ସେକେଣ୍ଡ ହ୍ୟାଣ୍ଡ ଗାଡ଼ି କିଣୁଥିଲେ ସାବଧାନ ! କେବଳ ଲୁକ୍‌ ନୁହେଁ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ ଜରୁରୀ ଡକ୍ୟୁମେଣ୍ଟ

ନୂଆ କାର୍‌ ତୁଳନାରେ କମ ଦାମ୍‌ରେ ଗାଡ଼ି ବା ସେକେଣ୍ଡ ହ୍ୟାଣ୍ଡ କାର୍‌ (Used Car) କିଣିବାକୁ ପସନ୍ଦ କରୁଛନ୍ତି। ତେବେ ବ୍ୟବହୃତ କାର୍‌ କିଣିବା ସମୟରେ କେବଳ ଗାଡ଼ିର କଣ୍ଡିଶନ ଏବଂ ଦାମ ଦେଖିବା ଯଥେଷ୍ଟ ନୁହେଁ। ଗାଡ଼ି ସହିତ ଜଡ଼ିତ ସମସ୍ତ ଜରୁରୀ କାଗଜପତ୍ରର ଯାଞ୍ଚ କରିବା ମଧ୍ୟ ସେତିକି ଆବଶ୍ୟକ। କାଗଜପତ୍ର କ୍ଷେତ୍ରରେ ସାମାନ୍ୟ ଅବହେଳା ଆପଣଙ୍କୁ ଭବିଷ୍ୟତରେ ଆଇନଗତ, ଆର୍ଥିକ ଏବଂ ମାଲିକାନା ସମ୍ବନ୍ଧୀୟ ବଡ଼ ସମସ୍ୟାରେ ପକାଇପାରେ।

ପୁରୁଣା କାର୍‌ କିଣିବା ସମୟରେ କେଉଁ ସବୁ ଡକ୍ୟୁମେଣ୍ଟ ଯାଞ୍ଚ କରିବା ଜରୁରୀ, ଆସନ୍ତୁ ଜାଣିବା:

୧. ସେଫ୍ଟି ଏବଂ ବୈଧତା ପାଇଁ ରେଜିଷ୍ଟ୍ରେସନ ସାର୍ଟିଫିକେଟ (RC):
ପୁରୁଣା କାର୍‌ କିଣିବା ବେଳେ ସବୁଠାରୁ ପ୍ରଥମେ ଗାଡ଼ିର ଆରସି (RC) ଯାଞ୍ଚ କରନ୍ତୁ। ଆରସିରେ ଗାଡ଼ିର ରେଜିଷ୍ଟ୍ରେଶନ ନମ୍ବର, ଚେସିସ ନମ୍ବର, ଇଞ୍ଜିନ ନମ୍ବର, ମାଲିକଙ୍କ ନାମ ଏବଂ ଗାଡ଼ିର ବୈଧତା ଅବଧି ଭଳି ଗୁରୁତ୍ୱପୂର୍ଣ୍ଣ ସୂଚନା ଥାଏ। କାର୍‌ରେ ଥିବା ଚେସିସ ଓ ଇଞ୍ଜିନ ନମ୍ବର ସହିତ ଆରସିର ନମ୍ବରକୁ ଭଲଭାବେ ମିଳାଇ ଦେଖନ୍ତୁ, ଯାହାଦ୍ୱାରା ଗାଡ଼ିଟି ଅସଲି ବୋଲି ପ୍ରମାଣିତ ହେବ।

୨. ମୂଳ କ୍ରୟ ବିଲ (Purchase Invoice):
ଯଦି ସମ୍ଭବ ହୁଏ, ଗାଡ଼ିର ମୂଳ କ୍ରୟ ବିଲ ମଧ୍ୟ ମାଗି ଦେଖନ୍ତୁ। ଏହାଦ୍ୱାରା ଜଣାପଡ଼ିବ ଯେ ଗାଡ଼ିଟି ଆଇନଗତ ଭାବେ କିଣାଯାଇଥିଲା। ଏହାସହ ଗାଡ଼ିଟି ପୂର୍ବରୁ ଲୋନ୍‌ରେ କିଣାଯାଇଥିଲା କି ନାହିଁ, ତାହାର ସୂଚନା ମଧ୍ୟ ଏଥିରୁ ମିଳିପାରିବ।

