Posted inଖେଳ

ମାତ୍ର ୧୩ ରନ କରି ଭାରତକୁ ଜିତାଇଲେ ପ୍ରିନ୍ସ, ତାଙ୍କ ବ୍ୟାଟ୍‌ ପଛର ରୋଚକ କାହାଣୀ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇନ୍ଦୋର,୧୨।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଦଳ ୧୪ ରନ୍‌ରେ ବିଜୟୀ ହୋଇଛି। ଏହି ମ୍ୟାଚ୍‌ରେ ପ୍ରିନ୍ସ ଯାଦବ ବୋଲିଂରେ କୌଣସି ଉଇକେଟ ନେଇପାରି ନ ଥିଲେ ମଧ୍ୟ ବ୍ୟାଟିଂରେ ତାଙ୍କର ଛୋଟ କିନ୍ତୁ ଗୁରୁତ୍ୱପୂର୍ଣ୍ଣ ଇନିଂସ ଚର୍ଚ୍ଚାକୁ ଆସିଛି। ଦଶମ ସ୍ଥାନରେ ବ୍ୟାଟିଂ କରି ସେ ମାତ୍ର ୬ଟି ବଲ୍‌ରୁ ଅପରାଜିତ ୧୩ ରନ କରିଥିଲେ। ଏଥିରେ ଥିଲା ୩ଟି ଚୌକା। ତେବେ ଏହି ଚୌକା ପଛରେ ରହିଛି ଏକ ରୋଚକ କାହାଣୀ। ପ୍ରିନ୍ସ ଯେଉଁ ବ୍ୟାଟ୍‌ରେ ଏହି ରନ କରିଥିଲେ, ତାହା ତାଙ୍କର ନୁହେଁ, ବରଂ ଓପନର ଅଭିଷେକ ଶର୍ମାଙ୍କର ଥିଲା।
ଇନ୍ଦୋର ଟି-୨୦ ମ୍ୟାଚ ପରେ ବିସିସିଆଇ ପକ୍ଷରୁ ଜାରି ଏକ ଭିଡିଓରେ ପ୍ରିନ୍ସ ଯାଦବ ଏହି କଥାର ଖୁଲାସା କରିଥିଲେ। ଅଭିଷେକ ତାଙ୍କୁ ବ୍ୟାଟ ଦେବା ସମୟରେ ମଜାଳିଆ ଢଙ୍ଗରେ ଏହାର ସମ୍ମାନ ରଖିବାକୁ କହିଥିଲେ।

ପ୍ରିନ୍ସ କହିଥିଲେ, ଅଭିଷେକ ଭାଇ ବ୍ୟାଟ ଦେଇଥିଲେ। ସେ ବ୍ୟାଟ୍‌ର ଇଜ୍ଜତ ରଖିବାକୁ କହିଥିଲେ। ମୁଁ ତାଙ୍କ କଥା ରଖିଛି। ଏହା ପ୍ରଥମ ଥର ନୁହେଁ। ଆୟରଲ୍ୟାଣ୍ଡ ଗସ୍ତ ସମୟରେ ମଧ୍ୟ ସେ ଅଭିଷେକଙ୍କ ବ୍ୟାଟ ବ୍ୟବହାର କରି ଗୋଟିଏ ଛକା ମାରିଥିଲେ। ଆଗାମୀ ମ୍ୟାଚ୍‌ରେ ମଧ୍ୟ ସେ ଅଭିଷେକଙ୍କ ବ୍ୟାଟ ନେଇ ଖେଳିବେ ବୋଲି କହିଥିଲେ। ଏଥିରେ ଅଭିଷେକ ମଧ୍ୟ ସମ୍ମତି ଜଣାଇଥିଲେ।
ପ୍ରିନ୍ସଙ୍କ ବ୍ୟାଟିଂ ଦକ୍ଷତାକୁ ଅଭିଷେକ ଶର୍ମା ଖୁବ ପ୍ରଶଂସା କରିଥିଲେ। ଦିଲ୍ଲୀରେ ଖେଳାଯାଉଥିବା ସିଙ୍ଗଲ ଉଇକେଟ କ୍ରିକେଟ୍‌ରେ ପ୍ରିନ୍ସଙ୍କ ନାଁ ରହିଛି ବୋଲି ସେ କହିଥିଲେ। ଏହି ଫର୍ମାଟ୍‌ରେ ଖେଳାଳିଙ୍କୁ ନିଜେ ବ୍ୟାଟିଂ ଓ ବୋଲିଂ ଉଭୟ କରିବାକୁ ପଡ଼େ।

