ତାଇଓ୍ବାନ୍‌ ପ୍ରଣାଳୀରେ ଆମେରିକା ଯୁଦ୍ଧଜାହାଜ

ତାଇପେଇ/ବେଜିଂ/ଓ୍ବାଶିଂଟନ,୨୯ା୮: ଆମେରିକାର ଦୁଇଟି ଯୁଦ୍ଧଜାହାଜ ରବିବାର ତାଇଓ୍ବାନ୍‌ ପ୍ରଣାଳୀରେ ପ୍ରବେଶ କରିଛି। ହାଉସ୍‌ ସ୍ପିକର ନାନ୍ସି ପେଲୋସିଙ୍କ ତାଇପେଇ ଗସ୍ତ ପରେ ତାଇଓ୍ବାନ୍‌-ଚାଇନା ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବା ପରେ ଦୁଇଦେଶ ମଝିରେ ଥିବା ବିସ୍ତୃତ ଜଳରାଶିକୁ କୌଣସି ଆମେରିକୀୟ ଯୁଦ୍ଧଜାହାଜ ପ୍ରବେଶ କରିବାର ଏହା ହେଉଛି ପ୍ରଥମ ଘଟଣା। ଏହି ଓ୍ବାର୍‌ଶିପ୍‌ର ଗତିବିଧି ଉପରେ ଚାଇନାର ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ) କଡ଼ା ନଜର ରଖିଛି।

ନିଜକୁ ଏକ ସ୍ବତନ୍ତ୍ର ଓ ସ୍ବାଧୀନ ରାଷ୍ଟ୍ର ବୋଲି ବିବେଚନା କରୁଥିବାବେଳେ ବେଜିଂ ଏହାକୁ ନିଜ ମୂଳ ଭୂଖଣ୍ଡର ଅଂଶବିଶେଷ ବୋଲି ଦାବି କରିଥାଏ। ବେଜିଂର ବିନା ଅନୁମତିରେ କୌଣସି ବିଦେଶୀ ନେତାଙ୍କ ତାଇଓ୍ବାନ୍‌ ଗସ୍ତକୁ ମଧ୍ୟ ଚାଇନା ବିରୋଧ କରିଥାଏ। ଚାଇନାର ଘୋର ବିରୋଧ ସତ୍ତ୍ୱେ ଅଗଷ୍ଟ ୩ରେ ଆମେରିକା ପ୍ରତିନିଧି ସଭାର ସ୍ପିକର ନାନ୍ସି ପେଲୋସିଙ୍କ ନେତୃତ୍ୱରେ କଂଗ୍ରେସ ପ୍ରତିନିଧି ଦଳ ତାଇଓ୍ବାନ୍‌ ଗସ୍ତ କରିଥିଲେ। ଏହାକୁ ନେଇ କ୍ଷୁବ୍ଧ ଚାଇନା ତାଇଓ୍ବାନ୍‌ ପ୍ରଣାଳୀରେ ସମରାଭ୍ୟାସ କରି ତାଇପେଇକୁ ନାଲିଆଖି ଦେଖାଇବା ସହ ଆମେରିକାକୁ ଖୋଲା ଚ୍ୟାଲେଞ୍ଜ କରିଥିଲା। ସମୁଦ୍ରରେ ଯୁଦ୍ଧଜାହାଜ ମୁତୟନ କରିବା ସହ ମେଡିଆନ୍‌ ଲାଇନ୍‌ ବା ମଧ୍ୟବର୍ତ୍ତୀ ସୀମାକୁ ପିଏଲ୍‌ଏର ଯୁଦ୍ଧବିମାନ ଅତିକ୍ରମ କରିଥିଲା। ସମରାଭ୍ୟାସ ବେଳେ କେତେକ ଦୂରଗାମୀ କ୍ଷେପଣାସ୍ତ୍ର ମଧ୍ୟ ପରୀକ୍ଷଣ କରିଥିଲା, ଯାହାକୁ ତାଇଓ୍ବାନ୍‌ ନିଜ ପ୍ରତି ବିପଦ ବୋଲି ଦର୍ଶାଇଥିଲା। ଏହାର ମାସେ ନ ବିତୁଣୁ ଆମେରିକା ନୌସେନାର ଟିକୋଣ୍ଡେରୋଗା-କ୍ଲାସ୍‌ ଗାଇଡେଡ୍‌ ମିଶାଇଲ୍‌ କ୍ରୁଜର ୟୁଏସ୍‌ଏସ୍‌ ଆଣ୍ଟାଇଏଟମ୍‌ (ସିଜି ୫୪) ଯୁଦ୍ଧଜାହାଜ ତାଇଓ୍ବାନ୍‌ ପ୍ରଣାଳୀରେ ଅପରେଶନ୍‌ ଆରମ୍ଭ କରିଛି।

