ପାକିସ୍ତାନରେ ପ୍ରଳୟଙ୍କରୀ ବନ୍ୟା, ୧୦୩୫ ମୃତ, ୧୧୦ ଜିଲା ପ୍ରଭାବିତ, କୋଟି କୋଟି ଟଙ୍କା କ୍ଷତି

ଇସଲାମାବାଦ,୨୯ ।୮: ପାକିସ୍ତାନରେ ଗୋଟିଏ ପରେ ଗୋଟିଏ ସମସ୍ୟା ଲାଗି ରହିଛି । ପ୍ରଥମେ ରାଜନୈତିକ ସଙ୍କଟ ପରେ ଆର୍ଥିକ ସଙ୍କଟ ଆଉ ଏବେ ବନ୍ୟା ସଙ୍କଟ । ପାକିସ୍ତାନବାସୀ ଏମିତି ସବୁ ସମସ୍ୟା ଦେଇ ଗତି କରି ଚାଲିଛନ୍ତି । କିଛିଦିନ ହେବ ଲଗାଣ ବର୍ଷା ପାକିସ୍ତାନର ସ୍ଥିତିକୁ ବିଗାଡି ଦେଇଛି । ଲଗାଣ ବର୍ଷା ଓ ବନ୍ୟା ଫଳରେ ପଡୋଶୀ ଦେଶ ପାକିସ୍ତାନରେ ୧୦୦୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ୩ କୋଟିରୁ ଅଧିକ ଲୋକ ଏହାଦ୍ୱାରା ପ୍ରଭାବିତ ହୋଇଛନ୍ତି । ସେହିପରି ୧୦ ଲକ୍ଷରୁ ଅଧିକ ଘର ପ୍ରଭାବିତ ହୋଇଛି ।
ଚଳିତ ବର୍ଷ ପାକିସ୍ତାନରେ ଆସିଥିବା ବନ୍ୟାରେ ଆର୍ଥିକ କ୍ଷତି ବି ବହୁତ ହୋଇଛି । ପାକିସ୍ତାନୀ ସମାଚାର ପତ୍ର ‘ଦ ଏକ୍ସପ୍ରେସ ଟ୍ରିବ୍ୟୁନ’ର ସୂଚନା ଅନୁଯାୟୀ, ଚଳିତ ବର୍ଷ ବନ୍ୟାରେ ପାକିସ୍ତାନରେ ପ୍ରାୟ ୪ ଅରବ ଡଲାର ଆର୍ଥିକ କ୍ଷତି ହେଲାଣି । ବନ୍ୟା ଯୋଗୁ ଅଧିକାଂଶ ଫସଲ ନଷ୍ଟ ହୋଇଯାଇଛି । ଏବେ ପର୍ଯ୍ୟନ୍ତ ପାକିସ୍ତାନରେ ୨.୬ ଅରବ ଡଲାର ମୂଲ୍ୟର କପା ଓ ୯୦ କୋଟି ଡଲାର ମୂଲ୍ୟର ଗହମ ଆମଦାନୀ କରିବାକୁ ପଡିପାରେ । କେବଳ ସେତିକି ନୁହେଁ ଫସଲ ନଷ୍ଟ ଯୋଗୁ ଅରବ ଡଲାରର ବସ୍ତ୍ର ରପ୍ତାନି ହରାଇବାକୁ ପଡିପାରେ । ପୂର୍ବରୁ ଆର୍ଥିକ ସଙ୍କଟ ଦେଇ ଗତିକରୁଥିବା ପାକିସ୍ତାନକୁ ଆହୁରି ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ ।


Enter your email to get our daily news in your inbox.

All Right Reserved By Dharitri.Com

ଶେଷ ହୋଇନାହିଁ ମହାମାରୀ, ହେଲେ ଦେଖାଯାଉଛି ଏହାର ଅନ୍ତ: ଡବ୍ଲୁଏଚଓ ମୁଖ୍ୟ

ନ୍ୟୁୟର୍କ,୨୩ ।୯: କରୋନା ମହାମାରୀ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇନାହିଁ । ହେଲେ ଏହାର ଅନ୍ତ ଖୁବ୍ ନିକଟରୁ ଦେଖାଯାଉଛି । ନ୍ୟୁୟର୍କରେ ଆୟୋଜିତ ୟୁଏନଜିଏ...

ମସ୍କୋରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ, ହାତ ମିଳାଇବାକୁ ବଢାଇବାରୁ ଏମିତି ଦେଲେ ଉତ୍ତର

ମସ୍କୋ,୩।୯: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସାଂଘାଇ ସହଯୋଗ ସଂଗଠନ(ଏସ୍‌ସିଓ)ରେ ଯୋଗ ଦେବାକୁ ପାଇଁ ବୁଧବାର ମସ୍କୋରେ ପହଞ୍ଚିଛନ୍ତି। ଏଠାରେ ସେ ରୁଷର ପ୍ରତିରକ୍ଷା ମନ୍ତ୍ରୀ...

ପଡ଼ୋଶୀଙ୍କ ବିରୋଧରେ ସାମରିକ ଉତ୍ତେଜନା ସୃଷ୍ଟିକରୁଛି ଚାଇନା

ଓ୍ବାଶିଂଟନ,୨୮ା୬ : ଚାଇନା ପଡ଼ୋଶୀ ଦେଶ ବିରୋଧରେ ସାମରିକ ଉତ୍ତେଜନା ସୃଷ୍ଟିକରିବା ଲାଗି ପ୍ରୟାସ କରୁଛି। ପୂର୍ବ ଲଦାଖରେ ଚାଇନା ସେନାର ଆକ୍ରମଣାତ୍ମକ ମନୋଭାବ ଏହାକୁ...

ସୌରମଣ୍ଡଳ ବାହାର ଉପଗ୍ରହରେ ଜଳ

ଲଣ୍ଡନ,୮ା୬(ପି.ଟି.): ଆମ ସୌରମଣ୍ଡଳ ବାହାରେ ଗ୍ରହ ଚାରିପାଖେ ଘୂରିବୁଲୁଥିବା ଉପଗ୍ରହ(ଚନ୍ଦ୍ର)ରେ ଜଳ ତରଳ ଅବସ୍ଥାରେ ଥାଇପାରେ। ଏଥିପାଇଁ ପୃଥିବୀ ବାହାରେ ଜୀବନ ତିଷ୍ଠିବା ସମ୍ଭବପର ବୋଲି...

ଚାଇନା ସୋସିଆଲ ମିଡିଆରେ ଚନ୍ଦ୍ରୟାନ-୨ର ପ୍ରଶଂସା

ବେଜିଂ,୧୦।୯: ଭାରତର ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ଦ୍ୱାରା ପ୍ରସ୍ତୁତ ଚନ୍ଦ୍ରୟାନ-୨ ଏବେ ତା’ର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ବିଶ୍ୱର ପ୍ରାୟ ସବୁ ଦେଶର...

ବଢୁଛି ତୃତୀୟ ବିଶ୍ୱଯୁଦ୍ଧ ଆଶଙ୍କା

ମସ୍କୋ/ୱାଶିଂଟନ,୨୨ ।୩: ୟୁକ୍ରେନ୍ ଉପରେ ରୁଷିଆ ଲଗାତାର ଭାବେ ଆକ୍ରମଣ କରି ଚାଲିଛି । ଏଥିରେ ହଜାର ହଜାର ୟୁକ୍ରେନ୍ ନାଗରିକଙ୍କ ମୃତ୍ୟୁ ହେବା ସହ...

ଚାଇନା କହିଲା ସ୍ଥିତି ନିୟନ୍ତ୍ରଣାଧୀନ

ବେଜିଂ,୨୮ା୫: ଭାରତ-ଚାଇନା ସୀମାରେ ସ୍ଥିତି ସ୍ଥିର ଓ ନିୟନ୍ତ୍ରଣାଧୀନ ରହିଛି। ଆଲୋଚନା ଓ ବିଚାରବିମର୍ଶ ଜରିଆରେ ସମସ୍ୟାର ସମାଧାନ ପାଇଁ ଉଭୟ ଦେଶ ଉପଯୁକ୍ତ ବ୍ୟବସ୍ଥା...

ଇଦ୍‌-ଉଲ୍‌-ଜୁହାର ଖୁସି ନୁହେଁ ଦର ବୃଦ୍ଧିରେ ଲୁହ ଗଡାଉଛି କାଙ୍ଗାଳ ପାକିସ୍ତାନ

ଇସଲାମାବାଦ,୧୨।୮: ସାରା ବିଶ୍ୱରେ ସୋମବାର ଇଦ୍‌-ଉଲ୍‌-ଜୁହା ବା ବକରି ଇଦ୍‌ ପାଳନ କରାଯାଉଥିବା ବେଳେ କାଙ୍ଗାଳ ପାକିସ୍ତାନ କିନ୍ତୁ ମହଙ୍ଗା ମାଡରେ ଯେମିତି ଚେପା ହୋଇଯାଇଛି।...

Advertisement
Archives

Model This Week