୱନ୍ଦ୍ୱୀ ମଧ୍ୟ କୁହାଯାଉଛି। ଏଥିସହ ଟେଲିଗ୍ରାମ ମଧ୍ୟ ଆଉ ଏକ ବିକଳ୍ପ ହୋଇପାରେ।
ହ୍ବାଟ୍ସଆପ୍‌ ଅପଡେଟ୍‌ରେ ୟୁଜର୍ସ କେତେ ପରିମାଣରେ ଇଣ୍ଟରନେଟ ଡାଟା ବ୍ୟବହାର କରୁଛନ୍ତି, ସେମାନଙ୍କ ଲୋକେଶନ, କଣ୍ଟାକ୍ଟ ଲିଷ୍ଟ୍‌, ଷ୍ଟାଟ୍‌ସ ଅପଡେଟ୍‌, ଟଙ୍କା ନେଣଦେଣ ଡାଟା ଆଦିକୁ ଫେସ୍‌ବୁକ୍‌ ବ୍ୟବହାର କରିପାରିବ। ପ୍ରତ୍ୟେକ ହ୍ବାଟ୍ସଆପ୍‌ ବ୍ୟବହାରକାରୀ ଫେବୃୟାରୀ ୮ ମଧ୍ୟରେ ସମସ୍ତ ସର୍ତ୍ତ ମାନିବାକୁ ବାଧ୍ୟ। ନଚେତ୍‌ ସେମାନଙ୍କୁ ଏହି ପ୍ଲାଟଫର୍ମ ଛାଡ଼ିବାକୁ ପଡିବ। ଅନ୍ୟପକ୍ଷରେ କେବଳ ୟୁରୋପିଆନ ୟୁନିୟନ ଲୋକଙ୍କୁ ଏଥିରୁ ବାଦ୍‌ ଦିଆଯାଇଛି। ଏଭଳି ପଲିସିକୁ ଅଧିକାଂଶ ସମାଲୋଚନା କରିଛନ୍ତି। ଏପରିକି ସ୍ପେସ୍‌ଏକ୍ସର ସିଇଓ ଏଲନ ମସ୍କ ମଧ୍ୟ ହ୍ବାଟ୍‌ସଆପ୍‌ ଛାଡି ସିଗ୍‌ନାଲ, ଟୁଇଟର ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟ ଉପରେ ଦିଲ୍ଲୀ ପୋଲିସର କାର୍ଯ୍ୟାନୁଷ୍ଠାନ; X ଠାରୁ ମାଗିଲା ଆକାଉଣ୍ଟ ବିବରଣୀ

ନୂଆଦିଲ୍ଲୀ,୨୯।୭: NEET ପେପର୍‌ ଲିକ ବିରୋଧରେ CJPଙ୍କ ପ୍ରତିବାଦ ସମୟରେ ଏବଂ ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନ୍ୟାନ୍ୟ ସାମ୍ବିଧାନିକ କାର୍ଯ୍ୟାଳୟକୁ ଟାର୍ଗେଟ କରି ସୋସିଆଲ…

ସ୍ତ୍ରୀଙ୍କୁ ହତ୍ୟାକରି ଶାଶୁଶ୍ୱଶୁରଙ୍କୁ ଭିଡିଓକଲ୍‌ରେ ଦେଖାଇଲେ ଜ୍ୱାଇଁ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବାଗଲକୋଟ୍‌, ୨୯।୭:କର୍ନାଟକର ବାଗଲକୋଟ୍‌ ଜିଲାରେ ପରକୀୟା ପ୍ରୀତି ସନ୍ଦେହରେ ଜଣେ ବ୍ୟକ୍ତି ତାଙ୍କ ୩୨ ବର୍ଷୀୟା ସ୍ତ୍ରୀ ଭାଗ୍ୟଶ୍ରୀ ଜିଗାଲୁରଙ୍କୁ କାଠଫାଳିଆରେ ମାଡ଼ ମାରିବା ପରେ ଶାଢ଼ିରେ…