ତେବେ ଏହାକୁ ଆମେରିକା ନୌସେନାର ସପ୍ତମ ଫ୍ଲିଟ୍‌ ଏକ ‘ରୁଟିନ୍‌ ମିଶନ୍‌’ ବୋଲି ଅଭିହିତ କରିଛି। ଅନ୍ତର୍ଜାତୀୟ ଜଳରାଶି ଉପରେ ଏହି ଯୁଦ୍ଧଜାହାଜ ଦ୍ୱୟର ପ୍ରବେଶ ଏକ ମୁକ୍ତ ଓ ଖୋଲା ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ପ୍ରତି ଆମେରିକାର ପ୍ରତିଶ୍ରୁତିବଦ୍ଧତାକୁ ଦର୍ଶାଉଛି ବୋଲି ଏକ ବିବୃତିରେ କୁହାଯାଇଛି। ତାଇଓ୍ବାନ୍‌ ପ୍ରତିରକ୍ଷା ମନ୍ତ୍ରଣାଳୟ ଦୁଇ ଜାହାଜ ଉପରେ ନଜର ରଖିଥିବା କହିଛି। ତାଇଓ୍ବାନ୍‌ ପ୍ରତିରକ୍ଷା ମନ୍ତ୍ରୀ ଜେସେଫ୍‌ ଓ୍ବୁ ଶୁକ୍ରବାର କହିଥିଲେ, ତାଇଓ୍ବାନ୍‌ ନିକଟରେ ଚାଇନାର ସମରାଭ୍ୟାସ ତାଇଓ୍ବାନ୍‌ ପ୍ରଣାଳୀର ଅନ୍ତର୍ଜାତୀୟ ଜଳରାଶି ଉପରୁ ତାଇପେଇକୁ ନିବୃତ୍ତ ରଖିବା ପାଇଁ ଉଦ୍ଦିଷ୍ଟ ଥିଲା। ଏପ୍ରକାର ଏକ୍ସରସାଇଜ୍‌ ସ୍ଥିତାବସ୍ଥା ପାଇଁ ଆହ୍ବାନ ସୃଷ୍ଟି କରିଛି। ପ୍ରକାଶ ଯେ, ୧୯୪୯ ମସିହା ପରଠାରୁ ତାଇଓ୍ବାନ୍‌ରେ ସ୍ବାଧୀନ ସରକାର ଚାଲିଛି। କିନ୍ତୁ ଚାଇନା ଏହାକୁ ବଳପୂର୍ବକ ନିଜ ଦଖଲକୁ ନେବାକୁ ଉଦ୍ୟମ ଜାରି ରଖିଛି।