ପ୍ରିନ୍ସଙ୍କ ବଡ଼ ସଟ ଖେଳିବାର କ୍ଷମତାକୁ ମଧ୍ୟ ଅଭିଷେକ ପ୍ରଶଂସା କରିଥିଲେ। ତାଙ୍କ କହିବା ଅନୁଯାୟୀ, ବ୍ୟାଟ ତାଙ୍କର ହୋଇପାରେ, କିନ୍ତୁ ବଲ୍‌କୁ ସୀମାରେଖା ପାର୍‌ କରାଇବାର ଶକ୍ତି ପ୍ରିନ୍ସଙ୍କର।

ୱେଷ୍ଟଇଣ୍ଡିଜ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍‌ ଭାରତ ଏବେ ୨-୧ରେ ଆଗୁଆ ରହିଛି। ଆସନ୍ତା ଅକ୍ଟୋବର ୧୪ରେ ହାଇଦ୍ରାବାଦରେ ଉଭୟ ଦଳ ମଧ୍ୟରେ ଚତୁର୍ଥ ଟି-୨୦ ମ୍ୟାଚ ଖେଳାଯିବ। ଏହି ମ୍ୟାଚ୍‌ରେ ବିଜୟୀ ହେଲେ ଭାରତ ସିରିଜ ନିଜ ନାମରେ କରିବ। ଅନ୍ୟପକ୍ଷରେ, ୱେଷ୍ଟଇଣ୍ଡିଜ ଜିତିଲେ ସିରିଜର ଫଳାଫଳ ପଞ୍ଚମ ତଥା ଶେଷ ମ୍ୟାଚକୁ ଯିବ। ଅକ୍ଟୋବର ୧୭ରେ ବେଙ୍ଗାଲୁରୁରେ ହେବାକୁ ଥିବା ଏହି ମ୍ୟାଚ ସିରିଜ୍‌ର ନିର୍ଣ୍ଣାୟକ ମୁକାବିଲା ପାଲଟିପାରେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କର୍ମଚାରୀଙ୍କ ଦରମା-ପେନସନ ଉପରେ ବଡ଼ ଖବର: ଏହି ରାଜ୍ୟ ଗଠନ କଲା ଅଷ୍ଟମ ବେତନ ଆୟୋଗ

ନୂଆଦିଲ୍ଲୀ, ୧୨।୧୦: କେନ୍ଦ୍ର ସରକାର ୨୦୨୫ ନଭେମ୍ବରରେ ଅଷ୍ଟମ ବେତନ ଆୟୋଗ ଗଠନକୁ ମଞ୍ଜୁରି ଦେଇଥିଲେ। ଏହା ପରେ ଏକ କମିଟି ଗଠନ କରାଯାଇଛି। ଏହି କମିଟି…

ବୈଭବ ସୂର୍ଯ୍ୟବଂଶୀ ନୁହେଁ, ଏହି ଭାରତୀୟ ଷ୍ଟାରଙ୍କୁ ୱାଲର୍‌ଡ ସୁପରପାୱାର ଓପନର କହିଲେ ଦିନେଶ କାର୍ତ୍ତିକ

ଇନ୍ଦୋର,୧୨।୧୦: ଭାରତୀୟ ଦଳର ଷ୍ଟାର ଓପନର ଅଭିଷେକ ଶର୍ମାଙ୍କ ଜବରଦସ୍ତ ବ୍ୟାଟିଂକୁ ନେଇ ପ୍ରଶଂସାରେ ଶତମୁଖ ହୋଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଦିନେଶ କାର୍ତ୍ତିକ। ବିଭିନ୍ନ ପରିସ୍ଥିତି…

