UPI ନା Cash, କେଉଁଥରେ ଟଙ୍କା ଅଧିକ ସଞ୍ଚୟ ହୁଏ? ସତ ଜାଣିଲେ ତାଜୁବ ହେବେ…

ନୂଆଦିଲ୍ଲୀ,୧୬।୯: ଭାରତୀୟ ଡିଜିଟାଲ ଅର୍ଥନୀତିରେ ଆଜିକାଲି UPIକୁ ନେଇ ଏକ ନୂଆ ବିତର୍କ ଓ ବିବାଦ ଦେଖାଦେଇଛି। କେନ୍ଦ୍ର ସରକାର ଏବଂ NPCI ଦ୍ୱାରା ୨୦୦୦ ଟଙ୍କାରୁ ଅଧିକ ମର୍ଚାଣ୍ଟ କାରବାର ଉପରେ ୦.୪% ମର୍ଚାଣ୍ଟ ଡିସକାଉଣ୍ଟ ରେଟ (MDR) ଲାଗୁ କରିବାର ନୂଆ ବିଜ୍ଞପ୍ତି ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ସରକାର ସ୍ପଷ୍ଟ କରିଛନ୍ତି ଯେ ସାଧାରଣ ଗ୍ରାହକଙ୍କଠାରୁ କୌଣସି ଶୁଳ୍କ ଆଦାୟ କରାଯିବ ନାହିଁ ଏବଂ ଏହି ଫି କେବଳ ବ୍ୟବସାୟୀଙ୍କ ଉପରେ ଲାଗୁ ହେବ, ତଥାପି ବିରୋଧୀ ଓ ସାଧାରଣ ଜନତାଙ୍କ ମଧ୍ୟରେ ଏହାକୁ ନେଇ ବଡ଼ ଧରଣର ଦ୍ୱନ୍ଦ୍ୱ ଲାଗି ରହିଛି।

ଏହି ବଡ଼ ବିବାଦ ମଧ୍ୟରେ ଲୋକଙ୍କ ମନରେ ପୁଣି ଏକ ମୌଳିକ ପ୍ରଶ୍ନ ଉଠିଛି ଯେ ବାସ୍ତବରେ ପକେଟ ବଜେଟ ଦୃଷ୍ଟିକୋଣରୁ ଆମ ପାଇଁ କେଉଁଟି ସର୍ୱୋତ୍ତମ? ଡିଜିଟାଲ UPI ନା ପକେଟରେ ଥିବା ନଗଦ ଟଙ୍କା (କ୍ୟାଶ), ଉଭୟଙ୍କ ମଧ୍ୟରୁ କେଉଁ ମାଧ୍ୟମରେ ମଣିଷ ପ୍ରକୃତରେ ଅଧିକ ଟଙ୍କା ସଞ୍ଚୟ କରିପାରିବ?

UPI ମାଧ୍ୟମରେ ଦେୟ ପ୍ରଦାନ କରିବାର ସବୁଠାରୁ ବଡ଼ ଲାଭ ହେଉଛି ପ୍ରତ୍ୟେକ କାରବାରର ଏକ ଡିଜିଟାଲ ରେକର୍ଡ ରହିଯାଏ। ଆପ୍‌ରେ ପେମେଣ୍ଟ ହିଷ୍ଟ୍ରି ଦେଖି ଟଙ୍କା କେଉଁଠି କେଉଁଠି ଖର୍ଚ୍ଚ ହେଲା ତାହା ସହଜରେ ଜାଣିହୁଏ; ଅନ୍ୟପକ୍ଷରେ ନଗଦ ଟଙ୍କାରେ କାରବାର କଲେ ଛୋଟ ଛୋଟ ଖର୍ଚ୍ଚର ହିସାବ ରଖିବା କଷ୍ଟକର ହୋଇପଡ଼େ। ଅନେକ ସମୟରେ ଲୋକେ ପକେଟରେ ଥିବା କ୍ୟାଶ ଯୋଗୁଁ ବିନା ଭାବିଚିନ୍ତି ଖର୍ଚ୍ଚ କରିପକାନ୍ତି। କାରଣ ହାତରୁ ନୋଟ ଚାଲିଯିବାର ଅନୁଭବ ଖର୍ଚ୍ଚକୁ ବାସ୍ତବରେ ଅନୁଭୂତ କରାଇଥାଏ, ଅଥଚ UPIରେ କେବଳ ଗୋଟିଏ କ୍ଲିକରେ ଟଙ୍କା ପଠାଯାଇପାରେ ଏବଂ ଏହି ଅଭ୍ୟାସ ଅତ୍ୟଧିକ ଖର୍ଚ୍ଚ (ଓଭରସ୍ପେଣ୍ଡିଂ)ର କାରଣ ମଧ୍ୟ ପାଲଟିପାରେ।

ଅନେକ ଆର୍ଥିକ ବିଶେଷଜ୍ଞ ମାନନ୍ତି ଯେ ନଗଦ ଟଙ୍କାରେ ଦେୟ ପ୍ରଦାନ କରିବା ଦ୍ୱାରା ସଞ୍ଚୟ କରିବାର ଅଭ୍ୟାସ ଅଧିକ ଭଲ ହୋଇଥାଏ, କାରଣ ହାତରେ ଥିବା ନୋଟ ସରିଯାଉଥିବା ଦେଖି ମସ୍ତିଷ୍କ ଆପେ ଆପେ ଖର୍ଚ୍ଚ କମାଇବାକୁ ଚେଷ୍ଟା କରେ। ଏହାକୁ ‘କ୍ୟାଶ ଏନଭଲପ ବଜେଟିଂ’ ପଦ୍ଧତି ମଧ୍ୟ କୁହାଯାଏ, ଯେଉଁଥିରେ ପ୍ରତି ମାସରେ ଭିନ୍ନ ଭିନ୍ନ ଖର୍ଚ୍ଚ ପାଇଁ ର୍ନିଦ୍ଦିଷ୍ଟ ପରିମାଣର ଟଙ୍କା ଅଲଗା ରଖାଯାଏ ଏବଂ ସେତିକି ଟଙ୍କା ମଧ୍ୟରେ ହିଁ ଚଳିବାକୁ ପଡ଼ିଥାଏ। ଏହି ଉପାୟ ଦ୍ୱାରା ‘ଇମ୍ପଲ୍ସ ବାଇଙ୍ଗ’ ଅର୍ଥାତ ଅନାବଶ୍ୟକ କିଣାକିଣି ଅଭ୍ୟାସ ଉପରେ ରୋକ ଲାଗିଥାଏ, ଯାହା UPI ତୁଳନାରେ ନଗଦରେ ଅଧିକ ସହଜରେ ନିୟନ୍ତ୍ରଣ କରାଯାଇପାରେ।

ଦୈନନ୍ଦିନ ଛୋଟ ଖର୍ଚ୍ଚ ଯେପରିକି ପନିପରିବା, ଅଟୋ ଭଡ଼ା କିମ୍ୱା ଚା’-ଜଳଖିଆ ପାଇଁ UPI ବେଶ ସୁବିଧାଜନକ, କାରଣ ଏଥିରେ ଖୁଚୁରା ପଇସାର ଝଞ୍ଜଟ ନ ଥାଏ ଏବଂ ସଠିକ ପରିମାଣର ଟଙ୍କା ସିଧାସଳଖ ଟ୍ରାନ୍ସଫର ହୋଇଯାଏ। ଅନ୍ୟପକ୍ଷରେ ବଡ଼ ଧରଣର କିଣାକିଣି କିମ୍ୱା ମାସିକ ବଜେଟ ନିୟନ୍ତ୍ରଣ କରିବା ପାଇଁ ନଗଦ ଆଧାରିତ ବଜେଟିଂ ଅଧିକ ଫଳପ୍ରଦ ବିବେଚିତ ହୁଏ, କାରଣ ଏଥିରେ ଖର୍ଚ୍ଚର ଏକ ସୀମା ପୂର୍ୱରୁ ହିଁ ର୍ନିଦ୍ଧାରିତ ଥାଏ। ଅର୍ଥାତ ସଞ୍ଚୟ ଦୃଷ୍ଟିକୋଣରୁ ଦୁଇଟି ଯାକ ଉପାୟର ନିଜସୱ ଲାଭ ରହିଛି, ଏବଂ ଏହା ସମ୍ପୂର୍ଣ୍ଣ ରୂପେ ନିର୍ଭର କରେ ଯେ ବ୍ୟକ୍ତି କେଉଁ ପ୍ରକାରର ଖର୍ଚ୍ଚକୁ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪ ପୌର ନିଗମରେ ଭାଜପା ବିଜୟୀ

ଜୟପୁର,୧୬ା୯: ରାଜସ୍ଥାନ ପୌର ନିର୍ବାଚନରେ ଶାସକ ଭାଜପା ୧୦ଟି ପୌର ନିଗମ ମଧ୍ୟରୁ ୪ଟିରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏଥିସହିତ ଶାସକ ଦଳ ୪,୧୭୯ଟି ଓ୍ବାର୍ଡ…

ପାକିସ୍ତାନରେ ହାହାକାର: ହେବ ଲକଡାଉନ୍‌! ଜାଣନ୍ତୁ କାହିଁକି…

ଇସଲାମାବାଦ,୧୬।୯: ପାକିସ୍ତାନୀ ମିଡିଆ ରିପୋର୍ଟ ଅନୁସାରେ, ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଇନ୍ଧନ ବ୍ୟବହାର ଓ ଯାତାୟାତ କମାଇବା ନେଇ ଅନେକ ବିକଳ୍ପ ଉପରେ…

ସାବଧାନ! ଗୋରା ହେବା ଚକ୍କରରେ ନଷ୍ଟ ହୋଇପାରେ ସୌନ୍ଦର୍ଯ୍ୟ, ପାକିସ୍ତାନର ଏହି କ୍ରିମ୍‌କୁ ବ୍ୟାନ୍‌ କଲା ଭାରତ

ନୂଆଦିଲ୍ଲୀ,୧୬ା୯: କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ (CDSCO) ସମ୍ପ୍ରତି ପାକିସ୍ତାନରୁ ଉତ୍ପନ୍ନ ଅନଧିକୃତ କସ୍‌ମେଟିକ ଉତ୍ପାଦ ବିକ୍ରୟ ସମ୍ପର୍କରେ ଏକ ସତର୍କତା ଜାରି କରିଛି। ନୋଟିସ୍‌ରେ…

ବିଶ୍ୱକର୍ମା ପୂଜାଠୁ ଏହି ୩ ରାଶି ରୁହନ୍ତୁ ସତର୍କ: ସୂର୍ଯ୍ୟଙ୍କ ଗୋଚର କରିଦେବ କାଙ୍ଗାଳ, ପାଖରୁ ପଳାଇବ ସବୁ ଟଙ୍କା!

ବୈଦିକ ଜ୍ୟୋତିଷ ଅନୁସାରେ ଆସନ୍ତା ୧୭ ସେପ୍ଟେମ୍ବରରେ ସୂର୍ଯ୍ୟଦେବ କନ୍ୟା ରାଶିରେ ପ୍ରବେଶ କରିବେ। ଜ୍ୟୋତିଷରେ ସୂର୍ଯ୍ୟଙ୍କୁ ଆତ୍ମବିଶ୍ୱାସ, ଅଧିକାର, କ୍ୟାରିୟର, ମାନ-ସମ୍ମାନ ଏବଂ ବରିଷ୍ଠ ବ୍ୟକ୍ତିଙ୍କ…

ଆରବ ସାଗରରେ ଭାରତ-ପାକିସ୍ତାନ ମଧ୍ୟରେ ମହାଭାରତ! ପାକିସ୍ତାନୀ କୂଟନୀତିଜ୍ଞଙ୍କୁ ଜବାବ ମାଗିଲା ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୬।୯: ପାକିସ୍ତାନୀ ନୌସେନା ଜାହାଜ ଏବଂ ଭାରତୀୟ ନୌସେନା ୟୁନିଟ ମଧ୍ୟରେ ହୋଇଥିବା ଧକ୍କାକୁ ନେଇ ଭାରତ ପାକିସ୍ତାନ ନିକଟରେ ଦୃଢ଼ ପ୍ରତିବାଦ ଜଣାଇଛି। ନୂଆଦିଲ୍ଲୀରେ, ବୈଦେଶିକ…

UPI Charges: ଦୋକାନୀମାନଙ୍କୁ ସେମାନଙ୍କର UPI ସ୍କାନର୍‌ ଏବଂ ସାଉଣ୍ଡବକ୍ସ ବଦଳାଇବାକୁ ପଡ଼ିବ? ଜାଣନ୍ତୁ କ’ଣ କହୁଛି ନିୟମ

ନୂଆଦିଲ୍ଲୀ,୧୬।୯: ନ୍ୟାସନାଲ ପେମେଣ୍ଟସ କର୍ପୋରେଶନ ଅଫ ଇଣ୍ଡିଆ (NPCI) ୨,୦୦୦ ଟଙ୍କାରୁ ଅଧିକ ମୂଲ୍ୟର କାରବାର ଉପରେ ‘ମର୍ଚାଣ୍ଟ ଡିସକାଉଣ୍ଟ ରେଟ’ (MDR)ଯାହା ମୁଖ୍ୟତଃ ଏକ UPI…

ଅଭିନୟରୁ ସନ୍ୟାସ ନେବେ ଅମିତାଭ ବଚ୍ଚନ! ମୁହଁ ଖୋଲିଲେ ୮୩ ବର୍ଷିୟ ଅଭିନେତା

ମୁମ୍ବାଇ,୧୬।୯: ଅମିତାଭ ବଚ୍ଚନ ହିନ୍ଦୀ ସିନେମାର ‘ମେଗାଷ୍ଟାର’ ଭାବରେ ପରିଚିତ। ପ୍ରାୟ ଛଅ ଦଶନ୍ଧି ଧରି ଚଳଚ୍ଚିତ୍ର ଜଗତରେ ରାଜ କରିଆସୁଥିବା ‘ବିଗ ବି’ (Big B)…

ଭାଜପାର ଟେନସନ ବଢାଇଲେ ଜଣେ ପୂର୍ବତନ ଭାଜପା ନେତା? ଜାଣନ୍ତୁ କ’ଣ କଲେ

ଲକ୍ଷ୍ନୌ,୧୬।୯: ଉତ୍ତର ପ୍ରଦେଶ ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ଭାଜପା) ବର୍ଦ୍ଧିତ ଆହ୍ବାନର ସମ୍ମୁଖୀନ ହୋଇପାରେ। କର୍ଣ୍ଣି ସେନା ରାଜ୍ୟରେ ୫୦ଟି ଆସନରେ ନିର୍ବାଚନ ଲଢ଼ିବାକୁ ଯୋଜନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?