୩. ବୈଧ ବୀମା ବା ଇନସୁରାନ୍ସ (Insurance):
କାର୍‌ର ବୈଧ ଇନସୁରାନ୍ସ ପେପର ରହିବା ଅତ୍ୟନ୍ତ ଜରୁରୀ। ବୀମା କେବଳ ଆଇନଗତ ନିୟମ ପାଇଁ ନୁହେଁ, ବରଂ ଦୁର୍ଘଟଣା କିମ୍ବା ଗାଡ଼ିର କ୍ଷତିକ୍ଷତି ସମୟରେ ଆର୍ଥିକ ସୁରକ୍ଷା ପ୍ରଦାନ କରିଥାଏ। ବୀମାର ସ୍ଥିତି ଏବଂ ଏହାର ଶେଷ ତାରିଖ ନିଶ୍ଚିତ ଯାଞ୍ଚ କରନ୍ତୁ।

୪. ସର୍ଭିସ ରେକର୍ଡ (Service History):
ଗାଡ଼ିର ସର୍ଭିସ ରେକର୍ଡ ଦେଖିଲେ କାର୍‌ରେ ପ୍ରକୃତ ସ୍ଥିତି ଜଣାପଡ଼ିଥାଏ। ଯେଉଁ ଗାଡ଼ିର ନିୟମିତ ସର୍ଭିସିଂ ହୋଇଥାଏ, ତାହା ସାଧାରଣତଃ ଭଲ ଚାଲିଥାଏ। ଏହାସହ ଗାଡ଼ିରେ କୌଣସି ବଡ଼ ଧରଣର ମରାମତି ହୋଇଛି କିମ୍ବା କୌଣସି ପାର୍ଟସ ବଦଳାଯାଇଛି କି ନାହିଁ, ତାହା ସର୍ଭିସ ହିଷ୍ଟ୍ରିରୁ ଜଣାପଡ଼ିଯାଏ। ଆଜିକାଲି ଅନେକ କମ୍ପାନୀର ସର୍ଭିସ ରେକର୍ଡ ଅନଲାଇନ୍ରେ ମଧ୍ୟ ଉପଲବ୍ଧ ହେଉଛି।

୫. ଆରଟିଓ ଫର୍ମ ୨୮, ୨୯ ଏବଂ ୩୦ (RTO Forms):
ଗାଡ଼ିର ମାଲିକାନା ନିଜ ନାମକୁ ବଦଳାଇବା (Ownership Transfer) ପାଇଁ ଆର୍‌ଟିଓ ଫର୍ମ ୨୮ (NOC), ଫର୍ମ ୨ ଏବଂ ଫର୍ମ ୩୦ ଆବଶ୍ୟକ ହୋଇଥାଏ। ଏହି ଦସ୍ତାବେଜଗୁଡ଼ିକ ଗାଡ଼ିକୁ ପୁରୁଣା ମାଲିକଙ୍କ ନାମରୁ ନୂଆ ମାଲିକଙ୍କ ନାମକୁ ସରକାରୀ ଭାବେ ଟ୍ରାନ୍ସଫର କରିବାରେ ସାହାଯ୍ୟ କରେ। ଯଦି ଗାଡ଼ି ଉପରେ ପୂର୍ବରୁ କୌଣସି ଲୋନ୍‌ ଥିଲା, ତେବେ ବ୍ୟାଙ୍କରୁ ମିଳିଥିବା ଏନଓସି ସହିତ ଫର୍ମ ୩୨ ଏବଂ ୩୫ ଯାଞ୍ଚ କରିବା ଉଚିତ, ଯାହା ପ୍ରମାଣ କରେ ଯେ ଗାଡ଼ି ଉପରେ କୌଣସି ବକେୟା ଋଣ ନାହିଁ।

୬. ରୋଡ ଟ୍ୟାକ୍ସ ସ୍ଥିତି (Road Tax):
କାର୍‌ର ରୋଡ୍‌ ଟ୍ୟାକ୍ସ ସମ୍ପୂର୍ଣ୍ଣ ଭାବେ ପୈଠ କରାଯାଇଛି କି ନାହିଁ ତାହା ଦେଖିବା ଦରକାର। ବିଶେଷ କରି ଯଦି ଆପଣ ଅନ୍ୟ କୌଣସି ରାଜ୍ୟରୁ ଗାଡ଼ି କିଣୁଛନ୍ତି, ତେବେ ରୋଡ ଟ୍ୟାକ୍ସ ସମ୍ପର୍କିତ ନିୟମକୁ ଭଲଭାବେ ବୁଝିନେବା ଉଚିତ।