ଝିଅ ସାରାଙ୍କୁ ନେଇ ଏମିତି କହିଲେ ସଚିନ ତେନ୍ଦୁଲକର: ସୋସିଆଲ ମିଡିଆରେ ବଢୁଛି ଚର୍ଚ୍ଚା

ମୁମ୍ବାଇ,୧୨।୧୦: ଭାରତୀୟ କ୍ରିକେଟ୍‌ର କିମ୍ବଦନ୍ତୀ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଆଜି ୨୯ ବର୍ଷରେ ପାଦ ଥାପିଛନ୍ତି। ଏହି ବିଶେଷ ଅବସରରେ ସାରାଙ୍କୁ ସୋସିଆଲ…

କୋହଲିଙ୍କ ଉପରେ ଟଙ୍କା ନେବା ଅଭିଯୋଗ କରିଥିବା ବାବା ଦେଲେ ବଡ଼ ବୟାନ, ଏବେ କହିଲେଣି ଏମିତି…ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ, ୧୨।୧୦: ମଥୁରାର ବୃନ୍ଦାବନସ୍ଥିତ ରାଧା କୁଟୀ ଆଶ୍ରମରେ ସାଧୁସନ୍ଥମାନେ ଶ୍ରୀକୃଷ୍ଣ ଜନ୍ମଭୂମି ମାମଲାର ପକ୍ଷକାର ଦିନେଶ ଫଳାହାରୀଙ୍କୁ ‘ବ୍ରଜ ରତ୍ନ’ ସମ୍ମାନରେ ସମ୍ମାନିତ କରିଛନ୍ତି। ଭଗବାନ…

୧୫ ବର୍ଷ ପରେ ଟିମ ଇଣ୍ଡିଆରେ ଘଟିଲା ଏମିତି, କ୍ରିକେଟ ଜଗତରେ ଚର୍ଚ୍ଚା

ଇନ୍ଦୋର: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟି-୨୦ ମୁକାବିଲାରେ ଟିମ ଇଣ୍ଡିଆ ୧୪ ରନରେ ବିଜୟୀ ହୋଇଛି। ଏହି ବିଜୟ ସହ ଭାରତ ସିରିଜରେ…

କରାଟେରେ ଗଞ୍ଜାମର ୫ ଜଣଙ୍କୁ ଗୋଲ୍ଡ ମେଡାଲ, କମାଲ କଲେ ଯାଆଁଳା ଭାଇ

ଗଞ୍ଜାମ,୧୨ା୧୦(ବିଦ୍ୟାଧର ସାହୁ): ଗୁଜରାଟରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପ୍ରଥମ ଓପନ ନ୍ୟାଶନାଲ କଣ୍ଟ୍ରାକ୍ଟ କରାଟେ ଚାମ୍ପିଅନଶିପ୍‌-୨୬ରେ ଗଞ୍ଜାମର ୫ ଜଣ ପ୍ରତିଭାବାନ ଗୋଲ୍ଡ ମେଡାଲ ଜିତି ରାଜ୍ୟ ଓ…

ଧୋନୀଙ୍କ ରେକର୍ଡକୁ ଧୂଳିସାତ୍‌ କଲେ ଶ୍ରେୟସ ଆୟର: କରିଦେଲେ ଏମିତି କାରନାମା

ଇନ୍ଦୋର,୧୨।୧୦: ଟି-୨୦ କ୍ରିକେଟ୍‌ରେ ବଡ଼ ସ୍କୋର କରିବା ସହ ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖିବା ଯେକୌଣସି ଦଳ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ। କିନ୍ତୁ ଶ୍ରେୟସ ଆୟରଙ୍କ…

ବୁଧ ଗୋଚରରେ ଆଜିଠୁ ଆରମ୍ଭ ହେଲା ୫ ରାଶିଙ୍କ ନୂଆ ଅଧ୍ୟାୟ! ଧନଲାଭ ସହ ଚାକିରିରେ ପ୍ରମୋସନ ଯୋଗ

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗ୍ରହମାନଙ୍କ ନକ୍ଷତ୍ର ପରିବର୍ତ୍ତନର ପ୍ରଭାବ ବିଭିନ୍ନ ରାଶି ଉପରେ ପଡ଼ିଥାଏ। ଅକ୍ଟୋବର ୧୨ ତାରିଖ ସନ୍ଧ୍ୟା ୬ଟା ୪୮ ମିନିଟରେ ବୁଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?