ନୂଆଦିଲ୍ଲୀ,୧୭।୧୧: IPL ୨୦୨୭ର ରିଟେନ୍ସନ ତାଲିକା ପ୍ରକାଶ ପାଇବାର ଠିକ ପୂର୍ବରୁ ହର୍ଷଲ ପଟେଲ ଗୁଜରାଟ ଟାଇଟନ୍ସ ଦଳକୁ ଚାଲିଯାଇଛନ୍ତି। ଦୁଇ ଥର ପର୍ପଲ କ୍ୟାପ ବିଜେତା ହର୍ଷଲ ଗତ ଦୁଇଟି ସିଜିନ ଧରି ସନରାଇଜର୍ସ ହାଇଦ୍ରାବାଦ ପାଇଁ ଖେଳୁଥିଲେ। ହର୍ଷଲଙ୍କୁ ନେଇ ସନ୍ରାଇଜର୍ସ ହାଇଦ୍ରାବାଦ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ଅଲ-କ୍ୟାଶ ଡିଲ ହୋଇଛି। ଗୁଜରାଟ ଟାଇଟନ୍ସ ପକ୍ଷରୁ ହର୍ଷଲଙ୍କୁ ୪ କୋଟି ଟଙ୍କା ମିଳିବ।
ଗୁଜରାଟ ଟାଇଟନ୍ସ ହର୍ଷଲ ପଟେଲଙ୍କ IPL କ୍ୟାରିୟରର ପଞ୍ଚମ ଦଳ ହେବ। ଏହା ପୂର୍ବରୁ ସେ RCB, ପଞ୍ଜାବ କିଙ୍ଗ୍ସ, ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଖେଳିସାରିଛନ୍ତି। ନିଜର ୧୩୪ଟି IPL ମ୍ୟାଚ୍ର କ୍ୟାରିୟରରେ ହର୍ଷଲ ଏପର୍ଯ୍ୟନ୍ତ ୧୫୧ଟ ଉଇକେଟ୍ ନେଇଛନ୍ତି।
୨୦୨୫ ମେଗା ଅକ୍ସନରେ SRH ତାଙ୍କୁ ୮ କୋଟି ଟଙ୍କାରେ କିଣିଥିଲା। କିନ୍ତୁ ଗୁଜରାଟ ଟାଇଟନ୍ସକୁ ଯିବା ପରେ ତାଙ୍କୁ ଏହାର ଅଧା ଅର୍ଥାତ୍ ୪ କୋଟି ଟଙ୍କା ମିଳିବ। IPL ୨୦୨୬ ହର୍ଷଲ ପଟେଲଙ୍କ ପାଇଁ ଅତ୍ୟନ୍ତ ଖରାପ ସିଜିନ ଥିଲା। ଏହି ସିଜିନରେ ୫ଟି ମ୍ୟାଚ ଖେଳିଥିଲେ ମଧ୍ୟ ସେ ଗୋଟିଏ ବି ଉଇକେଟ୍ ନେଇପାରି ନଥିଲେ। ତାଙ୍କର ଇକୋନୋମି ରେଟ ମଧ୍ୟ ପ୍ରାୟ ୧୧ ରନ ରହିଥିଲା।

