Posted inଜାତୀୟ

ଆସନ୍ତା ସପ୍ତାହରେ ଭାରତ ଆସିପାରନ୍ତି ଆମେରିକା ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ,୨୧।୭: ଭାରତ ଗସ୍ତରେ ଆସିପାରନ୍ତି ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କନ୍‌। ଆସନ୍ତା ସପ୍ତାହରେ ସେ ଆସିବା ନେଇ ଭାରତ ଓ ଆମେରିକା ମଧ୍ୟରେ ବିଚାର ବିମର୍ଶ ଚାଲିଛି। ଉଭୟ ପକ୍ଷରୁ ଗସ୍ତର ତାରିଖ ଏବଂ ଅନ୍ୟାନ୍ୟ ଆନୁସାଙ୍ଗିକ ବିବରଣୀ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ଜଣାପଡ଼ିଛି। ଆମେରିକାର ବୈଦେଶିକ ମନ୍ତ୍ରୀ ଭାବେ ଆଣ୍ଟୋନିଙ୍କ ଏହା ପ୍ରଥମ ଭାରତ ଗସ୍ତ। ତେବେ ଏଭଳି ଗସ୍ତ ଉପରେ କୌଣସି ସରକାରୀ ମନ୍ତବ୍ୟ ସାମ୍ନାକୁ ଆସିନାହିଁ। ଚଳିତ ବର୍ଷ ଶେଷରେ ଓ୍ବାଶିଂଟନ୍‌ରେ କ୍ୱାଡ ଗୋଷ୍ଠୀର ନେତାଙ୍କ ଉପସ୍ଥିତିରେ ଏକ ଶିଖର ସମ୍ମିଳନୀ ଆୟୋଜନ କରିବାକୁ ଚାହୁଁଛି ଆମେରିକା। ତେଣୁ ଶିଖର ସମ୍ମିଳନୀ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବା ହେଉଛି ଏହି ଗସ୍ତର ମୂଳ ଉଦ୍ଦେଶ୍ୟ। ଏହି କ୍ୱାଡରେ ଭାରତ, ଜାପାନ, ଅଷ୍ଟ୍ରେଲିଆ ଓ ଆମେରିକା ସାମିଲ ରହିଛି। ତେବେ ପ୍ରଶାନ୍ତ ମହାସାଗରରେ ବ୍ୟବହାରିକ ସହଯୋଗକୁ ପ୍ରତ୍ସୋହିତ କରିବା ସହ ଓ୍ବାଶିଂଟନ୍‌ର ପ୍ରତିବଦ୍ଧତା ବିଷୟରେ ଏକ ଦୃଢ଼ ସଙ୍କେତ ଦେବା ପାଇଁ ଏହି ଶିଖର ସମ୍ମିଳନୀ ଆୟୋଜନ କରିବାକୁ ଚିନ୍ତା କରୁଛି ଆମେରିକା।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଦ୍ୱିଗୁଣିତ ହେବ ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ, ୬ା୫: ଭାରତରେ ଦୈନିକ କରୋନା ମୃତ୍ୟୁସଂଖ୍ୟା ରେକର୍ଡ ଭାଙ୍ଗି ଚାଲିଛି। ଯଦି ଏହି କ୍ରମାଗତ ଜାରି ରୁହେ ତେବେ ଆଗାମୀ କିଛି ସପ୍ତାହ ମଧ୍ୟରେ...

ପ୍ରଧାନମନ୍ତ୍ରୀଙ୍କୁ କେଜରିଓ୍ବାଲ୍‌ଙ୍କ ନିବେଦନ: ଆମ ମନ୍ତ୍ରୀମାନଙ୍କୁ ଏକାଠି କରନ୍ତୁ ଗିରଫ

ନୂଆଦିଲ୍ଲୀ,୨।୬: ଆମ୍‌ ଆଦ୍‌ମୀ ପାର୍ଟିର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଗୁରୁବାର ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଗିରଫଦାରିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ବିଏସ୍‌ଏଫ୍‌ରେ ଯବାନ ଅଭାବ

ନୂଆଦିଲ୍ଲୀ, ୪ା୫: ୨୦୨୧ରେ ଆମେରିକା ଓ ଚାଇନା ପରେ ଭାରତର ପ୍ରତିରକ୍ଷା ବଜେଟ୍‌ ବିଶ୍ୱର ତୃତୀୟ ସର୍ବାଧିକ। ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି)ରେ ଚାଇନା ପଟୁ ଆସୁଥିବା...

କାଞ୍ଝାଓ୍ବାଲା ମାମଲାରେ ୧୧ ପୋଲିସ ନିଲମ୍ବିତ

ନୂଆଦିଲ୍ଲୀ,୧୩।୧: ଦିଲ୍ଲୀର କାଞ୍ଝାଓ୍ବାଲା ମାମଲାରେ ୧୧ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ଏହି ପୋଲିସ କର୍ମଚାରୀ ଡ୍ୟୁଟିରେ ଅବହେଳା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା...

ଗଣବଳାତ୍କାର ପରେ ଛାତ୍ରୀଙ୍କ ମୃତ୍ୟୁ: ଖସି ପଳାଉଥିବା ଅଭିଯୁକ୍ତଙ୍କୁ ପୋଲିସର ଗୁଳି

ମିରଟ, ୩।୪: ଉତ୍ତପ୍ରଦେଶର ମିରଟରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣବଳାତ୍କାର କରି ଜବରଦସ୍ତ ବିଷ ପିଆଇ ଦିଆଯିବାରୁ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।...

ରିଫିଲିଂ ସମୟରେ ସିଲିଣ୍ଡର ବିସ୍ଫୋରଣ, ୩ ଶିଶୁଙ୍କ ସମେତ ୪ ମୃତ…

ଯୋଧପୁର,୮।୧୦ : ରାଜସ୍ଥାନର ଯୋଧପୁର ସହରରେ ଗ୍ୟାସ ରିଫିଲିଂ ସମୟରେ ଏକ ସିଲିଣ୍ଡର ବିସ୍ଫୋରଣ ଘଟିଛି। ଏହି ଦୁର୍ଘଟଣାରେ ତିନି ପିଲାଙ୍କ ସମେତ ୪ ଜଣଙ୍କର...

ଶୁଭେନ୍ଦୁଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କଲେନି ବାଚସ୍ପତି

କୋଲକାତା,୧୮।୧୨-ଗତକାଲି ବିଧାୟକ ପଦରୁ ଇସ୍ତଫା ଦେଇଥିବା ଟିଏମ୍‌ସିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କରିବାକୁ ମନା କରିଦେଇଛନ୍ତି...

ତୋଗଲକାବାଦ୍‌ ହିଂସା: ଭୀମ ସେନା ମୁଖ୍ୟଙ୍କ ସମେତ ୯୧ ଗିରଫ

ନୂଆଦିଲ୍ଲୀ, ୨୨।୮: ତୋଗଲକାବାଦ୍‌ ହିଂସାରେ ଦିଲ୍ଲୀ ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏଥିରେ ସମ୍ପୃକ୍ତ ଭୀମ ସେନା ମୁଖ୍ୟ ଚନ୍ଦ୍ରଶେଖର ଆଜାଦ୍‌ ଓରଫ୍‌...

Advertisement
Archives

Model This Week