୭. PUC ସାର୍ଟିଫିକେଟ:
ପଲ୍ୟୁସନ ଅଣ୍ଡର କଣ୍ଟ୍ରୋଲ (PUC) ବା ପ୍ରଦୂଷଣ ପ୍ରମାଣପତ୍ର ଗାଡ଼ିର ପ୍ରଦୂଷଣ ମାନକକୁ ଦର୍ଶାଇଥାଏ। ବୈଧ ପିୟୁସି ବିନା ଗାଡ଼ି ଚଲାଇବା ଆଇନଗତ ଅପରାଧ, ତେଣୁ ଏହାର ବୈଧତା ଯାଞ୍ଚ କରିବା ଜରୁରୀ।

୮.ପେଣ୍ଡିଂ ଚାଲାଣ ଯାଞ୍ଚ:
କାର୍‌ କିଣିବା ପୂର୍ବରୁ ଅନଲାଇନ୍‌ ପୋର୍ଟାଲ (ଉଦାହରଣ ସ୍ବରୂପ: ପରିବହନ ସେବା) ସାହାଯ୍ୟରେ ନିଶ୍ଚିତ ଯାଞ୍ଚ କରନ୍ତୁ ଯେ ସେହି ଗାଡ଼ି ନାମରେ କୌଣସି ପେଣ୍ଡିଂ ଟ୍ରାଫିକ୍‌ ଚାଲାଣ, ଜରିମାନା କିମ୍ବା ଆଇନଗତ ବିବାଦ ରହିଛି କି ନାହିଁ। ପୂର୍ବ ଗାଡ଼ି ମାଲିକଙ୍କ ଚାଲାଣ ଯେପରି ଆପଣଙ୍କୁ ଭରିବାକୁ ନ ପଡ଼େ, ସେଥିପ୍ରତି ସତର୍କ ରୁହନ୍ତୁ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ମୃତଦେହ ସହ ୫ ଦିନ ଧରି ଗୋଟିଏ ଘରେ ରହିଲେ ପୁଅ, ଧନତେରସ୍‌ରେ ଝିଅ ପହଞ୍ଚିବା ପରେ….

ଲକ୍ଷ୍ନୌ,୮ା୧୧: ଉତ୍ତରପ୍ରଦେଶର କାନପୁରର ପନକି ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଅବସରପ୍ରାପ୍ତ ଡାକ୍ତରଙ୍କ ମୃତଦେହ ତାଙ୍କ ଫ୍ଲାଟ୍‌ରେ ପ୍ରାୟ ୫ ଦିନ ଧରି…

ଦୀପାବଳିରେ ପୁଅ ବିହାନଙ୍କ ମୁହଁ ଦେଖାଇଲେ କ୍ୟାଟ୍ରିନା-ଭିକି, କ୍ୟୁଟ୍‌ ଲୁକ୍‌ରେ ଫ୍ୟାନ୍ସଙ୍କ ମନ ଜିଣିଲେ ଷ୍ଟାର୍‌କିଡ୍‌!

ମୁମ୍ବାଇ,୮ା୧୧: ବଲିଉଡ୍‌ର ଚର୍ଚ୍ଚିତ ଷ୍ଟାର୍‌ କପଲ୍‌ କ୍ୟାଟ୍ରିନା କୈଫ୍‌ ଏବଂ ଭିକି କୌଶଲ ଦୀପାବଳି ଅବସରରେ ନିଜ ପ୍ରଶଂସକଙ୍କୁ ଦେଇଛନ୍ତି ଏକ ବଡ଼ ସରପ୍ରାଇଜ୍‌ । ଦୀର୍ଘ…

