Posted inଜାତୀୟ

ଚହଲଙ୍କ ପରେ ଏବେ ଭାଜପାରେ ଯୋଗଦେବେ କି ମହମ୍ମଦ ଶାମି? ନୀତିନ ନବୀନଙ୍କୁ ଭେଟିବା ପରେ ବଢ଼ିଲା ଚର୍ଚ୍ଚା

ନୂଆଦିଲ୍ଲୀ,୨୯।୧୧: ଭାରତୀୟ କ୍ରିକେଟର ମହମ୍ମଦ ଶାମି ରବିବାର ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତ ସମୟରେ ଭାଜପାର କୁଁୱର ବାସିତ ଅଲ୍ଲୀ ମଧ୍ୟ ଉପସ୍ଥିତ ଥିଲେ । ଏହି ସାକ୍ଷାତର ଫଟୋ ସାମ୍ନାକୁ ଆସିବା ପରେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି।

ଆସନ୍ତା ୨୦୨୭ରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବ। ଏଭଳି ସମୟରେ ଅମରୋହାର ବାସିନ୍ଦା ମହମ୍ମଦ ଶାମିଙ୍କ ଏହି ସାକ୍ଷାତକୁ ଆଗାମୀ ନିର୍ବାଚନ ସହ ଯୋଡ଼ି ଦେଖାଯାଉଛି । ତେବେ ଏହି ସାକ୍ଷାତର ଉଦ୍ଦେଶ୍ୟ କ’ଣ ଥିଲା, ସେନେଇ ଏଯାଏଁ କୌଣସି ଆଧିକାରିକ ସୂଚନା ମିଳିନାହିଁ । ଶାମି ଭାଜପାରେ ଯୋଗଦେବା କିମ୍ବା ସକ୍ରିୟ ରାଜନୀତିକୁ ଆସିବା ନେଇ ମଧ୍ୟ କୌଣସି ପୁଷ୍ଟି ହୋଇନାହିଁ।

ଏହା ପୂର୍ବରୁ ମହମ୍ମଦ ଶାମି ରାଷ୍ଟ୍ରୀୟ ଲୋକଦଳ (ଆରଏଲ୍‌ଡି) ଅଧ୍ୟକ୍ଷ ତଥା କେନ୍ଦ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀଙ୍କୁ ଭେଟିଥିଲେ । ସେହି ସାକ୍ଷାତ ପରେ ମଧ୍ୟ ଶାମି ରାଜନୀତିକୁ ଆସିବା ଏବଂ ଅମରୋହାରୁ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ହୋଇଥିଲା। ଏବେ ଭାଜପା ରାଷ୍ଟ୍ରୀୟ ସଭାପତିଙ୍କ ସହ ତାଙ୍କର ସାକ୍ଷାତ ଏହି ଆଲୋଚନାକୁ ପୁଣି ଥରେ ଚର୍ଚ୍ଚାକୁ ଆଣିଛି।

ଉଲ୍ଲେଖଯୋଗ୍ୟ, ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମି ଟେଷ୍ଟ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି । ୨୦୨୬ ନଭେମ୍ବର ୬ ତାରିଖରେ ସୋସିଆଲ ମିଡିଆରେ ଏକ ଭାବପ୍ରବଣ ବାର୍ତ୍ତା ଶେୟାର କରି ସେ ଏହି ଘୋଷଣା କରିଥିଲେ । ଉଲ୍ଲେଖନୀୟ କଥା ହେଉଛି, ୨୦୧୩ ନଭେମ୍ବର ୬ରେ ସେ ଟେଷ୍ଟ କ୍ରିକେଟ୍‌ରେ ପଦାର୍ପଣ କରିଥିଲେ। ଠିକ୍‌ ୧୩ ବର୍ଷ ପରେ ସେହି ତାରିଖରେ ୬୪ଟି ଟେଷ୍ଟ ମ୍ୟାଚ୍‌ରେ ୨୨୯ଟି ୱିକେଟ୍‌ ନେବାର ରେକର୍ଡ ସହ ଏହି ଫର୍ମାଟ୍‌କୁ ବିଦାୟ ଜଣାଇଥିଲେ। ତେବେ ଶାମି ଏପର୍ଯ୍ୟନ୍ତ ଦିନିକିଆ ଓ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଇନାହାନ୍ତି।

ଅବସର ଘୋଷଣା ବେଳେ ଶାମି ଲେଖିଥିଲେ ଯେ ଅନେକ ସୁନ୍ଦର ସ୍ମୃତି ସହ ସେ ଭାରାକ୍ରାନ୍ତ ମନରେ ଟେଷ୍ଟ କ୍ରିକେଟ୍‌କୁ ବିଦାୟ ଜଣାଉଛନ୍ତି । ଧଳା ଜର୍ସି ଛାଡ଼ିବା ତାଙ୍କ ପାଇଁ ସହଜ ନୁହେଁ, କିନ୍ତୁ ଏହା ସହ ଜଡ଼ିତ ସ୍ମୃତି ସବୁବେଳେ ହୃଦୟରେ ରହିବ । ପ୍ରଥମ ଥର ଭାରତର ଟେଷ୍ଟ ଜର୍ସି ପିନ୍ଧିବା ତାଙ୍କ ପାଇଁ ଦେଶ ପାଇଁ କିଛି କରିବାର ସ୍ୱପ୍ନ ଥିଲା ବୋଲି ସେ କହିଥିଲେ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୨୯୨ଟି ବଲ ପରେ ସଫଳତା ପାଇଲେ ଯଶପ୍ରୀତ ବୁମରା; ଟମ ଲାଥମଙ୍କ ୱିକେଟ ନେବା ପରେ ଦେଲେ ଏକ ଚମତ୍କାର ମନ୍ତବ୍ୟ

ନୂଆଦିଲ୍ଲୀ,୨୯।୧୧: ଜସପ୍ରୀତ ବୁମରା ସେହି ବୋଲରମାନଙ୍କ ମଧ୍ୟରେ ଗଣାଯାଆନ୍ତି, ଯେଉଁମାନେ ନିଜର ବିସ୍ଫୋରକ ବୋଲିଂ ଦ୍ୱାରା ଯେକୌଣସି ବ୍ୟାଟିଂ ଲାଇନ-ଅପକୁ ଅଡୁଆରେ ପକାଇବାର କ୍ଷମତା ରଖନ୍ତି। ତେବେ,…

ନିଜର ସମସ୍ତ ପରିବାର ତଥା ଆତ୍ମୀୟସ୍ବଜନଙ୍କ ସହ ସମ୍ପର୍କ ଛିନ୍ନ କଲେ ପବନ ସିଂହ; ନିଜ ମା’ ଏବଂ ଭାଇଙ୍କ ଉଦ୍ଦେଶ୍ୟରେ ଲେଖିଲେ ଭାବପ୍ରବଣ ପୋଷ୍ଟ

ପାଟନା,୨୯।୧୧: ଭୋଜପୁରୀ ଚଳଚ୍ଚିତ୍ର ଜଗତର ଜଣେ ଜଣାଶୁଣା ଅଭିନେତା ତଥା ଗାୟକ ପବନ ସିଂହ, ନିଜ ପାରିବାରିକ ଏବଂ ବ୍ୟକ୍ତିଗତ ଜୀବନକୁ ନେଇ ପୁଣି ଥରେ ଚର୍ଚ୍ଚାରେ…

ଦିନ ଦ୍ୱିପ୍ରହରରେ ସେନକୋ ଜୁଏଲାରୀରେ ସଶସ୍ତ୍ର ଡକାୟତି ଉଦ୍ୟମ; କାର୍ ଧକ୍କା ଦେଇ ଲୁଟେରାଙ୍କୁ ଧରିଲେ ଦୋକାନ ମାଲିକ, ୪ କାବୁ

ବାରିପଦା, ,୨୯।୧୧ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ସହରରେ ରବିବାର ଦିନ ଦ୍ୱିପ୍ରହରରେ ଏକ ବଡ଼ ଧରଣର ଡକାୟତି ଉଦ୍ୟମ ପଣ୍ଡ ହୋଇଛି। ବାରିପଦା…

୫୦ ଟଙ୍କାରେ ୨୮ ଦିନ ରାତିରେ ଅନଲିମିଟେଡ୍ ଡାଟା, ମାତ୍ର ଏତିକି ଦିନ ଅଫର

ଜିଓର ଏକ ଡାଟା ପ୍ୟାକ୍‌ ଆପଣଙ୍କ ପାଇଁ ଉପଯୋଗୀ ହୋଇପାରେ । ବିଶେଷକରି ରାତିରେ ଫିଲ୍ମ ଓ ୱେବ୍‌ ସିରିଜ୍‌ ଦେଖୁଥିବା, ବଡ଼ ଫାଇଲ୍‌ ଡାଉନଲୋଡ୍‌ କରୁଥିବା…

ବ୍ୟାଗ ଯାଞ୍ଚ ବେଳେ ହଇଚଇ! ୩ଟି ବୋମା ଧରି ସ୍କୁଲ ପହଞ୍ଚିଲେ ଅଷ୍ଟମ ଶ୍ରେଣୀ ଛାତ୍ର, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୨୯।୧୧: ଉତ୍ତରପ୍ରଦେଶର ପ୍ରୟାଗରାଜ ସହରର ଏକ ସ୍କୁଲରେ ଚାଞ୍ଚଲ୍ୟ ଦେଖାଦେଇଛି । ଅଷ୍ଟମ ଶ୍ରେଣୀର ଜଣେ ଛାତ୍ରଙ୍କ ସ୍କୁଲ ବ୍ୟାଗ୍‌ରୁ ୩ଟି ଦେଶୀ ବୋମା ମିଳିବା ପରେ…

ମାତାପିତାଙ୍କୁ ବଡ଼ ଉପହାର ଦେଲେ ଧ୍ରୁବ ଜୁରେଲ, ନ୍ୟୁଜିଲ୍ୟାଣ୍ଡରେ ସେମାନଙ୍କ ସ୍ବପ୍ନ ପୂରଣ କଲେ

ନୂଆଦିଲ୍ଲୀ,୨୯।୧୧: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଭାରତୀୟ କ୍ରିକେଟ ଦଳକୁ ଏକ କଷ୍ଟକର ପରିସ୍ଥିତିରୁ ଉଦ୍ଧାର କରିଥିବା ଧ୍ରୁବ ଜୁରେଲ, ନିଜ ମାତାପିତାଙ୍କ ସାମ୍ନାରେ ଏକ…

୨ ୱିକେଟ୍‌ ନେବା ପରେ ବି ବୁମ୍‌ରାଙ୍କ ବୋଲିଂକୁ ନେଇ ପ୍ରଶ୍ନ, କାର୍ତ୍ତିକ କହିଲେ ପୂର୍ବଭଳି ଆଉ…

ନୂଆଦିଲ୍ଲୀ,୨୯।୧୧: କ୍ରାଇଷ୍ଟଚର୍ଚ୍ଚ ଟେଷ୍ଟର ତୃତୀୟ ଦିନ ଶେଷ ହୋଇଛି । ଏହି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଦଳର ଦବଦବା ଜାରି ରହିଛି । ତୃତୀୟ ଦିନର ଖେଳ ଶେଷ…

ସ୍ତ୍ରୀଙ୍କୁ ନିର୍ଯାତନା ଅଭିଯୋଗ; ସ୍ୱାମୀଙ୍କ ନାଁରେ ମାମଲା ରୁଜୁ

ଦିଗପହଣ୍ଡି, ୨୯/୧୧ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ. ନୂଆଗାଁ ଥାନା ଅନ୍ତର୍ଗତ ଚିକିଟି ବ୍ଲକର ଏକ ଗ୍ରାମର ଜଣେ ଯୁବତୀ ପ୍ରାୟ ଏକ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?