ଅର୍ଣ୍ଣବ ପରେ ଅକ୍ୱାନ ଭୟ, ଅଧା ପାଚିଲା ଧାନ କାଟି ନେଉଛନ୍ତି ଚାଷୀ

ଗଞ୍ଜାମ, ୧୭।୧୧(ବିଦ୍ୟାଧର ସାହୁ): ଅର୍ଣ୍ଣବ ବାତ୍ୟାର କ୍ଷୟକ୍ଷତି ଭରଣା ହୋଇନଥିବା ବେଳେ ପୁଣି ଏକ ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’ ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି। ଏହି ବାତ୍ୟା ପ୍ରଭାବରେ ଆସନ୍ତାକାଲି ଅର୍ଥାତ୍ ୧୯ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ଗଞ୍ଜାମ ଜିଲାରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିପାଇଁ ଗଞ୍ଜାମ ଜିଲାକୁ ଆରେଞ୍ଜ ଆଲର୍ଟ ଜାରି କରାଯାଇଛି। ପ୍ରବଳ ବର୍ଷା ସାଙ୍ଗକୁ ଘଣ୍ଟାପ୍ରତି ୧୨୦ରୁ ୧୩୦ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ରହିଛି।

ପବନର ବେଗ ଅଧିକ ରହିଲେ ବ୍ଲକ୍‌ର ବିଭିନ୍ନ ଅଞ୍ଚଳରେ ଧାନ ଚାଷ ବ୍ୟାପକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି। ଧାନ ଧରିଥିବା ଗଛଗୁଡ଼ିକ ଭୂଇଁରେ ଲୋଟିପଡ଼ିବାର ଭୟ ଚାଷୀଙ୍କୁ ଘାରିଛି। ଏହାକୁ ଦୃଷ୍ଟିରେ ରଖି ଅନେକ ଚାଷୀ ନିଜ ଜମିରୁ ଅଧା ପାଚିଲା ଧାନକୁ ହାର୍ଭେଷ୍ଟର ମେସିନ୍‌ ସାହାଯ୍ୟରେ କାଟି ନେଉଥିବା ଦେଖିବାକୁ ମିଳିଛି।

ପୂର୍ବ ବାତ୍ୟାର କ୍ଷୟକ୍ଷତିର ଆକଳନ ଓ ଭରଣା ହୋଇନଥିବା ବେଳେ ପୁଣି ଏକ ସମ୍ଭାବ୍ୟ ବାତ୍ୟା ସ୍ଥାନୀୟ ଅଞ୍ଚଳର ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିବାକୁ ବସିଛି। ଅନ୍ୟପକ୍ଷରେ ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ବ୍ଲକ୍‌ ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯାଇଛି। ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନଯିବାକୁ ବାରଣ କରାଯାଇଛି।

ଜରୁରୀ ପରିସ୍ଥିତିରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ବ୍ଲକ୍‌ ପ୍ରଶାସନ ପ୍ରସ୍ତୁତ ରହିଥିବା ବିଡିଓ ଅଚ୍ୟୁତାନନ୍ଦ ଯାନୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏଥିପାଇଁ ବ୍ଲକ୍‌ ଅଧୀନରେ ଥିବା ବିଭିନ୍ନ ପଞ୍ଚାୟତର ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକୁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତ କରାଯାଇଛି ବୋଲି ବ୍ଲକ୍‌ ପ୍ରଶାସନ ପକ୍ଷରୁ କୁହାଯାଇଛି।

ସମ୍ଭାବ୍ୟ ବାତ୍ୟା ଓ ବର୍ଷାକୁ ନେଇ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳର ମତ୍ସ୍ୟଜୀବୀମାନେ ସମୁଦ୍ରକୁ ମାଛ ଧରିବାକୁ ନଯାଇ ଘରେ ବସି ରହିଛନ୍ତି। ଏଭଳି ସ୍ଥିତିରେ ବାତ୍ୟା ଆଶଙ୍କା ଗଞ୍ଜାମର ଚାଷୀ ଓ ମତ୍ସ୍ୟଜୀବୀଙ୍କ ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ପଞ୍ଚୁ, ହଠାତ୍‌ ଖସିଗଲା ଗୋଡ଼: ଆଉ ତା’ପରେ…

ଭଞ୍ଜନଗର, ୧୭।୧୧ (ବାବୁଲା ପ୍ରଧାନ): ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ି ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ଏଭଳି ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଜିଲା…

IPL ୨୦୨୭ ପୂର୍ବରୁ ଆଉ ଏକ ବଡ଼ ଟ୍ରେଡ୍‌! SRH ଛାଡ଼ିଲେ ୨ ଥରର ପର୍ପଲ କ୍ୟାପ ବିଜେତା

ନୂଆଦିଲ୍ଲୀ,୧୭।୧୧: IPL ୨୦୨୭ର ରିଟେନ୍ସନ ତାଲିକା ପ୍ରକାଶ ପାଇବାର ଠିକ ପୂର୍ବରୁ ହର୍ଷଲ ପଟେଲ ଗୁଜରାଟ ଟାଇଟନ୍ସ ଦଳକୁ ଚାଲିଯାଇଛନ୍ତି। ଦୁଇ ଥର ପର୍ପଲ କ୍ୟାପ ବିଜେତା…