ଗାଁରେ ପଶିଲା ବନ୍ୟାଜଳ, ତହସିଲଦାର-ବିଡିଓ ପହଞ୍ଚି ଲୋକଙ୍କୁ…

ତିହିଡ଼ି,୨୯ା୭(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ୭ ପଞ୍ଚାୟତରେ ବନ୍ୟା ପରିସ୍ଥିତି ଉଦ୍‌ବେଗଜଣକ ହୋଇଛି। ସାଳନ୍ଦୀ ନଦୀରେ ଆସିଥିବା ବନ୍ୟାପାଣି ବିଭିନ୍ନ ଗାଁରେ ପ୍ରବେଶ…

ଅଗଷ୍ଟରେ ୧୦ଦିନ ସ୍କୁଲ-କଲେଜ ବନ୍ଦ, ଦେଖନ୍ତୁ ପୂରା ଛୁଟିଲିଷ୍ଟ…

ନୂଆଦିଲ୍ଲୀ, ୨୯।୭: ଯଦି ଆପଣ ସ୍କୁଲ କିମ୍ବା କଲେଜରେ ପଢ଼ୁଥିବା ଜଣେ ଛାତ୍ର (କିମ୍ବା ଆପଣଙ୍କ ଘରେ ପିଲା ଅଛନ୍ତି), ତେବେ ଅଗଷ୍ଟ ମାସ ଆପଣଙ୍କ ପାଇଁ…

୨୦୩୬ ସୁଦ୍ଧା ଟଙ୍କାର କୌଣସି ମୂଲ୍ୟ ରହିବ ନାହିଁ? ଏଲୋନ ମସ୍କଙ୍କ ଭବିଷ୍ୟବାଣୀର ଅର୍ଥ କ’ଣ? ଜାଣନ୍ତୁ…

ଓ୍ବାଶିଂଟନ,୨୯।୭: ବିଶ୍ୱର ପ୍ରମୁଖ ଶିଳ୍ପପତିଙ୍କ ମଧ୍ୟରୁ ଜଣେ ଏଲୋନ ମସ୍କ ପୁଣି ଥରେ ତାଙ୍କ ଭବିଷ୍ୟବାଣୀକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସେ ପରାମର୍ଶ ଦେଇଛନ୍ତି ଯେ ଆଗାମୀ…

ଡାକ୍ତର ଦମ୍ପତ୍ତିଙ୍କୁ କାଙ୍ଗାଳ କରିଦେଲେ ୨ ଭଉଣୀ: ୪.୫ କୋଟି ଟଙ୍କା ନେଇ…

ଚଣ୍ଡିଗଡ଼,୨୯।୭: ପଞ୍ଜାବର ପଠାଣକୋଟ ଜିଲାରେ ବିଶ୍ୱାସଘାତକତା ଏବଂ ଠକେଇର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଡାକ୍ତର ଡକ୍ଟର ଜସପାଲ ସିଂହ ଭିଣ୍ଡର ଏବଂ ତାଙ୍କ…

ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା କାମ ଆରମ୍ଭ କରି ଠିକାଦାର ଫେରାର, ଯାତାୟାତ ପାଇଁ ଲୋକେ…

କେସିଙ୍ଗା,୨୯ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବାଲସି ପଞ୍ଚାୟତର ମଶାଣିବନ୍ଧ ଗ୍ରାମର ଏମ୍‌ଇ ସ୍କୁଲ ନିକଟରେ ଆର୍‌ଡି ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତାକାମ…

ହଠାତ୍‌ ସଂସଦରେ ପହଞ୍ଚିଲେ NSA ଅଜିତ ଡୋଭାଲ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ, ୨୯।୭: ସଂସଦର ମୌସୁମୀ ଅଧିବେଶନ ସମୟରେ ବୁଧବାର NSA ଅଜିତ ଡୋଭାଲ ସଂସଦରେ ପହଞ୍ଚିବା ପରେ ରାଜନୈତିକ କରିଡରରେ ହଇଚଇ ସୃଷ୍ଟି ହୋଇଯାଇଛି। ସେହି ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri