ଘାତକ ହେଉଛି ସହରାଞ୍ଚଳ ପ୍ରଦୂଷଣ

ଭୁବନେଶ୍ୱର,୧୪ା୧୧(ବ୍ୟୁରୋ): ବଡ଼ ବଡ ସହରରେ ନିଃଶ୍ୱାସପ୍ରଶ୍ୱାସ ନେବା ପ୍ରାଣଘାତକ ହେଲାଣି। ସହରାଞ୍ଚଳରେ ବିଶୁଦ୍ଧ ବାୟୁ ଟିକେ ପାଇବା କଷ୍ଟକର ହୋଇ ପଡ଼ିଲାଣି। ହୁ ହୁ ହୋଇ ମାଡ଼ି ଚାଲିଥିବା ମୋଟରଯାନ ସଂଖ୍ୟା ବୃଦ୍ଧି ସାଙ୍ଗକୁ ସବୁଜ ବଳୟ ନଷ୍ଟ ହେବାରେ ଲାଗିଥିବାରୁ ଯୋଗୁ ଶ୍ୱାସ ରୁନ୍ଧିଦେଲା ଭଳି ପରିସ୍ଥିତି ସୃଷ୍ଟି କଲାଣି। ରାଜଧାନୀ ଦିଲ୍ଲୀରେ ଅତ୍ୟଧିକ ବାୟୁ ପ୍ରଦୂଷଣ ସମଗ୍ର ଦେଶର ଚିନ୍ତା ବଢ଼ାଇ ଦେଇଛି । ପ୍ରଦୂଷଣ ମାତ୍ରା ଏତେ ବଢ଼ିଯାଇଛି ଯେ କେବଳ ଦିଲ୍ଲୀ ନୁହେଁ, ଦେଶର ୧୩୨ଟି ସହର ପ୍ରଦୂଷଣ ବିଷାକ୍ତ ବଳୟ ମଧ୍ୟକୁ ଚାଲିଯାଇଛି। ଓଡ଼ିଶାର ସହର ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହିଁ। ଯାନବାହନ, ଶିଳ୍ପାଞ୍ଚଳ, କଠିନ ବର୍ଜ୍ୟବସ୍ତୁ ପୋଡ଼ିବା ଯୋଗୁ ସହରାଞ୍ଚଳରେ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଉଛି। ଭୁବନେଶ୍ୱର ସମେତ କଟକ, ଅନୁଗୋଳ, ତାଳଚେର, ବାଲେଶ୍ୱର, ରାଉରକେଲା ଏବଂ କଳିଙ୍ଗ ନଗର ଆଦି ୭ଟି ସହର ପ୍ରଦୂଷଣ ଜ୍ୱାଳାରେ ଛଟପଟ ହେଉଛନ୍ତି। ସେଣ୍ଟର ଫର୍‌ ସାଇନ୍ସ ଆଣ୍ଡ ଏନ୍‌ଭାଇରନମେଣ୍ଟ ପକ୍ଷରୁ କରାଯାଇଥିବା ସର୍ଭେରୁ ଏଭଳି ତଥ୍ୟ ପଦାକୁ ଆସିଛି।

ସମଗ୍ର ଦେଶରେ ସହରାଞ୍ଚଳର ପରିବେଶକୁ ନେଇ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେଉ ନ ଥିବାରୁ ଗୋଟିଏ ପରେ ଗୋଟିଏ ସହର ପ୍ରଦୂଷଣ ବଳୟ ଭିତରକୁ ଚାଲିଯାଉଛି। ସାଧାରଣତଃ ବାୟୁରେ ୧୦ ମାଇକ୍ରନରୁ କମ୍‌ ଧୂଳିକଣା ଓ ପ୍ରଦୂଷିତ ଦ୍ରବ୍ୟ ସୀମିତ ରହିବା କଥା। ମାତ୍ର ଏହି ସହରାଞ୍ଚଳରେ ଏହାଠାରୁ ଯଥେଷ୍ଟ ଅଧିକ ରହିଛି। ମିଳିଥିବା ସୂଚନାନୁଯାୟୀ ଭୁବନେଶ୍ୱରରେ ବାୟୁ ପ୍ରଦୂଷଣ ହାର ୩୬ ପ୍ରତିଶତ ଅଧିକ ଥିବାବେଳେ ଅନୁଗୋଳ ୨୮, କଟକ ୨୭, ରାଉରକେଲା ୪୧ ଏବଂ ତାଳଚେରରେ ୪୫ ପ୍ରତିଶତ ରହିଛି ।

ଉକ୍ତ ସହରାଞ୍ଚଳରେ ପ୍ରଦୂଷଣ ମାତ୍ରାକୁ ହ୍ରାସ କରିବା ପାଇଁ ଏକ ଦୀର୍ଘମିଆଦୀ ଯୋଜନା ପ୍ରସ୍ତୁତ କରିବାକୁ ଏନ୍‌ଜିଟି କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅଧିକ ପ୍ରଦୂଷିତ ସହରଗୁଡ଼ିକର ପ୍ରଦୂଷଣ ହ୍ରାସ କରିବା ପାଇଁ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ପରାମର୍ଶ ଦେଇଥିଲା। ଉକ୍ତ ସହରାଞ୍ଚଳଗୁଡ଼ିକର ବାୟୁ ପ୍ରଦୂଷଣ ମାତ୍ରା କିପରି ହ୍ରାସ କରାଯାଇପାରିବ ସେ ନେଇ ରାଜ୍ୟ ସରକାର ଏକ ସମନ୍ବିତ ସ୍ବଚ୍ଛ ବାୟୁ ଆକ୍ସନ ପ୍ଲାନ (କମ୍ପ୍ରିହେନସିଭ କ୍ଲିନ୍‌ ଏୟାର ଆକ୍ସନ ପ୍ଲାନ) ପ୍ରସ୍ତୁତ କରିଛନ୍ତି। ଏଥିରେ ରାଜ୍ୟ ପରିବହନ ବିଭାଗ, ଶିଳ୍ପ, କୃଷି, ଖଣି ଓ ଇସ୍ପାତ, ଗୃହନିର୍ମାଣ ଓ ନଗର ଉନ୍ନୟନ ଭଳି ଅନ୍ୟାନ୍ୟ ବିଭାଗକୁ ସାମିଲ କରାଯାଇଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆକ୍ସନ ପ୍ଲାନ କାର୍ଯ୍ୟକାରୀ କରିବା ପାଇଁ ନୋଡାଲ ଏଜେନ୍ସି ଭାବେ ଦାୟିତ୍ୱ ତୁଲାଇବ। ସିପିସିବି ଦ୍ୱାରା ଏହାକୁ ଅନୁମୋଦନ କରାଯାଇଛି।

