ଜିଓର ଏକ ଡାଟା ପ୍ୟାକ୍ ଆପଣଙ୍କ ପାଇଁ ଉପଯୋଗୀ ହୋଇପାରେ । ବିଶେଷକରି ରାତିରେ ଫିଲ୍ମ ଓ ୱେବ୍ ସିରିଜ୍ ଦେଖୁଥିବା, ବଡ଼ ଫାଇଲ୍ ଡାଉନଲୋଡ୍ କରୁଥିବା କିମ୍ବା ମୋବାଇଲ୍ରେ ଗେମ୍ ଖେଳୁଥିବା ଲୋକଙ୍କ ପାଇଁ ଏହି ପ୍ୟାକ୍ ଲାଭଦାୟକ ହୋଇପାରେ ।ମାତ୍ର ୫୦ ଟଙ୍କାର ଏହି ଡାଟା ପ୍ୟାକ୍ରେ ରାତି ସମୟରେ ୫ ଘଣ୍ଟା ଅନଲିମିଟେଡ୍ ଇଣ୍ଟରନେଟ୍ ବ୍ୟବହାରର ସୁବିଧା ମିଳୁଛି । ଏହାର ବୈଧତା ୨୮ ଦିନ ରହିଛି । ଅର୍ଥାତ୍ ଲଗାତାର ୨୮ ଦିନ ପର୍ଯ୍ୟନ୍ତ ପ୍ରତିଦିନ ରାତିରେ ଅତିରିକ୍ତ ଡାଟା ବ୍ୟବହାର କରିବାର ସୁଯୋଗ ମିଳିବ।
ଏହି ପ୍ୟାକ୍ରେ ପ୍ରତିଦିନ ରାତି ୧୨ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଅନଲିମିଟେଡ୍ ଇଣ୍ଟରନେଟ୍ ବ୍ୟବହାରର ସୁବିଧା ମିଳୁଛି । ଏହି ସମୟ ମଧ୍ୟରେ ବଡ଼ ଫାଇଲ୍ ଡାଉନଲୋଡ୍, ଫିଲ୍ମ ଦେଖିବା, ଗେମ୍ ଡାଉନଲୋଡ୍ ଏବଂ ମୋବାଇଲ୍ ଆପ୍ ଅପଡେଟ୍ ଭଳି କାମ କରିହେବ । ଏଥିପାଇଁ ଦୈନିକ ମିଳୁଥିବା ମୁଖ୍ୟ ଡାଟା ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ। ଅର୍ଥାତ୍ ଦିନବେଳେ ଇଣ୍ଟରନେଟ୍ ବ୍ୟବହାର ପାଇଁ ମୁଖ୍ୟ ରିଚାର୍ଜ ପ୍ଲାନ୍ର ଡାଟା ରହିବ ଏବଂ ରାତିରେ ଅଧିକ ଡାଟା ଆବଶ୍ୟକ ହେଉଥିବା କାମ ଏହି ପ୍ୟାକ୍ ଜରିଆରେ କରିହେବ।ଏହି ପ୍ୟାକ୍ ୪ଜି ଓ ୫ଜି ନେଟୱର୍କରେ କାମ କରିଥାଏ।
ଯେଉଁମାନେ ରାତିରେ ଅଧିକ ଇଣ୍ଟରନେଟ୍ ବ୍ୟବହାର କରନ୍ତି, ସେମାନଙ୍କ ପାଇଁ ଏହି ପ୍ୟାକ୍ ଉପଯୋଗୀ ହୋଇପାରେ। ଛାତ୍ରୀଛାତ୍ରମାନେ ପାଠପଢ଼ା ସମ୍ପର୍କିତ ବଡ଼ ଫାଇଲ୍ ଡାଉନଲୋଡ୍ କରିପାରିବେ । ସେହିପରି ଗେମ୍ ଖେଳିବା ଓ ଫିଲ୍ମ ଦେଖିବାକୁ ପସନ୍ଦ କରୁଥିବା ଲୋକେ ମଧ୍ୟ ଏହାର ଫାଇଦା ଉଠାଇପାରିବେ । ତେବେ ଏହି ପ୍ୟାକ୍ ସମସ୍ତଙ୍କ ପାଇଁ ଆବଶ୍ୟକ ନୁହେଁ । ଯେଉଁମାନେ ଦିନବେଳେ ଅଧିକ ଡାଟା ବ୍ୟବହାର କରନ୍ତି ଏବଂ ରାତି ୧୨ଟାରୁ ସକାଳ ୫ଟା ମଧ୍ୟରେ ଅନଲାଇନ୍ ରହନ୍ତି ନାହିଁ, ସେମାନଙ୍କୁ ଏହି ପ୍ୟାକ୍ରୁ ବିଶେଷ ଫାଇଦା ମିଳିନପାରେ ।
ଧ୍ୟାନ ଦିଅନ୍ତୁ, ଅନଲିମିଟେଡ୍ ଡାଟାର ସୁବିଧା କେବଳ ରାତି ୧୨ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଉପଲବ୍ଧ ରହିବ । ଏହା ପରେ ଇଣ୍ଟରନେଟ୍ ବ୍ୟବହାର କଲେ ଆପଣଙ୍କ ମୁଖ୍ୟ ରିଚାର୍ଜ ପ୍ଲାନ୍ର ଡାଟା ଖର୍ଚ୍ଚ ହେବ । ଏହା ସାରାଦିନ ଚାଲୁଥିବା ଅନଲିମିଟେଡ୍ ଡାଟା ପ୍ଲାନ୍ର ବିକଳ୍ପ ନୁହେଁ ।