ସରକାରୀ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବଢିଲା ମହଙ୍ଗା ଭତ୍ତା, ଜାଣନ୍ତୁ କେତେ…

ଭୁବନେଶ୍ୱର, ୧୭।୧୧: ରାଜ୍ୟ ସରକାର ନେଲେ ବଡ଼ ନିଷ୍ପତ୍ତି । ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୩ ପ୍ରତିଶତ ବୃଦ୍ଧି ହୋଇଛି। ସମୁଦାୟ ମହଙ୍ଗା ଭତ୍ତା…

ଦେଶ ପାଇଁ ୧୪ କୋଟି ଟଙ୍କା ତ୍ୟାଗ କରିଦେଲେ ଟ୍ରାଭିସ ହେଡ୍‌! IPL ୨୦୨୭ରୁ ଓହରିଯାଇ ସମସ୍ତଙ୍କୁ କଲେ ଚକିତ

ନୂଆଦିଲ୍ଲୀ,୧୭।୧୧: IPL ୨୦୨୭ ପାଇଁ ରିଟେନ ଓ ରିଲିଜ ହୋଇଥିବା ଖେଳାଳିଙ୍କ ତାଲିକା ସାମ୍ନାକୁ ଆସିବା ପୂର୍ବରୁ ଟ୍ରାଭିସ ହେଡ୍‌କୁ ନେଇ ଏକ ବଡ଼ ଖବର ଆସିଛି।…

ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, କହିଲେ ମା’ଙ୍କ ସମ୍ପତ୍ତିରେ ନାହିଁ ପୁଅଙ୍କ ଅଧିକାର!

ଚେନ୍ନାଇ,୧୭।୧୧: ଅନେକ ଲୋକଙ୍କର ଏପରି ଧାରଣା ଥାଏ ଯେ, ଆଇନଗତ ଉତ୍ତରାଧିକାରୀ ଭାବରେ ମାତାପିତାଙ୍କ ମୃତ୍ୟୁ ପରେ ସେମାନଙ୍କ ସନ୍ତାନମାନେ ସ୍ବତଃ ହିଁ ମାତାପିତାଙ୍କ ସମ୍ପତ୍ତି ଉପରେ…

ଡେବ୍ରିଗଡ଼ରେ ଠାବ ମହାବଳ ବାଘର ମଳିଲା ପରିଚୟ, ବୟସ ସ୍ପଷ୍ଟ କଲା ଏନଟିସିଏ

ସମ୍ବଲପୁର,୧୭।୧୧(ପ୍ରମୋଦ ବହିଦାର): ଓଡ଼ିଶାର ଡେବ୍ରିଗଡ଼ ଅଭୟାରଣ୍ୟରେ ଗତ ନଭେମ୍ବର ୯ ତାରିଖରେ ପ୍ରଥମ ଥର ପାଇଁ ଠାବ ହୋଇଥିବା ଅଣ୍ଡିରା ବାଘର ପରିଚୟ ଓ ବୟସ ଜାତୀୟ…

ମାଛ ଧରୁଥିଲେ ଧର୍ମପଦ: ଟାଣିନେଲା କୁମ୍ଭୀର, ଆଉ ତା’ପରେ ଯାହା ଘଟିଲା…

ମହାକାଳପଡ଼ା,୧୭।୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲାରେ ପୁଣି କୁମ୍ଭୀର ଆତଙ୍କ। ନଦୀରେ ଡଙ୍ଗାରେ ଜାଲ ପକାଇ ମାଛ ଧରୁଥିବା ବେଳେ ଜଣେ ଯୁବ ମତ୍ସ୍ୟଜୀବୀଙ୍କୁ ଆକ୍ରମଣ କରିଛି…

ରିଟେନ୍ସନ ପୂର୍ବରୁ SRH ଫ୍ୟାନ୍‌ଙ୍କୁ ବଡ଼ ଝଟକା! IPL ୨୦୨୭ରୁ ବାଦ୍‌ ପଡ଼ିଲେ ଷ୍ଟାର୍‌ ଓପନର୍‌, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୭।୧୧: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟର୍‌ ଟ୍ରାଭିସ ହେଡ୍‌ IPL ୨୦୨୭ରେ ଖେଳିବେ ନାହିଁ। ଏହାର ଅର୍ଥ ଆଗାମୀ ସିଜିନରେ ସନରାଇଜର୍ସ ହାଇଦ୍ରାବାଦ (SRH) ପକ୍ଷରୁ ଅଭିଷେକ ଶର୍ମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?