ସ୍ୱାମପାଟଣା ଆଞ୍ଚଳିକ ମହାବିଦ୍ୟାଳୟରେ ୬ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଆର୍ଥିକ ଅନିୟମିତତା: ପୂର୍ବତନ ଅଧ୍ୟକ୍ଷଙ୍କ କାର୍ଯ୍ୟକାଳର ଯାଞ୍ଚ ଆରମ୍ଭ

ପାଟଣା,୪ା୧୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟସ୍ଥିତ ସ୍ୱାମପାଟଣା ଆଞ୍ଚଳିକ ମହାବିଦ୍ୟାଳୟରେ ହୋଇଥିବା ବ୍ୟାପକ ଆର୍ଥିକ ହେରଫେର ଅଭିଯୋଗର ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ବିରେନ୍ଦ୍ରକୁମାର ସାହୁଙ୍କ ଗତ ୫ ବର୍ଷର କାର୍ଯ୍ୟକାଳ ମଧ୍ୟରେ ୬ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଆର୍ଥିକ ଅନିୟମିତତା ହୋଇଥିବା ଅଭିଯୋଗ ଉପରେ ବୁଧବାରରୁ ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଏହି ମହାବିଦ୍ୟାଳୟରେ ହୋଇଥିବା ଦୁର୍ନୀତି ନେଇ ପ୍ରଥମେ ସ୍ଥାନୀୟ ଲୋକେ କେନ୍ଦୁଝର ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରି ତଦନ୍ତ ଦାବି କରିଥିଲେ। ପରବର୍ତ୍ତୀ ସମୟରେ ଗତ ସେପ୍ଟେମ୍ବର ୫ ତାରିଖରେ ‘ଧରିତ୍ରୀ’ ଖବରକାଗଜରେ ‘୬ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର’ ଶୀର୍ଷକ ଖବର ସହ ଅନ୍ୟାନ୍ୟ ପ୍ରମୁଖ ଗଣମାଧ୍ୟମରେ ଏହି ଘଟଣା ପ୍ରକାଶ ପାଇଥିଲା। ଏହାକୁ ଆଧାର କରି କଂଗ୍ରେସର ବରିଷ୍ଠ ନେତା ଥତା ପୂର୍ବତନ ଲୋକସଭା ପ୍ରାର୍ଥୀ ଇଂ ବିନୋଦ ବିହାରୀ ନାଏକ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ଅଭିଯୋଗ କରିଥିଲେ।

ଅଭିଯୋଗକୁ ଗାମ୍ଭୀର୍ଯ୍ୟର ସହ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶକ୍ରମେ କେନ୍ଦୁଝର ସରକାରୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଚିତ୍ତରଞ୍ଜନ ସାହୁଙ୍କ ନେତୃତ୍ୱରେ ୪ ଜଣିଆ ବିଶେଷଜ୍ଞ ଦଳ ଗଠନ କରାଯାଇ ତଦନ୍ତ ପ୍ରକ୍ରିୟା ଜାରି ରହିଛି।

ମହାବିଦ୍ୟାଳୟର ସମସ୍ତ ପାସ୍‌ବୁକ୍‌, କ୍ୟାସ୍‌ବୁକ୍‌ ଓ ଆକାଉଣ୍ଟ ଡିଟେଲ୍‌କୁ ଯାଞ୍ଚ ପରିସରଭୁକ୍ତ କରାଯାଇଛି। ଏହି ତଦନ୍ତ ସମୟରେ ନୂତନ ଅଧ୍ୟକ୍ଷ ଜଗନ୍ନାଥ ମହାନ୍ତଙ୍କ ସମେତ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ଅମଲାମାନେ ପୂର୍ଣ୍ଣ ସହଯୋଗ କରୁଥିବା ତଦନ୍ତକାରୀ ଦଳ ପକ୍ଷରୁ ସୂଚନା ମିଳିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଡଲାବାଡ଼ିକୁ ପାନୀୟ ଜଳ ଯୋଗାଣ ଦାବିରେ ଏକାଠି ହେଲେ ଗ୍ରାମବାସୀ, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି କହିଲେ…

ଦାରିଙ୍ଗବାଡ଼ି,୪ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଡଲାବାଡ଼ି ଗ୍ରାମରେ ସୋଲାର ଚାଳିତ ବୋରିଂ ଓ ପାଣି ଟାଙ୍କି ନିର୍ମାଣ କରି ପ୍ରତ୍ୟେକ ଘରକୁ ପାଇପ୍‌ ଯୋଗେ…

ଆସୁଛି ଦୀପାବଳି: ଜନବସତି ଭିତରେ ବେଆଇନ ବାଣ କାରଖାନା, ପ୍ରଶାସନିକ ଅନୁମତି ବିନା ଚାଲିଛି ବାଣ ଭିଡ଼ା

