୨ ପର୍ଯ୍ୟନ୍ତ ବଜ୍ରପାତ, ଝଡ଼ତୋଫାନ ଆଶଙ୍କା

ଭୁବନେଶ୍ୱର, ୨୯।୮(ବ୍ୟୁରୋ)- ରାଜ୍ୟରେ ମୌସୁମୀ ଦୁର୍ବଳ ହୋଇଥିବାବେଳେ ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ସହ ବଜ୍ରପାତ ହେଉଛି। ୨ ତାରିଖ ସକାଳ ପର୍ଯ୍ୟନ୍ତ ବିଭିନ୍ନ ଜିଲାକୁ ଏହିଭଳି ଝଡ଼ତୋଫାନ ହେବାର ଆଶଙ୍କା ରହିଛି। ଏଥିପାଇଁ ବିଭିନ୍ନ ଜିଲାକୁ ଝଡ଼ତୋଫାନ ଓ ବଜ୍ରପାତ ନେଇ ୟେଲୋ ୱାର୍ନିଂ ଜାରି ହୋଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ୩୧ ତାରିଖରେ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁର, ୧ ତାରିଖରୁ ୨ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୋଳ, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ ଝଡ଼ତୋଫାନ ସହ ବଜ୍ରପାତ ହେବାର ଆଶଙ୍କା ରହିଛି। ତେଣୁ ଏସବୁ ଜିଲାକୁ ୟେଲୋ ୱାର୍ନିଂ ଜାରି କରାଯାଇଛି। ସେପଟେ ରବିବାର ସମ୍ବଲପୁରରେ ସର୍ବାଧିକ ୧୩.୯ ମିମି ବର୍ଷା ରେକର୍ଡ କରାଯାଇଥିବାବେଳେ ଯାଜପୁରରେ ୧୨ ମିମି ବର୍ଷା ହୋଇଛି। ସେହିଭଳି ଚାନ୍ଦବାଲି, ଅନୁଗୋଳ, ଝାରସୁଗୁଡ଼ା, କେନ୍ଦୁଝର, ସୁନ୍ଦରଗଡ଼, ଦାରିଙ୍ଗବାଡ଼ିରେ ମଧ୍ୟ ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ାରେ ୪ ନୂଆ ପଜିଟିଭ ଚିହ୍ନଟ: ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୬ ଛୁଇଁଲା

କେନ୍ଦ୍ରାପଡା ଅଫିସ/ମାର୍ଶାଘାଇ/ମହାକାଳପଡା, ୧୬।୫(ଡି.ଏନ୍‌.ଏ.): କେନ୍ଦ୍ରାପଡା ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୧୧ ତାରିଖ ସୁଦ୍ଧା ଜିଲାରେ ୯ଜଣ କରୋନା ପଜିଟିଭ ଚିହ୍ନଟ...

କଳାହାଣ୍ଡିରେ ପ୍ରଥମ କରୋନା ରୋଗୀ ଚିହ୍ନଟ ପରେ ଅକ୍ରାନ୍ତଙ୍କ ପଞ୍ଚାୟତ ସିଲ୍ କଲା ପ୍ରଶାସନ

କେସିଙ୍ଗା, ୫।୪(ଡି.ଏନ.ଏ.) କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଖମାର ହଳଦୀ ଗ୍ରାମ ପଞ୍ଚାୟତ ଅଞ୍ଚଳର ଜଣେ ୨୯ ବର୍ଷୀୟ ଯୁବକ କରୋନା ରୋଗରେ ଆକ୍ରାନ୍ତ ହୋଇଛନ୍ତ।...

ସବୁ ଜିଲାରେ ଏନ୍‌ଇଇଟି ୟୁଜି ପରୀକ୍ଷା କେନ୍ଦ୍ର ହେଉ

ଭୁବନେଶ୍ୱର, ୧୭।୩(ବ୍ୟୁରୋ): ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଦ୍ୱାରା ପରିଚାଳିତ ଏନ୍‌ଇଇଟି ୟୁଜି ପରୀକ୍ଷା ଆସନ୍ତା ଅଗଷ୍ଟ ୧ ତାରିଖରେ ଅନୁଷ୍ଠିତ ହେବ। ରାଜ୍ୟର ସମସ୍ତ...

ପଦ୍ମଶ୍ରୀ ନନ୍ଦ ସାର୍‌ଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀଙ୍କ ଶୋକପ୍ରକାଶ

ଭୁବନେଶ୍ୱର,୭।୧୨(ବ୍ୟୁରୋ): ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟିଙ୍କର ମଙ୍ଗଳବାର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୧୦୪ ବର୍ଷ ହୋଇଥିଲା। ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି...

ପତିତପାବନ ହେବେ ନାଗାର୍ଜୁନ ବେଶ

ପୁରୀ ଅଫିସ,୧୭।୧୦: ଆସନ୍ତା ନଭେମ୍ବର ୨୭ରେ ନାଗାର୍ଜୁନ ବେଶ। ମାତ୍ର ମହାପ୍ରଭୁଙ୍କ ଏହି ବୀର ବେଶ ଦର୍ଶନରୁ ଭକ୍ତମାନେ ବଞ୍ଚତ୍ତ ହେବା ଏକପ୍ରକାର ନିଶ୍ଚିତ। କାରଣ...

କିନ୍ନରଙ୍କୁ ମିଳିବ ଓଡ଼ିଶା ପୋଲିସରେ ନିଯୁକ୍ତି

ଭୁବନେଶ୍ୱର,୧୨।୬: ଓଡ଼ିଶା ପୋଲିସରେ ନିଯୁକ୍ତି ପାଇବେ କିନ୍ନର। ଏନେଇ ଡିଜିପି ଅଭୟ ଶନିବାର ସୂଚନା ଦେଇଛନ୍ତି । ୪୭୭ ସବ୍‌ ଇନ୍ସପେକ୍ଟର ପଦବୀ ପାଇଁ ବିଜ୍ଞପ୍ତି...

ଦୁଷ୍ମନ୍ତ ଦାସ ଆତ୍ମହତ୍ୟା ଘଟଣା: ହାଇକୋର୍ଟରେ ମାମଲା ଦାଏର

କଟକ ଅଫିସ,୧୭ା୯: ଜଗତ୍‌ସିଂହପୁର ଜିଲା କୁଜଙ୍ଗ ଥାନା ଅଧୀନ ପଙ୍କପାଳ ଗ୍ରାମର ଦୁଷ୍ମନ୍ତ ଦାସ ଆତ୍ମହତ୍ୟା ଘଟଣାକୁ ନେଇ ଗୁରୁବାର ହାଇକୋର୍ଟରେ ମାମଲା ଦାଏର ହୋଇଛି।...

୧୧ ହଜାର କିଲୋ ପ୍ଲାଷ୍ଟିକ, ପଲିଥିନ ନଷ୍ଟ କରାଯିବ

ପୁରୀ ଅଫିସ, ୨।୧୦: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ଯୁବ ଓ କ୍ରୀଡ଼ା ବ୍ୟାପାର ବିଭାଗ ଆହ୍ବାନ କ୍ରମେ ଶୁକ୍ରବାର ନେହେରୁ ଯୁବକେନ୍ଦ୍ର...

Advertisement
Archives

Model This Week