ପୋଖରୀରେ ବୁଡ଼ି ୨ ଜଣଙ୍କ ମୃତ୍ୟୁ: ଗାଁ ଶ୍ମଶାନରେ ଜଳିଲା ଜୁଇ, ବିଧାୟକ ପହଞ୍ଚି…

ଅତାବିରା,୮ା୧୧(ଯୁଧିଷ୍ଠିତ ମହାପାତ୍ର): ବରଗଡ଼ ଜିଲା ଅତାବିରା ବ୍ଲକ ବୁଗବୁଗା ପଞ୍ଚାୟତ ଅନ୍ତର୍ଗତ ଗମ୍ଭାଟିକ୍ରା ଗ୍ରାମରେ ଶନିବାର ପୋଖରୀରେ ମାଛ ମାରିବାକୁ ଯାଇଥିବାବେଳେ ଗ୍ରାମର ରମେଶ ମହାକୁର (୫୫)…

ନକଲି ସୁନା ଦେଇ ୪ ଲକ୍ଷ ଟଙ୍କା ଲୁଟ୍‌, ୪ ଅଭିଯୁକ୍ତଙ୍କୁ ଗିରଫ କରି…

ଭବାନୀପାଟଣା,୮ା୧୧(ଉତ୍ତମ କୁମାର ଦାଶ): ବିକ୍ରି କରିବା ବାହାନାରେ ନକଲି ସୁନା ଦେଇ ଜଣେ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଲୁଟି ନେବା ଅଭିଯୋଗରେ ରବିବାର ଭବାନୀପାଟଣା ସଦର…

ଚମକାଇଦେଲା BCCIର ଘୋଷଣା; ଏହି ଖେଳାଳିଙ୍କୁ ମିଳିଲା ବଡ଼ ଦାୟିତ୍ବ

ନୂଆଦିଲ୍ଲୀ,୮ା୧୧: ରାଇଜିଂ ଷ୍ଟାର୍ସ ଏସିଆ କପ୍‌ ପୂର୍ବରୁ ଭାରତୀୟ ଦଳରେ ହୋଇଛି ବଡ଼ ପରିବର୍ତ୍ତନ । ଆହତ ସମସ୍ୟା ଯୋଗୁଁ ଟୁର୍ନାମେଣ୍ଟରୁ ଓହରିଛନ୍ତି ରଜତ ପାଟିଦାର ।…

ଦୀପାବଳିରେ ଗଡ଼ିଲା ମୁଣ୍ଡ, ପେସାଦାର ଅପରାଧୀ ସନ୍ତୋଷଙ୍କୁ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା

ବ୍ରହ୍ମପୁର,୮ା୧୧(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରରେ ଏବେ ପର୍ବପର୍ବାଣିରେ ଗଡୁଛି ମୁଣ୍ଡ। ଗତବର୍ଷ କୁମାର ପୂର୍ଣ୍ଣିମାରେ ଭାଜପା ନେତା ତଥା ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ହତ୍ୟା କରାଯାଇଥିଲା। ଚଳିତ…

ଇସ୍ରାଏଲ୍‌ ରାଜନୀତିରେ ବଡ଼ ହଲଚଲ୍‌; ୧୯ ବର୍ଷ ପରେ ନେତାନ୍ୟାହୁଙ୍କ ହାତରୁ ଖସିବ ପ୍ରଧାନମନ୍ତ୍ରୀ ଆସନ! ସରକାର ଗଢ଼ିବେ….

ଜେରୁଜେଲମ୍,୮।୧୧: ଇସ୍ରାଏଲ୍‌ ରାଜନୀତିରେ ବଡ଼ ରାଜନୈତିକ ହଲଚଲ୍‌ ଦେଖାଦେଇଛି । ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କୁ ଲାଗିଛି ବଡ଼ ଝଟକା। ପ୍ରାୟ ୧୯ ବର୍ଷର ରାଜନୈତିକ ପ୍ରଭାବ ପରେ…

୬୦ ବର୍ଷରେ ମା’ ଶ୍ୟାମାକାଳୀଙ୍କ ପଥର ମୂର୍ତ୍ତି ପୂଜା, ସନ୍ଧ୍ୟାରେ ଜମିବ ମହୋତ୍ସବର ଆସର

ମହାକାଳପଡ଼ା,୮ା୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସୁନୀତି ପଞ୍ଚାୟତ ସ୍ଥାନୀୟ ଜଗରୀ ଜୋର ହାଟ କାଳୀ ପଡ଼ିଆଠାରେ ୬୦ ବର୍ଷ ଧରି ପରମ୍ପରିକ ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?