ମୋହନ ଭାଗବତଙ୍କ ଭିଜା ରଦ୍ଦ ପାଇଁ ୟୁଏସ୍‌ସିଆଇଆର୍‌ଏଫ୍‌ର ଦାବି

ଓ୍ବାଶିଂଟନ,୨୮।୮(ପି.ଟି.): ନ୍ୟୁୟର୍କକୁ ୩ ଦିନିଆ ଗସ୍ତରେ ଯାଇଥିବା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତଙ୍କ ଭିଜା ରଦ୍ଦ କରିବାକୁ ଆମେରିକାର ଅନ୍ତର୍ଜାତୀୟ ଧର୍ମୀୟ ସ୍ବାଧୀନତା କମିଶନ (ୟୁଏସ୍‌ସିଆଇଆର୍‌ଏଫ୍‌) ଡୋନାଲ୍ଡ ଟ୍ରମ୍ପ୍‌ ପ୍ରଶାସନ ନିକଟରେ ଦାବି କରିଛି । ଆମେରିକା କଂଗ୍ରେସ ଉକ୍ତ କମିଶନ ଗଠନ କରିଥିଲା। ଆସନ୍ତା ୨୯ରେ ମାଡିସନ ସ୍କୋୟାର ଗାର୍ଡେନ୍‌ର ଇନ୍‌ଫୋସିସ୍‌ ଥିଏଟରରେ ହେବାକୁ ଥିବା ବିଶ୍ୱ ଏକତା ଉତ୍ସବରେ ଭାଗବତଙ୍କର ଉଦ୍‌ବୋଧନ ଦେବା କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମକୁ ଏକ ସର୍ବଧର୍ମ ସମାବେଶ ଭାବେ ଘୋଷଣା କରାଯାଇଛି, ଯେଉଁଠି ଆର୍‌ଏସ୍‌ଏସ୍‌ ମୁଖ୍ୟ ଏକ ବିବିଧତାପୂର୍ଣ୍ଣ, ବହୁ ସାଂସ୍କୃତିକ ଓ ବହୁ ଧର୍ମୀୟ ଶ୍ରୋତାମଣ୍ଡଳୀଙ୍କୁ ଉଦ୍‌ବୋଧନ ଦେବେ।

ତେବେ ଭାଗବତଙ୍କ ଆମେରିକା ଗସ୍ତକୁ ନେଇ ୟୁଏସ୍‌ସିଆଇଆର୍‌ଏଫ୍‌ ଅତ୍ୟନ୍ତ ଚିନ୍ତିତ ବୋଲି କହିଛି । ଏହାର ଅଭିଯୋଗ ହେଲା ଆର୍‌ଏସ୍‌ଏସ୍‌ର ଉପସଂଗଠନଗୁଡ଼ିକ ଧର୍ମୀୟ ସଂଖ୍ୟାଲଘୁଙ୍କ ବିରୋଧରେ ହିଂସାତ୍ମକ ଆକ୍ରମଣରେ ସମ୍ପୃକ୍ତ। ଧର୍ମୀୟ ସ୍ବାଧୀନତା ଉଲ୍ଲଂଘନରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ ନିର୍ଦ୍ଦିଷ୍ଟ ପ୍ରତିବନ୍ଧକ ଲଗାଇବା ପାଇଁ ଉକ୍ତ ସଂଗଠନ ଆମେରିକା ସରକାରଙ୍କୁ ନିବେଦନ କରିଛି। ଭାଗବତଙ୍କୁ ଦିଆଯାଇଥିବା ଭିଜା ରଦ୍ଦ କରିବା ଦାବି ସେଥିରେ ରହିଛି।
ଅଭିଯୋଗକୁ ଭାରତ ଖଣ୍ଡନ କରିଛି। ୟୁଏସ୍‌ସିଆଇଆର୍‌ଏଫ୍‌ ଏକ ପକ୍ଷପାତପୂର୍ଣ୍ଣ ସଂଗଠନ ଏବଂ ଏହାର ବିଶ୍ୱସନୀୟତା ନ ଥିବା ଭାରତ କହିଛି। ୟୁଏସ୍‌ସିଆଇଆର୍‌ଏଫ୍‌ ଭାରତର ବହୁମୁଖୀ ବ୍ୟବସ୍ଥା ସହ ଜଡ଼ିତ ହେବ କିମ୍ବା ଏହାର ବିଭିନ୍ନ ସମ୍ପ୍ରଦାୟର ସୌହାର୍ଦ୍ଦ୍ୟପୂର୍ଣ୍ଣ ସହାବସ୍ଥାନକୁ ସ୍ବୀକାର କରିବା ଆମେ ଆଶା କରୁନାହୁଁ ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ବାଲ କହିଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?