ଖୋଲୁନି ରହସ୍ୟ, ବଢୁଛି ଦ୍ୱନ୍ଦ୍ୱ

ଢେଙ୍କାନାଳ ଅଫିସ, ୫।୨ ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ନୂଆଗାଁ ପଞ୍ଚାୟତର ବିଜେଡି ସମର୍ଥତ୍ତ ସମିତିସଭ୍ୟ ପ୍ରାର୍ଥୀ ସୁବ୍ରତ ବେହେରା (୨୩) ଅପହରଣ ମାମଲା ଅଦ୍ୟାବଧି ରହସ୍ୟାବୃତ ହୋଇ ରହିଛି। ଉଦ୍ଧାର ହୋଇଥିବା ସୁବ୍ରତଙ୍କୁ ଅଜ୍ଞାତ ସ୍ଥାନରେ ରଖି ପଚରାଉଚୁରା କରାଯାଉଛି। ତେବେ ତାଙ୍କ ବୟାନରେ ତାଳମେଳ ରହୁ ନ ଥିବାରୁ ଅପହରଣ ରହସ୍ୟ ଉନ୍ମୋଚନ ହୋଇପାରୁ ନ ଥିବା ଏସ୍‌ପି ଏଲ୍‌. ଦିବ୍ୟା ଭି. କହିଛନ୍ତି। ସୁବ୍ରତ ଅତ୍ୟଧିକ ଭୟଭୀତ ହୋଇପଡ଼ିଥିବାରୁ ଠିକ୍‌ ଭାବେ ବୟାନ ଦେଇ ପାରୁ ନ ଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି। ଅନ୍ୟପଟେ ରାଜନୈତିକ ଶତ୍ରୁତାରୁ ଏହି ଅପହରଣ କରାଯାଇଥିବା ସନ୍ଦେହରେ ପୋଲିସ ଗୁରୁବାର ଅଟକ ରଖିଥିବା ୪ଜଣଙ୍କୁ ଜେରା କରି ଛାଡ଼ିଦେଇଛି। ଶୁକ୍ରବାର କଣ୍ଟାବଣିଆ ପୋଲିସ ନୂଆଗଁା ପଞ୍ଚାୟତର ଅନ୍ୟଜଣେ ବିଜେଡି ସମର୍ଥିତ ସମିତିସଭ୍ୟ ପ୍ରାର୍ଥୀ ରିଟୁ ସାହୁଙ୍କୁ ପଚରାଉଚରା କରୁଛି। ସେହିପରି ହିନ୍ଦୋଳ ବ୍ଲକ ଅଧ୍ୟକ୍ଷ ପ୍ରିୟରଞ୍ଜନ ମାହୁନ୍ତଙ୍କ ସମ୍ପର୍କୀୟ ଭାଇ ତଥା ବାଲିମୀ ଥାନା ଅଞ୍ଚଳର ନୀଳକଣ୍ଠ ଦାସଙ୍କୁ ମଧ୍ୟ ଅଟକ ରଖାଯାଇ ତନାଘନା କରାଯାଉଛି।
ସମିତିସଭ୍ୟ ପଦବୀରେ ଶାସକ ଦଳ ସମର୍ଥନରେ ଦୁଇଜଣ ପ୍ରାର୍ଥୀ ଛିଡ଼ାହେବା ଏବଂ ଏହାକୁ ନେଇ ସୃଷ୍ଟି ହୋଇଥିବା ରାଜନୈତିକ ଶତ୍ରୁତା କାରଣରୁ ଏହି ହାଇପ୍ରୋଫାଇଲ ଅପହରଣ କରାଯାଇଥିବା ଚର୍ଚ୍ଚା ଜୋର୍‌ ଧରିଛି। ପ୍ରବଳ ଚାପ ପଡୁଥିବାରୁ ପୋଲିସ ତଦନ୍ତ ଦିଗହରା ହେଉଥିବା ଆଲୋଚନା ମଧ୍ୟ ହେଉଛି। ଏହି ଘଟଣା ୩ଦିନ ହେଲା ଜିଲା ରାଜନୀତିକୁ ସରଗରମ କରିଛି। ଅନ୍ୟପଟେ ଅଟକ ସମ୍ପର୍କୀୟ ଭାଇଙ୍କୁ ଛଡ଼ା ନ ଗଲେ ଥାନା ଆଗରେ ଆମରଣ ଅନଶନରେ ବସିବେ ବୋଲି ବ୍ଲକ ଅଧ୍ୟକ୍ଷ ପ୍ରିୟରଞ୍ଜନ ମାହୁନ୍ତ ଚେତାବନୀ ଦେଇଛନ୍ତି। ସୂଚନାଯୋଗ୍ୟ, ବିଜେଡି ସମର୍ଥନରେ ହିନ୍ଦୋଳ ବ୍ଲକ ଅଧ୍ୟକ୍ଷ ହୋଇଥିବା ପ୍ରିୟରଞ୍ଜନ ଚଳିତ ନିର୍ବାଚନରେ କୁକୁଟା ପଞ୍ଚାୟତରୁ ସମିତିସଭ୍ୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି।
ଏ ସଂକ୍ରାନ୍ତରେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ କୁହନ୍ତି, ନିଖୋଜ ସମିତିସଭ୍ୟ ପ୍ରାର୍ଥୀ ଉଦ୍ଧାର ହେବାପରେ ଭୟ ଓ ଆଶଙ୍କା ଟଳିଛି। ଏହି ଘଟଣାର ବିଧିବଦ୍ଧ ତଦନ୍ତ କରି ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି। ଏ ନେଇ ଏସ୍‌ପି କୁହନ୍ତି, ଉଦ୍ଧାର ସମିତିସଭ୍ୟ ପ୍ରାର୍ଥୀଙ୍କୁ ପଚରାଉଚରା ଚାଲିଛି। ତଦନ୍ତ ପରେ ସମ୍ପୂର୍ଣ୍ଣ ତଥ୍ୟ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri