ସ୍ବାମୀଙ୍କ ମୃତ୍ୟୁ ଖବର ପାଇ ଚାଲିଗଲେ ସ୍ତ୍ରୀ: ଗୋଟିଏ ଜୁଇରେ ଜଳିଲେ ଦମ୍ପତି

ବରଗଡ଼ ଅଫିସ୍‌,୧୯।୫: ବରଗଡ଼ ଜିଲା ଭେଡ଼େନ ବ୍ଲକ ଅଧୀନ ଚିଚିଣ୍ଡା ଗ୍ରାମରେ ବୁଧବାର ଏକ ଦୁଃଖଦ ଘଟଣା ଘଟିଛି। ସ୍ବାମୀଙ୍କ ମୃତ୍ୟୁର ୫ମିନିଟ୍‌ ପରେ ହୃଦଘାତରେ ଚାଲିଯାଇଛି ସ୍ତ୍ରୀଙ୍କ ଜୀବନ। ମୃତକ ହେଲେ ଉକ୍ତ ଗ୍ରାମର ଗିରିଧାରୀ ମେହେର(୫୦) ଏବଂ ତାଙ୍କର ସ୍ତ୍ରୀ କ୍ଷୀରବତୀ(୪୮)। ଭେଡ଼େନ କୋଭିଡ୍‌ ସ୍ବର୍ଗଦ୍ୱାରର ଗୋଟିଏ ଜୁଇରେ ଦମ୍ପତିଙ୍କ ଅନ୍ତିମ ସତ୍କାର କରାଯାଇଛି । ଘଟଣାଟି ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରି ଦେଇଛି।

ଗିରିଧାରୀ ଦିନକ ପୂର୍ବରୁ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇ ସଙ୍ଗରୋଧରେ ରହିଥିଲେ। ବୁଧବାର ପୂର୍ବାହ୍ନ ୧୧ଟାରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା। ପରିବାର ଲୋକେ ଚିକିତ୍ସା ପାଇଁ ତାଙ୍କୁ ଭେଡ଼େନ ସ୍ବାସ୍ଥ୍ୟକେନ୍ଦ୍ର ନେଉଥିଲେ। ହେଲେ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିବା ପୂର୍ବରୁ ତାଙ୍କର ଜୀବନ ଚାଲିଯାଇଥିଲା। ଅନ୍ୟପକ୍ଷେ ସ୍ବାମୀଙ୍କ ମୃତ୍ୟୁ ଖବର ପାଇ ସ୍ତ୍ରୀ କ୍ଷୀରବତୀଙ୍କ ହୃଦ୍‌ଘାତରେ ମୃତ୍ୟୁ ଘଟିଥିବା ପରିବାର ଲୋକେ କହିଛନ୍ତି। ସ୍ଥାନୀୟ ସ୍ବେଚ୍ଛାସେବୀ ସଂଗଠନ ଭରସା ପରିବାରର ଟୁକୁ ଦୁଆରି, ହୀରା ମହାକୁର, ତହସିଲଦାର ଅନୀଲ ହୋତା, ବିଡ଼ିଓ ରଘୁନାଥ ପାଣିଗ୍ରାହୀ, ସରପଞ୍ଚ ସୁଶାନ୍ତ ପ୍ରଧାନ, ସମିତିସଭ୍ୟ ମୁକେଶ ସାହୁ ପ୍ରମୁଖ ଅନ୍ତିମ ସତ୍କାର ସମୟରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଟକଣା ଭାଙ୍ଗିଲେ କାର୍ଯ୍ୟାନୁଷ୍ଠାନ

ଢେଙ୍କାନାଳ ଅଫିସ, ୧୭।୪ ଭୟଙ୍କର ରୂପ ନେଇ ବାହୁଡ଼ିଛି କରୋନା। ଦେଶ ତଥା ରାଜ୍ୟରେ ସଂକ୍ରମଣ ମାମଲା ରେକର୍ଡ ଭାଙ୍ଗୁଛି। ଦ୍ୱିତୀୟ ଲହରିର ମୁକାବିଲା କରିବାକୁ...

CORONAVIRUS BREAKING: ଆଉ ୧୦ ନୂଆ ପଜିଟିଭ୍‌ ଚିହ୍ନଟ; ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୩୬୨କୁ ବୃଦ୍ଧି

ଭୁବନେଶ୍ୱର,୧୦।୫(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବୃଦ୍ଧି ପାଇଛି। ରବିବାର ଅପରାହ୍ନରେ ଆଉ ୧୦ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଣୁ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା...

କଲରାପତରିଆ ବାଘ ଚମଡ଼ା ଜବତ, ୫ ଗିରଫ

ବାରିପଦା ଅଫିସ/ବିଶୋଇ, ୨୦।୧୦(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟକୁ ଟାର୍ଗେଟ କରିଛନ୍ତି ବାଘଛାଲ ବେପାରୀ। ଶିମିଳିପାଳ ପାଦଦେଶରେ ମଙ୍ଗଳବାର କଲରାପତରିଆ ବାଘଚମଡା ବିକ୍ରି ନିମନ୍ତେ ଡିଲ୍‌ ଚାଲିଥିବା...

ଛତୁଆରେ ଅପମିଶ୍ରଣ ନେଇ ଅସନ୍ତୋଷ

ସାରସକଣା,୨।୧୦ (ଡି.ଏନ.ଏ.): ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ଅଧୀନ ପୋଖରିଡିହା ପଞ୍ଚାୟତରେ ଥିବା ଅଙ୍ଗନଓ୍ବାଡି କେନ୍ଦ୍ରକୁ ବଣ୍ଟନ ପାଇଁ ଆସୁଥିବା ଛତୁଆରେ ଅପମିଶ୍ରଣ ନେଇ ଅସନ୍ତୋଷ...

୨୫୪ ବିଜୁ ସେତୁ ଅଧାପନ୍ତରିଆ

ଯାଜପୁର ଅଫିସ,୧।୨: ଗ୍ରାମାଞ୍ଚଳ ତଥା ଦୁର୍ଗମ ଅଞ୍ଚଳର ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ୨୦୧୧ ଅକ୍ଟୋବରରୁ ବିଜୁ ସେତୁ ଯୋଜନା କାର୍ଯ୍ୟକାରୀ କରାଯାଇଛି। ଏଥିପାଇଁ...

ସ୍ବାଭିମାନ ଅଞ୍ଚଳରେ ସରିଲାଣି ୯୦ କିମି ମାଟି, ୨୦ କିମି ପିଚୁ

ମାଲକାନଗିରି,୬|୩ (ଡି.ଏନ୍‌.ଏ.) – ମାଲକାନଗିରି ଜିଲା ସ୍ବାଭିମାନ ଅଞ୍ଚଳରେ କାର୍ଯ୍ୟ କରୁଥିବା ଜଣେ କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ କୁମାର ବେହେରାଙ୍କୁ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ...

ସୋନପୁର, ବୌଦ୍ଧରେ ଶୁଭାରମ୍ଭ ହେବ ବିଜୁ ସ୍ମାର୍ଟ ହେଲ୍‌ଥ କାର୍ଡ

ଭୁବନେଶ୍ବର,୨୫।୧୧(ବ୍ୟୁରୋ): ସ୍ବାସ୍ଥ୍ୟ କ୍ଷେତ୍ରକୁ ସୁଦୃଢ ପାଇଁ ରାଜ୍ୟ ସରକାର ରାଜ୍ୟରେ ସ୍ମାର୍ଟ ହେଲ୍‌ଥ କାର୍ଡର ଶୁଭାରମ୍ଭ କରିଛନ୍ତି। ଅନେକ ଜିଲାରେ ଲୋକଙ୍କୁ ସ୍ମାର୍ଟ ହେଲ୍‌ଥ କାର୍ଡ...

କଲଣ ବଜାର ମୁଖ୍ୟ ରାସ୍ତା ତାଡ଼ି ଦେଲେ

ରସୁଲପୁର,୧୫ା୧୧(ଡି.ଏନ.ଏ.): ରସୁଲପୁର ବ୍ଲକ ଅନ୍ତର୍ଗତ କଲଣ ବଜାର ମୁଖ୍ୟରାସ୍ତା ପିଚୁକୁ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ କରୁଥିବା କମ୍ପାନୀର ଠିକାଦର ତାଡ଼ି ଦେଇଛନ୍ତି। ଫଳରେ...

Advertisement
Archives

Model This Week