ଆମେରିକୀୟ ଯୁଦ୍ଧଜାହାଜ ସମ୍ପୃକ୍ତ କ୍ଷେତ୍ରକୁ ପ୍ରବେଶ କରିବା ପରେ ପିଏଲ୍‌ଏର ଇଷ୍ଟର୍ନ ଥିଏଟର କମାଣ୍ଡ (ଇଟିସି) ପକ୍ଷରୁ ରବିବାର ଏକ ବିବୃତି ଜାରି କରାଯାଇଛି। ଦୁଇ ଓ୍ବାର୍‌ଶିପ୍‌ର ସମ୍ପୂର୍ଣ୍ଣ ଗତିବିଧି ଉପରେ ବେଜିଂର କଡ଼ା ନଜର ରହିଛି। କୌଣସି ପ୍ରକାର ଉତ୍ତେଜନାମୂଳକ ପଦକ୍ଷେପକୁ ଏଡ଼ାଇବା ପାଇଁ ପିଏଲ୍‌ଏ ଇଷ୍ଟର୍ନ ଥିଏଟର କମାଣ୍ଡ ସୈନ୍ୟମାନେ ହାଇଆଲର୍ଟରେ ଥିବା ଇଟିସି ମୁଖପାତ୍ର କଲୋନେଲ ଶି ଓ୍ବିଙ୍ଗ୍‌ କହିଛନ୍ତି। ସେହିପରି ଚାଇନାର ସରକାରୀ ଗଣମାଧ୍ୟମ ‘ଗ୍ଲୋବାଲ ଟାଇମ୍ସ’ ଆମେରିକାର ଏଭଳି ପଦକ୍ଷେପକୁ ସମାଲୋଚନା କରିଛି। ଓ୍ବାଶିଂଟନ୍‌ ତାଇଓ୍ବାନ୍‌ କର୍ତ୍ତୃପକ୍ଷ ଓ କ୍ଷେତ୍ରୀୟ ସହଯୋଗୀଙ୍କୁ ସନ୍ତୁଷ୍ଟ କରି ଚାଇନାର କୌଣସି ଚାପ ଆଗରେ ମୁଣ୍ଡ ନୁଅଁାଉନାହିଁ ବୋଲି ସନ୍ଦେଶ ଦେବା ନିମନ୍ତେ ଏହା ଉଦ୍ଦିଷ୍ଟ। ଏଥିଯୋଗୁ ଉତ୍ତେଜନା ଆହୁରି ବଢ଼ିବ ବୋଲି ଗ୍ଲୋବାଲ ଟାଇମ୍ସର ଏକ ସ୍ତମ୍ଭରେ ଉଲ୍ଲେଖ କରାଯାଇଛି।

୨୦୧୨ ପରଠାରୁ ଅଦ୍ୟାବଧି ଚାଇନାର ଦାବିକୁ ଚ୍ୟାଲେଞ୍ଜ କରି ଆମେରିକାର ଶତାଧିକ ଯୁଦ୍ଧଜାହାଜ ତାଇଓ୍ବାନ୍‌ ପ୍ରଣାଳୀରେ ଅପରେଶନ୍‌ କରିଥିବା ଜଣାପଡ଼ିଛି। କେବଳ ଏତିକି ନୁହେଁ, ବିବାଦୀୟ ଦକ୍ଷିଣ ଚାଇନା ସାଗର(ଏସ୍‌ସିଏସ୍‌)ରେ ମଧ୍ୟ ଆମେରିକା ଅନୁରୂପ ଅପରେଶନ୍‌ ଚଳାଇଛି, ଯାହାକୁ ଚାଇନା ନିଜର ଦାବି କରି ଆଧିପତ୍ୟ ବିସ୍ତାର କରିଥାଏ। ଏସ୍‌ସିଏସ୍‌କୁ ନେଇ ଚାଇନା ସହ ଫିଲିପାଇନ୍ସ, ଭିଏତ୍‌ନାମ, ମାଲେସିଆ, ବ୍ରୁନେଇ ଓ ତାଇଓ୍ବାନ୍‌ ମଧ୍ୟରେ ବିବାଦ ଲାଗିରହିଥିବାବେଳେ ଆମେରିକାର ଦୁଃସାହସିକ ଅପରେଶନ୍‌ ଆଗକୁ ଅଧିକ ଜଟିଳ ସ୍ଥିତି ଉପୁଜାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଇନ୍‌ଷ୍ଟାଗ୍ରାମରୁ ପ୍ରେମ, ପରେ ପ୍ରତାରଣା ଦେଲେ କହ୍ନେଇ: ବିଧବାଙ୍କୁ ବଳାତ୍କାର ପରେ…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ. ନୂଆଗାଁ ଥାନା ପୋଲିସ କହ୍ନେଇ ମହାନ୍ତି(୨୬) ନାମକ ଜଣେ ଯୁବକଙ୍କୁ ବଳାତ୍କାର ଓ ଠକେଇ ମାମଲାରେ ଗିରଫ କରି…

୧୫୦ ବର୍ଷ ଟେଷ୍ଟ କ୍ରିକେଟ୍‌ ଇତିହାସରେ ଦ୍ୱିତୀୟଥର ଘଟିଲା ଏହି ଘଟଣା: ବିରଳ ରେକର୍ଡ କଲେ ଏହି ବ୍ୟାଟ୍ସମ୍ୟାନ୍‌