ପ୍ରଦୂଷିତ ବାୟୁମଣ୍ଡଳକୁ ସାମାନ୍ୟ ସ୍ତରକୁ ଆଣିବା ପାଇଁ ଶିଳ୍ପାଞ୍ଚଳ ଓ ଯାନବାହନଜନିତ ପ୍ରଦୂଷଣ ରୋକିବା ଉପରେ ଗୁରୁତ୍ୱ ଦିଆଯାଇଛି। ଏଥିସହିତ ସହରାଞ୍ଚଳ ନିକଟରେ ଥିବା ଅତି ପ୍ରଦୂଷିତ ଶିଳ୍ପାନୁଷ୍ଠାନଗୁଡ଼ିକୁ ସ୍ଥାନାନ୍ତର କରିବା, ସର୍ବସାଧାରଣ ପରିବହନ ସେବାରେ ସଂସ୍କାର  ଆଣିବା ଉପରେ ଯଥେଷ୍ଟ ଧ୍ୟାନ ଦିଆଯାଇଛି। ଯାନବାହନରୁ ବାହାରୁଥିବା ଧୂଆଁ, ବର୍ଜ୍ୟବସ୍ତୁ ପରିଚାଳନା, କୋଠାବାଡ଼ି ନିର୍ମାଣ ଯୋଗୁ ହେଉଥିବା ପ୍ରଦୂଷଣ ଇତ୍ୟାଦିକୁ ରୋକିବା ଲାଗି ପଦକ୍ଷେପ ନିଆଯିବାକୁ ବ୍ୟବସ୍ଥା ହୋଇଛି। ରାଉରକେଲା, ତାଳଚେର ଏବଂ ଅନୁଗୋଳ ଶିଳ୍ପାଞ୍ଚଳ ସହର। ସେଠାରେ ଶିଳ୍ପଭିତ୍ତିକ ପ୍ରଦୂଷଣ ରୋକିବା ଏକ ବଡ଼ ଆହ୍ବାନ। ସେହିସବୁ ସହରରେ ପିଏମ୍‌ (ପାର୍ଟିକୁଲେଟ ମ୍ୟାଟର)-୧୦ ରହିଛି। ଏହାକୁ ୧୪ରୁ ୧୫ ପ୍ରତିଶତ ହ୍ରାସ କରିବାକୁ ପଡ଼ିବ। ସେହିପରି ଭୁବନେଶ୍ୱର, କଟକ ଓ ବାଲେଶ୍ୱରରେ ବାୟୁ ପ୍ରଦୂଷଣ ପିଏମ୍‌-୧୦କୁ ୨୭ରୁ ୩୬ ପ୍ରତିଶତକୁ ହ୍ରାସ କରିବା ନେଇ ଆକ୍ସନ ପ୍ଲାନ୍‌ରେ ପରାମର୍ଶ ଦିଆଯାଇଛି। ଓଡ଼ିଶାରେ ଥିବା ସହରଗୁଡିକ ପ୍ରଦୂଷଣ ହାର ସେତେଟା ଚିନ୍ତାଜନକ ନୁହେଁ। କେତେକ ସହରରେ ପ୍ରଦୂଷଣ ହାର ସାମାନ୍ୟ ଅଧିକ ରହୁଛି। ସେଥିପାଇଁ କ୍ଲିନ୍‌ ଏୟାର ଆକ୍ସନ ପ୍ଲାନ୍‌ ଏବଂ ମାଇକ୍ରୋ ପ୍ଲାନ୍‌ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଉମରକୋଟରେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କଲା ପୋଲିସ

ଭୁବନେଶ୍ବର, ୨୬।୪: ଉମରକୋଟରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି ମାଜିଷ୍ଟ୍ରେଟ ଓ ପୋଲିସ। ପ୍ରଚାର ପାଇଁ ଯାଇଥିବା ବେଳେ ହେଲିକପ୍ଟର ହୋଇଛି।...

ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା। ଶୁକ୍ରବାର ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭୁବନେଶ୍ୱର,୨୬।୪: ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆସନ୍ତା ୨୮ ତାରିଖରେ ନଡ୍ଡା ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ନଡ୍ଡାଙ୍କ ଗସ୍ତକୁ ନେଇ...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

ଦଳ ବିରୋଧୀ କାର୍ଯ୍ୟ କରିବା ପଡ଼ିଲା ମହଙ୍ଗା, ଯୁବ କଂଗ୍ରେସର ୨ ନେତା ପଦରୁ ନିଲମ୍ବିତ

ଭୁବନେଶ୍ୱର,୨୬।୪: ଦଳ ବିରୋଧୀ କାର୍ଯ୍ୟ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ। ଯୁବ କଂଗ୍ରେସର ୨ ନେତାଙ୍କୁ ପଦରୁ ନିଲମ୍ବନ କରାଯାଇଛି। ସା. ସମ୍ପାଦକ ପଦରୁ...

ସୁରେଶ ପୂଜାରୀଙ୍କ ଘର ପରିସରରେ ଡ୍ରୋନ୍‌ ଖସିବା ଘଟଣା: ହେଲା ବଡ଼ ଖୁଲାସା

ଭୁବନେଶ୍ୱର,୨୬।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିପଡିଥିବା ଡ୍ରୋନ୍‌କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାହା ବନ ବିଭାଗର ବୋଲି ଜଣାପଡିଛି। ଏନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri