ସମୁଦ୍ର ତଳୁ ବି ମିଶାଇଲ ଆକ୍ରମଣ କରିପାରେ ଚାଇନା, ଟାର୍ଗେଟରେ ଆମେରିକା, ଭାରତ

ବେଜିଂ,୧ ।୮: ଚାଇନା ଲୁଚିଛପି ଦୀର୍ଘ ଓ ସ୍ୱଳ୍ପ ଦୂରଗାମୀ ପାରମ୍ପରିକ ମିଶାଇଲର ଷ୍ଟକ ବୃଦ୍ଧି କରିବାରେ ଲାଗିପଡିଛି । ଆମେରକିା ବିଶେଷଜ୍ଞଙ୍କ ଏକ ରିପୋର୍ଟ ଅନୁଯାୟୀ, ଚାଇନା ପିପୁଲ୍ସ ଲିବରେଶନ ଆର୍ମି(ପିଏଲଏ)ଏବେ ସମୁଦ୍ର ଓ ସ୍ଥଳଭାଗରୁ ନିକ୍ଷେପ କରାଯାଇପାରୁଥିବା ସ୍ୱଳ୍ପ ଦୂରଗାମୀ ମିଶାଇଲ ଗଚ୍ଛିତ କରୁଛି । ଏହା ଭାରତ ମହାସାଗରରେ ଆମେରକିାର ସାମରିକ ଉପସ୍ଥିତି ପାଇଁ ବଡ ବିପଦ ବୋଲି କୁହାଯାଉଛି । ଚାଇନା ପୂର୍ବରୁ ରକେଟ ସେନା ପ୍ରସ୍ତୁତ କରି ରଖିଛି । ଏହି ରିପୋର୍ଟ ଅନୁଯାୟୀ, ପୂର୍ବ ଲଦ୍ଦାଖରେ ଚାଲିଥିବା ସାମରିକ ବିବାଦ ଯୋଗୁ ଚାଇନାର ଏହି ନୂତନ ସାମରିକ ପ୍ରସ୍ତୁତି ଭାରତ ପ୍ରତି ମଧ୍ୟ ବିପଦ ବୃଦ୍ଧି କରିପାରେ ।

ଆମେରିକା ପ୍ରତିରକ୍ଷା ବିଭାଗ ପକ୍ଷରୁ ଜାରି ରିପୋର୍ଟ ଅନୁଯାୟୀ, ହିନ୍ଦ-ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଚାଇନା ପାଖାପାଖି ୨୦୦୦ ମିଶାଇଲ ପ୍ରସ୍ତୁତ କରି ରଖିଛି । ଏମିତି ୪ କ୍ରୁଜ ମିଶାଇଲର ସର୍ବାଧିକ ସୀମା ୧୮୦୦ କିଲୋମିଟର ପର୍ଯ୍ୟନ୍ତ ରହିଛି । ଆମେରିକା ବିଶେଷଜ୍ଞମାନେ କହିଛନ୍ତି ଏହି ସ୍ୱଳ୍ପ ଦୂରଗାମୀ ମିଶାଇଲଗୁଡିକ ଟାର୍ଗେଟକୁ ସଠିକ ଭାବେ ଲଗାଇପାରନ୍ତି । ଚାଇନାରେ ବର୍ତ୍ତମାନ ସୁଦ୍ଧା ସବୁଠାରୁ ଶକ୍ତିଶାଳୀ କ୍ରୁଜ ମିଶାଇଲ ବି ରହିଛି ।
ଏହି ରିପୋର୍ଟ ଅନୁଯାୟୀ, ପାରମ୍ପରିକ ଓ ପରମାଣୁ ମିଶାଇଲର ସଞ୍ଚାଳନ ପାଇଁ ଚାଇନା ନୂଆ ମିଶାଇଲ ସିଷ୍ଟମ ପ୍ରସ୍ତୁତ କରିଛି । ଏହି ନୂଆ ସିଷ୍ଟମ ବିଷୟରେ ଏବେ ପର୍ଯ୍ୟନ୍ତ ଚିନ୍ତା କରାଯାଇ ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026ରେ ହଠାତ ବଦଳିଲେ RCB କ୍ୟାପଟେନ, ରଜତ ପାଟିଦାରଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ,୧୭।୫: ରଜତ ପାଟିଦାର IPL 2026 ର 61 ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଖେଳୁନାହାଁନ୍ତି। ଏହି ମୁକାବିଲା ଉଭୟ ପଞ୍ଜାବ କିଙ୍ଗସ ଏବଂ…

ନିଆରା ପ୍ରେମ… ଚତୁର୍ଥ ଥର ପାଇଁ ବର ହେଲେ ୬୫ ବର୍ଷୀୟ ବୃଦ୍ଧ, ୬୨ ବର୍ଷୀୟ ବୃଦ୍ଧାଙ୍କୁ କଲେ ବିବାହ

ପାଟନା,୧୭ା୫: କୁହାଯାଏଯେ ପ୍ରେମ ଏବଂ ସାଥିର କୌଣସି ବୟସ ନଥାଏ । ଏହି ଭାବନାର ଏକ ହୃଦୟସ୍ପର୍ଶୀ ଉଦାହରଣ ବିହାରର ଜାମୁଇ ଜିଲାରୁ ସାମ୍ନାକୁ ଆସିଛି ।…

ମହଜୁଦ୍‌ ଅଛି ପର୍ଯ୍ୟାପ୍ତ ତେଲ, ଆତଙ୍କିତ ନ ହେବାକୁ ଅନୁରୋଧ

ବଞ୍ଚୋ,୧୭ା୫(ପ୍ରଦୋଷ କୁମାର ବିଶ୍ୱାଳ):କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଓ ଡିଜେଲ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ରହିଥିବା ସୂଚନା ମିଳିଛି। ଇନ୍ଧନ ସଙ୍କଟ…

‘ମୋ ସ୍ତର ଏତେ ତଳକୁ ଖସିନାହିଁ..’, ବିଜୟକୁ ନେଇ ମୁହଁ ଖୋଲିଲେ ରଜନୀକାନ୍ତ

ନୂଆଦିଲ୍ଲୀ,୧୭ା୫: ସାଉଥ ସୁପରଷ୍ଟାର ରଜନୀକାନ୍ତ ରବିବାର (୧୭ ମଇ) ଚେନ୍ନାଇସ୍ଥିତ ତାଙ୍କ ବାସଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି କାର୍ଯ୍ୟକ୍ରମରେ, ସେ ତାମିଲନାଡୁ ବିଧାନସଭା ନିର୍ବାଚନ…

ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ଗ୍ରାମବାସୀଙ୍କ ସହ ଆଲୋଚନା କଲେ ବିଧାୟକ

ଗଞ୍ଜାମ,୧୭ା୫(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଯାଇ ଉନ୍ନୟନ ପ୍ରସଙ୍ଗରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ।…

ପାକିସ୍ତାନ ଭୂଗୋଳ ହେବାକୁ ଚାହୁଁଛି ନା ଇତିହାସ? ଭାରତୀୟ ସେନା ମୁଖ୍ୟଙ୍କ ଏମିତି ଧମକ ଶୁଣି…

ନୂଆଦିଲ୍ଲୀ/ଇସଲାମାବାଦ,୧୭ା୫: ରବିବାର ଭାରତୀୟ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କ ବୟାନ ଶୁଣି ପାକିସ୍ତାନ ସେନା ଡରିଯାଇଛି। ଏହା ପରେ ପାକିସ୍ତାନ ଭାରତକୁ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଶିଖିବାକୁ…

TMC କାର୍ଯ୍ୟାଳୟରୁ ୧୦୦ରୁ ଅଧିକ ଆଧାର କାର୍ଡ ଜବତ; ସରକାରୀ ଜମିର ଅବୈଧ କ୍ରୟ-ବିକ୍ରୟ ସମ୍ପର୍କିତ କାଗଜପତ୍ର ମଧ୍ୟ ଜବତ

କୋଲକାତା,୧୭।୫: ପଶ୍ଚିମବଙ୍ଗରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏଠାରେ, ଏକ ଟିଏମସି କାର୍ଯ୍ୟାଳୟରୁ ସରକାରୀ ଜମିର ଅବୈଧ କିଣାବିକା ସହିତ ଜଡିତ କାଗଜପତ୍ର ସହିତ ୧୦୦…

ମଦ ଉପରେ ଟିକସ ବ୍ୟବସ୍ଥାକୁ ପରିବର୍ତ୍ତନ କଲେ ସରକାର, କମିବ ଦର!

ବେଙ୍ଗାଲୁରୁ,୧୭।୫: ମଦକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । କର୍ଣ୍ଣାଟକ ସରକାର ମଦ ଉପରେ ଟିକସ ଆଦାୟ କରିବାର ପଦ୍ଧତିକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri