ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍। ଓଜନ ବୃଦ୍ଧିକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ ହେବାପରେ ଏବେ ସେ ନିଜ ଷ୍ଟାଇଲିସ ଲୁକକୁ ନେଇ ସାଉଁଟିଛନ୍ତି ପ୍ରଶଂସା। ଲଣ୍ଡନରେ ନିଜ ସୌନ୍ଦର୍ଯ୍ୟ ପ୍ରସାଧନ ବ୍ରାଣ୍ଡର କାର୍ଯ୍ୟକ୍ରମ ଅବସରରେ କ୍ୟାଟ୍ରିନା ଏକ ଆକର୍ଷଣୀୟ ବାଦାମୀ ରଙ୍ଗର ପୋଷାକରେ ନଜର ଆସିଥିଲେ। ତାଙ୍କର ଏହି ଲୁକ୍କୁ ପ୍ରଶଂସକମାନେ ବେଶ ପସନ୍ଦ କରୁଛନ୍ତି। କ୍ୟାଟ୍ରିନାଙ୍କ ଏହି ଲୁକ ଓ ଆତ୍ମବିଶ୍ୱାସ ଏବେ ପ୍ରଶଂସକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।
କ୍ୟାଟ୍ରିନାଙ୍କୁ ନେଇ ଓଜନ ବୃଦ୍ଧି ସମ୍ପର୍କିତ ଟ୍ରୋଲିଂ ମଧ୍ୟରେ ନିଜକୁ ଭଲ ପାଇବା ଏବଂ ନିଜ ଉପରେ ଭରସା ରଖିବାର ବାର୍ତ୍ତା ଗୁରୁତ୍ୱ ବହନ କରୁଛି। ମହିଳାମାନେ ନିଜକୁ ଭଲ ପାଇବା ସହ ନିଜର ସବୁଠାରୁ ବଡ଼ ସମର୍ଥକ ହେବା ଉଚିତ ବୋଲି ସେ ପରାମର୍ଶ ଦେଇଛନ୍ତି।
Dharitri – Odisha’s No.1 Odia Daily