ଡର୍ବାନ,୧୨।୧୦:ଟେଷ୍ଟ କ୍ରିକେଟ୍‌ରେ ବେଳେବେଳେ ଏପରି କିଛି ବିରଳ ରେକର୍ଡ ଦେଖିବାକୁ ମିଳେ, ଯାହା କ୍ରିକେଟ୍‌ପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଦିଏ। ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଡର୍ବାନର କିଙ୍ଗ୍ସମିଡ…

ମୁହଁତୋଡ ଜବାବ ଦେଲେ କ୍ୟାଟ୍ରିନା: କହୁ କହୁ କହିଦେଲେ…

ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌। ଓଜନ ବୃଦ୍ଧିକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ ହେବାପରେ ଏବେ ସେ ନିଜ ଷ୍ଟାଇଲିସ ଲୁକକୁ ନେଇ ସାଉଁଟିଛନ୍ତି…

ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ୍‌ ଭାବେ ଏମିତି କାରନାମା କଲେ ଅଭିଷେକ ଶର୍ମା: କ୍ରିକେଟ୍‌ ଜଗତରେ ଖେଳିଗଲା…

ଇନ୍ଦୋର,୧୩।୧୦: ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ୍‌ରେ ନିଜ ବିସ୍ଫୋରକ ବ୍ୟାଟିଂରେ ନୂଆ ରେକର୍ଡ କରିଛନ୍ତି ଭାରତୀୟ ଓପନର୍‌ ଅଭିଷେକ ଶର୍ମା। ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଛକା ମାରିବା…

ଗାଁକୁ ସମ୍ପୂର୍ଣ୍ଣ ମଦମୁକ୍ତ କରିବା ପାଇଁ ଜିଲାପାଳଙ୍କଠାରେ ପହଞ୍ଚିଲେ ଶତାଧିକ ମହିଳା

ବଲାଙ୍ଗୀର,୧୨ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡ଼ା ପଞ୍ଚାୟତ ଦେଓଗାଁ ଗ୍ରାମରେ ସମ୍ପୂର୍ଣ୍ଣ ମଦ ବିକ୍ରିକୁ ବନ୍ଦ କରିବା ନେଇ ସୋମବାର ଜିଲାପାଳ ଅଫିସରେ…

ଅର୍ଥନୀତି କ୍ଷେତ୍ରରେ ନୋବେଲ ପୁରସ୍କାର ଘୋଷଣା: ଏହି ୨ ଜଣଙ୍କୁ ମିଳିଲା

ନୂଆଦିଲ୍ଲୀ,୧୨।୧୦: ୨୦୨୬ ମସିହାର ଅର୍ଥନୀତି କ୍ଷେତ୍ରରେ ନୋବେଲ ପୁରସ୍କାର ଆମେରିକୀୟ ଅର୍ଥନୀତିଜ୍ଞ ରବର୍ଟ ଇ. ହଲ (Robert E. Hall) ଏବଂ ମାଇକେଲ ୱୁଡଫୋର୍ଡ (Michael Woodford)ଙ୍କୁ…

ଝିଅ ସାରାଙ୍କୁ ନେଇ ଏମିତି କହିଲେ ସଚିନ ତେନ୍ଦୁଲକର: ସୋସିଆଲ ମିଡିଆରେ ବଢୁଛି ଚର୍ଚ୍ଚା

ମୁମ୍ବାଇ,୧୨।୧୦: ଭାରତୀୟ କ୍ରିକେଟ୍‌ର କିମ୍ବଦନ୍ତୀ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଆଜି ୨୯ ବର୍ଷରେ ପାଦ ଥାପିଛନ୍ତି। ଏହି ବିଶେଷ ଅବସରରେ ସାରାଙ୍କୁ ସୋସିଆଲ…

ମାତ୍ର ୧୩ ରନ କରି ଭାରତକୁ ଜିତାଇଲେ ପ୍ରିନ୍ସ, ତାଙ୍କ ବ୍ୟାଟ୍‌ ପଛର ରୋଚକ କାହାଣୀ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇନ୍ଦୋର,୧୨।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଦଳ ୧୪ ରନ୍‌ରେ ବିଜୟୀ ହୋଇଛି। ଏହି ମ୍ୟାଚ୍‌ରେ ପ୍ରିନ୍ସ ଯାଦବ ବୋଲିଂରେ କୌଣସି ଉଇକେଟ ନେଇପାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?