ମହାକାଳପଡ଼ା,୪ା୧୧(ପ୍ରତାପ ): ଆସୁଛି ଆଲୋକର ପର୍ବ ଦୀପାବଳି। ଖୁସି ଓ ଉତ୍ସାହର ଏହି ପରିବେଶ ଭିତରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳ ଅଞ୍ଚଳରେ ଚିନ୍ତାଜନକ ସ୍ଥିତି…

ନାଳ ସ୍ରୋତରେ ଭାସିଯାଇ ନିଖୋଜ ହୋଇଯାଇଥିଲେ, ଦୁଇ ଦିନ ପରେ ବ୍ୟକ୍ତିଙ୍କ ମୃତଦେହ ଆନ୍ଧ୍ରପ୍ରଦେଶରୁ ଉଦ୍ଧାର

ପାତ୍ରପୁର,୪।୧୧(ଉମା ଚରଣ ନେପାକ): ଜରଡ଼ା ଥାନା ଅନ୍ତର୍ଗତ ସବରଦେଇପେଟା ଗ୍ରାମର ଜଣେ ବ୍ୟକ୍ତି ନିଖୋଜ ହେବାର ଦୁଇ ଦିନ ପରେ ତାଙ୍କର ମୃତଦେହ ପଡ଼ୋଶୀ ଆନ୍ଧ୍ରପ୍ରଦେଶର ଏକ…

୩ଟି ଦାମୀ କାର୍‌ରୁ ୬୭ କେଜିରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ, ୬ ଗିରଫ

ଖୋର୍ଦ୍ଧା, ୪।୧୧ (ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ସଦର ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ଗଞ୍ଜେଇ ଚାଲାଣ ବିରୋଧରେ ଚଢ଼ାଉ କରି ପୋଲିସ ୩ଟି ଦାମୀ କାର୍‌ରୁ…

ମାଲକାନଗିରିରେ ଲଗାଣ ବର୍ଷାର କୋପ: ପୁରୀଗୁଡ଼ା ପାହାଡ଼ରୁ ଖସିଲା ବଡ଼ ବଡ଼ ପଥର, ଭୟଭୀତ ଗ୍ରାମବାସୀ

ମାଲକାନଗିରି,୪।୧୧(ଦୁର୍ଯ୍ୟୋଧନ ପାତ୍ର): ଲଗାଣ ବର୍ଷାର ପ୍ରଭାବରେ ମାଲକାନଗିରି ଜିଲାର ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଭଳି ପ୍ରାକୃତିକ ବିପତ୍ତିର ଆଶଙ୍କା ସୃଷ୍ଟି ହୋଇଛି। ଜିଲାର ମାଥିଲି ବ୍ଲକ ଅନ୍ତର୍ଗତ…

ଉଦଳାରେ ଇଡିର ବଡ଼ଧରଣର ଚଢ଼ାଉ: ୭୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ଅଭିଯୋଗରେ ଟ୍ରେଡିଂ କମ୍ପାନୀ ମୁଖ୍ୟଙ୍କ ଘରେ ଯାଞ୍ଚ

ଉଦଳା, ୪।୧୧(ସନ୍ତୋଷ ବାଛିନୀ): ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଅନ୍ତର୍ଗତ ବିଶୋଳ ଗ୍ରାମରେ ବୁଧବାର ସକାଳୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଏକ ସ୍ୱତନ୍ତ୍ର ଟିମ୍‌ ବଡ଼ଧରଣର ଚଢ଼ାଉ…

ଡୁଙ୍ଗୁରୀରେ ବେଆଇନ ମଦ ବିକ୍ରିକୁ ନେଇ ତାତି: ଥାନା ଘେରିଲେ ମହିଳା

ଅମରପାଲି, ୩।୧୧ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ଜଟେସିଂହା ପଞ୍ଚାୟତର ଡୁଙ୍ଗୁରୀ ଗ୍ରାମରେ ବେଆଇନ ମଦ ବିକ୍ରିକୁ ନେଇ ଅସନ୍ତୋଷ ତୀବ୍ର ହୋଇଛି।…

ପର୍ଯ୍ୟଟକଙ୍କ ପାଇଁ ଖୁସିଖବର: ଖୋଲିଲା କୁଲଡିହା ଅଭୟାରଣ୍ୟ

ନୀଳଗିରି, ୪।୧୧ (ପ୍ରଶାନ୍ତ କୁମାର ବିଶ୍ୱାଳ): ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକଙ୍କ ଅପେକ୍ଷାର ଅନ୍ତ ଘଟିଛି। ବୁଧବାରଠାରୁ ୨୦୨୬-୨୭ ପର୍ଯ୍ୟଟନ ଋତୁ ପାଇଁ ଖୋଲିଛି କୁଲଡିହା ଅଭୟାରଣ୍ୟ। ପ୍ରଥମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?